ପ୍ରେମ, ପୂର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ: ୨ ଗିରଫ

ଗଞ୍ଜାମ,୫ା୭(ଡି.ଏନ.ଏ.)- ଗଞ୍ଜାମ ଜିଲା ରମ୍ଭା ଜଗନ୍ନାଥ ମହାବିଦ୍ୟାଳୟ ଡେମୋନଷ୍ଟ୍ରେଟର ଅଶ୍ୱିନି ମିଶ୍ର ହତ୍ୟା ମାମଲାର ପର୍ଦ୍ଦାଫାସ କରିଛି ପୋଲିସ। ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ମଧୁରଚୁଅଁା ଗ୍ରାମର ଜନାର୍ଦ୍ଦନ ନାହାକ ଓରଫ ଦନା (୪୧) ଓ ସହଯୋଗୀ ଉକ୍ତ କଲେଜର ପୂର୍ବତନ ଛାତ୍ର ବୁରୁଡ଼ି ଗ୍ରାମର ଦୀପକ ନାହାକ (୧୮)ଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଥିବା ଗୁରୁବାର ଖବରଦାତା ସମ୍ମିଳନୀରେ ଛତ୍ରପୁର ଏସ୍‌ଡିପିଓ ଉତ୍କଳ କେଶରୀ ଦାସ ଏହି ସୂଚନା ଦେଇଛନ୍ତି। ପ୍ରେମ ଓ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଏହି ହତ୍ୟାକାଣ୍ଡ ଘଟିଥିବା ଏସ୍‌ଡିପିଓ ସ୍ପଷ୍ଟ କରିଛନ୍ତି।
ଏସ୍‌ଡିପିଓଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ, ମୃତ ଡେମୋନଷ୍ଟ୍ରେଟର ଅଶ୍ୱିନୀ ଦୀର୍ଘଦିନ ହେଲା ପରିବାରଠାରୁ ଅଲଗା ହୋଇ ରମ୍ଭା ଅଞ୍ଚଳରେ ଘରଭଡ଼ା ନେଇ ରହୁଥିଲେ। ନିକଟରେ ଦନା ଜଣେ ମହିଳାଙ୍କ ସହ ରହୁଥିଲେ। ସମ୍ପୃକ୍ତ ମହିଳାଙ୍କ ସହ ଅଶ୍ୱିନୀଙ୍କର ସମ୍ପର୍କ ନିବିଡ ହୋଇଥିଲା। ଏହାକୁ ଦନା ବାରଣ କରିବାରୁ ପ୍ରାୟ ମାସେ ତଳେ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ସେହିଦିନଠାରୁ ଦନା ଅଶ୍ୱିନୀଙ୍କୁ ହତ୍ୟା କରିବାକୁ ସ୍ଥିର କରିଥିଲା। ଅଶ୍ୱିନୀଙ୍କ ସହ ଦୀପକଙ୍କର ଭଲ ସମ୍ପର୍କ ଥିବା ସେ ଜାଣି ପାରିଥିଲେ। ଅଶ୍ୱିନୀଙ୍କୁ ହତ୍ୟା କରିବାକୁ ଦୀପକଙ୍କୁ ମୋଟା ଅଙ୍କର ଅର୍ଥଲୋଭ ଦେଖାଇ ରାଜି କରାଇଥିଲେ। ଗତ ୨୯ରେ ଦନା ଓ ଦୀପକ ଯୋଜନା ପ୍ରସ୍ତୁତ କରିଥିଲେ। ଦୀପକ ନିଜ ମୋବାଇଲଫୋନ ବ୍ୟବହାର ନକରି ଅନ୍ୟଏକ ମୋବାଇଲଫୋନରେ ଅଶ୍ୱିନୀଙ୍କୁ ଫୋନ କରି ଡାକିଥିଲେ। ସେ ପହଞ୍ଚତ୍ବା ପରେ ଉଭୟ ଏକ ଢାବାରେ ମଦ୍ୟପାନ କରିଥିଲେ। ରାତି ପ୍ରାୟ ସାଢ଼େ ଗୋଟାଏବେଳେ ଏକ ବୁଲେଟ ଯୋଗେ ଉଭୟେ ବାହାରିଥିଲେ। ବିରୁଳିଗଡ଼ ରାସ୍ତା ପଣସଢ଼ଇ ସାଉକାର ପୋଖରୀ ପୂର୍ବରୁ ଦନା ଅପେକ୍ଷା କରିଥିଲା। ଅଶ୍ୱିନୀ ପହଞ୍ଚତ୍ବା କ୍ଷଣି ଏକ କାଠ ଫାଳିଆରେ ଆକ୍ରମଣ କରିଥିଲେ। ପରେ ଅଭିଯୁକ୍ତ ଦ୍ୱୟ ଦୁର୍ଘଟଣାର ରୂପ ଦେବାକୁ ମୃତଦେହକୁ ଗାଡ଼ି ପାଖରେ ଫୋପାଡ଼ି ମୃତକଙ୍କ ମୋବାଇଲ ଫୋନ ନେଇ ଚାଲି ଯାଇଥିଲେ। ମୃତ ଅଶ୍ୱିନୀଙ୍କ ଫୋନ କଲ ଯାଞ୍ଚବେଳେ ଶେଷ କଲ ଦୀପକର କରିଥିବା ପୋଲିସ ଜାଣିପାରିଥିଲା। ପରେ ଦୀପକକୁ ବୁରୁଡିରୁ କାବୁ କରିବା ପରେ ଘଟଣାର ପର୍ଦ୍ଦାଫାସ ହୋଇଥିଲା। ପ୍ରେମ ସମ୍ପର୍କକୁ ନେଇ ହତ୍ୟା କରିଥିବା ସ୍ବୀକାର କରିଥିଲେ ବୋଲି ଏସ୍‌ଡିପିଓ ଦାସ ସୂଚନା ଦେଇଛନ୍ତି। ସେମାନଙ୍କ ଠାରୁ ମୋବାଇଲ, ବାଇକ ଓ ହତ୍ୟାକାଣ୍ଡରେ ବ୍ୟବହୃତ କାଠ ଫାଳିଆ ଜବତ କରାଯାଇଥିବା ଛତ୍ରପୁର ଆଇଆଇସି ଛଟରାଏ କହିଛନ୍ତି।
ପ୍ରକାଶ ଯେ, ଗତ ୨୯ ସକାଳେ ବିରୁଳିଗଡ଼ ରାସ୍ତା ପଣସଢ଼ଇ ସାଉକାର ପୋଖରୀ ନିକଟ ରାସ୍ତା କଡରେ ଏକ ମୃତଦେହ ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ରମ୍ଭା ଥାନାକୁ ଖବର ଦେଇଥିଲେ। ଛତ୍ରପୁର ଏସ୍‌ଡିପିଓ ଏବଂ ଛତ୍ରପୁର ଆଇଆଇସି ପ୍ରିୟସ ରଞ୍ଜନ ଛଟରାଏ ଘଟଣାସ୍ଥଳକୁ ଆସିବା ପରେ ମୃତକଙ୍କ ପରିଚୟ ମିଳିଥିଲା। ସେ ରମ୍ଭା ଜଗନ୍ନାଥ ମହାବିଦ୍ୟାଳୟ ଡେମୋନଷ୍ଟ୍ରେଟର ଅଶ୍ୱିନୀ ବୋଲି ଜଣାପଡ଼ିଥିଲା। ମୃତକଙ୍କ ଭାଇ ରେବନଙ୍କ ଏତଲା ପ୍ରକାରେ ନଂ.୧୨୭/୧୯ରେ ମାମଲା ରୁଜୁ କରି ପାଲିସ ତଦନ୍ତ ଚଳାଇଥିଲା।
(((((ଫଟୋ-ବିଏମ-୪-୬-ଗିରଫ ଦୁଇ ଅଭିଯୁକ୍ତ।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀଙ୍କୁ ଦିଆଗଲା ମାଲକାନଗିରି ରିପୋର୍ଟ

ଭୁବନେଶ୍ୱର,୧୨ା୧୨: ମାଲକାନଗିରି ହିଂସାକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଦିଆଯାଇଛି ରିପୋର୍ଟ। ମୁଖ୍ୟମନ୍ତ୍ରୀଙ୍କୁ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ଏହି ରିପୋର୍ଟ ଦେଇଛନ୍ତି। ଉପମୁଖ୍ୟମନ୍ତ୍ରୀ କେଭି...

ଆହୁରି ୨ଦିନ ପ୍ରବଳ ଶୀତ: ଆଜି ୯ ଜିଲାକୁ ଓ୍ୱାର୍ନିଂ

ଭୁବନେଶ୍ୱର,୧୨।୧୨: ଆହୁରି ୨ ଦିନ ଯାଏ ଶୀତ ଲହରି ଜାରି ରହିବ। ଉତ୍ତର-ପଶ୍ଚିମ ଦିଗରୁ ପ୍ରବାହିତ ହେଉଥିବା ଥଣ୍ଡା ଶୁଷ୍କ ବାୟୁ ପ୍ରଭାବରେ ଶୀତ ଲହରି...

ଧରିତ୍ରୀ ପ୍ରଭାବ: ଖବର ପ୍ରକାଶ ପରେ ଯୁଦ୍ଧକାଳୀନ ଭିତ୍ତିରେ ନିର୍ମାଣ ହେବ ଶ୍ମଶାନ ଘାଟ

ପୁରୁଷୋତ୍ତମପୁର,୧୨ା୧୨(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ମୃତଦେହ ଦାହ କରିବା ଓ କ୍ରିୟାକର୍ମ କରିବା ସହ ମୃତବ୍ୟକ୍ତିଙ୍କ ଅସ୍ଥି ରଖିବା ଲୋକଙ୍କ ଲାଗି ସମସ୍ୟା ପାଲଟିଥିବାବେଳେ...

ଧାନ ସଂଗ୍ରହରେ ଅଚଳାବସ୍ଥା ଜାରି: ଜାତୀୟ ରାଜପଥରେ ଗର୍ଜିଲେ ଚାଷୀ

ସମ୍ବଲପୁର,୧୨।୧୨(ପ୍ରମୋଦ ବହିଦାର): ସମ୍ବଲପୁରରେ ଟୋକନ ମିଳିବା ବିଳମ୍ବକୁ ନେଇ ତାତି ଉଠିଛନ୍ତି ଚାଷୀ। ଉତ୍ତ୍ୟକ୍ତ ଚାଷୀ ଶୁକ୍ରବାର ପୂର୍ବାହ୍ନରୁ ସମ୍ବଲପୁର ସହରର ୨କୁ ନେଇ ଚାଷୀ...

୨୦୨୬ରେ ରାହୁ ଗୋଚର: ଏହି ୩ ରାଶିର ବଦଳିବ ଭାଗ୍ୟ, ୩ ରାଶିର ଭାଗ୍ୟ ଖରାପ

ନୂଆଦିଲ୍ଲୀ,୧୩।୧୨: ୨୦୨୬ ବର୍ଷ କିଛି ରାଶି ପାଇଁ ପରିବର୍ତ୍ତନଶୀଳ ବର୍ଷ ହୋଇପାରେ। ନୂତନ ବର୍ଷରେ ରାହୁ ଦୁଇଥର ନିଜର ସ୍ଥାନ ପରିବର୍ତ୍ତନ କରିବେ। ସମ୍ପତ୍ତି ଲାଭ...

ମାତ୍ର ୫ ହଜାର ଟଙ୍କାରେ ଆରମ୍ଭ କରନ୍ତୁ ଏହି ବ୍ୟବସାୟ: ପ୍ରଥମ ଦିନରୁ ଲାଭ ହିଁ ଲାଭ…

ନୂଆଦିଲ୍ଲୀ,୧୨।୧୨: ଅନେକ ଲୋକ ଚାକିରି ଛାଡି ନିଜର ବ୍ୟବସାୟ ଆରମ୍ଭ କରିବାକୁ ଯୋଜନା କରୁଛନ୍ତି। ତଥାପି, ଅନେକ ଲୋକ ପାଣ୍ଠି ଅଭାବରୁ ଏହା କରିପାରୁ ନାହାଁନ୍ତି।...

ଭୋ ଭୋ ହୋଇ କାନ୍ଦିଲେ ହେମା ମାଳିନୀ: ୨ ଝିଅଙ୍କ ଆଗରେ ଘଟିଲା…

ବଲିଉଡର ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ନିକଟରେ ଦେହାନ୍ତ ହୋଇଥିଲା। ତାଙ୍କ ପରିବାର ଏବେ ବି ଏହି ଆଘାତରୁ ମୁକୁଳିପାରୁନାହିଁ। କିଛି ଦିନ ପୂର୍ବେ ସନ୍ନି ଦେଓଲ...

ନିଜକୁ ଶ୍ରମିକ କହିଲେ ମୋଦି, ଏନଡିଏ ସାଂସଦଙ୍କୁ କଣ ଗୁରୁମନ୍ତ୍ର ଦେଲେ ଜାଣନ୍ତୁ

ନୂଆଦିଲ୍ଲୀ,୧୨।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଉତ୍ତରପ୍ରଦେଶ ଏନଡିଏ ସାଂସଦଙ୍କ ମଧ୍ୟରେ ବୈଠକ ଶେଷ ହୋଇଛି । ମିଡ଼ିଆ ରିପୋର୍ଟ ଅନୁସାରେ, ବୈଠକ ସକରାତ୍ମକ ଏବଂ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri