Posted inଖେଳ

ପ୍ରିମିୟର ବ୍ୟାଡମିଣ୍ଟନ ଲିଗ୍‌ ଖେଳାଳି ନିଲାମ: ସିନ୍ଧୁ, ତାଇ ସବୁଠାରୁ ଦାମୀ

ନୂଆଦିଲ୍ଲୀ,୨୭।୧୧(ପି.ଟି.)- ପ୍ରିମିୟମ ବ୍ୟାଡମିଣ୍ଟନ ଲିଗ୍‌ (ପିବିଏଲ) ପଞ୍ଚମ ସସ୍କରଣ ପାଇଁ ଏଠାରେ ଖେଳାଳି ନିଲାମ ଅନୁଷ୍ଠିତ ହୋଇଯାଇଛି। ବିଶ୍ୱ ଚାମ୍ପିୟନ ପି.ଭି. ସିନ୍ଧୁଙ୍କୁ ସର୍ବାଧିକ ୭୭ ଲକ୍ଷ ଟଙ୍କା ବିନିମୟରେ ହାଇଦ୍ରାବାଦ ହଣ୍ଟର୍ସ କ୍ରୟ କରିଛି। ସେହିପରି ବିଶ୍ୱର ୧ ନମ୍ବର ମହିଳା ଖେଳାଳି ଚାଇନିଜ୍‌ ତାଇପେଇର ତାଇ ଜୁ ୟିଙ୍ଗ୍‌ ମଧ୍ୟ ୭୭ ଲକ୍ଷ ଟଙ୍କାରେ ବିକ୍ରି ହୋଇଛନ୍ତି। ତାଙ୍କୁ ଗତ ସଂସ୍କରଣର ଚାମ୍ପିୟନ ବେଙ୍ଗାଲୁରୁ ରାପ୍ଟର୍ସ କ୍ରୟ କରିଛି। ତାଇକୁ କ୍ରୟ କରିବା ପାଇଁ ବେଙ୍ଗାଲୁରୁକୁ ପୁଣେ ୭ ଆସେସ୍‌ ସହ କଡ଼ା ପ୍ରତିଦ୍ୱନ୍ଦ୍ୱିତା କରିବାକୁ ପଡିଥିଲା।
ସେହିପରି ଅନ୍ୟତମ ଭାରତୀୟ ତାରକା ବି. ସାଇ ପ୍ରଣୀତଙ୍କୁ ୩୨ ଲକ୍ଷ ଟଙ୍କା ବିନିମୟରେ ବେଙ୍ଗାଲୁରୁ ବଜାୟ ରଖିଛି। ସେହିପରି ବି. ସୁମୀତ ରେଡ୍ଡୀ ୧୧ ଲକ୍ଷ ଟଙ୍କା ବିନିମୟରେ ଚେନ୍ନାଇ ସୁପରଷ୍ଟାରଜ୍‌ ଦଳରେ ସ୍ଥାନ ବଜାୟ ରଖିଛନ୍ତି। ସେହିପରି ଚିରାଗ ଶେଟ୍ଟୀ ୧୫.୫୦ ଲକ୍ଷ ଟଙ୍କା ବିନିମୟରେ ପୁଣେ ୭ ଆସେସ୍‌ ଦଳରେ ପୂର୍ବପରି ରହିଛନ୍ତି। ବିଶ୍ୱର ୯ ନମ୍ବର ମହିଳା ସିଙ୍ଗିଲ୍ସ ଖେଳାଳି ବେଇଓ୍ବାନ ଝାଙ୍ଗ ୩୯ ଲକ୍ଷ ଟଙ୍କା ବିନିମୟରେ ଅବଧ ଓ୍ବାରିୟର୍ସ ଦଳରେ ସ୍ଥାନ ବଜାୟ ରଖିଛନ୍ତି। ଜାତୀୟ ବ୍ୟାଡମିଣ୍ଟନ କୋଚ୍‌ ପୁଲେଲା ଗୋପୀଚାନ୍ଦଙ୍କ ଝିଅ ଗାୟତ୍ରୀ ଗୋପିଚାନ୍ଦଙ୍କୁ ଚେନ୍ନାଇ ସୁପରଷ୍ଟାରଜ୍‌ କ୍ରୟ କରିଛି। ସେହିପରି ଆସାମର ଯୁବ ବ୍ୟାଡମିଣ୍ଟନ ଖେଳାଳି ଅସ୍ମିତା ଚଲିଆଙ୍କୁ ତାଙ୍କ ଘରୋଇ ଦଳ ନର୍ଥ ଇଷ୍ଟର୍ନ ଓ୍ବାରିୟର୍ସ ୩ ଲକ୍ଷ ଟଙ୍କାରେ କ୍ରୟ କରିଛି।
ଏଥର ପିବିଏଲ୍‌ ପଞ୍ଚମ ସଂସ୍କରଣରେ ଅଲିମ୍ପିକ୍ସ ବ୍ରୋଞ୍ଜ୍‌ ପଦକ ବିଜୟିନୀ ସାଇନା ନେହ୍ବାଲ ଓ କିଡାମ୍ବୀ ଶ୍ରୀକାନ୍ତଙ୍କୁ ଖେଳୁଥିବାର ଦେଖିବାକୁ ମିଳିବ ନାହିଁ। ଅନ୍ତର୍ଜାତୀୟ କ୍ୟାରିୟରକୁ ଆଗକୁ ବଢ଼ାଇବା ପାଇଁ ଏହି ଦୁଇ ତାରକା ଏଥର ପିବିଏଲ୍‌ରୁ ଓହରିଯାଇଛନ୍ତି। ସାଇ ପ୍ରଣୀତ, ଲକ୍ଷ୍ୟ ସେନ ଓ ପୁରୁଷ ଡବଲ୍ସ ଯୋଡି ସାତ୍ତ୍ୱିକ ସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ଶେଟ୍ଟୀ ଏହି ନିଲାମରେ ସମିଲ ହୋଇଥିଲେ। ଜାନୁୟାରୀ ୨୦ରୁ ଫେବୃୟାରୀ ୯ ତାରିଖ ମଧ୍ୟରେ ଆୟୋଜନ ହେବାକୁ ଥିବା ଏହି ଲିଗ୍‌ରେ ମୋଟ ୭୪ ଜଣ ଭାରତୀୟ ଖେଳାଳି ସାମିଲ ରହିଛନ୍ତି। ୨୧ ଦିନଧରି ଚାଲିବାକୁ ଥିବା ଏହି ଲିଗ୍‌ର ମ୍ୟାଚ୍‌ଗୁଡିକ ବେଙ୍ଗାଲୁରୁ, ଚେନ୍ନାଇ, ହାଇଦ୍ରାବାଦ ଓ ଲକ୍ଷ୍ନୌରେ ଖେଳାଯିବ।
ପ୍ରତ୍ୟେକ ଫ୍ରାଞ୍ଚାଇଜ୍‌ ୨ କୋଟି ଟଙ୍କା ଖର୍ଚ୍ଚ କରିପାରିବେ। ତେବେ ଜଣେ ଖେଳାଳିଙ୍କ ପାଇଁ ଦଳଗୁଡିକ ୭୭ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ଖର୍ଚ୍ଚ କରିପାରିବେ ନାହିଁ। ପ୍ରତ୍ୟେକ ଦଳରେ ସର୍ବାଧିକ ୬ଜଣ ବିଦେଶୀ ଓ ଅତିକମ୍‌ରେ ୩ଜଣ ମହିଳା ଖେଳାଳି ସାମିଲ ରହିପାରିବେ। ପ୍ରତ୍ୟେକ ଦଳରେ ୧୧ରୁ ଅଧିକ ଖେଳାଳି ସାମିଲ ହୋଇପାରିବେ ନାହଁ। ଲିଗ୍‌ର ଫର୍ମାଟରେ କୌଣସି ପରିବର୍ତ୍ତନ ହେବ ନାହିଁ। ପ୍ରତ୍ୟେକ ଟାଇ ୫ଟି ମ୍ୟାଚ୍‌ ସାମିଲ ହେବ। ଦୁଇଟି ପୁରୁଷ ସିଙ୍ଗଲ୍ସ, ଗୋଟିଏ ମହିଳା ସିଙ୍ଗଲ୍ସ, ଗୋଟିଏ ପୁରୁଷ ଡବଲ୍ସ ଓ ଗୋଟିଏ ମିକ୍ସଡ୍‌ ଡବଲ୍ସ ମ୍ୟାଚ୍‌ ଖେଳାଯିବ।
ଫ୍ରାଞ୍ଚାଇଜ୍‌ ସଂଖ୍ୟା ୭: ଅବୋଧ ଓ୍ବାରିୟର୍ସ (ଲକ୍ଷ୍ନୌ), ବେଙ୍ଗାଲୁରୁ ରାପ୍ଟର୍ସ (ବେଙ୍ଗାଲୁରୁ), ମୁମ୍ବାଇ ରକେଟର୍‌ସ (ମୁମ୍ବାଇ), ହାଇଦ୍ରାବାଦ ହଣ୍ଟର୍ସ (ହାଇଦ୍ରାବାଦ), ଚେନ୍ନାଇ ସୁପରଷ୍ଟାରଜ (ଚେନ୍ନାଇ), ନର୍ଥ ଇଷ୍ଟର୍ନ ଓ୍ବାରିୟର୍ସ (ନର୍ଥ ଇଷ୍ଟ) ଓ ପୁଣେ ୭ ଏସେସ୍‌ (ପୁଣେ)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟି୨୦ ବିଶ୍ୱକପ ମଝିରେ ସ୍ତ୍ରୀଙ୍କଠାରୁ ଅଲଗା ହେଲେ ଏହି କ୍ରିକେଟର୍‌: ଛାଡ଼ପତ୍ର ପରେ…

ନୂଆଦିଲ୍ଲୀ,୨୧।୨: ୨୦୨୬ ଟି୨୦ ବିଶ୍ୱକପ ମଧ୍ୟରେ ଭାରତୀୟ ଦଳରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଟିମ ଇଣ୍ଡିଆର ଷ୍ଟାର ସ୍ପିନର ରାହୁଲ ଚହରଙ୍କ ଛାଡ଼ପତ୍ର ହୋଇଛି।…

ଆଜିଠୁ ସୁପର-୮ ପର୍ଯ୍ୟାୟ: ନ୍ୟୁଜିଲାଣ୍ଡକୁ ଭେଟିବ ପାକିସ୍ତାନ

କଲମ୍ବୋ, ୨୧ା୨:ଚଳିତ ଟି୨୦ କ୍ରିକେଟ୍‌ ବିଶ୍ୱକପ୍‌ର ସୁପର-୮ ପର୍ଯ୍ୟାୟ ଶନିବାର ଆରମ୍ଭ ହେବ। କଲମ୍ବୋର ପ୍ରେମଦାସା ଷ୍ଟାଡିୟମରେ ପରସ୍ପରର ସମ୍ମୁଖୀନ ହେବେ ନ୍ୟୁଜିଲାଣ୍ଡ ଓ ପାକିସ୍ତାନ। ନ୍ୟୁଜିଲାଣ୍ଡ…

ଟି-୨୦ ବିଶ୍ୱକପ ମ୍ୟାଚରେ ଭାରତ-ପାକିସ୍ତାନ ମ୍ୟାଚକୁ ନେଇ ସ୍ଥାପନ ହେଲା ନୂଆ ‘ବିଶ୍ୱ ରେକର୍ଡ’, ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ

ନୂଆଦିଲ୍ଲୀ,୨୦।୨: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଟି-୨୦ ବିଶ୍ୱକପ ୨୦୨୬ ମ୍ୟାଚ ୧୫ ଫେବୃଆରୀରେ ଖେଳାଯାଇଥିଲା। ଟିମ ଇଣ୍ଡିଆ ଏହି ମ୍ୟାଚକୁ ୬୧ ରନରେ ଏକ ବଡ଼…

ସୁପର ୮ରେ ଟିମ ଇଣ୍ଡିଆର ପ୍ଲେଇଂ ଇଲେଭେନରୁ ବାଦ ପଡିପାରନ୍ତି ଅଭିଷେକ ଶର୍ମାଙ୍କ ସମେତ ଏହି ୩ ଖେଳାଳି, ନାମ ଜାଣିଲେ ବିଶ୍ୱାସ ହେବନି

ନୂଆଦିଲ୍ଲୀ,୨୦।୨: ୨୦୨୬ ଟି୨୦ ବିଶ୍ୱକପର ସୁପର ୮ ପର୍ଯ୍ୟାୟ ଫେବୃଆରୀ ୨୧ରେ ଆରମ୍ଭ ହେଉଛି। ପରବର୍ତ୍ତୀ ପର୍ଯ୍ୟାୟକୁ ଯାଉଥିବା ସମସ୍ତ ଆଠଟି ଦଳକୁ ଚାରିଟି ଦଳରେ ବିଭକ୍ତ…

ଟି-୨୦ ବିଶ୍ୱକପ୍‌ରେ ପୁଣି ହେବ କି ଭାରତ-ପାକିସ୍ତାନ ମ୍ୟାଚ୍‌: ଜାଣନ୍ତୁ କ’ଣ ରହିଛି ସମୀକରଣ

ନୂଆଦିଲ୍ଲୀ,୨୦।୨: ଟି୨୦ ବିଶ୍ୱକପର ୨୭ତମ ଲିଗ ମ୍ୟାଚ ଭାରତ ଏବଂ ପାକିସ୍ତାନ ମଧ୍ୟରେ କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଇଥିଲା। ଟିମ ଇଣ୍ଡିଆ ଏହି ମ୍ୟାଚକୁ ୬୧…

ନିଜ ନିଜ ଭିତରେ ଲଢିଲେଣି ପାକିସ୍ତାନ ଖେଳାଳି, ଏବେ ଶାହିଦ ଆଫ୍ରିଦି ଶାଦାବଙ୍କୁ ଗାଳି ଦେଇ କହିଲେ, ‘ପୁଅ, ତୁମେ…’

ନୂଆଦିଲ୍ଲୀ,୨୦।୨: ୨୦୨୬ ଟି୨୦ ବିଶ୍ୱକପର ସୁପର ୮ ପାଇଁ ଯୋଗ୍ୟତା ଅର୍ଜନ କରିବା ପରେ, ପାକିସ୍ତାନୀ କ୍ରିକେଟର ଶାଦାବ ଖାନ ବ୍ୟଙ୍ଗାତ୍ମକ ମନ୍ତବ୍ୟ ଦେଇଥିଲେ ଏବଂ ନିଜ…

୩ ଥର ଶୂନ୍ୟରେ ଆଉଟ ହେବାରୁ ଅଭିଷେକଙ୍କୁ ଏମିତି କହିଲେ ପାକିସ୍ତାନର ପୂର୍ବତନ କ୍ରିକେଟର

ନୂଆଦିଲ୍ଲୀ,୨୦।୨: ପୂର୍ବତନ ପାକିସ୍ତାନ ଖେଳାଳି ମହମ୍ମଦ ଆମିର ଅଭିଷେକ ଶର୍ମାଙ୍କ ବିଷୟରେ କହିଥିଲେ ଯେ ସେ କେବଳ ଜଣେ ଚଳ ଚଞ୍ଚଳ ଖେଳାଳି। ଏହି ବକ୍ତବ୍ୟକୁ ବହୁଳ…

ସେମିଫାଇନାଲରୁ ବାଦ୍‌ ପଡ଼ିବ ଟିମ୍‌ ଇଣ୍ଡିଆ: ଏହି କ୍ରିକେଟର୍‌ କଲେ ବଡ଼ ଭବିଷ୍ୟବାଣୀ

ନୂଆଦିଲ୍ଲୀ,୨୦।୨: ICC ଟି୨୦ ବିଶ୍ୱକପ ୨୦୨୬ର ସୁପର ୮ ରାଉଣ୍ଡ ଫେବୃଆରୀ ୨୧ରେ ଆରମ୍ଭ ହେବାକୁ ଯାଉଛି। ଏଥିରେ ୮ଟି ଦଳ ସେମିଫାଇନାଲରେ ସ୍ଥାନ ପାଇବା ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri