ପ୍ରାକୃତିକ ବାଲିସ୍ତୂପ ଉଭାନ୍‌ : ମାଡ଼ିଆସୁଛି ଅଶାନ୍ତ ସମୁଦ୍ର

କାକଟପୁର,୧୨ା୮: ବିସ୍ତୀର୍ଣ୍ଣ ସମୁଦ୍ର ତଟ ପାଇଁ ପୁରୀ ଜିଲା ପର୍ଯ୍ୟଟନ ମାନଚିତ୍ରରେ ବିଶେଷ ସ୍ଥାନ ଅଧିକାର କରିଛି। ମାତ୍ର ଗତ କେତେ ବର୍ଷ ଧରି ପୁରୀ ସମୁଦ୍ର ତଟ ସହ ଅସ୍ତରଙ୍ଗ ଏବଂ କୋଣାର୍କ ଉପକୂଳରେ ସମୁଦ୍ର କୂଳଲଙ୍ଘି ସ୍ଥଳଭାଗମୁହାଁ ହୋଇଛି। ଫଳରେ ସୁନ୍ଦର ବେଳାଭୂମି ନଷ୍ଟ ହେବାସହ ଉପକୂଳବାସୀ ଆତଙ୍କିତ ଅବସ୍ଥାରେ ରହିଛନ୍ତି। ପୂର୍ବରୁ ସମୁଦ୍ରକୂଳମାନଙ୍କରେ ରହିଥିବା ପ୍ରାକୃତିକ ବାଲିସ୍ତୂପ ଗୁଡ଼ିକ ଧ୍ୱଂସ ହୋଇଯିବାରୁ ଧୀରେ ଧୀରେ ସମୁଦ୍ର ସ୍ଥଳଭାଗ ମୁହାଁ ହେଉଛି। ଲଘୁଚାପ ସମୟରେ ସମୁଦ୍ର ଅଧିକ ଅଶାନ୍ତ ରହୁଥିବାରୁ ଏହି ସମୟରେ ସମୁଦ୍ର ଉପକୂଳଆଡ଼କୁ ମାଡ଼ିଆସୁଛି। ଯଦିକେବେ ସୁନାମି ପରିସ୍ଥିତି ସୃଷ୍ଟି ହୁଏ ତେବେ ଅସ୍ତରଙ୍ଗ ଓ କାକଟପୁର ବ୍ଳକର ସମୁଦାୟ ୩୨ଟି ଗ୍ରାମ ସମୁଦ୍ରରେ ଲୀନ ହେବା ଆଶଙ୍କା ସୃଷ୍ଟି ହୋଇଛି। ସରକାର କେବଳ ଏହି ଗାଁ ଗୁଡ଼ିକ ସୁନାମିପ୍ରବଣ ଗାଁ ଭାବେ ଚିହ୍ନଟ କରି ଚୁପ୍‌ଚାପ ବସିଯାଇଥିବା କ୍ଷୋଭର ସହ କୁହନ୍ତି ଉଦୟକଣି ଗ୍ରାମର କାଳନ୍ଦୀ ପ୍ରଧାନ ଓ ସୁବାସ ପ୍ରଧାନ। ଅସ୍ତରଙ୍ଗ ବ୍ଲକର ବଳଭଦ୍ରପୁର, ଗୁଣ୍ଡଳବା, ଛୁରୀଅନା, ଡାଳୁଅକଣି, ବେଲେଶ୍ୱର, କେଉଟଜଙ୍ଗା, ତଣ୍ଡାହାର, ଉଦୟକଣି, ଛେନୁ, କଟକଣା, ବାଘଡ଼ିଆ ପ୍ରଭୃତି ଗ୍ରାମ ଗୁଡ଼ିକ ବଙ୍ଗୋପସାଗର କୂଳରେ ଅବସ୍ଥିତ। ଏହି ସବୁ ଗ୍ରାମର ବାସିନ୍ଦା ସରକାରଙ୍କୁ ଏଦିଗରେ ତୁରନ୍ତ ପଦକ୍ଷେପ ନେବାପାଇଁ ଅନୁରୋଧ କରିଛନ୍ତି।
ଗତ ୧୯୯୯ ମହାବାତ୍ୟାରେ ଉପକୂଳ ଅଞ୍ଚଳରେ ଥିବା ଘଞ୍ଚ ଝାଉଁ ଜଙ୍ଗଲ ଓ କିଆବାଡ଼ ଧ୍ୱସ୍ତ ବିଧ୍ୱସ୍ତ ହୋଇଯାଇଥିଲା। ଏହାପରଠାରୁ ପ୍ରାକୃତିକ ବାଲିସ୍ତୂପ କ୍ରମଶଃ କ୍ଷୟ ହେବା ଆରମ୍ଭ କରିଥିଲା। ବିଗତ ୨୦ ବର୍ଷ ମଧ୍ୟରେ ଏହା କ୍ଷୟ ହୋଇ ଏବେ ପ୍ରାୟ ଉଭାନ ହୋଇଗଲାଣି। କିଆବାଡ଼ ମଧ୍ୟ ଆଉ ଦେଖିବାକୁ ମିଳୁନି। ଗ୍ରୀଷ୍ମରୁତୁରେ ଆପେ ଆପେ ସୃଷ୍ଟି ହେଉଥିବା ପ୍ରାକୃତିକ ବାଲିସ୍ତୂପକୁ ବାଲିମାଫିଆମାନେ ବେଆଇନ ଭାବେ ଖୋଳି ନେଇଯାଉଛନ୍ତି। ଶୀଘ୍ର ବନବିଭାଗ ଓ ପ୍ରଶାସନ ଏହାର ସୁରକ୍ଷା ପାଇଁ କୌଣସି ପଦକ୍ଷେପ ଗ୍ରହଣ ନ କଲେ ଉପକୂଳବର୍ତ୍ତୀ ଗାଁଗୁଡ଼ିକ ସମୁଦ୍ର ଗର୍ଭରେ ଲୀନ ହେବ ବୋଲି ପରିବେଶବିଦ୍‌ ପଣ୍ଡିତ ତ୍ରିଲୋଚନ ମିଶ୍ର କହିଛନ୍ତି। ଏହା ସହ ସମୁଦ୍ରକୂଳିଆ ଗାଁର ମହିଳା ସଂଘ, ଯୁବକ ସଂଘ ଗୁଡ଼ିକୁ ଆର୍ଥିକ ସହାୟତା ଯୋଗାଇ ଦେଇ ଝାଉଁ ଜଙ୍ଗଲ ଓ କିଆବୁଦା ସୃଷ୍ଟି ପାଇଁ ପ୍ରୋତ୍ସାହିତ କରାଯିବାର ଆବଶ୍ୟକତା ରହିଛି। ସେହିପରି ବେଆଇନ ବାଲି ଚୋରା ଚାଲଣ ରୋକିବା ଦିଗରେ ରାଜସ୍ବ ବିଭାଗ ମଧ୍ୟ ଯତ୍ନବାହନ ହେବା ଜରୁରୀ ହୋଇପଡ଼ିଛି। ଏ ସମ୍ପର୍କରେ ଅସ୍ତରଙ୍ଗ ବନାଞ୍ଚଳ ଦାୟିତ୍ୱରେ ଥିବା କୋଣାର୍କ ରେଞ୍ଜର ଆଦିତ୍ୟ କୁମାର ମିଶ୍ରଙ୍କୁ ପଚାରିବାରେ ଅସ୍ତରଙ୍ଗ ବ୍ଲକର ତଣ୍ଡାହାରଠାରେ ୭୦୦ମିଟର ଲମ୍ବାର କିଆବାଡ଼ ନିର୍ମାଣ କରାଯାଉଛି। ଏହାଦ୍ୱାରା ପ୍ରାକୃତିକ ବାଲିସ୍ତୂପ ସୃଷ୍ଟି ହୋଇ ଅଶାନ୍ତ ସମୁଦ୍ର ଢେଉକୁ ପ୍ରତିରୋଧ କରାଯାଇପାରିବ। ଅନୁଦାନ ମିଳିଲେ ଅନ୍ୟଅଞ୍ଚଳରେ ମଧ୍ୟ ଝାଉଁ ଜଙ୍ଗଲ ଓ କିଆବାଡ଼ ପ୍ରସ୍ତୁତ କରାଯିବ। କୋଣାର୍କର ତେଲଗୁ ବସ୍ତି ଅଞ୍ଚଳ ଏବଂ କୋଣାର୍କ-ପୁରୀ ମେରାଇନ ଡ୍ରାଇଭ ଅଞ୍ଚଳରେ ମଧ୍ୟ ସମୁଦ୍ର କୂଳ ଲଙ୍ଘୁଛି। ପୁରୀଠାରୁ ଅସ୍ତରଙ୍ଗ ପର୍ଯ୍ୟନ୍ତ ସମୁଦ୍ର କୂଳେ କୂଳେ ଝାଉଁ ଜଙ୍ଗଲ ଓ କିଆବାଡ଼ ସୃଷ୍ଟି କରାଯାଇ ଉପକୂଳ ଅଞ୍ଚଳକୁ ସମୁଦ୍ରରେ ଲୀନ ହେବାରୁ ବଞ୍ଚାଇବାକୁ ସାଧାରଣରେ ଦାବି ହେଉଛି।

କେମିତି ତିଆରି ହୋଇଥାଏ ବାଲିସ୍ତୂପ
ସାମାଜିକ କର୍ମୀ ବିଚିତ୍ରାନନ୍ଦ ବିଶ୍ୱାଳ କୁହନ୍ତି, ଗ୍ରୀଷ୍ମ ରୁତୁରେ ବାଲି ଉତ୍ତପ୍ତ ହୋଇ ହାଲୁକା ହୋଇଯିବାରୁ ପବନରେ ସ୍ଥଳଭାଗକୁ ଉଡ଼ି ଆସିଥାଏ। ସମୁଦ୍ରକୂଳରେ ଥିବା ଝାଉଁ ଜଙ୍ଗଲ ଓ କିଆବାଡ଼ରେ ବାଲି ସବୁ ବାଜି ସେଠାରେ ଗଦାହୋଇ ପ୍ରାକୃତି ବାଲିସ୍ତୂପ ନିର୍ମାଣ ହୋଇଥାଏ। ବର୍ଷା ରୁତୁରେ ସମୁଦ୍ର ଅଶାନ୍ତ ହେଲେ ଏହି ପ୍ରାକୃତିକ ବାଲିସ୍ତୂପ ପ୍ରତିରୋଧ କରି କ୍ଷୟ ହେଉଥିବାବେଳେ ସମୁଦ୍ର ଢ଼େଉକୁ ସ୍ଥଳଭାଗ ମୁହଁା ହେବାକୁ ଦେଇ ନ ଥାଏ। ପ୍ରତିବର୍ଷ ଗ୍ରୀଷ୍ମ ରୁତୁରେ ପ୍ରାକୃତିକ ବାଲିସ୍ତୂପ ଆପେ ଆପେ ତିଆରି ହୋଇଥାଏ ଓ ବର୍ଷା ରୁତୁରେ ସମୁଦ୍ର ଗର୍ଭରେ ଲୀନ ହୋଇଥାଏ। ସ୍ଥାନେ ସ୍ଥାନେ ସମୁଦ୍ର ଢ଼େଉ ବାଲିସ୍ତୂପ ସ୍ପର୍ଷ କରିପାରେ ନାହିଁ। ସେହି ପ୍ରାକୃତିକ ବାଲିସ୍ତୂପମାନଙ୍କରେ ରାବଣ ନିଶ ନାମକ କଣ୍ଟା ଜାତୀୟ ଗୁଳ୍ମ ଉଠି ଚେର ଦ୍ୱାରା ବାଲିସ୍ତୂପକୁ ମଜଭୁତ କରିଥାଏ। ପରବର୍ତ୍ତୀ ସମୟରେ ସମୁଦ୍ରଢ଼େଉ ବାଲିସ୍ତୂପ ନିକଟକୁ ମାଡ଼ିଆସିଲେ ମଧ୍ୟ ବାଲିସ୍ତୂପ କ୍ଷୟ ହୁଏନାହିଁ। ଏହି ପ୍ରାକୃତିକ ବାଲିସ୍ତୂପ ବିଭିନ୍ନ ପ୍ରଜାତିର ବିଲୁଆ, କୋକିଶିଆଳୀ, ଗୋଧି, ଶାଳିଆ ପତନୀ, ମୂଷା ପ୍ରଭୃତିଙ୍କ ନିରାପଦ ଆଶ୍ରୟସ୍ଥଳ ପାଲଟିଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ

ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri