Posted inଖେଳ

ପ୍ରଶ୍ନ ଶୁଣି ରାଗିଲେ ବିରାଟ

ଖ୍ରୀଷ୍ଟଚର୍ଚ୍ଚ,୨ା୩(ପି.ଟି.)- ଭାରତୀୟ ଅଧିନାୟକ ବିରାଟ କୋହଲି ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟର ଦ୍ୱିତୀୟ ଦିନରେ ଘରୋଇ ଦଳର ଅଧିନାୟକ କେନ ଓ୍ବିଲିୟମସନ ଆଉଟ୍‌ ହେବା ପରେ ଉତ୍ତେଜନାମୂଳକ ପ୍ରତିକ୍ରିୟା ଦେଇଥିଲେ। ଏ ଘଟଣାରେ ମ୍ୟାଚ୍‌ ରେଫରି ରଞ୍ଜନ ମଦୁଗଲେଙ୍କ କିଛି ଅସୁବିଧା ନାହିଁ। କିନ୍ତୁ ଏ ସମ୍ପର୍କରେ ପ୍ରଶ୍ନ କରାଯିବାରୁ କୋହଲି ସର୍ବଦା ଉତ୍ସାହିତ ହୋଇ କ୍ରିକେଟ ଖେଳନ୍ତି ବୋଲି ଓ୍ବିଲିୟମସନ କହିଥିଲେ। ଭାରତୀୟ ଦଳ ସୋମବାର ଦ୍ୱିତୀୟ ଟେଷ୍ଟରେ ପରାସ୍ତ ହେବା ପରେ ଜଣେ ସ୍ଥାନୀୟ ଖବରଦାତା ଉକ୍ତ ଘଟଣା ଉପରେ କୋହଲିଙ୍କ ମତାମତ ମାଗିଥିଲେ। ଏଥିରେ ଭାରତୀୟ ଅଧିନାୟକ ରାଗି ଯାଇ କହିଥିଲେ, ଘଟଣାର ସମ୍ପୂର୍ଣ୍ଣ ତଥ୍ୟ ବିନା ଏଭଳି ପ୍ରଶ୍ନ କରାଯାଏ ନାହିଁ। ଯଦି ତୁମେ ବିବାଦ ସୃଷ୍ଟି କରିବାକୁ ଚାହୁଁଛ, ଏହା ଉଚିତ ସ୍ଥାନ ନୁହେଁ। ମୁଁ ଘଟଣା ସମ୍ପର୍କରେ ମ୍ୟାଚ୍‌ ରେଫରି ମଦୁଗଲେଙ୍କ ସହ ଆଲୋଚନା କରିଛି, ଆଉ ତାଙ୍କର ଏସମ୍ପର୍କରେ କିଛି କରିବାର ନାହିଁ ବୋଲି କୋହଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କୋହଲିଙ୍କୁ କୋଚିଂ ଫି’ ମାଗିଲେ ଏହି ଫୁଟବଲ୍‌ ଖେଳାଳି

ମୁମ୍ବାଇ,୨୬।୫: ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ସେ ଫୁଟବଲ ଖେଳୁଥିବାର ନଜର ଆସିଛନ୍ତି।...

ରୁଦ୍ଧଦ୍ୱାର ମ୍ୟାଚ ଯୋଗୁ ଫାଇଦାରେ ରହିବ ଓ୍ବେଷ୍ଟଇଣ୍ଡିଜ

ମାଞ୍ଚେଷ୍ଟର, ୧୫ା୬ (ପି.ଟି.)-ଆସନ୍ତା ମାସରେ ଅନ୍ତର୍ଜାତୀୟ କ୍ରିକେଟ ଫେରିବ। ସେତେବେଳେ ଇଂଲଣ୍ଡ ବିପକ୍ଷ ମ୍ୟାଚରେ ଓ୍ବେଷ୍ଟଇଣ୍ଡିଜ ଫାଇଦାରେ ରହିବ ବୋଲି କହିଛନ୍ତି ଭ୍ରମଣକାରୀ ଦଳ କୋଚ୍‌...

କୋଭିଡ-୧୯: ଫ୍ରେଞ୍ଚ୍‌ ଫର୍ମୁଲା-୧ ଗ୍ରାଁ ପ୍ରି ବାତିଲ

ପ୍ୟାରିସ୍‌,୨୭।୪ (ଏଏଫ୍‌ପି): କୋଭିଡ-୧୯ ସଂକ୍ରମଣ କାରଣରୁ ଫ୍ରେଞ୍ଚ୍‌ ଗ୍ରାଣ୍ଡ ପ୍ରିକ୍ସ କାର୍ଯ୍ୟସୂଚୀକୁ ବାତିଲ କରାଯାଇଛି। ସୋମବାର ଏ ନେଇ ଆୟୋଜକମାନେ ସୂଚନା ଦେଇଛନ୍ତି। ଜୁନ୍‌ ୨୮ରୁ...

ଡ୍ରାଭିଡ୍‌ ଉଇକେଟକିପିଂ କରିବା ପଛର କାରଣ

ସୌରଭ ଗାଙ୍ଗୁଲି ଭାରତୀୟ ଦଳର ଅଧିନାୟକ ଥିବାବେଳେ ଦଳ ନିୟମିତ ୪ ସ୍ପେଶାଲିଷ୍ଟ ବୋଲରଙ୍କୁ ନେଇ ଖେଳୁଥିଲା। ସେତେବେଳେ ଭାରତୀୟ ଦଳ ପାଇଁ ପ୍ରତ୍ୟେକ ମ୍ୟାଚ୍‌ରେ...

ଟ୍ରିପଲ ଜମ୍ପରେ ଭାରତ ରଚିଲା ଇତିହାସ

ବର୍ମିଂହାମ,୭।୮: ରାଜ୍ୟଗୋଷ୍ଠୀ କ୍ରୀଡାର ଟ୍ରିପଲ ଜମ୍ପ ଇଭେଣ୍ଟରେ ଭାରତୀୟ ଆଥଲେଟ୍‌ ମାନେ ରବିବାର ୨ଟି ପଦକ ଜିତିଛନ୍ତି। ଭାରତର ଏଲଡୋଜ ପଲ ଏବଂ ଅବଦୁଲ୍ଲା ଆବୁବାକର୍‌...

ପେଜାଓଲି ବେଙ୍ଗାଲୁରୁ ଏଫ୍‌ସିର ନୂଆ ମୁଖ୍ୟ କୋଚ୍‌

ମାର୍ଗାଓ, ୧୩ା୨ (ପି.ଟି.)-ଇଟାଲିର ଅଭିଜ୍ଞ ମାର୍କୋ ପେଜାଓଲି ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ) ଦଳ ବେଙ୍ଗାଲୁରୁ ଏଫ୍‌ସିର ନୂଆ ମୁଖ୍ୟ କୋଚ୍‌ ଭାବେ ନିଯୁକ୍ତ ପାଇଛନ୍ତି।...

ମାତ୍ର ୨୧ ବଲ୍‌ରେ ବଦଳିଗଲା ସମ୍ପୂର୍ଣ୍ଣ ମ୍ୟାଚ୍‌: ବିଜୟୀ ମ୍ୟାଚ୍‌ ହାରିଲା ରାଜସ୍ଥାନ

ମୁମ୍ବାଇ, ୨୦।୪: ଆଇପିଏଲରେ ୨୦୨୧ରେ ପ୍ରଥମ ମ୍ୟାଚ୍‌ ହାରିବା ପରେ ଚେନ୍ନାଇ ସୁପର କିଙ୍ଗସ (ସିଏସ୍‌କେ) ପୁଣି ଟ୍ରାକ୍‌କୁ ଫେରିଛି। ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ପ୍ରଥମ...

ବିଜୟ ସହ ମେକ୍ସିକୋ ୭ମ

ଭୁବନେଶ୍ୱର, ୧୨।୬(କ୍ରୀଡ଼ା ପ୍ରତିନିଧି): କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଏଫ୍‌ଆଇଏଚ୍‌୍‌ ସିରିଜ ଫାଇନାଲ୍ସ ହକି ଟୁର୍ନାମେଣ୍ଟରେ ବିଜୟ ସହ ଅଭିଯାନ ଶେଷ କରିଛି ମେକ୍ସିକୋ। ଯୁବ ମେକ୍ସିକୋ...

Advertisement
Archives

Model This Week