Posted inଜାତୀୟ

ପ୍ରିୟଙ୍କା ଗାନ୍ଧୀଙ୍କ ମୋବାଇଲ୍‌ ହ୍ୟାକ୍‌ କରାଯାଇଛି: କଂଗ୍ରେସ

ନୂଆଦିଲ୍ଲୀ,୩।୧୧:ହ୍ବାଟସଆପ୍‌ ହ୍ୟାକ ଘଟଣାକୁ ନେଇ ରବିବାର ଭାଜପା ଉପରେ ଦୋଷ ଲଦିଛି ବିରୋଧୀ କଂଗ୍ରେସ। କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀଙ୍କୁ ବି ହ୍ବାଟସଆପ୍‌ ପକ୍ଷରୁ ସ୍ପାଇୱେୟାର ମେସେଜ ପଠାଯାଇଛି ବୋଲି କଂଗ୍ରେସ ମୁଖପାତ୍ର ରଣଦୀପ ସୁରଜେୱାଲା କହିଛନ୍ତି। ଯେଉଁ ଫୋନକୁ ହ୍ବାଟସଆପ୍‌ରେ ଏହି ସ୍ପାଇୱେୟାର ମେସେଜ ଆସିଛି ସେସବୁ ହ୍ୟାକ୍‌ ହୋଇଛି। ତେଣୁ ପ୍ରିୟଙ୍କାଙ୍କ ଫୋନ ବି ହ୍ୟାକ କରାଯାଇଛି ବୋଲି ସେ ଅଭିଯୋଗ କରିଛନ୍ତି। ଏହି ଅବସରରେ ଶାସକ ଦଳ ଭାରତୀୟ ଜନତା ପାର୍ଟିକୁ ‘ଭାରତୀୟ ଜାସୁସି ପାର୍ଟି’ ବୋଲି କଂଗ୍ରେସ କହିଛି। ଡାଟା ହ୍ୟାକ ନେଇ ପାଞ୍ଚ ମାସ ପୂର୍ବରୁ ଫେସବୁକ ଓ ମାସକ ତଳେ ହ୍ବାଟସଆପ୍‌ ସୂଚନା ଦେଇଥିବାବେଳେ ସରକାର କାହିଁକି ଏ ବାବଦରେ ନୀରବ ଥିଲେ ସେ ନେଇ ବିରୋଧୀ କଂଗ୍ରେସ ଅଭିଯୋଗ କରିଛି। ମୋଦି ସରକାର ଏହାର ତଦନ୍ତ କରାଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ଜରୁରୀ ଦାବି କରିଛନ୍ତି। ଏପରି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତାଙ୍କ ଫୋନକୁ କେନ୍ଦ୍ର ସରକାର ଟ୍ୟାପ କରିଛନ୍ତି ବୋଲି ଅଭିଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

‘ସଂକ୍ରମିତଙ୍କ ପ୍ରକୃତ ସଂଖ୍ୟା ୪ ଗୁଣ ଅଧିକ’

ବେଙ୍ଗାଲୁରୁ,୧୦।୪: ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଯେତିକି ବୋଲି ଦର୍ଶାଯାଉଛି ସେମାନଙ୍କ ପ୍ରକୃତ ସଂଖ୍ୟା ତହିଁରୁ ଅନୂ୍ୟନ ୪ ଗୁଣ ଅଧିକ। ସ୍କୁଲ, କଲେଜଗୁଡ଼ିକ ଅଧିକ...

ଦିଲ୍ଲୀରେ ଆନ୍ଦୋଳନ କରୁଥିବା ଲୋକେ କୃଷକ ନୁହନ୍ତି,ଦଲାଲ

ପାଟନା,୨୦।୧୨: ଦିଲ୍ଲୀରେ କେନ୍ଦ୍ର ସରକାରଙ୍କ କୃଷି ଆଇନ ବିରୋଧରେ କୃଷକଙ୍କ ବିରୋଧ ୨୫ ଦିନରେ ପହଞ୍ଚିଛି। ବିରୋଧୀ କୃଷକମାନେ କୃଷି ଆଇନକୁ ରଦ୍ଦ କରିବାକୁ ଜିଦ...

୧୦ ଯବାନଙ୍କୁ ମୁକ୍ତ କଲା ଚାଇନା

ନୂଆଦିଲ୍ଲୀ,୨୦ା୬: ପୂର୍ବ ଲଦାଖର ଗଲଓ୍ବାନ ଉପତ୍ୟକାରେ ଗତ ସୋମବାର ହିଂସାତ୍ମକ ସଂଘର୍ଷରେ ୨୦ ଭାରତୀୟ ଯବାନ ଶହୀଦ ହୋଇଥିଲେ। ଚାଇନାର ପିପୁଲ୍ସ ଲିବରେଶନ ଆର୍ମି (ପିଏଲ୍‌ଏ)...

ସୁସ୍ଥ ଅଛନ୍ତି ମୁଖ୍ୟମନ୍ତ୍ରୀ

ଡେରାଡୁନ,୫।୬: ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାଓ୍ବତ ସମ୍ପୂର୍ଣ୍ଣ ରୂପେ ସୁସ୍ଥ ଥିବା ଜଣାପଡିଛି। ତାଙ୍କର କରୋନା ଟେଷ୍ଟ ରିପୋର୍ଟ ନେଗେଟିଭ ଆସିବା ପରେ ସେ...

ଭୋଟିଂ ସମୟରେ ମୁହାଁମୁହିଁ ହେଲେ ଭାଜପା-କଂଗ୍ରେସ କର୍ମୀ: ଟେକା ପଥର ମାଡ଼

ଚଣ୍ଡିଗଡ଼,୨୧।୧୦: ହରିୟାଣା ବିଧାନସଭା ନିର୍ବାଚନରେ ଭୋଟିଂ ସମୟରେ ଭାଜପା-କଂଗ୍ରେସ କର୍ମୀ ମୁହାଁମୁହିଁ ହୋଇଛନ୍ତି। ଏଥିରେ ୬ ଜଣ ଆହତ ହୋଇଥିବା ପୋଲିସ ପକ୍ଷରୁ ସୂଚନାର ଦିଆଯାଇଛି।...

କରୋନା ଭାଇରସ୍‌ ସହ ମୁକାବିଲା ପାଇଁ ସରକାରଙ୍କ ବଡ଼ ନିଷ୍ପତ୍ତି: ଅଟୋମୋବାଇଲ୍‌ କମ୍ପାନୀ ତିଆରି କରିବେ ଭେଣ୍ଟିଲେଟର

ନୂଆଦିଲ୍ଲୀ,୩୦।୩: ମହାମାରୀ କରୋନା ଭାଇରସ୍‌ ସହ ମୁକାବିଲା ପାଇଁ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି। ସୋମବାର ଅଟୋମୋବାଇଲ୍‌ କମ୍ପାନୀକୁ ଭେଣ୍ଟିଲେଟର ତିଆରି କରିବାକୁ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ...

ମନ୍ଥନ ହେଲେ ବାହାରେ ଅମୃତ, ଶିବ ପାନ କରନ୍ତି ବିଷ: ଶିବରାଜ

ଭୋପାଳ,୧।୭: ମଧ୍ୟପ୍ରଦେଶରେ ଶିବରାଜ ସିଂ ଚୌହାନଙ୍କ କ୍ୟାବିନେଟର ସମ୍ପ୍ରସାରଣ ଗୁରୁବାର କରାଯିବ ବୋଲି ସ୍ପଷ୍ଟ ହୋଇଛି। ମୁଖ୍ୟମନ୍ତ୍ରୀ ଶିବରାଜ କହିଛନ୍ତି ବୁଧବାର ରାଜ୍ୟପାଳ ଶପଥ ଗ୍ରହଣ...

ମାନ୍ଦାବସ୍ଥାକୁ ଆର୍‌ବିଆଇ ବୁଷ୍ଟର

ମୁମ୍ବାଇ,୧୮।୪: କୋଭିଡ୍‌-୧୯ ଯୋଗୁ ବଜାରରେ ଉପୁଜିଥିବା ମାନ୍ଦାବସ୍ଥା ଲଢ଼େଇ ଲାଗି ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ଆଗେଇ ଆସିଛି। ଏଥିଲାଗି କେନ୍ଦ୍ରୀୟ ବ୍ୟାଙ୍କ ପକ୍ଷରୁ ଅତିରିକ୍ତ ପଦକ୍ଷେପ...

Advertisement

BGU

Archives

Model This Week

Why Dharitri