ପ୍ରଦର୍ଶନୀ ପଡ଼ିଆ ଏବେ ଜନଜାତି ଗାଁ

ଭୁବନେଶ୍ୱର,୨୮।୧(ବ୍ୟୁରୋ): ଓଡ଼ିଆ ସଂସ୍କୃତିରେ ଜନଜାତି କଳା, ନୃତ୍ୟ ଓ ସଙ୍ଗୀତର ସ୍ବତନ୍ତ୍ର ଗୁରୁତ୍ୱ ରହିଛି। ଆଦିବାସୀ ସଂସ୍କୃତିର ବିବିଧତା ଆମ ସଂସ୍କୃତିକୁ ଅଧିକ ଆକର୍ଷଣୀୟ କରିଛି। ଜନଜାତିଙ୍କ ବିକାଶ ଉପରେ ରାଜ୍ୟ ସରକାର ସର୍ବଦା ଗୁରୁତ୍ୱ ଦେଇ ଆସିଛନ୍ତି। ସେମାନଙ୍କ ଶିକ୍ଷା, ସ୍ବାସ୍ଥ୍ୟ ଓ ଜୀବନ ଜୀବିକାର ଉନ୍ନତି ହେଉଛି ମୁଖ୍ୟ ଲକ୍ଷ୍ୟ। ଏ ଦିଗରେ ଆମର ଉଦ୍ୟମ ଜାରି ରହିଛି ଓ ରହିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଆନୁକୂଲ୍ୟରେ ୟୁନିଟ୍‌-୩ସ୍ଥିତ ପ୍ରଦର୍ଶନୀ ପଡ଼ିିଆରେ ଆୟୋଜିତ ଆଦିବାସୀ ମେଳା-୨୦୨୦କୁ ଉଦ୍‌ଘାଟନ କରି ମୁଖ୍ୟମନ୍ତ୍ରୀ ଏହା କହିଥିଲେ। ମେଳାରେ ଉପଲବ୍ଧ ଜୈବିକ ଦ୍ରବ୍ୟର ଚାହିଦା ବେଶ୍‌ ଅଧିକ। ପ୍ରତ୍ୟେକ ବର୍ଷ ଭଳି ଚଳିତବର୍ଷ ମଧ୍ୟ ମେଳା ରାଜ୍ୟ ତଥା ରାଜ୍ୟ ବାହାରର ଲୋକଙ୍କ ଦ୍ୱାରା ଆଦୃତ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ୨ଟି ପୁସ୍ତିକା ‘ଆଦିବାସୀ’ ଓ ‘ବନଜା’ର ଉନ୍ମୋଚନ କରିଥିଲେ। ଏଥିରେ ଅନୁସୂଚିତ ଜାତି ଓ ଜନଜାତି ବିକାଶ ମନ୍ତ୍ରୀ ଜଗନ୍ନାଥ ସାରକା, ବିଭାଗୀୟ ପ୍ରମୁଖ ଶାସନ ସଚିବ ରଞ୍ଜନା ଚୋପ୍ରା, ବିଭାଗ ଉପଦେଷ୍ଟା ସୁଜିତ୍‌ କୁମାର, ମୁନ୍ନା ଖାଁ, ଅନୁସୂଚିତ ଜନଜାତି ବିଭାଗ ନିର୍ଦ୍ଦେଶକ ଏସ୍‌.ଆର୍‌. ଯାଦବ ଏବଂ ଏସ୍‌ସିଏସ୍‌ଟିଆର୍‌ଟିଆଇ ନିର୍ଦ୍ଦେଶକ ଅଖିଳ ବିହାରୀ ଓତା ପ୍ରମୁଖ ଯୋଗଦେଇଥିଲେ। ଚଳିତବର୍ଷ ମେଳା ପରିସରକୁ ୮ ଭାଗରେ ବିଭକ୍ତ କରାଯାଇଛି। ସେଗୁଡ଼ିକ ମଧ୍ୟରେ ଆଦିବାସୀ ଗ୍ରାମ, ଜନଜାତି ସ୍ବୟଂ ସହାୟକ ଗୋଷ୍ଠୀ, ଆଦିବାସୀ ହାଟ, ଆଦିବାସୀ କଳାସାମଗ୍ରୀ, ସରକାରୀ ବିଭାଗ, ଆଦିବାସୀ ଖାଦ୍ୟ ବଜାର, ଆଦିବାସୀ ନୃତ୍ୟ ପ୍ରାଙ୍ଗଣ ଏବଂ ଚଳିତବର୍ଷ ପ୍ରଥମ ଥର ପାଇଁ ଆୟୋଜିତ ଆଦିବାସୀ କଳାଗ୍ରାମ ରହିଛି। ଏଥର ୨୬୨ ଷ୍ଟଲ୍‌ ନିର୍ମାଣ କରାଯାଇଛି। ଆଦିବାସୀ ଗ୍ରାମରେ ୨୧ ଆଇଟିଡିଏ ଓ ୩ ମାଇକ୍ରୋ ପ୍ରୋଜେକ୍ଟ ଦ୍ୱାରା ନିର୍ମିତ ବିଭିନ୍ନ ଜନଜାତିଙ୍କ ୨୪ ପାରମ୍ପରିକ ଗୃହ ସହିତ ଗୃହ ଉପକରଣ, ଚଳଣି ଓ ପରମ୍ପରାର ଝଲକ ପ୍ରଦର୍ଶିତ ହୋଇଛି। ଆଦିବାସୀ ହାଟର ୩୩ ପିଣ୍ଡିରେ ଆଇଟିଡିଏ ଓ ମାଇକ୍ରୋ ପ୍ରୋଜେକ୍ଟର ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ସଭ୍ୟାମାନେ ସେମାନଙ୍କ ଦ୍ୱାରା ପ୍ରସ୍ତୁତ ଓ ଉତ୍ପାଦିତ ସାମଗ୍ରୀ ବିକ୍ରି କରୁଛନ୍ତି। ଜନଜାତି ସ୍ବୟଂ ସହାୟକ ଗୋଷ୍ଠୀ ବିଭାଗରେ ୩୯ ଷ୍ଟଲ୍‌ରେ ସେମାନଙ୍କ ଦ୍ୱାରା ଉତ୍ପାଦିତ ଓ ପ୍ରସ୍ତୁତ ସାମଗ୍ରୀ ବିକ୍ରି କରାଯାଉଛି। ସେହିଭଳି ଆଦିବାସୀ ଚିତ୍ରକଳା, କଳାସାମଗ୍ରୀ, ହସ୍ତଶିଳ୍ପ ସାମଗ୍ରୀ ବିକ୍ରି ପାଇଁ ୪୨ ଷ୍ଟଲ୍‌ ଖୋଲାଯାଇଛି। ଆଦିବାସୀ କାରିଗରମାନେ କଳାଗ୍ରାମର ୨୭ ଷ୍ଟଲ୍‌ରେ ସେମାନଙ୍କ ସାମଗ୍ରୀ ବିକ୍ରି କରୁଛନ୍ତି। ୨୪ ଆଦିବାସୀ ଖାଦ୍ୟ ଷ୍ଟଲ୍‌ରେ ୧୪ ରାଜ୍ୟର ଖାଦ୍ୟସାମଗ୍ରୀ ବିକ୍ରି କରାଯାଉଛି। ପ୍ରତ୍ୟହ ସନ୍ଧ୍ୟାରେ ମେଳାରେ ପାରମ୍ପରିକ ନୃତ୍ୟ, ସଙ୍ଗୀତ, ନାଟକ ଆଦି ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯିବାର ବ୍ୟବସ୍ଥା ହୋଇଛି। ଜାନୁୟାରୀ ୩୧, ଫେବୃୟାରୀ ୧ ଓ ୨ରେ ବିଭିନ୍ନ ରାଜ୍ୟର ଆଦିବାସୀ ନୃତ୍ୟ, ଫେବୃୟାରୀ ୭ରେ ଜନଜାତିଙ୍କ ସମସ୍ୟା ଉପରେ ଆଧାରିତ ନାଟକ ପ୍ରଦର୍ଶିତ ହେବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଫେବୃୟାରୀ ୯ ପର୍ଯ୍ୟନ୍ତ ୧୫ ଦିନ ଧରି ଏହି ମେଳା ଚାଲିବ।


Enter your email to get our daily news in your inbox.

All Right Reserved By Dharitri.Com

ଭୁତପ୍ରେତ ଭୟରେ ମାରୀଗୁଡା ଗ୍ରାମବାସୀ: ରାତିରେ ଶୁଭୁଛି ବିକଟାଳ ଶବ୍ଦ, ଲୋକଙ୍କ ଘରେ ଚୁଲି ଜଳୁନି

ରାୟଗଡା, ୧୮।୨(ଆଶିଷ ରଞ୍ଜନ ପଣ୍ଡା)- ଦକ୍ଷିଣ ଓଡିଶାର ଉପାନ୍ତ ରାୟଗଡା ଜିଲ୍ଲାର ଗ୍ରାମାଞ୍ଚଳରେ ଏବେ ବି ଭରି ରହିଛି ଅନ୍ଧବିଶ୍ବାସ । ଭୂତପ୍ରେତକୁ ନେଇ ଆଜି ମଧ୍ୟ…

ମାର୍ଚ୍ଚ ୧୦ରୁ ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ: ପ୍ରାକ୍‌ ପ୍ରସ୍ତୁତିକୁ ତ୍ୱରାନ୍ବିତ କରିବାକୁ…

ଛତ୍ରପୁର, ୧୮ା୨(ଦିଲୀପ ସାମଲ)- ଚଳିତବର୍ଷ ମାର୍ଚ୍ଚ ମାସ ୧୦ ତାରିଖରୁ ଗଞ୍ଜାମର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ ଆରମ୍ଭ ହେବ। ଗଞ୍ଜାମ ଜିଲାପାଳ ଭି.କୀର୍ତ୍ତି…

ଗ୍ଲୋକାଲ ବାଇପାସ ନିକଟରେ ଦୁର୍ଘଟଣା, ଘଟଣାସ୍ଥଳରେ ଚାଲିଗଲା ଜଣଙ୍କର ଜୀବନ

ଜୟପୁର,୧୮।୨(ପବନ ପାଣିଗ୍ରାହୀ): ଜୟପୁର ଗ୍ଲୋକାଲ ହସପିଟାଲ ବାଇପାସ ରୋଡ ନିକଟରେ ଏକ ବାଇକ ଧକ୍କାରେ ଘଟଣାସ୍ଥଳରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ଅନ୍ୟଜଣେ ଗୁରୁତର ଅବସ୍ଥାରେ…

ବଲାଙ୍ଗୀର: ଭଡ଼ା ଘରେ ଚାଲିଥିଲା ସେକ୍ସ ରାକେଟ, ଚଢ଼ାଉ କରି ୨ ଦେହଜୀବିଙ୍କ ସହ ୪ ଗ୍ରାହକଙ୍କୁ…

ବଲାଙ୍ଗୀର,୧୮।୨(ସୁନୀଲ କୁମାର ମହାନ୍ତି)- ବଲାଙ୍ଗୀର ସହର ସୁଦପଡା ଗ୍ୟାସ ଗୋଦାମ ନିକଟ ଏକ ଭଡ଼ା ଘରେ ସେକ୍ସ ରାକେଟ ଠାବ ହୋଇଛି। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ…

ଥାଇଲ୍ୟାଣ୍ଡରେ ଫସିଛନ୍ତି ୬ ଓଡ଼ିଆ ଶ୍ରମିକ; ଖାଇବାକୁ ମିଳୁନି…, ଫେରିବା ପାଇଁ ସରକାରଙ୍କୁ ଗୁହାରି

ଭୁବନେଶ୍ୱର,୧୮।୨: ପରିବାର ପ୍ରତିପୋଷଣ ପାଇଁ ସୁଦୂର ଥାଇଲ୍ୟାଣ୍ଡ ଯାଇ ନିର୍ଯାତନାର ଶିକାର ହେଲେ ଓଡ଼ିଆ ଶ୍ରମିକ। କେନ୍ଦ୍ରାପଡ଼ା ଏବଂ ଭଦ୍ରକ ଜିଲାର ୬ ଜଣ ଶ୍ରମିକ ଏବେ…

ଜନସେବା କ୍ଷେତ୍ରରେ କଳାହାଣ୍ଡି ପ୍ରଶାସନର ବଡ଼ ପଦକ୍ଷେପ, ଲୋକାର୍ପିତ ହେଲା ଏଆଇ ଚାଟବଟ୍ ‘ଆମର ସହାୟକ’

ଭବାନୀପାଟଣା,୧୮।୨(ଉତ୍ତମ କୁମାର ଦାଶ): ଡିଜିଟାଲ୍ ଶାସନ ଏବଂ ଜନକୈନ୍ଦ୍ରିକ ପ୍ରଶାସନ ଦିଗରେ ଏକ ବଡ଼ ପଦକ୍ଷେପ ସ୍ୱରୂପ କଳାହାଣ୍ଡି ଜିଲା ପ୍ରଶାସନ ପକ୍ଷରୁ ବୁଧବାର ଅତ୍ୟାଧୁନିକ ଏଆଇ…

ଦୋଷୀ ସାବ୍ୟସ୍ତ ହେଲେ ପାଷ୍ଟିକୁଡ଼ି ପିଇଓ, ୩ ବର୍ଷ କାରାଦଣ୍ଡ ସହ ୫୦ ହଜାର ଜରିମାନା…

କେସିଙ୍ଗା,୧୮।୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ପାଷ୍ଟିକୁଡି ଗ୍ରାମ ପଞ୍ଚାୟତରେ  କାର୍ଯ୍ୟରତ  ପିଇଓ କ୍ଷମା ପ୍ରସାଦ ଦୁରିଆଙ୍କୁ  ମଙ୍ଗଳବାର ଭବାନୀପାଟଣା ଭିଜିଲାନ୍ସର ସ୍ବତନ୍ତ୍ର ବିଚାରପତି ୩…

ଅନଲାଇନ୍ ନିରାପତ୍ତା ଓ ସାଇବର ଅପରାଧ ନେଇ ସଚେତନତା   

ଦିଗପହଣ୍ଡି,୧୮।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସମ୍ମିଳନୀ କକ୍ଷରେ ବୁଧବାର ସ୍ଥାନୀୟ ସିଡିପିଓ କାର୍ଯ୍ୟାଳୟ ପକ୍ଷରୁ ବେଟି ବଚାଓ ଓ ବେଟି ପଢାଓ କାର୍ଯ୍ୟକ୍ରମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri