ପ୍ରଧାନମନ୍ତ୍ରୀ ଆବାସ ପାଇଁ ଅଗ୍ରାଧିକାର ତାଲିକା ଦ୍ୱନ୍ଦ୍ୱ: ବିଡିଓଙ୍କ ନେତୃତ୍ୱରେ ସ୍ଥିତି ସମୀକ୍ଷା

ରସୁଲପୁର,୩।୧(ଡି.ଏନ୍‌.ଏ.)- ଯାଜପୁର ଜିଲାର ରସୁଲପୁର ବ୍ଲକରେ ପ୍ରଧାନମନ୍ତ୍ରୀ ଆବାସ ପାଇଁ ଅଗ୍ରାଧିକାର ତାଲିକା ଦ୍ୱନ୍ଦ୍ୱ ସରୁନି। ବିଡିଓ ଉମାକାନ୍ତ ପରିଡ଼ାଙ୍କ ତତ୍ତ୍ୱାବଧାନରେ ଏକାଧିକ ଦଳ ତଦନ୍ତରେ ସାମିଲ ହୋଇ ପଞ୍ଚାୟତରୁ ପଞ୍ଚାୟତବୁଲି ସ୍ଥିତି ସମୀକ୍ଷା କରିବା ସହ ଯୋଗ୍ୟ ହିତାଧିକାରୀ ବାଛୁଛନ୍ତି। ପଞ୍ଚାୟତ ଦାୟିତ୍ୱରେ ଥିବା ଅଧିକାଂଶ ନିର୍ବାହୀ ଅଧିକାରୀ ଅଗ୍ରାଧିକାର ତାଲିକା ପ୍ରସ୍ତୁତ କରିବାରେ ବିଫଳତା ପ୍ରକାଶ କରୁଛନ୍ତି। ତେଣୁ ପିଇଓଙ୍କ ଅନୁରୋଧ କ୍ରମେ ବିଡିଓଙ୍କ ପକ୍ଷରୁ ସମ୍ପୃକ୍ତ ପଞ୍ଚାୟତରେ ତଦନ୍ତ କରାଯାଉଛି। ବୁଧବାର ବିଡିଓ ପରିଡ଼ାଙ୍କ ନେତୃତ୍ୱରେ ୧୦ଗୋଟି ଦଳ କଲଣ ପଞ୍ଚାୟତରେ ଘରକୁ ଘର ବୁଲି ତଦନ୍ତ କରିବା ଘଟଣାରୁ ଏହା ସ୍ପଷ୍ଟ ହୋଇଯାଇଛି। ଇତିମଧ୍ୟରେ ବିଡିଓ ଓ ତାଙ୍କ ଦ୍ୱାରା ଗଠନ କରାଯାଇଥିବା ତଦନ୍ତକାରୀ ଦଳଗୁଡ଼ିକ ବ୍ଲକର ଟିକରପଡ଼ା, ପହଁଗା, ଲକ୍ଷ୍ମୀନଗର, ବାରବାଟୀ, ଶ୍ରୀବନ୍ତପୁର ପ୍ରଭୃତି ପଞ୍ଚାୟତରେ ତଦନ୍ତ କାର୍ଯ୍ୟ ସାରିଥିବା ଜଣାପଡ଼ିଛି।
ପ୍ରାପ୍ତ ସୂଚନାରୁ ଜଣାଯାଏ ପ୍ରଧାନମନ୍ତ୍ରୀ ଆବସରୁ ବଞ୍ଚତ୍ତ ଯୋଗ୍ୟ ହିତାଧିକାରୀ ବାଛି ଅଗ୍ରାଧିକାର ତାଲିକା ପ୍ରସ୍ତୁତ କରିବା ପାଇଁ ନିର୍ଦ୍ଦେଶ ରହିଛି। ଏହି ସରକାରୀ ସୁବିଧା ପାଇଁ ପ୍ରତ୍ୟେକ ପଞ୍ଚାୟତରେ ଶତାଧିକ ପରିବାର କ’ ଫର୍ମରେ ଆବେଦନ କରିଥିଲେ। ପଞ୍ଚାୟତ ନିର୍ବାହୀ ଅଧିକାରୀଗଣ ଆବେଦନ ଫର୍ମ ଗୁଡ଼ିକୁ ତାଲିକାଭୂକ୍ତ କରିଥିଲେ। ଏଥିରେ ବହୁ ଅଯୋଗ୍ୟ ହିତାଧିକାରୀଙ୍କ ନାମ ଥିବା ନେଇ ଜଣାପଡ଼ିଥିଲା। ଏହି ତାଲିକାକୁ ସଂଶୋଧନ କରିବା ଦିଗରେ ନିର୍ବାହୀ ଅଧିକାରୀଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଅଯୋଗ୍ୟଙ୍କ ନାମକୁ ତାଲିକାରେ ସ୍ଥାନ ଦେବାକୁ ପଞ୍ଚାୟତସ୍ତରୀୟ ନେତା ଓ ପ୍ରଭାବଶାଳୀ ବ୍ୟକ୍ତିଙ୍କ ଚାପରେ ଅଧିକାରୀମାନେ ଏକପ୍ରକାର ବ୍ୟତିବ୍ୟସ୍ତ ହୋଇଥିବା ଜଣାପଡ଼ିଛି। ଏପରି କି କେତେକ ପଞ୍ଚାୟତରେ ଆବାସ ତାଲିକା ଦ୍ୱନ୍ଦ୍ୱ ନ ଛିଡ଼ିବାରୁ ତଦନ୍ତ ଅଧିକାରୀମାନେ ବିଡିଓଙ୍କୁ ଅବଗତ କରାଇବା ସହ ଏଦିଗରେ ସ୍ବତନ୍ତ୍ର ତଦନ୍ତ କରାଇବାକୁ ଅନୁରୋଧ କରାଯାଇଥିଲା। ସେହି ମୁତାବକ ବିଡିଓଙ୍କ ନେତୃତ୍ୱରେ ୫୦ଜଣ ବ୍ଲକ କର୍ମଚାରୀଙ୍କୁ ନେଇ ତଦନ୍ତକାରୀ ଦଳ ଗଠନ କରାଯାଇ ଘରଘର ବୁଲି ଯୋଗ୍ୟ ହିତାଧିକାରୀଙ୍କୁ ଖୋଜାଯାଇଛି। ଆସନ୍ତା ସପ୍ତାହ ସୁଦ୍ଧା ରିପୋର୍ଟ ଆସିବା ପରେ ଚୁଡ଼ାନ୍ତ ତାଲିକା ପ୍ରସ୍ତୁତ ହେବ ବୋଲି ବିଡିଓ ପରିଡ଼ା ପ୍ରକାଶ କରିଛନ୍ତି। ତଦନ୍ତରେ ଏବିଡିଓ ଉପେନ୍ଦ୍ର ଜେନା, ସହକାରୀ ନିର୍ବାହୀ ଯନ୍ତ୍ରୀ ନମିତା ହାଁସଦା, ବ୍ଲକ ସମାଜ ମଙ୍ଗଳ ଅଧିକାରୀ ବିବେକାନନ୍ଦ ସାମଲ, କନିଷ୍ଠ ଯନ୍ତ୍ରୀ, ନିର୍ବାହୀ ଅଧିକାରୀ,ଗ୍ରାମ୍ୟ ରୋଜଗାର ସେବିକାସେବକଙ୍କ ସମେତ ବ୍ଲକର ଅନ୍ୟାନ୍ୟ ପଦାଧିକାରୀମାନେ ସାମିଲ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୩୧ ରାଜସ୍ଥାନୀଙ୍କୁ ସହାୟତା ଦେଲା ଏନଏସି ପ୍ରଶାସନ

ନୂଆପଡା ଅଫିସ,୩୧ା୩- ବର୍ତମାନ ସାରା ଦେଶ ଲକ ଡାଉନ । ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟସୀମାକୁ ଯିବା ମନା ହୋଇଛି । ହେଲେ ଏଭଳି ସ୍ଥିତିରେ...

ମଧ୍ୟାହ୍ନଭୋଜନ ଖାଦ୍ୟରେ ପୋକ, ଉପବାସ ରହିଲେ ପିଲା

ହିଞ୍ଜିଳିକାଟୁ,୨୧ା୯(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ ସାରୁ ପଞ୍ଚାୟତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବୁଧବାର ମଧ୍ୟାହ୍ନଭୋଜନ ଖାଦ୍ୟରେ ପୋକ ବାହାରିବାରୁ ବହୁ ଛାତ୍ରୀଛାତ୍ର ଖାଦ୍ୟ ଖାଇ...

ନାବାଳିକାଙ୍କୁ ଘରୁ ଉଠାଇ ନେଇ ବଳାତ୍କାର  

ସୋନପୁର,୩।୮(ନି.ପ୍ର.)-ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ଘରୁ ଉଠାଇ ନେଇ ବଳାତ୍କାର କରାଯାଇଛି। ପୀଡିତାଙ୍କ ବାପା ଏ ସମ୍ପର୍କରେ ବୀରମହାରାଜପୁର ଥାନାରେ ସୋମବାର...

ଖାଦ୍ୟ ନଁ।ରେ ଚାଲିଛି ରୋଗ ବିକ୍ରି

ଅନୁଗୋଳ ଅଫିସ, ୯ା୧୦ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କିଛି ମାସ ଧରି ହୋଟେଲ, ଜଳଖିଆ ଦୋକାନ, ଫାଷ୍ଟଫୁଡ ଓ ବିଭିନ୍ନ ଚଟ୍‌ପଟା ଖାଦ୍ୟ ବିକ୍ରି...

ଗଁ। ପୋଖରୀରେ ଗାଧୋଇଲେ ସୁରଟ ଫେରନ୍ତା: ରାସ୍ତା, ପୋଖରୀ ସାନିଟାଇଜ୍‌ କରିବାକୁ ଦାବି

ଖଜୁରିପଡା/ବଳସକୁମ୍ପା,୨୪ା୫(ଡି.ଏନ.ଏ.)- ସୁରଟରୁ ପ୍ରବାସୀ ଓଡ଼ିଆଙ୍କୁ ନେଇ ଆସୁଥିବା ଏକ ବସ୍‌ ଖଜୁରିପଡା ବ୍ଲକ ସମ୍ବେପଦର ଗ୍ରାମ ନିକଟସ୍ଥ ସମ୍ବେପାଦର ଘାଇଠାରେ ଶନିବାର ସକାଳ ପ୍ରାୟ ୭ଟାରେ...

ଗଞ୍ଜାମ କଲେଜରେ ଅଣଛାତ୍ର ପ୍ରବେଶ: ଅଘଟଣ ପୂର୍ବରୁ ଉଠାଇନେଲା ପୋଲିସ

ଗଞ୍ଜାମ,୩୦ା୧୧(ଡି.ଏନ୍‌.ଏ.): ଗଞ୍ଜାମ କଲେଜରେ ବୁଧବାର କିଛି ଅଣ ଛାତ୍ର ପ୍ରବେଶକୁ ନେଇ କଲେଜ ଛାତ୍ରୀଛାତ୍ର ଓ ଅଧ୍ୟାପିକା /ଅଧ୍ୟାପକ ଅସନ୍ତୋଷ ବ୍ୟକ୍ତ କରିଛନ୍ତି l କିନ୍ତୁ...

ପଡ଼ା, ପୋଲିସକୁ ନାକେଦମ କଲେ ଯୁବକ: ଭୟରେ ଘର ଛାଡ଼ି ପଳାଇଲେ ପରିବାର ଲୋକେ

ସମ୍ବଲପୁର, ୧୨।୪ (ବ୍ୟୁରୋ) ସମ୍ବଲପୁର ଜିଲା କ୍ଷେତରାଜପୁର ଥାନା ଅଞ୍ଚଳକୁ ଜଣେ ୩୫ ବର୍ଷିୟ ଯୁବକ ହାଇଦ୍ରାବାଦରୁ ଫେରିଛନ୍ତି । ଏହାକୁ ନେଇ ପଡାବାସୀଙ୍କ ସହ...

ଡଗରପଡ଼ା ବୋମାମାଡ଼ ଘଟଣା: ଧଳସାମନ୍ତ ଭ୍ରାତାଙ୍କ ସହଯୋଗୀ ସମେତ ୩ ଗିରଫ

କଟକ ଅଫିସ, ୨୪।୮: ଡଗରପଡ଼ା ବୋମାମାଡ଼ ଘଟଣାରେ ୩ଜଣଙ୍କୁ ଗିରଫ କରିଛି ଲାଲବାଗ ଥାନା ପୋଲିସ। ଶୁକ୍ରବାର ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି। ଗିରଫ ଅଭିଯୁକ୍ତମାନେ...

Advertisement
Archives

Model This Week