Posted inଖେଳ

ପ୍ରଥମ ଶ୍ରେଣୀ କ୍ରିକେଟର୍‌ଙ୍କ ଆର୍ଥିକ ସ୍ଥିତିକୁ ଗୁରୁତ୍ୱ ଦେବି: ଗାଙ୍ଗୁଲି

ମୁମ୍ବାଇ, ୧୫।୧୦ (ପି.ଟି.)- ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ବିଶ୍ୱର ସବୁଠାରୁ ବିତ୍ତଶାଳୀ କ୍ରିକେଟ୍‌ ବୋର୍ଡ ଭାରତୀୟ କ୍ରିକେଟ୍‌ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ନୂତନ ସଭାପତି ଭାବେ ପଦ ମଣ୍ଡନ କରିବା ଏକ ପ୍ରକାର ନିଶ୍ଚିତ ହୋଇଯାଇଛି। ଏକ ଗୁରୁତ୍ୱପୂର୍ଣ୍ଣ ସମୟରେ ଏଭଳି ମର୍ଯ୍ୟାଦାଜନକ ପଦ ଅଳଙ୍କରଣ କରିବାକୁ ଯାଉଥିବା ଗାଙ୍ଗୁଲି ପ୍ରଥମଶ୍ରେଣୀ କ୍ରିକେଟର୍‌ଙ୍କ ଆର୍ଥିକସ୍ଥିତିରେ ସୁଧାର ଆଣିବା ଉପରେ ପ୍ରାଥମିକତା ଦେବେ ବୋଲି କହିଛନ୍ତି। ଏଥିସହ ସେ ଭାରତୀୟ କ୍ରିକେଟ୍‌ ବୋର୍ଡର ଛବି ସୁଧାରିବାକୁ ଲକ୍ଷ୍ୟ ରଖିଛନ୍ତି। ମାନ୍ୟବର ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ପ୍ରଶାସକ ସମିତି (ସିଓଏ) ଦ୍ୱାରା ୨୦୧୭ରେ ଅନୁରାଗ ଠାକୁର ପ୍ରତ୍ୟାହୃତ ହେବାର ଦୀର୍ଘ ୩୩ ମାସ ପରେ ବିସିସିଆଇର ପ୍ରଥମ ସଭାପତି ଭାବେ ଗାଙ୍ଗୁଲି ପଦ ଅଳଙ୍କୃତ କରିବାକୁ ଯାଉଛନ୍ତି। ମାତ୍ର ୯ ମାସ ପାଇଁ ବିସିସିଆଇର ସଭାପତି ପଦରେ ରହିବାକୁ ଯାଉଥିବା ଗାଙ୍ଗୁଲି ‘କିଛି ଭଲ’ କରିବା ପାଇଁ ଏହାକୁ ଏକ ସୁବର୍ଣ୍ଣ ସୁଯୋଗ ବୋଲି କହିଛନ୍ତି। ‘କୁଲିଂ ଅଫ୍‌ ପିରିୟଡ୍‌’ ପାଇଁ ଆସନ୍ତା ଜୁଲାଇରେ ଗାଙ୍ଗୁଲିଙ୍କ କାର୍ଯ୍ୟକାଳ ସମାପ୍ତ ହେବ। ଏକମାତ୍ର ବ୍ୟକ୍ତି ଭାବେ ସୌରଭ ବିସିସିଆଇ ସଭାପତି ପଦ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି।
