Posted inଜାତୀୟ

ପ୍ରଧାନମନ୍ତ୍ରୀଙ୍କ ମନ୍‌ କୀ ବାତ୍‌ର ଦ୍ୱିତୀୟ ସଂସ୍କରଣ: ଜଳ ସଂରକ୍ଷଣ ପାଇଁ ଆହ୍ବାନ

ନୂଆଦିଲ୍ଲୀ,୧ା୭(ପି.ଟି.): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ଲୋକପ୍ରିୟ ରେଡିଓ କାର୍ଯ୍ୟକ୍ରମର ଦ୍ୱିତୀୟ ସଂସ୍କରଣ ରବିବାର ଆରମ୍ଭ କରିଛନ୍ତି। ଏହି ସଂସ୍କରଣର ପ୍ରଥମ ଅଭିଭାଷଣରେ ସେ ଦେଶବାସୀଙ୍କୁ ଜଳ ସଂରକ୍ଷଣ କରିବା ଲାଗି ଆହ୍ବାନ ଦେଇଛନ୍ତି। ଦେଶର ବୃହତ ଜଳଭଣ୍ଡାର ଏବଂ ନଦୀଗୁଡ଼ିକରେ ଜଳପତ୍ତନ ଯଥେଷ୍ଟ ହ୍ରାସ ପାଇଥିବାରୁ ବହୁ ସହର ଏବେ ଜଳସଙ୍କଟର ସମ୍ମୁଖୀନ ହୋଇଛନ୍ତି। ଏହି ପରିପ୍ରେକ୍ଷୀରେ ବର୍ଷାଜଳ ସଂରକ୍ଷଣ କରିବା ଜରୁରୀ ହୋଇପଡିଛି। ସ୍ବଚ୍ଛତା ଅଭିଯାନ ସହିତ ଏହାକୁ ମଧ୍ୟ ଗଣଆନ୍ଦୋଳନ ଭାବେ ନେବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ବିଭିନ୍ନ ସ୍ଥାନରେ ଜଳସଂରକ୍ଷଣ ପାଇଁ ଭିନ୍ନ ପଦ୍ଧତି ଅବଲମ୍ବନ କରାଯାଇପାରେ। ତେବେ ପ୍ରତି ବୁନ୍ଦା ଜଳ ସଂରକ୍ଷଣ ଲକ୍ଷ୍ୟ ହେବା ଉଚିତ। ଏଥିପାଇଁ ବିଶିଷ୍ଟ ବ୍ୟକ୍ତିମାନଙ୍କ ସମେତ ସମସ୍ତ ଭାରତୀୟ ସଚେତନତା ସୃଷ୍ଟି କରିବା ଏବଂ ପାରମ୍ପରିକ ଜଳସଂରକ୍ଷଣ ପଦ୍ଧତି ସମ୍ପର୍କରେ ଜାଣିଥିଲେ ତାହାକୁ ସେୟାର କରିବାକୁ ମୋଦି ଆହ୍ବାନ ଦେଇଛନ୍ତି।
ଲୋକ ସଭା ନିର୍ବାଚନ ତାରିଖ ଘୋଷଣା ହେବା ପୂର୍ବରୁ ଗତ ଫେବୃୟାରୀ ୨୪ରେ ପ୍ରଧାନମନ୍ତ୍ରୀ ତାଙ୍କର ମାସିକ ମନ୍‌ କୀ ବାତ୍‌ କାର୍ଯ୍ୟକ୍ରମକୁ ସ୍ଥଗିତ ରଖିଥିଲେ। ନିର୍ବାଚନ ପରେ ସେ ପୁଣି ଥରେ ତାଙ୍କର ଏହି ଲୋକପ୍ରିୟ କାର୍ଯ୍ୟକ୍ରମକୁ ଫେରିବେ ବୋଲି କହିଥିଲେ। ତାଙ୍କୁ ଫେରାଇ ଆଣିଥିବାରୁ ରବିବାର ସେ ଏହାର ଶ୍ରେୟ ଜନସାଧାରଣଙ୍କୁ ଦେଇଛନ୍ତି। ପ୍ରକୃତରେ କହିବାକୁ ଗଲେ ସେ ଫେରିନାହାନ୍ତି, ଜନସାଧାରଣ ତାଙ୍କୁ ଫେରାଇ ଆଣିଛନ୍ତି ଓ ପୁଣି ଥରେ ଏହି କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେବାର ସୁଯୋଗ ଦେଇଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
ଏହି ଅବସରରେ ଜରୁରୀକାଳୀନ ପରିସ୍ଥିତି ସମୟ ସମ୍ପର୍କରେ ମନେପକାଇଦେଇ ପ୍ରଧାନମନ୍ତ୍ରୀ କହିଥିଲେ, ଗଣତନ୍ତ୍ରକୁ ହେୟଜ୍ଞାନ କରନାହିଁ। କୌଣସି ଜିନିଷ ସହଜରେ ମିଳିଗଲେ ଲୋକେ ତାହାର ଗୁରୁତ୍ୱକୁ ଅନୁଭବ କରିପାରନ୍ତି ନାହିଁ। ସେ ଉଦାହରଣ ଦେଇ କହିଛନ୍ତି, ଜଣେ ପ୍ରତିଦିନ ଠିକ୍‌ ସମୟରେ ଖାଇବାକୁ ପାଉଥିଲେ ଯେପରି କ୍ଷୁଧାର ଜ୍ୱାଳାକୁ ଅନୁଭବ କରିପାରେ ନାହିଁ ସେହିପରି ଗଣତନ୍ତ୍ରକୁ ଛଡାଇ ନିଆ ନ ଗଲେ, ଗଣତାନ୍ତ୍ରିକ ଅଧିକାରରେ ଯେଉଁ ଆନନ୍ଦ ରହିଛି, ତାହାର ସ୍ବାଦ ପାଇବା ଦୈନନ୍ଦିନ ଜୀବନରେ କଷ୍ଟକର ହୋଇଥାଏ। ଜରୁରୀ ପରିସ୍ଥିତି ସମୟରେ ହିଁ ଦେଶବାସୀ ଅନୁଭବ କରିବା ଆରମ୍ଭ କରିଥିଲେ ଯେ ସେମାନଙ୍କଠାରୁ କିଛି ଛଡ଼ାଇ ନିଆଯାଇଛି। ସାମାଜିକ ବ୍ୟବସ୍ଥାର ସୁପରିଚାଳନାକୁ ସୁନିଶ୍ଚିତ କରିବା ଲାଗି ସମ୍ବିଧାନର ଆବଶ୍ୟକତା ରହିଛି। ଏଥିପାଇଁ ଆଇନ ଓ ନିୟମାବଳୀ ଜରୁରୀ, ଅଧିକାର ଓ କର୍ତ୍ତବ୍ୟ ମଧ୍ୟ ବିତର୍କର ଅଂଶବିଶେଷ ହେବା ଉଚିତ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଜୁନ୍‌ ୨୫ରେ ଜରୁରୀ ପରିସ୍ଥିତିର ୪୪ତମ ବାର୍ଷିକୀ ଯାଇଛି। ୧୯୭୭ ଲୋକ ସଭା ନିର୍ବାଚନରେ ଜନସାଧାରଣ ସେମାନଙ୍କ ଅଧିକାର ଓ ଆବଶ୍ୟକତା ସମ୍ପର୍କରେ ଚିନ୍ତା ନ କରି ଭୋଟ ଦେଇଥିଲେ। କାରଣ ସେତେବେଳେ ସେମାନେ କେବଳ ଗଣତନ୍ତ୍ରକୁ ବଞ୍ଚାଇ ରଖିବା ପାଇଁ ଭୋଟ ଦେଇଥିଲେ। ଗଣତନ୍ତ୍ର ଭାରତୀୟ ସଂସ୍କୃତି ଓ ଐତିହ୍ୟର ଅଂଶବିଶେଷ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
ଚ୍ୟାଲେଞ୍ଜକୁ ସମ୍ମୁଖୀନ ହେବା ଲାଗି ଯଦି ଦେଶବାସୀ ସାମୂହିକ ଉଦ୍ୟମ କରିବେ ତେବେ ବିରାଟ ପରିବର୍ତ୍ତନ ଦେଖିବାକୁ ମିଳିପାରିବ। ଆମେ ଏକାଠି କଠିନ ପରିଶ୍ରମ କଲେ ବହୁ କଷ୍ଟସାଧ୍ୟ କାର୍ଯ୍ୟରେ ଆମେ ସଫଳ ହୋଇପାରିବା ବୋଲି ପ୍ରଧାନମନ୍ତ୍ରୀ ସୂଚାଇଛନ୍ତି। ଏହି ଅବସରରେ ଯୋଗର ଗୁରୁତ୍ୱ ସମ୍ପର୍କରେ ମୋଦି ଦୋହରାଇଛନ୍ତି। ଅନ୍ତର୍ଜାତୀୟ ଯୋଗ ଦିବସ ଖୁବ୍‌ ଉତ୍ସାହର ସହ ଦେଶବିଦେଶରେ ପାଳିତ ହୋଇଛି। ସୁସ୍ଥ ବ୍ୟକ୍ତି ସୁସ୍ଥ ସମାଜ ଗଠନରେ ସହାୟକ ହୋଇପାରିବ ଏବଂ ଯୋଗ ତାହା ଦେଇପାରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
ନିକଟରେ ଶେଷ ହୋଇଥିବା ଲୋକ ସଭା ନିର୍ବାଚନରେ ୯୧ କୋଟି ଭୋଟରଙ୍କ ମଧ୍ୟରୁ ରେକର୍ଡ ସଂଖ୍ୟକ ୬୧ କୋଟି ସେମାନଙ୍କର ମତାଧିକାର ସାବ୍ୟସ୍ତ କରିଛନ୍ତି, ଯାହାକି ଚାଇନାକୁ ବାଦ୍‌ଦେଲେ ଅନ୍ୟ ଯେକୌଣସି ଦେଶର ମୋଟ ଜନସଂଖ୍ୟାଠାରୁ ଅଧିକ। ଏଥର ଲୋକ ସଭାକୁ ସର୍ବାଧିକ ୭୮ ମହିଳା ସଦସ୍ୟ ନିର୍ବାଚିତ ହୋଇଛନ୍ତି। ଏଥିପାଇଁ ଭୋଟରମାନଙ୍କ ସଚେତନତାକୁ ସାଲ୍ୟୁଟ ଜଣାଉଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
‘ଗୁଗଲ ଗୁରୁ’ରେ ସବୁକିଛି ଉପଲବ୍ଧ ହେଉଥିବାବେଳେ ଅଧିକରୁ ଅଧିକ ବହି ପଢ଼ିବା ପାଇଁ ପ୍ରଧାନମନ୍ତ୍ରୀ ଜନସାଧାରଣଙ୍କୁ ପରାମର୍ଶ ଦେଇଛନ୍ତି। ଦୈନନ୍ଦିକ କର୍ମମୟ ଜୀବନରୁ କିଛି ସମୟ ବାହାର କରି ଏହାକୁ ପୁସ୍ତକ ଅଧ୍ୟୟନରେ ନିବେଶ କରିବା ଉଚିତ। ଫୁଲତୋଡା ପରିବର୍ତ୍ତେ ପୁସ୍ତକ ଉପହାର ଦେବା ଲାଗି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ପୁଟିନଙ୍କ ଘର ଉପରେ ଏମିତି ‘ଡ୍ରୋନ୍ ଆକ୍ରମଣ’ର କରିଥିଲା ୟୁକ୍ରେନ, ଭୟଙ୍କର ଭିଡିଓ ଜାରି କଲା ରୁଷ

ନୂଆଦିଲ୍ଲୀ,୩୧।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବାସଭବନକୁ ଲକ୍ଷ୍ୟ କରି ଡ୍ରୋନ୍ ମାଡ଼ କରିଛି ୟୁକ୍ରେନ। ଏହି ଖବର ପରେ ଦୁଇ ଦେଶ ମଧ୍ୟରେ ଯୁଦ୍ଧ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ବିଗିଡିଲା ଭୁବନେଶ୍ୱର ବାୟୁ ଗୁଣବତ୍ତା, ଓଡ଼ିଶାର ୪ ସହରର ସ୍ଥିତି ସଙ୍ଗିନ

ଭୁବନେଶ୍ବର,୩୧ା୧୨: ଓଡ଼ିଶାର ବାୟୁ ପ୍ରଦୂଷଣ ସ୍ତର ଏବେ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (CPCB) ପକ୍ଷରୁ ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ,...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri