ପ୍ରଶାସନର ପରାମର୍ଶ ନ ମାନିଲେ କାର୍ଯ୍ୟାନୁଷ୍ଠାନ

ଦାରିଙ୍ଗବାଡ଼ି,୨୩।୩(ଡି.ଏନ.ଏ): କରୋନା ମୁକାବିଲା ପାଇଁ କନ୍ଧମାଳ ଜିଲା ପ୍ରଶାସନ ଦୃଢ଼ ପଦକ୍ଷେପ ନେଇଛି । ଜିଲାରେ ୧୪୪ ଧାରା ବଳବତ୍ତର ରହିଛି। ଔଷଧ ଓ ଅତ୍ୟାବଶକୀୟ ସାମଗ୍ରୀ ଦୋକାନ ଖୋଲା ରଖିବାକୁ କୁହାଯାଇଥିବା ବେଳେ ଅନ୍ୟ ସମସ୍ତ ଦୋକାନ ବଜାର ବନ୍ଦ ରଖିବାକୁ ନିର୍ଦ୍ଦେଶ ହୋଇଛି। ଏଥିରେ ଖିଲାପ କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସୋମବାର ଦାରିଙ୍ଗବାଡ଼ି ବ୍ଲକ ସଭାଗୃହରେ କରୋନା ମୁକାବିଲା ନେଇ ଏକ ବୈଠକ ପ୍ରୋବେଶନ ଆଇଏଏସ ଶୁଭଙ୍କର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ା ଏଥିରେ ନୂତନ ଭାବେ ଯୋଗ ଦେଇଥିବା ବିଡିଓ ଡ. ଜଗଦୀଶ ଷଡ଼ଙ୍ଗୀ, ତହସିଲଦାର ନିତିଶ ତ୍ରିପାଠୀ, ଦାରିଙ୍ଗବାଡ଼ି ଥାନା ଅଧିକାରୀ କୌଶିକ ମାଝି, ବ୍ରାହ୍ମଣୀଗାଁ ଥାନା ଅଧିକାରୀ ରଞ୍ଜିତ କୁମାର ମୁନୀ, ସିମନବାଡ଼ି ବନାଞ୍ଚଳ ଅଧିକାରୀ ସତିଶ କୁମାର ଧାରୁଆ ପ୍ରମୁଖ ଯୋଗ ଦେଇଥିଲେ । କରୋନା ମୁକାବିଲା ପାଇଁ ବ୍ଲକର ୨୫ ପଞ୍ଚାୟତ ନିମନ୍ତେ ୭ଟି ସ୍କ୍ବାର୍ଡ ଟିମ୍‌ ଗଠନ କରାଯାଇଛି । ଏହି ଟିମ ଗାଁ ଗାଁରେ ବୁଲି ଯେଉଁଠି ୧୪୪ ଧାରା ଉଲ୍ଲଂଘନ କରାଯାଉଥିବ ଏବଂ ପ୍ରଶାସନର ପରାମର୍ଶକୁ କେହି ବେଖାତିର ଦେଖିଲେ ସମ୍ପୃକ୍ତ ତୁରନ୍ତ ଗିରଫ କରାଯିବ ବୋଲି କୁହାଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ପରିବାରର ୩ ସମେତ ୪ କରୋନା ସଂକ୍ରମିତ: ଜିଲାରେ ଭୟର ବାତାବରଣ

ଜଗତ୍‌ସିଂହପୁର ଅଫିସ, ୬ା୫: ଜଗତ୍‌ସିଂହପୁର ଜିଲାକୁ ବୁଧବାର କରୋନା ଛୁଇଁଛି। ଜିଲାର ୪ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ସମସ୍ତେ ନାଉଗାଁ ବ୍ଲକ ଅଞ୍ଚଳର...

ଅମଲାପଡ଼ା ଟୁଙ୍ଗିରେ ମହିମା ମେଳା: ଖଞ୍ଜଣି ଭଜନରେ କମ୍ପିଲା ପରିବେଶ

ଢେଙ୍କାନାଳ ଅଫିସ, ୨୬।୫: ଢେଙ୍କାନାଳ ସହର ବସଷ୍ଟାଣ୍ଡ୍‌ ଅମଲାପଡ଼ାସ୍ଥିତ ୧୧୦ ବର୍ଷ ପ୍ରାଚୀନ ମହିମା ଟୁଙ୍ଗିରେ ସୋମବାର ମହାସମାରୋହରେ ମହିମା ମେଳା ପାଳିତ ହୋଇଯାଇଛି। ଅନୁଗାମୀ ପ୍ରସନ୍ନା...

ଗଞ୍ଜାମ କଲେଜ ନାମରେ ଜମି ରେକର୍ଡଭୁକ୍ତ କରିବାକୁ ବିଧାୟକଙ୍କ ଦାବି

ଗଞ୍ଜାମ,୩ା୧୨(ଡି.ଏନ୍‌.ଏ.): ବିଧାନସଭା ଅଧିବେଶନରେ ୫୦ବର୍ଷର ଗଞ୍ଜାମ ମହାବିଦ୍ୟାଳୟର ନିଜସ୍ବ ଜମି ନ ଥିବା ନେଇ ପ୍ରଶ୍ନ କରିଥିଲେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା l...

ପୋଖରୀରେ ବୁଡ଼ି ଚାଷୀ ମୃତ

ରଣପୁର,୧୮।୮(ସ୍ବ.ପ୍ର.)-ନୟାଗଡ ଜିଲା ରଣପୁର ଥାନା ସୁନାଖଳା ଫାଣ୍ଡି ଅନ୍ତର୍ଗତ ଗୋଡିକିଲୋ ଗ୍ରାମରେ ଶନିବାର ପୋଖରୀରେ ବୁଡି ଜଣେ ଚାଷୀଙ୍କ ମୃତ୍ୟୁ ହୋଇଛି। ମୃତ ଚାଷୀ ହେଲେ...

ମା’ ବଇରାସରାଣୀ କ୍ରିକେଟ: ବେହେରାପାଲି ଚାମ୍ପିୟନ

ତରଭା,୧୭ା୧୨(ଡି.ଏନ.ଏ.) ସୁବର୍ଣ୍ଣପୁର ଜିଲା ତରଭା ନିକଟସ୍ଥ ବଇରାସର ପୂର୍ତ୍ତ ଡାକବଙ୍ଗଳା ପରିସରରେ ଅନୁଷ୍ଠିତ ହୋଇଥିବା ମା ବଇରାସରାଣୀ କ୍ରିକେଟ ଟୁର୍ନାମେଣ୍ଟ ବୁଧବାର ଉଦ୍‌ଯାପିତ ହୋଇଯାଇଛି। ଗତ...

ଘରକୁ ଯାଇ ନ ପାରି ଓପାସରେ ୧୭ ଶ୍ରମିକ

ବଇଣ୍ଡା, ୨୨ା୫(ଡି.ଏନ.ଏ.)- ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ କୁରୁମଟାପ ପଞ୍ଚାୟତ ମନ୍ଦରବାହାଳ ଗ୍ରାମରେ ଚେକଡ୍ୟାମ କେନାଲ ନିର୍ମାଣରେ ନିୟୋଜିତ ୧୭ ଜଣ ଶ୍ରମିକ ଘରକୁ ଯାଇ...

୧୦୦ ଫୁଟ ଧସିଲା ପଥର ପ୍ୟାକିଂ

ଆରଡ଼ି,୨୧ା୮(ଡି.ଏନ୍‌.ଏ.)- ଲଘୁଚାପ ଜନିତ ବର୍ଷା ଯୋଗୁଁ ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକର ବୋଡ଼କଠାରେ ୨୦ନଂ. ଜାତୀୟ ରାଜପଥର ବୈତରଣୀ ନଦୀର କୟଁାଗୋଲା ସେତୁ ପାର୍ଶ୍ୱ ରାସ୍ତାରେ...

ବ୍ରିଜ୍‌ରୁ ଖସି ଜଳିଗଲା ମାଛ ବୋଝେଇ ଟ୍ରକ୍‌

ଖଲ୍ଲିକୋଟ,୨୨।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ହରିଡାମୂଳ ବ୍ରିଜ୍‌ରେ ବୁଧବାର ସକାଳେ ଦୁର୍ଘଟଣା ଘଟିଛି। ଆନ୍ଧ୍ରରୁ କଲିକତା ଅଭିମୁଖେ ଯାଉଥିବା ଏକ ମାଛ ବୋଝେଇ...

Advertisement
Archives

Model This Week