ପ୍ରିୟଙ୍କାଙ୍କ ସହ ଆକ୍ସନ ଫିଲ୍ମ କରିବାକୁ ଚାହୁଁଛନ୍ତି ପରିଣୀତି

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ପରିଣୀତି ଚୋପ୍ରା ନିଜର ଅପ୍‌ କମିଂ ଫିଲ୍ମ ‘ଜବରିଆ ଯୋଡି’ର ପ୍ରମୋଶନରେ ବ୍ୟସ୍ତ ଅଛନ୍ତି। ଏହି ଫିଲ୍ମରେ ସେ ଅଭିନେତା ସିଦ୍ଧାର୍ଥ ମାଲହୋତ୍ରାଙ୍କ ସହ ନଜର ଆସିବେ। ସେହିପରି ସାଇନା ନେହଓ୍ବୋଲଙ୍କ ବାୟୋପିକରେ ମଧ୍ୟ ଦର୍ଶକ ତାଙ୍କୁ ଦେଖିପାରିବେ। ନିଜ ବିଜି ସିଡ୍ୟୁଲ କାରଣରୁ ପରିଣୀତି ଏବେ ବହୁ ବ୍ୟସ୍ତ ରହୁଛନ୍ତି। ନିକଟରେ ମୁମ୍ବାଇ ଟ୍ରାଫିକ୍‌ରେ ସେ ଫଶିଯାଇଥିଲେ। ସେହି ସମୟରେ ସେ ଟୁଇଟରରେ #AskParineeti ସେଶନ ପାଇଁ ସମୟ ବାହାର କରିଥିଲେ। ଏଥିରେ କିଛି ୟୁଜର ତାଙ୍କ ପ୍ରଶ୍ନ କରିଥିବା ବେଳେ ସେ ସମସ୍ତ ଉତ୍ତର ଦେଇଥିଲେ। ଏହାରି ଭିତରେ ଜଣେ ୟୁଜର କେଉଁ ଫିଲ୍ମରେ ଭଉଣୀ ପ୍ରିୟଙ୍କା ଚୋପ୍ରାଙ୍କ ସହ କାମ କରିବାକୁ ଚାହୁଁଛନ୍ତି ବୋଲି ତାଙ୍କୁ ପ୍ରଶ୍ନ କରିଥିଲେ। ଏହାର ଉତ୍ତରରେ ସେ କହିଥିଲେ, ଭଲ ପ୍ରଶ୍ନ, ଆମକୁ ୨ଝିଅ ଥିବା ଆକ୍ସନ ଫିଲ୍ମରେ କାମ କରିବା ଦରକାର, ଯେଉଁଥିରେ ଦୁଇଜଣ ଗୀତ ମଧ୍ୟ ଗାଇପାରିବୁ। ଏହାପରେ ସେ ପ୍ରିୟଙ୍କାଙ୍କୁ ଟ୍ୟାଗ କରି, ‘ଦିଦି କ’ଣ କହୁଛ’ ବୋଲି ପ୍ରଶ୍ନ କରିଥିଲେ। ସୂଚନା ମୁତାବକ ଦୁଇ ଅଭିନେତ୍ରୀ ଏକାସାଙ୍ଗରେ କେବେ କାମ କରି ନାହାନ୍ତି। କିନ୍ତୁ ତାଙ୍କର କଥାବାର୍ତ୍ତାରୁ ଲାଗୁଛି ବହୁ ଶୀଘ୍ର ସେମାନେ ଏକାଠି ଫିଲ୍ମରେ କାମ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଏହି ଦିନ ରିଲିଜ୍‌ ହେବ ଅକ୍ଷୟ କୁମାରଙ୍କ ଆଗାମୀ ଫିଲ୍ମ

ମୁମ୍ବାଇ: ବଲିଉଡ୍‌ ଅଭିନେତା ଅକ୍ଷୟ କୁମାର ଫିଲ୍ମକୁ ଦେଇ ସବୁବେଳେ ଚର୍ଚ୍ଚାରେ ରୁହନ୍ତି। ନିକଟରେ ଫିଲ୍ମ ‘ସୂର୍ଯ୍ୟବଂଶୀ’ରେ ତାଙ୍କ ଜଲଓ୍ବା ସମସ୍ତେ ଦେଖିସାରିଛନ୍ତି। ବର୍ତ୍ତମାନ ଅକ୍ଷୟଙ୍କ...

ଓ୍ବିଙ୍ଗ୍‌ କମାଣ୍ଡର ରାକେଶ ଶର୍ମାଙ୍କ ବାୟୋପିକ୍‌ରେ ନଜର ଆସିବେ ଫରହାନ

ବଲିଉଡ୍‌ରେ ଓ୍ବିଙ୍ଗ୍‌ କମାଣ୍ଡର ରାକେଶ ଶର୍ମାଙ୍କ ବାୟୋପିକ୍‌ ନିର୍ମାଣକୁ ନେଇ ଗତ କିଛି ବର୍ଷ ହେବ ଚର୍ଚ୍ଚା ହେଉଛି। ଫିଲ୍ମର ପ୍ରମୁଖ ଚରିତ୍ର ପାଇଁ ଶାହାରୁଖ୍‌...

ଆଫେୟାର ପାଇଁ ଚର୍ଚ୍ଚିତ ସୁଶାନ୍ତ

ବଲିଉଡ୍‌ର ଭର୍ସାଟାଇଲ ଯୁବ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟାରେ ସ୍ତବ୍ଧ ହୋଇଯାଇଛି ସିନେ ଜଗତ। ‘କଠିନ ସମୟରେ ଆତ୍ମହତ୍ୟା ବିକଳ୍ପ ନୁହେଁ, ବରଂ ନିଷ୍ଠା...

୧୫ ମିନିଟ ପାଇଁ ୪ କୋଟି ନେବେ ଉର୍ବଶୀ

ବର୍ଷ ୨୦୨୦ ଶେଷ ହେବାକୁ ଆଉ ମାତ୍ର ଗୋଟିଏ ଦିନ ବାକି ରହିଲା। ନୂଆ ବର୍ଷ ୨୦୨୧ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ନୂଆବର୍ଷରେ ଏକ...

ପରଲୋକରେ ଶ୍ରୀ ଗଣେଷ ଫେମ୍‌ ଅଭିନେତା ଜଗେଶ ମୁକାତି

ମୁମ୍ବାଇ,୧୧।୬: ଟେଲି କଳାକାର ତଥା ଶ୍ରୀ ଗଣେଷ ଫେମ୍‌ ଅଭିନେତା ଜଗେଶ ମୁକାତିଙ୍କ ନିଧନ ହୋଇଛି। ନିଃଶ୍ୱାସ ନେବାରେ କଷ୍ଟ ଅନୁଭବ ହେବାରୁ ତାଙ୍କୁ ହସ୍ପିଟାଲରେ...

ପୁଅର ଫିଲ୍ମ ଦେଖି କାନ୍ଦି ପକାଇଥିଲେ ଜାଭେଦ୍‌ ଅଖତର…

ମୁମ୍ବାଇ,୧୭।୧: ଗୀତିକାର ଜାଭେଦ୍‌ ଅଖତର୍‌ଙ୍କୁ ରବିବାର ୭୬ ବର୍ଷ ପୂରଣ ହୋଇଛି। ସେ ୭୭ ବର୍ଷରେ ପାଦ ଦେଇଛନ୍ତି। ସେ ୧୯୪୫ ଜାନୁୟାରୀ ୧୭ରେ ଗ୍ବାଲିୟରଠାରେ...

କରନ୍‌ଙ୍କ ଶୋ’ର ପ୍ରଥମ ଅତିଥି ହେବେ ଆଲିଆ-ରଣବୀର

ବମ୍ବେ: ଟେଲିପରଦାରେ ନୁହେଁ ବରଂ ଓଟିଟି ପ୍ଲାଟଫର୍ମରେ ଦେଖିବାକୁ ମିଳିବ ନିର୍ଦ୍ଦେଶକ କରନ୍‌ ଜୋହରଙ୍କ ଲୋକପ୍ରିୟ ଶୋ’ ‘କଫି ଉଇଥ୍‌ କରନ୍‌’। ପ୍ରଥମେ ଏହା ଆଉ...

ଅତିଥିଙ୍କ ତାଲିକା ଶେୟାର କଲେ ଆଲିଆଙ୍କ ଭାଇ

ଅଭିନେତ୍ରୀ ଆଲିଆ ଭଟ୍ଟ ଏବଂ ରଣବୀର କପୁରଙ୍କ ବିବାହକୁ ନେଇ ଚର୍ଚ୍ଚା ଜୋର ଧରିଛି। ମେନୁ ଠାରୁ ଆରମ୍ଭ କରି ଅତିଥିମାନଙ୍କ ତାଲିକା ପର୍ଯ୍ୟନ୍ତ ପ୍ରଶଂସକ...

Advertisement
Archives

Model This Week