ସବୁଠାରୁ ମର୍ଯ୍ୟାଦାଜନକ ପଦ ଗ୍ରହଣ କରିବାକୁ ଯାଉଥିବା ଗାଙ୍ଗୁଲି କହିଛନ୍ତି,‘ ଏହା ଏକ ଚମତ୍କାର ଅନୁଭବ ଯେ ମୁଁ ଦେଶ ପାଇଁ ଖେଳିଲି ଏବଂ ଦେଶର ନେତୃତ୍ୱ ନେବାର ମଧ୍ୟ ସୁଯୋଗ ପାଇଲି। ଏଥିସହ ଏଭଳି ଏକ ସମୟରେ ବିସିସିଆଇର ଦାୟିତ୍ୱ ଗ୍ରହଣ କରିବାକୁ ଯାଉଛି ଯେଉଁ ସମୟରେ ଏହାର ଛବି ଗତ ୩ ବର୍ଷ ହେଲା ଖରାପ ରହିଛି। ଏହା ମୋ ପାଇଁ ଏକ ସୁବର୍ଣ୍ଣ ସୁଯୋଗ ଯେ, ମୋତେ କିଛି ଭଲ କରିବାକୁ ମିଳିଛି’। ଆଗାମୀ କିଛି ମାସ ମଧ୍ୟରେ ଆମେ ସବୁକିଛି ଠିକ୍‌ କରିପାରିବୁ ଏବଂ ଭାରତୀୟ କ୍ରିକେଟ୍‌କୁ ପୁଣିଥରେ ପୂର୍ବସ୍ଥିତିକୁ ଆଣିପାରିବୁ। ଆପେକ୍ସ କାଉନସିଲ୍‌ର ସଦସ୍ୟ ଥିବା ମୋର ୮ ଜଣିଆ ସାଥୀ ଏକାଠି ମିଶି କାମ କରିବା ସହ ବିସିସିଆଇର ପୂର୍ବ ଗୌରବକୁ ଫେରାଇ ଆଣିବାକୁ ଚେଷ୍ଟା କରିବୁ’ ବୋଲି ଭାରତ ପକ୍ଷରୁ ୧୧୩ ଟେଷ୍ଟ ଓ ୩୧୧ ଦିନିକିଆ ମ୍ୟାଚ୍‌ରେ ପ୍ରତିନିଧିତ୍ୱ କରିଥିବା ଗାଙ୍ଗୁଲି ଏକ ସାକ୍ଷାତକାର ଅବସରରେ କହିଛନ୍ତି। ସେହିଭଳି ପ୍ରଥମ ଶ୍ରେଣୀ କ୍ରିକେଟର୍‌ଙ୍କୁ ସବୁଠାରୁ ଅଧିକ ଗୁରୁତ୍ୱ ଦେବାକୁ ସମସ୍ତଙ୍କ ସହିତ ଆଲୋଚନା କରିବି। ଗତ ୩ ବର୍ଷ ହେଲା ସିଓଏକୁ ଏନେଇ ଅନୁରୋଧ କରିଆସିଛି। କିନ୍ତୁ ସେମାନେ ଏହା ଶୁଣି ନାହାନ୍ତି। ପ୍ରଥମ ଶ୍ରେଣୀ କ୍ରିକେଟର୍‌ଙ୍କ ଆର୍ଥିକସ୍ଥିତିରେ ସୁଧାର ଆଣିବା ମୋର ପ୍ରଥମ ଲକ୍ଷ୍ୟ ହେବ’ ବୋଲି ଅନ୍ତର୍ଜାତୀୟ କ୍ରିକେଟ୍‌ରେ ୧୮ ହଜାରରୁ ଊର୍ଦ୍ଧ୍ୱ ରନ ସଂଗ୍ରହ କରିଥିବା ଗାଙ୍ଗୁଲି ଏହି ଅବସରରେ ଉଲ୍ଲେଖ କରିଛନ୍ତି।
ଚ୍ୟାଲେଞ୍ଜ ରହିବ:
ନିର୍ଦ୍ୱନ୍ଦ୍ୱରେ ବିସିସିଆଇ ସଭାପତି ଭାବେ ନିର୍ବାଚିତ ଭାବେ ନିର୍ବାଚିତ ହେବାକୁ ଯାଉଥିବାରୁ ତାଙ୍କ ସମ୍ମୁଖରେ ବଡ଼ ଚ୍ୟାଲେଞ୍ଜ ରହିବ ବୋଲି ଗାଙ୍ଗୁଲି ସ୍ବୀକାର କରିଛନ୍ତି। ‘ତୁମେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୁଅ କିମ୍ବା ନ ହୁଅ ଯେହେତୁ ଏହା ବିଶ୍ୱର ସବୁଠାରୁ ଧନୀଶାଳୀ କ୍ରିକେଟ୍‌ ବୋର୍ଡ ତେଣୁ ଏକ ଦାୟିତ୍ୱ ରହିବ। ଆର୍ଥିକ ରୂପେ ଭାରତ କ୍ରିକେଟ୍‌ର ପାଓ୍ବାର ହାଉସ୍‌। ତେଣୁ ନିଶ୍ଚିତ ଭାବେ ଚ୍ୟାଲେଞ୍ଜ ରହିବ।
ପ୍ରଚାର କରିବେନି:
ଶନିବାର ଗାଙ୍ଗୁଲି ଗୃହମନ୍ତ୍ରୀ ଅମିତ୍‌ ଶାହଙ୍କୁ ଭେଟିଥିଲେ। ତେଣୁ ପଶ୍ଚିମବଙ୍ଗରେ ହେବାକୁ ଥିବା ଆଗାମୀ ନିର୍ବାଚନରେ ସେ ଭାଜପା ପାଇଁ ପ୍ରଚାର କରିବେ କି ବୋଲି ଖବରଦାତାମାନେ ପ୍ରଶ୍ନ କରିବାରୁ ଗାଙ୍ଗୁଲି ଏହାକୁ ଅଗ୍ରାହ୍ୟ କରିଦେଇଛନ୍ତି। ‘ମୋତେ ଏନେଇ କେହି କିଛି କହିନାହାନ୍ତି। କୌଣସି ରାଜନେତାଙ୍କ ସହ ମୋର ଯୋଗାଯୋଗ ନାହିଁ’ ବୋଲି ୪୭ ବର୍ଷୀୟ ଗାଙ୍ଗୁଲି କହିଛନ୍ତି।
ଡାଲମିଆ ମୋ ପିତୃତୁଲ୍ୟ:
ବିସିସିଆଇର ପୂର୍ବତନ ସଭାପତି ଜଗମୋହନ ଡାଲମିୟାଙ୍କୁ ସ୍ମରଣ କରି ଗାଙ୍ଗୁଲି ଭାବବିହ୍ବଳ ହୋଇଯାଇଥିଲେ। ‘କଦାପି ବିଶ୍ୱାସ କରିପାରୁନି କି ମୁଁ ଏହି ପଦରେ କାମ କରିବାର ସୁଯୋଗ ପାଇବି। ସେ ମୋର ପିତୃତୁଲ୍ୟ ଥିଲେ। ଏନ୍‌. ଶ୍ରୀନିବାସନ, ଅନୁରାଗ ଠାକୁରଙ୍କ ପରି ବିସିସିଆଇର କେତେଜଣ ଶ୍ରେଷ୍ଠ ସଭାପତି ରହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟି-୨୦ ବିଶ୍ୱକପ ପାଇଁ ଚୟନ ହୋଇଥିବା ଭାରତୀୟ ଦଳ ଉପରେ ପ୍ରଶ୍ନ ଉଠାଇଲେ ୱାସିମ ଜାଫର, କହିଲେ ଇଶାନ-ୱାଶିଂଟନଙ୍କ ବଦଳରେ…

ନୂଆଦିଲ୍ଲୀ,୨୨।୧୨: ୨୦୨୬ ଟି୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ସୂର୍ଯ୍ୟକୁମାର ଯାଦବଙ୍କ ଅଧିନାୟକତ୍ୱରେ ଇଶାନ କିଷାନ ଦଳକୁ ଫେରିଛନ୍ତି। ଉପ-ଅଧିନାୟକ ଶୁବମନ ଗିଲ...

Asia Cup ବିଜୟୀ ଦଳକୁ ସ୍ୱତନ୍ତ୍ର ପୁରସ୍କାର ଘୋଷଣା କଲେ ଶାହବାଜ

କରାଚୀ,୨୨ା୧୨: ଦୁବାଇରେ ୧୯ବର୍ଷରୁ କମ୍‌ Asia Cup ବିଜୟୀ ପାକିସ୍ତାନ ଦଳର ସଦସ୍ୟମାନଙ୍କ ଲାଗି ଦେଶର ପ୍ରଧାନମନ୍ତ୍ରୀ ଶାହବାଜ ଶରିଫ ୧୦ ନିୟୁତ ପାକିସ୍ତାନୀ ଟଙ୍କା...

ଟି-୨୦ ବିଶ୍ୱକପ ପୂର୍ବରୁ ସନ୍ୟାସ ନେଇ ଚମକାଇଲେ ଏହି ଖେଳାଳି, ଟିମ ଇଣ୍ଡିଆକୁ ଲାଗିଲା ବଡ଼ ଝଟକା

ନୂଆଦିଲ୍ଲୀ,୨୨।୧୨: ୨୦୨୬ ଟି୨୦ ବିଶ୍ୱକପ ପାଇଁ ଟିମ ଇଣ୍ଡିଆର ଦଳ ଡିସେମ୍ବର ୨୦ ତାରିଖରେ ଘୋଷଣା କରାଯାଇଥିଲା। ୨୦୨୬ ଟି୨୦ ବିଶ୍ୱକପ ଭାରତ ଏବଂ ଶ୍ରୀଲଙ୍କା...

ଦିନିକିଆ ଅଧିନାୟକ ପଦରୁ ଗିଲ୍‌ ହେବେ ବିଦା! ତାଙ୍କ ସ୍ଥାନରେ ଏହି ଖେଳାଳିଙ୍କୁ ମିଳିବ ଅଧିନାୟକତ୍ୱ, ବଡ଼ ଖୁଲାସା

ନୂଆଦିଲ୍ଲୀ,୨୨।୧୨: କ୍ରିକେଟର ଶୁବମନ ଗିଲ୍‌ଙ୍କ ପାଇଁ ସମସ୍ୟା ବଢ଼ିବା ପରି ମନେ ହେଉଛି। ତାଙ୍କୁ ପ୍ରଥମେ ଟେଷ୍ଟ ଦଳର ଅଧିନାୟକ ଏବଂ ପରେ ଚଳିତ ବର୍ଷ...

ମୁଁ ସମ୍ପୂର୍ଣ୍ଣ ଭାଙ୍ଗିପଡ଼ିଥିଲି…ଅବସର କଥା କହି ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କଲେ ରୋହିତ ଶର୍ମା

ନୂଆଦିଲ୍ଲୀ,୨୨।୧୨: ଭାରତୀୟ କ୍ରିକେଟର ସବୁଠାରୁ ସଫଳ ଅଧିନାୟକଙ୍କ ମଧ୍ୟରୁ ଜଣେ ରୋହିତ ଶର୍ମା ତାଙ୍କ କ୍ୟାରିୟର ବିଷୟରେ ଏକ ଖୁଲାସା କରିଛନ୍ତି। ଏହା ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ...

୨ ଦଳ ମିଶି କଲେ ମାତ୍ର ୨୩ ରନ: ଅନ୍ତର୍ଜାତୀୟ ଟି-୨୦ରେ ସବୁଠୁ ଲଜ୍ଜାଜନକ ରେକର୍ଡ

ନୂଆଦିଲ୍ଲୀ,୨୨।୧୨: ଅନ୍ତର୍ଜାତୀୟ ଟି-୨୦ କ୍ରିକେଟ ସାଧାରଣତଃ ଦ୍ରୁତ ରନ, ବଡ଼ ଛକା ଏବଂ ବଡ଼ ସ୍କୋର ପାଇଁ ଜଣାଶୁଣା। ଏହି ଫର୍ମାଟ କେତେକ ସମୟରେ ବ୍ୟାଟସମ୍ୟାନଙ୍କ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଆଶେସ ଟାଇଟଲ ବଜାୟ ରଖିଲା ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୧ା୧୨: ସ୍ଥାନୀୟ ଆଡିଲେଡ୍‌ ଓଭାଲଠାରେ ଚାଲିଥିବା ତୃତୀୟ ଆଶେସ ଟେଷ୍ଟରେ ଇଂଲଣ୍ଡକୁ ୮୨ ରନରେ ହରାଇ ଦେଇଛି ଅଷ୍ଟ୍ରେଲିଆ। ଆଉ ଦୁଇଟି ମ୍ୟାଚ ଖେଳାଯିବାକୁ ବାକି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri