Posted inଖେଳ

ପ୍ରଧାନମନ୍ତ୍ରୀ ମୋଦିଙ୍କ ଭିଜନ ନୂଆ ମୋଟେରା ଷ୍ଟାଡିୟମ

ମୁମ୍ବାଇ,୩୧।୮: ଆଉ କିଛି ମାସରେ ଗୁଜରାଟର ଆର୍ଥିକ ରାଜଧାନୀ ଅହମ୍ମଦାବାଦଠାରେ ରାଜ୍ୟର ନୂଆ କ୍ରିକେଟ ଷ୍ଟାଡିୟମ ଉଦ୍‌ଘାଟିତ ହେବ। ୧ ଲକ୍ଷ ୧୦ ହଜାର ଦର୍ଶକ କ୍ଷମତା ବିଶିଷ୍ଟ ଷ୍ଟାଡିୟମ ନିର୍ମାଣ କାର୍ଯ୍ୟ ଚଳିତ ବର୍ଷ ଡିସେମ୍ବର ଓ ୨୦୨୦, ଜାନୁୟାରୀ ମଧ୍ୟରେ ଶେଷ ହେବ। ଏହା ୫୦ ହଜାର କ୍ଷମତା ବିଶିଷ୍ଟ ସର୍ଦ୍ଦାର ବଲଭଭାଇ ପଟେଲ ଷ୍ଟାଡିୟମ (୧୯୮୨)ର ସ୍ଥାନ ନେବ। ନୂଆ ବିଶାଳ ଷ୍ଟାଡିୟମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭିଜନ ବୋଲି କେନ୍ଦ୍ରମନ୍ତ୍ରୀ ଓ ଗୁଜରାଟ କ୍ରିକେଟ ଆସୋସିଏଶନ (ଜିସିଏ) ଅଧ୍ୟକ୍ଷ ଅମିତ ଶାହ କହିଛନ୍ତି। ଏହା ବିଶ୍ୱର ସବୁଠୁ ବଡ଼ କ୍ରିକେଟ ସୁବିଧା ଥିବା ଷ୍ଟାଡିୟମ ହେବ। ୨୦୧୭ରେ ଏହାର କାର୍ଯ୍ୟ ଆରମ୍ଭ ହୋଇଥିଲା। ରାଜ୍ୟ ସଭା ସଦସ୍ୟ ଓ ଜିସିଏ ଉପସଭାପତି ପରିମଲ ନାଥଓ୍ବାନିଙ୍କ ତତ୍ତ୍ୱାବଧାନରେ ଭେନ୍ୟୁର ନିର୍ମାଣ କାର୍ଯ୍ୟ ଚାଲୁଛି। ପ୍ରଥମେ ରାଜ୍ୟର ଷ୍ଟାଡିୟମର ନବୀକରଣ କରିବାକୁ ଯୋଜନା କରିଥିଲୁ। ୩୦ ବର୍ଷ ପରେ ଆମକୁ ପୁଣି ଥରେ ଷ୍ଟାଡିୟମ କାର୍ଯ୍ୟ କରିବାର ଥିଲା। ଆମେ ଏକ ପ୍ରେଜେଣ୍ଟେଶନ ପ୍ରସ୍ତୁତ କରି (୨୦୧୩ ଜିସିଏ ସଭାପତି) ମୋଦିଙ୍କୁ ଦେଖାଇଥିଲୁ। କିନ୍ତୁ ତାଙ୍କ ଉଦ୍ଦେଶ୍ୟ ଭିନ୍ନ ଥିଲା। ସେ ପୂରା ନୂଆ ଷ୍ଟାଡିୟମ ବୃହତ ଆକାରରେ ଚାହୁଁଥିଲେ। ଏହାର ଆକାର ପ୍ରାୟତଃ ଇଂଲଣ୍ଡର ଓଭାଲ ଗ୍ରାଉଣ୍ଡ ଭଳି ହୋଇଛି। ବାଉଣ୍ଡାରି ୧୭୦ ମିଟର। ଏଠାରେ ମୋଟ ୧୧ ପିଚ୍‌ ରହିଛି। ବିସିସିଆଇର ଗ୍ରାଉଣ୍ଡ ପରାମର୍ଶଦାତା ଦଲିଜିତ ସିଂ ଏଥିସହ ଜଡ଼ିତ ଅଛନ୍ତି। ନୂଆ ଷ୍ଟାଡିୟମର ସ୍ବତନ୍ତ୍ରତା ହେଲା କୌଣସି ପିଲର ନାହିଁ। ଏଣୁ ଷ୍ଟାଡିୟମର ଯେ କୌଣସି ଅଞ୍ଚଳରୁ ପଡ଼ିଆକୁ ଠିକ୍‌ ଭାବେ ଦେଖି ହେବ। ମେଲବୋର୍ନ କ୍ରିକେଟ ଗ୍ରାଉଣ୍ଡ (ଏମ୍‌ସିଜି) ନିର୍ମାଣ କରିଥିବା ଗ୍ଲୋବାଲ ଡିଜାଇନ ଫାର୍ମ ପପୁଲସ କମ୍ପାନୀକୁ ଷ୍ଟାଡିୟମ୍‌ର କାର୍ଯ୍ୟ ଦିଆଯାଇଛି। ଏହି କମ୍ପାନୀ ଐତିହାସିକ ଲଡର୍‌ସ କ୍ରିକେଟ ଗ୍ରାଉଣ୍ଡକୁ ନବୀକରଣ କରିବା ସହ ଟୋଟେନହାମ ଦଳର ଷ୍ଟାଡିୟମ, ଓ୍ବିମ୍ବେଲ ଓ ୨୦୧୨ ଅଲିମ୍ପିକ୍ସ ଭେନ୍ୟୁ ପ୍ରସ୍ତୁତ କରିଥିଲା। ଗତ ୩ ଦଶନ୍ଧିରେ ମୋଟେରା ଗ୍ରାଉଣ୍ଡରେ ଭାରତୀୟ ଦଳର ବହୁ ସ୍ମରଣୀୟ ସ୍ମୃତି ରହିଛି। ୧୯୮୭ରେ ସୁନୀଲ ଗାଭାସ୍କର ଏଠାରେ ଟେଷ୍ଟ କ୍ୟାରିୟରରେ ୧୦ ହଜାର ରନ ପୂରଣ କରିବା ସହ ୧୯୯୩ରେ ରିଚାର୍ଡ ହାର୍ଡଲିଙ୍କୁ ଅତିକ୍ରମ କରି କପିଲ ଦେବ ୪୩୪ ଉଇକେଟ, ୧୯୯୯ରେ ସଚିନ ତେନ୍ଦୁଲକରଙ୍କ ପ୍ରଥମ ଦ୍ୱିଶତକ ଓ ୨୦୧୧ ବିଶ୍ୱକପ୍‌ରେ ଅଷ୍ଟ୍ରେଲିଆ ବିପକ୍ଷ କ୍ୱାର୍ଟର ଫାଇନାଲ ବିଜୟ ଭଳି ଅଭୁଲା ସ୍ମୃତି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

ନାତୁଣୀଙ୍କୁ ଦୁର୍ବ୍ୟବହାର, ପ୍ରତିବାଦ କରିବାରୁ ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା; ମୃତଦେହ…

ଦିଗପହଣ୍ଡି,୧।୧(ଅଶେଷ ନାଥ ମିଶ୍ର): ନୂଆବର୍ଷରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମରେ ଜଣେ ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ ଗୁରୁବାର ସକାଳ...

ଫେବୃଆରୀ ୧ରୁ FASTag ନିୟମରେ ହେବ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ,୧।୧: କେନ୍ଦ୍ର ସରକାର FASTag ନିୟମରେ ବଡ଼ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଏହା ଅଧୀନରେ, ଗାଡ଼ି ମାଲିକଙ୍କୁ FASTag ପାଇବା ପାଇଁ ଆଉ KYC ପୂରଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri