ପ୍ରବାସୀ ଶ୍ରମିକଙ୍କୁ ଦୁର୍ବ୍ୟବହାର ଘଟଣା: ବିଡିଓଙ୍କ ନିଲମ୍ବନ ଦାବି କଲେ ବିଭିନ୍ନ ଅନୁଷ୍ଠାନ

ବାଲେଶ୍ୱର ଅଫିସ, ୨୯।୫-ବାଲେଶ୍ୱର ଜିଲା ବାଲିଆପାଳ ବ୍ଲକରେ ଗତ ୧୩ ତାରିଖରେ ସୁରଟରୁ ଫେରିଥିବା ୪୦ ପ୍ରବାସୀ ଓଡ଼ିଆ ଶ୍ରମିକମାନେ ପହଞ୍ଚତ୍ବା ପରେ ଦୀର୍ଘ ୨ଘଣ୍ଟା ଧରି ସେମାନଙ୍କର ସଙ୍ଗରୋଧ କେନ୍ଦ୍ରରେ ରହିବା ଲାଗି କୌଣସି ବ୍ୟବସ୍ଥା କରା ନ ଯିବାରୁ ପ୍ରତିବାଦ କରିଥିଲେ। ପରେ ବିଡିଓ ସେମାନଙ୍କୁ ଗାଳିଗୁଲଜ କରିବା ସହ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା। ଏହାର ପ୍ରତିବାଦରେ ଶୁକ୍ରବାର ବାଲେଶ୍ୱର ସିଭିଲ୍‌ ସୋସାଇଟି ନେତୃତ୍ୱରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ଅଫିସ୍‌ ସମ୍ମୁଖରେ ବିକ୍ଷୋଭ କରାଯାଇଥିଲା। ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ବିଡିଓଙ୍କୁ ନିଲମ୍ବନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲାପାଳ ସମ୍ବିତ୍‌ କୁମାର ନାୟକଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି।
ବାଲିଆପାଳର ସ୍ଥାନୀୟ ସଙ୍ଗଠନ ପକ୍ଷରୁ ଚଳିତମାସ ୧୪ ଓ ୨୬ ତାରିଖରେ ବ୍ଲକ ଅଫିସ୍‌ ସମ୍ମୁଖରେ ବିକ୍ଷୋଭ ଓ ଦାବିପତ୍ର ପ୍ରଦାନ କରାଯାଇଥିଲା। ଅଭିଯୋଗର ତଦନ୍ତ ଚାଲିଛି କହି ରାଜ୍ୟ ସରକାର ସମ୍ପୃକ୍ତ ବିଡିଓଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନ ଥିବା ସିଭିଲ୍‌ ସୋସାଇଟି ଅଭିଯୋଗ କରିଛି। ରାଜ୍ୟ ସରକାରଙ୍କ ତରଫରୁ ଘଟଣାର ତଦନ୍ତ ଚାଲିଛି କହି କାଳବିଳମ୍ବ ହେଉଥିବାରୁ ସିଭିଲ୍‌ ସୋସାଇଟି ଉଦ୍‌ବେଗ ପ୍ରକାଶ କରିଛି। ଆସନ୍ତା ୭ଦିନ ମଧ୍ୟରେ ସମ୍ପୃକ୍ତ ବିଡିଓଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ସରକାର ଗ୍ରହଣ ନ କଲେ ସିଭିଲ୍‌ ସୋସାଇଟି ଆନ୍ଦୋଳନକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି। ବିକ୍ଷୋଭ ଓ ପ୍ରତିବାଦ କାର୍ଯ୍ୟକ୍ରମରେ ସଙ୍ଗଠନ ସଭାପତି ଅନ୍ତର୍ଯ୍ୟାମୀ ପ୍ରଧାନ, ସମ୍ପାଦକ ମନୋଜ ନାୟକ, ଉପଦେଷ୍ଟା ଗୌରାଙ୍ଗ ପାଣିଗ୍ରାହୀ, ବିଭିନ୍ନ ସଙ୍ଗଠନ ପକ୍ଷରୁ ଏଆଇଟିୟୁସିର ରାଜ୍ୟ ନେତୃତ୍ୱ ଜୟନ୍ତ ଦାସ, ବାଲିଆପାଳ ‘ଭିଟାମାଟି ସୁରକ୍ଷା ଆନ୍ଦୋଳନ’ର ଆବାହକ ଅରୁଣ ଜେନା, ସୂଚନା ଅଧିକାର ଅଭିଯାନର ସଭାପତି ଅନୁଜ ମହାପାତ୍ର, ଗଣଚେତନା ମଞ୍ଚ ସଭାପତି କୁଶଧ୍ୱଜ ଜେନା, ନାଗରିକ ସୁରକ୍ଷା କମିଟିର ଆକବର ସାହା, ଆଇନଜୀବୀ ନିରଞ୍ଜନ ପରିଡ଼ା, ଜୟନାରାୟଣ ପଣ୍ଡା, ସମାଜସେବୀ ବିଧାନ ଚନ୍ଦ୍ର ରାୟ, ନାରୀନେତ୍ରୀ ଜ୍ୟୋତ୍ସ୍ନା ମହାନ୍ତି, ଆବିଦ୍‌ ଖାଁ ପ୍ରମୁଖ ଅଂଶଗ୍ରହଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପରକୀୟା ପ୍ରୀତିକୁ ନେଇ ହତ୍ୟା: ସାଙ୍ଗନେଲା ସାଙ୍ଗର ଜୀବନ ୨୨ ଦିନ ପରେ…

ନୀଳଗିରି, ୧୫।୬ (ପ୍ରଶାନ୍ତ କୁମାର ବିଶ୍ୱାଳ): ବନ୍ଧୁତ୍ୱର ପବିତ୍ର ସମ୍ପର୍କକୁ କଳଙ୍କିତ କରିଛି ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ। ପରକୀୟା ପ୍ରୀତିକୁ କେନ୍ଦ୍ରକରି ଜଣେ ବନ୍ଧୁ ଅନ୍ୟ ଜଣେ…

ବ୍ୟବସାୟୀଙ୍କ ଘରେ କଳାକନା ବୁଲାଇଲେ ଦୁର୍ବୃତ୍ତ: ଲୁଟି ନେଲେ ଟଙ୍କା ସହ ଲକ୍ଷାଧିକ ସୁନା ଅଳଙ୍କାର

ନୀଳଗିରି, ୧୫/୦୬,(ପ୍ରଶାନ୍ତ କୁମାର ବିଶ୍ବାଳ):କଳାକନା ବୁଲାଇଲେ ଦୁର୍ବୃତ୍ତ। ରବିବାର ରାତି ପ୍ରାୟ ୮ଟା ୩୦ ରୁ ୯ ଟା ୩୦ ମିନିଟ ସମୟରେ ଚୋରି ହୋଇଥିବାର ଅନୁମାନ।…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ନିର୍ମାଣାଧିନ ପୋଲ ତଳକୁ ଖସି ୨ ମୃତ

ନୀଳଗିରି,୧୫।୬,(ପ୍ରଶାନ୍ତ କୁମାର ବିଶ୍ବାଳ): ବାଲେଶ୍ବର ଜିଲା ବରହମପୁର ଥାନା ଶେରଗଡ଼ ନୀଳଗିରି ଝରଣଘାଟି ରାସ୍ତା ୧୯ ନମ୍ବର ରାଜ୍ୟ ରାଜପଥର ତେଲିପାଳ ନିକଟରେ ପହିଲି ରଜ ରବିବାର…

ବିଜେଡି ପରାଜୟର ଗୁମର ଖୋଲିଲେ ଦଳୀୟ ବିଧାୟକ ଗୌତମବୁଦ୍ଧ ଦାସ, କହିଲେ ଅଧିକ…

ଭୁବନେଶ୍ୱର,୧୩ା୬: ପୁଣି ଥରେ ବିଜେଡି ପରାଜୟର କଥା ଦୋହରାଇଛନ୍ତି ବିଜେଡିର ଭୋଗରାଇ ବିଧାୟକ ଗୌତମବୁଦ୍ଧ ଦାସ। ନିଜ ନିର୍ବାଚନ ମଣ୍ଡଳୀର ଏକ କାର୍ଯ୍ୟକ୍ରମରେ ବିଧାୟକ ବିଜେଡିର ପରାଜୟ…

ସାଙ୍ଗମାନଙ୍କ ସହ ଗାଧୋଇବାବେଳେ ପାଣିରେ ବୁଡ଼ି ୨ ଜଣଙ୍କ ଜୀବନ ଗଲା

ନୀଳଗିରି,୧୦ା୬(ପ୍ରଶାନ୍ତ କୁମାର ବିଶ୍ୱାଳ): ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ରାଧାକିଶୋରପୁର ପଞ୍ଚାୟତ ସୋନ ନଦୀ ରଣିତ ଘାଟରେ ଘଟିଛି ଅଘଟଣ। ବୁଧବାର ମଧ୍ୟାହ୍ନରେ ଦୁଇ ସାଙ୍ଗ ଜାମୁକୋଳି…

ମର୍ମନ୍ତୁଦ ଦୁର୍ଘଟଣା: ବାପା-ଝିଅଙ୍କ ଉପରେ ମାଡ଼ିଗଲା ଟ୍ରକ, ଆଉ ତା’ପରେ…

ସୋର,୭।୬(ଜନ୍ମେଜୟ ମିଶ୍ର): ବାଲେଶ୍ୱର ଜିଲା ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ଉତ୍ତରେଶ୍ୱର ବସ୍‌ ଷ୍ଟପ୍‌ ନିକଟରେ ରବିବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ…

ନାବାଳିକାଙ୍କୁ ନେଇ ଚମ୍ପଟ ମାରିଲା ପ୍ରେମିକ, ପୁଅର କାରନାମା ପାଇଁ ଭିଟାମାଟି ଛାଡ଼ିଲେ ମାଆ-ବାପା

ଭୋଗରାଇ,୫।୬(ପ୍ରଦୀପ ଦାସ )ନାବାଳିକାଙ୍କୁ ନେଇ ଛୁ ମାରିଲେ ପ୍ରେମିକ । ପ୍ରେମିକା ଓ ପ୍ରେମିକଙ୍କ ପତ୍ତା ମିଳୁନଥିବାବେଳେ ପୋଲିସ ଓ ନାବାଳିକାଙ୍କ ପରିବାର ଭୟରେ ଆତ୍ମଗୋପନ କରିଛନ୍ତି…

ବାହା ବେଦୀରେ ବଦଳିଗଲା ବରଙ୍କ ମନ, ଅଧା ବାହାଘରରୁ ପ୍ରେମିକାଙ୍କୁ ଛାଡ଼ି ଚାଲିଆସିଲେ…

ବାଲେଶ୍ୱର,୪ା୬(ବାଞ୍ଛାନିଧି ଦେ): ୪ ବର୍ଷର ପ୍ରେମ ସମ୍ପର୍କ। ପ୍ରଥମେ କୋର୍ଟ ମ୍ୟାରେଜ୍‌। ତା’ପରେ ଚାଲିଥିଲା ମନ୍ଦିରରେ ବାହାଘର। ହେଲେ ବାହାବେଦୀରେ ବଦଳିଗଲା ବରଙ୍କ ମନ। ଅଧା ବାହାଘରରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri