ପ୍ରବାସୀ ଶ୍ରମିକଙ୍କ ଫେରିବା ଖର୍ଚ୍ଚ ବହନ କରିବାକୁ ସୁଯୋଗ ଦିଅ

ଭୁବନେଶ୍ୱର, ୫।୫ (ବ୍ୟୁରୋ): ରାଜ୍ୟ ବାହାରେ ଫସି ରହିଥିବା ଶ୍ରମିକମାନଙ୍କୁ ଫେରାଇ ଆଣିବା ଲାଗି ଯାତ୍ରା ଖର୍ଚ୍ଚ ବହନ କରିବା ପାଇଁ କଂଗ୍ରେସ ପକ୍ଷରୁ ଘୋଷଣା କରାଯାଇଛି। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ନିରଞ୍ଜନ ପଟ୍ଟନାୟକ ସୋମବାର ଚିଠି ଲେଖି କହିଛନ୍ତି ଯେ, ଭାରତୀୟ ଜାତୀୟ କଂଗ୍ରେସ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କୁ ସହଯୋଗକରି ବାହାରେ ଫସିଥିବା ଶ୍ରମିକଙ୍କୁ ଫେରାଇ ଆଣିବାକୁ ଚାହୁଁଛି। ରାଜ୍ୟର ଶ୍ରମିକ ଏବଂ କାର୍ଯ୍ୟକର୍ତ୍ତା ହେଉଛନ୍ତି ଅର୍ଥନୀତିର ମେରୁଦଣ୍ଡ। ସେମାନଙ୍କ କଠିନ ପରିଶ୍ରମ ଦେଶର ମୂଳଦୁଆ ପକାଇଥାଏ। ଏଭଳି ସମୟରେ ପ୍ରବାସୀ ଶ୍ରମିକମାନଙ୍କୁ ଫେରିବା ଲାଗି ଟଙ୍କା ମିଳୁନାହିଁ, ଯେଉଁଥିପାଇଁ ସେମାନେ ନିଜ ଘଣ୍ଟା ଏବଂ ମୋବାଇଲ ବିକ୍ରି କରିଦେଉଛନ୍ତି। ଏହି ଅର୍ଥରେ ସେମାନେ ବସ୍‌ ଏବଂ ରେଳ ଟିକେଟ କରୁଛନ୍ତି। ଏଭଳି ସମୟରେ ସେହି ପ୍ରବାସୀ ଶ୍ରମିକଙ୍କ ଟ୍ରେନ୍‌ ଓ ବସ୍‌ ଟିକେଟ ଖର୍ଚ୍ଚ କଂଗ୍ରେସ ପକ୍ଷରୁ ବହନ କରିବାକୁ ସୁଯୋଗ ଦିଆଯାଉ। ତେଣୁ ସରକାରଙ୍କ ନିକଟରେ ବାହାରେ ଫସିଥିବା ଶ୍ରମିକଙ୍କ ଯେଉଁ ତାଲିକା ରହିଛି ତାହା ଦେବାକୁ ନିରଞ୍ଜନ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି। ଅନ୍ୟପଟେ ଟ୍ରେନ୍‌ ଟିକେଟ କିଣିବାକୁ ଅକ୍ଷମ ଥିବା ପ୍ରବାସୀ ଶ୍ରମିକଙ୍କ ସାହାଯ୍ୟ ଲାଗି ପ୍ରଦେଶ କଂଗ୍ରେସ ପକ୍ଷରୁ ହେଲ୍ପଲାଇନ ନମ୍ବର ଜାରି କରାଯାଇଛି। ୯୯୩୮୬୧୪୩୯୯, ୯୨୩୮୫୭୦୮୩୪ ନମ୍ବର ଯୋଗେ ଯୋଗାଯୋଗକରି ପ୍ରବାସୀ ଶ୍ରମିକମାନେ ସାହାଯ୍ୟ ପାଇପାରିବେ ବୋଲି ନିରଞ୍ଜନ ଟୁଇଟ୍‌ ଯୋଗେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁଣ୍ଡରେ ଉକୁଣୀ ମରା ଔଷଧ ଲଗାଇ ୫ ଅସୁସ୍ଥ

ଆରଡ଼ି,୧୦ା୬(ଡି.ଏନ୍‌.ଏ.): ମୁଣ୍ଡରେ ଉକୁଣୀ ମରା ଔଷଧ ଲଗାଇ ଗୋଟିଏ ପରିବାରର ୫ଜଣ ଅସୁସ୍ଥ ହୋଇପଡ଼ିଛନ୍ତି। ଏପରି ଘଟଣା ଘଟିଛି ଭଦ୍ରକ ଜିଲା ଆରଡି ଫାଣ୍ଡି ଅନ୍ତର୍ଗତ...

ଆହୁରି ୪ ଦିନ ବର୍ଷିବ

ଭୁବନେଶ୍ବର,୨୦।୬: ଉତ୍ତର ଓଡ଼ିଶାର ବିଭିନ୍ନ ସ୍ଥାନରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା ବେଳେ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ...

ଆଶାକର୍ମୀଙ୍କ ବେଆଇନ ନିଯୁକ୍ତିକୁ ନେଇ ଦାବିପତ୍ର

ମୁରିବାହାଲ, ୧ା୯(ଡି.ଏନ୍‌.ଏ.) ବଲାଙ୍ଗୀର ଜିଲା ଜିଲା ଆଦିବାସୀ କଲ୍ୟାଣ ସଂଘ ମୁରିବାହାଲ ଶାଖା ଓ ଯୁବ କନ୍ଧ ସମାଜ ପକ୍ଷରୁ ବେଆଇନ ଆଶାକର୍ମୀ ନିଯୁକ୍ତି ପ୍ରସଙ୍ଗରେ...

ଖୋର୍ଦ୍ଧା ଆର୍‌ଟିଓ ଅଫିସରୁ ୨ ଦଲାଲ ଗିରଫ: ୧୦୦ ଡ୍ରାଇଭିଂ ଲାଇସେନ୍ସ ଆବେଦନ ଫର୍ମ, ୮୩ହଜାର ଟଙ୍କା ଜବତ

ଖୋର୍ଦ୍ଧା ଅଫିସ,୨ା୧୦: ଦଲାଲ ଦମନ ଅଭିଯାନରେ ଖୋର୍ଦ୍ଧା ଆଦର୍ଶ ଥାନା ପୋଲିସ ୨ ଜଣ ଦଲାଲଙ୍କୁ ମଙ୍ଗଳବାର ଗିରଫ କରି ବୁଧବାର କୋର୍ଟ ଚାଲାଣ କରିଛି।...

ଅଜଣା ଜନ୍ତୁର ପାଦଚିହ୍ନକୁ ନେଇ ଆତଙ୍କ

ମହାକାଳପଡ଼ା ,୨୧ା୩ (ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ରାମନଗର ଅଞ୍ଚଳ କାଜୁ ଜଙ୍ଗଲ ମଧ୍ୟ ନଳଗୋଠ ଫାର୍ମ ରାସ୍ତାରେ ଏକ କିମି ପର୍ଯ୍ୟନ୍ତ ଏକ...

ଲେଉଟିବ ଶୀତ: ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର,୬।୧(ବ୍ୟୁରୋ): ରାଜ୍ୟରେ ପୁଣି ଥରେ ବଢ଼ିବ ଶୀତ। ସୋମବାରଠାରୁ ଶୀତର ପ୍ରକୋପ ବୃଦ୍ଧି ପାଇବା ସହ ଘନ କୁହୁଡ଼ି ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ...

ପ୍ରତିଶ୍ରୁତି ପୂରଣ କଲାନି ଏସ୍‌ଆର୍‌ ଷ୍ଟିଲ୍‌ କମ୍ପାନୀ, ଅନଶନରେ ବସିଲେ ବଡକାଳୀମାଟି ଗ୍ରାମବାସୀ

ଚମ୍ପୁଆ ୧୮ା୬(ଡି.ଏନ.ଏ.)-କେନ୍ଦୁଝର ଜିଲା ଚମ୍ପୁଆ ଉପଖଣ୍ଡର ଦୁବୁନାଠାରେ ଥିବା ଏସ୍‌ଆର୍‌ ଷ୍ଟିଲ୍‌ କମ୍ପାନୀ ଦେଇଥିବା ପ୍ରତିଶ୍ରୁତି ପୂରଣ ନ କରିବାରୁ ବଡକାଳୀମାଟି ଗ୍ରାମବାସୀ ଚମ୍ପୁଆ ଉପଜିଲାପାଳ...

ମମତାଙ୍କ ସହ କଥାହେଲେ ମୁଖ୍ୟମନ୍ତ୍ରୀ: ସମସ୍ତ ପ୍ରକାର ସହାୟତା ଯୋଗାଇବାକୁ ଦେଲେ ପ୍ରତିଶ୍ରୁତି

ଭୁବନେଶ୍ୱର,୨୨ା୫(ବ୍ୟୁରୋ): ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଫୋନ୍‌ ଯୋଗେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ କଥା ହୋଇଛନ୍ତି। ଏହି ଆଲୋଚନା ସମୟରେ ମୁଖ୍ୟମନ୍ତ୍ରୀ ଏପରି...

Advertisement
Archives

Model This Week