Posted inଫୁରସତ

ପ୍ରଥମ ରୋଜଗାରରେ ସାଙ୍ଗମାନଙ୍କ ସହ ଖୁବ୍‌ ଖାଇଥିଲି: ପ୍ରଫେସର୍‌ ଡ.ମୃଣାଳ ଚାଟାର୍ଜୀ

ପଶ୍ଚିମବଙ୍ଗର ବର୍ଦ୍ଧମାନ ଜିଲା ଅନ୍ତର୍ଗତ କାଟୋଆରେ ମୋର ଜନ୍ମ ହୋଇଥିଲେ ହେଁ ପାଠପଢ଼ା ଭଦ୍ରକରେ ହୋଇଥିଲା। ଚରମ୍ପା ଉଚ୍ଚବିଦ୍ୟାଳୟରୁ ମାଟ୍ରିକ୍‌ ଓ ଭଦ୍ରକ କଲେଜରୁ ଆଇ.ଏ, ବି.ଏ. ପଢ଼ା ସାରି କଟକ ରେଭେନ୍ସା କଲେଜରେ ଇଂଲିଶ୍‌ ପି.ଜି ପଢୁଥାଏ। ତା’ସହିତ ଏଲ୍‌ଏଲ୍‌ବି ମଧ୍ୟ କରୁଥାଏ। ଏହି ସମୟରେ ଆକାଶବାଣୀ କଟକ ତରଫରୁ କାଜୁଆଲ୍‌ ଆନାଉନ୍ସର (ଉଦ୍‌ଘୋଷକ) ପାଇଁ କେତୋଟି ପୋଷ୍ଟ ବାହାରିଲା। ସେଥିରେ ଆପ୍ଲାଏ କଲି ଆଉ ସିଲେକ୍ଟ ହେଲି। ସେତେବେଳେ ଜଣେ ଆନାଉନ୍ସରଙ୍କୁ ପ୍ରତି ପ୍ରୋଗ୍ରାମ୍‌ ପିଛା ୭୫ଟଙ୍କା ଦିଆଯାଉଥିଲା। ଆଉ ପ୍ରତି ଆନାଉନ୍ସର ପ୍ରାୟ ୬ଟି ପ୍ରୋଗ୍ରାମ ହିଁ କରୁଥିଲେ। ତେଣୁ ମୁଁ ବି ୬ଟି ପ୍ରୋଗ୍ରାମ କରିବା ପରେ ମୋତେ ଏକକାଳୀନ ୪୫୦ ଟଙ୍କା ମିଳିଥିଲା, ଯାହା ଥିଲା ମୋର ପ୍ରଥମ ରୋଜଗାର। ୧୯୮୦ ମସିହାରେ ଏହାର ମୂଲ୍ୟ ଢେର୍‌ ଥିଲା। ଖୁସିରେ ପାଦ ତଳେ ଲାଗୁ ନଥିଲା। କିନ୍ତୁ ଏକଥା ଘରେ ଜଣାଇ ନ ଥିଲି। ଘରେ କେବଳ ଜାଣିଥିଲେ ମୁଁ ରେଡିଓରେ କାମ କରୁଛି ହେଲେ ସେଥିପାଇଁ ପଇସା ମିଳେ ସେ ଧାରଣା ସେମାନଙ୍କର ନ ଥିଲା। ତେଣୁ ପ୍ରଥମ ଟଙ୍କା ପାଇଲା ପରେ ସାଙ୍ଗମାନେ ଟ୍ରିଟ୍‌ ମାଗିବାରୁ ସମ୍ପୂର୍ଣ୍ଣ ଟଙ୍କା ରେଷ୍ଟୁରାଣ୍ଟରେ ଖାଇବାରେ ହିଁ ସରିଗଲା। ଏହାର କିଛିଦିନ ପରେ ଘରକୁ ଗଲାବେଳେ ବହୁତ ମିଠା ନେଇକି ଯାଇଥାଏ। ଘରଲୋକେ ଆଶ୍ଚର୍ଯ୍ୟ ହୋଇଗଲେ ଏତେ ମିଠା ଆଣିବାକୁ ମୋ ପାଖେ ପଇସା କେଉଁଠୁ ଆସିଲା ବୋଲି। ମୋଠାରୁ ସବୁକଥା ଶୁଣିଲା ପରେ ମା’ କହିଲେ-ଆଚ୍ଛା! ଏଥିପାଇଁ ପଇସା ବି ମିଳୁଛି, ତା’ହେଲେ ତୋତେ ଆଉ ପଇସା ଦିଆ ହବନି। ତା’ପରେ ମା’କୁ ବୁଝାଇଲି- ମୋତେ ସବୁ ମାସ ପଇସା ମିଳୁନି, ଯେଉଁ ମାସ କାମ ଦିଆଯାଉଛି ସେହି ମାସ ହିଁ କେବଳ ପଇସା ମିଳୁଛି। ସତରେ ପ୍ରଥମ ରୋଜଗାରର ଏହି ଅନୁଭୂତିଟି ମୋ ପାଇଁ ଏକ ଅଭୁଲା ସ୍ମୃତି। ତା’ସହିତ ଆକାଶବାଣୀ ପ୍ରତି ମୋ ମନରେ ବହୁତ କୃତଜ୍ଞତା ବି ରହିଛି। କାରଣ ଆକାଶବାଣୀ ମୋତେ ରୋଜଗାର ଦେବା ସହ ସମାଜରେ ଏକ ସ୍ବତନ୍ତ୍ର ପରିଚିତି ଗଢିବାରେ ଅନେକ ସାହାଯ୍ୟ କରିଛି। କେବଳ ରେଡିଓ ନୁହେଁ ଦୂରଦର୍ଶନରେ ବି ସେତେବେଳେ କାମ କରିବାର ସୁଯୋଗ ପାଇଥିଲି। ଯେଉଁଥିପାଇଁ ପି.ଜି ପରେ ମହର୍ଷି କଲେଜରେ କିଛିଦିନ ଅଧ୍ୟାପନା କରି ସାମ୍ବାଦିକତା କ୍ଷେତ୍ରକୁ ଆପଣେଇ ନେଲି ଏବଂ ଏକ ଦୈନିକ ଓଡ଼ିଆ ଖବରକାଗଜରେ କାମ କରିବାକୁ ଲାଗିଲି। ଆଉ ତା’ଭିତରେ ମାଷ୍ଟର ଅଫ୍‌ ମାସ୍‌ କମ୍ୟୁନିକେଶନ ଓ ପବ୍ଲିକ୍‌ ଆଡ୍‌ମିନିଷ୍ଟ୍ରେଶନ୍‌ରେ ଏମ୍‌.ଏ. ସାରି ପିଏଚ୍‌.ଡି ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଥିଲି। ବେଶ୍‌ କିଛି ବର୍ଷ ଉକ୍ତ ଖବରକାଗଜ ସଂସ୍ଥାରେ କାମ କରିବା ପରେ ଭାରତୀୟ ଜନ ସଂଚାର ସଂସ୍ଥାନ (ଆଇଆଇଏମ୍‌ସି), ଢେଙ୍କାନାଳରେ ଆସୋସିଏଟ୍‌ ପ୍ରଫେସର୍‌ ଭାବେ ଜଏନ୍‌ କରିଥିଲି। ଯେଉଁଠାରେ ଏବେ ମୁଁ ପ୍ରଫେସର୍‌ ଆଣ୍ଡ ରିଜିଓନାଲ୍‌ ଡାଇରେକ୍ଟର ଭାବେ କାର୍ଯ୍ୟରତ। ତେବେ ଏହି କର୍ମମୟ ଜୀବନ ଭିତରୁ ବି ସମୟ ବାହାର କରି ଅନେକ ଗପ, ଉପନ୍ୟାସ, ସ୍ତମ୍ଭ, ନାଟକ, ଅନୁବାଦ ତଥା ସାମ୍ବାଦିକତାକୁ ନେଇ ଅନେକ ଗୁରୁତ୍ୱପୂର୍ଣ୍ଣ ଲେଖାମାନ ବି ଲେଖିଛି। ତନ୍ମଧ୍ୟରୁ ଭଲ ଅଛ ନବଘନ, ନବଘନ ଭଲ ଅଛି, ଯମରାଜ ଛୁଟିରେ ଇତ୍ୟାଦି ଗଳ୍ପ ସଂକଳନ, ସେକ୍ରେଟାରିଏଟ୍‌ରେ ବାଘ, ଶନି ମନ୍ଦିର ସାମ୍ନାରେ ସାତ ଭିକାରି, କୁକୁର କାହାଣୀ ଇତ୍ୟାଦି ଉପନ୍ୟାସ, ଜଗତେ ଥିବା ଯେତେଦିନ, ପଏଣ୍ଟ ବାଇ ପଏଣ୍ଟ, ଉଇନ୍‌ଡୋ ସିଟ୍‌ ଇତ୍ୟାଦି ରମ୍ୟରଚନା/ସ୍ତମ୍ଭ ସଙ୍କଳନ, ଲତା ପରି ଝିଅଟିଏ, ନାଗରାଜର ଦୁନିଆ, ଶରଣାଗଡ଼ ଇତ୍ୟାଦି ଅନୁବାଦ ତଥା ହିଷ୍ଟ୍ରି ଅଫ୍‌ ଜର୍ନାଲିଜମ୍‌ ଇନ୍‌ ଓଡ଼ିଶା, ଓଡ଼ିଶାରେ ସାମ୍ବାଦିକତାର ଇତିହାସ ଇତ୍ୟାଦି ପୁସ୍ତକମାନ ପ୍ରକାଶିତ ହୋଇ ମୋତେ ଅନେକ ପାଠକୀୟ ପ୍ରଶଂସା ମିଳିଛି। ତା’ସହିତ ଏବେ ବି ରେଡିଓ ଓ ଦୂରଦର୍ଶନର ଅନେକ କାର୍ଯ୍ୟକ୍ରମରେ ନିଜକୁ ସାମିଲ କରି ଏକ ନିଆରା ଆନନ୍ଦ ପାଇପାରୁଛି।

-ଅମ୍ବ୍ରିତା


Enter your email to get our daily news in your inbox.

All Right Reserved By Dharitri.Com

ଇରାନକୁ ଟ୍ରମ୍ପଙ୍କ ଚରମ ଚେତାବନୀ: ‘ଶାନ୍ତି ଆଲୋଚନା ବିଫଳ ହେଲେ ଆକ୍ରମଣ ପାଇଁ ଆମେରିକା ପ୍ରସ୍ତୁତ’

ୱାଶିଂଟନ,୧୦।୭: ଇରାନ ଏବଂ ଆମେରିକା ମଧ୍ୟରେ ଶାନ୍ତିବାର୍ତ୍ତା ନେଇ ଆଲୋଚନା ହେବାକୁ ଥିବା ବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଧମକ ଦେଇଛନ୍ତି। ଇସଲାମାବାଦରେ…

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…

ଯମୁନାରେ ବୁଡ଼ିଲା ଡଙ୍ଗା: ୧୦ ଭକ୍ତଙ୍କ ଚାଲିଗଲା ଜୀବନ, ଉଦ୍ଧାର କାର୍ଯ୍ୟ ଜାରି

ଲକ୍ଷ୍ନୌ,୧୦।୪: ମଥୁରା ଜିଲାର ବୃନ୍ଦାବନରେ ଶୁକ୍ରବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଶ୍ରୀନଗର ଘାଟ ନିକଟରେ ଏକ ଡଙ୍ଗା ବୁଡ଼ିଯିବା ପରେ ଅନେକ ଭକ୍ତ ନିଖୋଜ ହୋଇଯାଇଛନ୍ତି।…

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri