Posted inଖେଳ

ପ୍ରଥମ ମହିଳା ସିଇଓ ପାଇଁ କ୍ରିକେଟ୍‌ ଅଷ୍ଟ୍ରେଲିଆ ପ୍ରସ୍ତୁତ:ପେରୀ

ମେଲବୋର୍ନ, ୧୯।୬ (ପି.ଟି.)- କ୍ରିକେଟ୍‌ ଅଷ୍ଟ୍ରେଲିଆ (ସିଏ) ପ୍ରଥମଥର ଲାଗି ଏହାର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ପଦରେ ଜଣେ ମହିଳାଙ୍କୁ ନିଯୁକ୍ତ କରିବାକୁ ପ୍ରସ୍ତୁତ ରହିଛି। ଏହି ସମ୍ମାନଜନକ ପଦ ଲାଗି ଅନେକ ଯୋଗ୍ୟ ମହିଳା ପ୍ରାର୍ଥୀ ରହିଛନ୍ତି ବୋଲି ଅଷ୍ଟ୍ରେଲିଆ ମହିଳା କ୍ରିକେଟ୍‌ ଦଳର ଷ୍ଟାର୍‌ ଅଲ୍‌ରାଉଣ୍ଡର ଏଲିସ୍‌ ପେରୀ ଶୁକ୍ରବାର କହିଛନ୍ତି। ଚଳିତ ସପ୍ତାହ ପ୍ରାରମ୍ଭରେ କେଭିନ ପିଟରସନ ସିଇଓ ପଦରୁ ଇସ୍ତଫା ଦେବାପରେ ଏହି ପଦ ଖାଲି ପଡ଼ିଛି। ଟି୨୦ ବିଶ୍ୱକପ୍‌ର ମୁଖ୍ୟ କାର୍ଯ୍ୟନିର୍ବାହୀ ନିକ୍‌ ହକ୍‌ଲୀଙ୍କୁ ବର୍ତ୍ତମାନ ସିଏର ଅନ୍ତରୀଣ ସିଇଓ ଭାବେ ନିଯୁକ୍ତ କରାଯାଇଛି।
ବର୍ଷୀୟା ପେରୀ କହିଛନ୍ତି, ସିଏର ସ୍ଥାୟୀ ସିଇଓ ଲାଗି ପଶ୍ଚିମ ଅଷ୍ଟ୍ରେଲିଆର ମୁଖ୍ୟ କ୍ରିଷ୍ଟିନା ମାଥ୍ୟୁ ଭଲ ବିକଳ୍ପ ହୋଇପାରନ୍ତି। ‘ମୋତେ ଲାଗୁଛି କ୍ରିକେଟ୍‌ ଅଷ୍ଟ୍ରେଲିଆ ଲମ୍ବା ସମୟ ପର୍ଯ୍ୟନ୍ତ ଏହାର ସିଇଓ ପଦରେ ଜଣେ ମହିଳାଙ୍କୁ ନିଯୁକ୍ତ ଦେବାକୁ ପ୍ରସ୍ତୁତ ହେଉଛି। ସିଇଓ ପଦ ଲାଗି ହୋଇଥିବା ଅନ୍ତିମ ପର୍ଯ୍ୟାୟ ଆଲୋଚନାରେ କ୍ରିଷ୍ଟିନାଙ୍କ ନାମକୁ ନେଇ ମଧ୍ୟ ଚର୍ଚ୍ଚା ହୋଇଥିଲା। ଏହା କୌଣସି ନୂଆ କଥା ନୁହେଁ। କ୍ରିକେଟ୍‌ ଅଷ୍ଟ୍ରେଲିଆର କିଛି ଉଚ୍ଚ ପଦରେ ମହିଳା ନିଯୁକ୍ତ ହୋଇସାରିଛନ୍ତି, ଯେଉଁମାନେ କି ବୋର୍ଡକୁ ଚଳାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛନ୍ତି। ସେମାନଙ୍କ ମଧ୍ୟରେ ବେଲିଣ୍ଡା କ୍ଲାର୍କ, ଷ୍ଟିଫ୍‌ ବେଲ୍‌ଟ୍ରମ ପ୍ରମୁଖ ରହିଛନ୍ତି ବୋଲି ପେରୀ ଏହି ଅବସରରେ କହିଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ, କରୋନା ଭାଇରସ୍‌ ଲାଗି ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା କ୍ରିକେଟ୍‌ ଅଷ୍ଟ୍ରେଲିଆ ପୂର୍ବରୁ ବ୍ୟାଟିଂ କୋଚ୍‌ ଗ୍ରାଏମ ହିକ୍‌ଙ୍କ ସମେତ ଏହାର ୪୦ ଜଣ କର୍ମଚାରୀଙ୍କୁ ଛଟେଇ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପ୍ରଥମଥର ଟି୨୦ ବିଶ୍ୱକପରେ ଘଟିଲା ଏମିତି: ବ୍ରୁକ ରଚିଲେ ଇତିହାସ

ନୂଆଦିଲ୍ଲୀ,୨୫।୨: ପାକିସ୍ତାନ ବିପକ୍ଷରେ ହ୍ୟାରି ବ୍ରୁକ ଏକ ଐତିହାସିକ ଶତକ ହାସଲ କରିଥିଲେ। ଫଳରେ ଇଂଲଣ୍ଡକୁ ବିଜୟ ହାସଲ କରିବାରେ ସାହାଯ୍ୟ କରିଥିଲା। ଏହି ବିଜୟ ସହିତ…

T20 World Cup 2026: ସେମିଫାଇନାଲରେ ଇଂଲଣ୍ଡ, ବିଶ୍ୱକପ୍‌ ରେସ୍‌ରୁ ପାକିସ୍ତାନ ବିଦା?

ନୂଆଦିଲ୍ଲୀ,୨୪।୨: ପାଲ୍ଲେକେଲେଠାରେ ଖେଳାଯାଇଥିବା ଏକ ରୋମାଞ୍ଚକର ସୁପର-୮ ମୁକାବିଲାରେ ପାକିସ୍ତାନକୁ ପରାସ୍ତ କରି ଇଂଲଣ୍ଡ ସେମିଫାଇନାଲ ଟିକେଟ ହାସଲ କରିଛି। ଶେଷ ଓଭର ପର୍ଯ୍ୟନ୍ତ ଚାଲିଥିବା ଏହି…

T20 World Cup 2026: ଟିମ୍‌ ଇଣ୍ଡିଆର ହାତ ଛାଡିଲେ ରିଙ୍କୁ ସିଂହ! ଅଚାନକ ନେଲେ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୨୪।୨: ଟିମ ଇଣ୍ଡିଆର ଅଲରାଉଣ୍ଡର ରିଙ୍କୁ ସିଂହଙ୍କୁ ଅପ୍ରତ୍ୟାଶିତ ଭାବରେ ଘରକୁ ଫେରିବାକୁ ପଡିଛି। ସେ ଚେନ୍ନାଇରୁ ଫେରି ଆସିଛନ୍ତି। ରିଙ୍କୁ ସିଂହଙ୍କ ଫେରିବାର କାରଣ ପରିବାରର…

ସଚିନଙ୍କୁ କ୍ଷମାମାଗିଲେ ପୂର୍ବତନ ଅମ୍ପାୟର ଷ୍ଟିଭ ବକ୍‌ନର, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୨୪ା୨: ଭାରତର କ୍ରିକେଟ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ ବହୁ ବାର ଭୁଲ୍‌ ନିଷ୍ପତ୍ତି ଦେଇ ଆଉଟ୍‌ କରିଥିବା ପୂର୍ବତନ ଅମ୍ପାୟର ଷ୍ଟିଭ ବକ୍‌ନର ଦୀର୍ଘ ୨୨ ବର୍ଷ…

ଦକ୍ଷିଣ ଆଫ୍ରିକା ଯିବ ଅଷ୍ଟ୍ରେଲିଆ ଦଳ

ମେଲବୋର୍ନ,୨୪ା୨: ଅଷ୍ଟ୍ରେଲିଆ ପୁରୁଷ କ୍ରିକେଟ ଦଳ ସେପ୍ଟେମ୍ବର ଓ ଅକ୍ଟୋବରରେ ଦକ୍ଷିଣ ଆଫ୍ରିକା ଟୁର୍‌ରେ ଯିବ। ଦକ୍ଷିଣ ଆଫ୍ରିକା-ଅଷ୍ଟ୍ରେଲିଆ ୩ଟି ଟେଷ୍ଟ ଏବଂ ସମାନ ସଂଖ୍ୟକ ଅନ୍ତର୍ଜାତୀୟ…

ଆସିଲା ମହିଳା ଟି୨୦ ବିଶ୍ୱକପ୍‌ କାର୍ଯ୍ୟସୂଚୀ: ଜୁନ ୧୪ରେ ପୁଣି ଭାରତ-ପାକିସ୍ତାନ ମ୍ୟାଚ୍‌

ନୂଆଦିଲ୍ଲୀ,୨୪ା୨: ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ମଙ୍ଗଳବାର ଆଗାମୀ ଆଇସିସି ମହିଳା ଟି୨୦ ବିଶ୍ୱକପ୍‌ ଲାଗି ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ଘୋଷଣା କରିଛି। ଜୁନ ୧୨ରୁ ଜୁଲାଇ ୫…

୨୦୨୬ ଟି-୨୦ ବିଶ୍ୱକପରୁ ବାଦ୍‌ ପଡ଼ିଲା ଭାରତ! ୱେଷ୍ଟଇଣ୍ଡିଜର ରେକର୍ଡ ବିଜୟ କୋଟି କୋଟି ଭାରତୀୟଙ୍କୁ ଦେଲା ଝଟକା

ନୂଆଦିଲ୍ଲୀ,୨୪।୨: ଭାରତ କ’ଣ ୨୦୨୬ ଟି୨୦ ବିଶ୍ୱକପରୁ ବାହାର ହୋଇଯାଇଛି କି? ଟିମ ଇଣ୍ଡିଆ କ’ଣ ଏବେ ୨୦୨୬ ଟି୨୦ ବିଶ୍ୱକପର ସେମିଫାଇନାଲରେ ପହଞ୍ଚିପାରିବ ନାହିଁ? ଭାରତ…

ଭାରତ-ପାକିସ୍ତାନ ମଧ୍ୟରେ ହୋଇପାରେ ଟି୨୦ ବିଶ୍ୱକପ ଫାଇନାଲ, ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨୪।୨: ICC ଟି-୨୦ ବିଶ୍ୱକପ ୨୦୨୬ ବର୍ତ୍ତମାନ ରୋମାଞ୍ଚକର ସୁପର ୮ ପର୍ଯ୍ୟାୟରେ ଚାଲିଛି। ସୁପର ୮ ପର୍ଯ୍ୟାୟର ଶ୍ରେଷ୍ଠ ଚାରିଟି ଦଳ ସେମିଫାଇନାଲକୁ ଯିବେ, ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri