Posted inଫୁରସତ

ପ୍ରଥମ ଦରମାରେ ରୋଗୀଣା ଶିଶୁକୁ ଖାଇବାକୁ ଦେଇଥିଲି

ହୃଦ୍‌ବକ୍ଷ ଶଲ୍ୟ ବିଶେଷଜ୍ଞ ଡା. ରମାରମଣ ଷଡ଼ଙ୍ଗୀ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି…
କଟକ ଜିଲାର ମଧ୍ୟକଚ୍ଛରେ ଆମ ଗାଁ ହୋଇଥିଲେ ହେଁ ବାପା ଶିକ୍ଷାବିତ୍‌ ନାରାୟଣ ଚନ୍ଦ୍ର ଷଡ଼ଙ୍ଗୀ ଯେହେତୁ କେନ୍ଦୁଝରରେ ଚାକିରି କରୁଥିଲେ ତେଣୁ ମୋର ଜନ୍ମ ଓ ପାଠପଢ଼ା ସେହି କେନ୍ଦୁଝରରେ ହୋଇଥିଲା। ପିଲାଟିବେଳୁ ଫୁଟବଲ୍‌ ଖେଳିବାର ନିଶା ଥିଲା। ଏହା ସହ ଡିସ୍‌କସ୍‌ ଥ୍ରୋ, ଜାଭେଲିନ୍‌ ଥ୍ରୋ, ଶର୍ଟପୁଟ୍‌ ଥ୍ରୋ ଓ ହାମର୍‌ ଥ୍ରୋ ବି ଖେଳୁଥିଲି। ଦୌଡ଼ରେ କେନ୍ଦୁଝର ଜିଲାରେ ପ୍ରଥମ ହେବା ସହ ‘ଥ୍ରୋ’ରେ ଓଡ଼ିଶା ଅଲିମ୍ପିକ୍‌ରେ ରେକର୍ଡ ବ୍ରେକ୍‌ କରିଥିଲି। ତା’ଛଡ଼ା ଫୁଟବଲ ଖେଳରେ ମଧ୍ୟ ସନ୍ତୋଷ ଟ୍ରଫି ଜୁନିୟର, ସନ୍ତୋଷ ଟ୍ରଫି ସିନିୟର ତଥା ଇଣ୍ଡିଆନ୍‌ ଫୁଟବଲ୍‌ ଆସୋସିଏଶନ୍‌ ତରଫରୁ ଫୁଟବଲ ଖେଳିବା ସହ ଇରାନ୍‌ ବିପକ୍ଷରେ ଏକ ଅନ୍ତର୍ଜାତୀୟ ମ୍ୟାଚ ବି ଖେଳିଥିଲି। ଖେଳ ସହ ପାଠରେ ମଧ୍ୟ ଭଲ ଥିଲି। କେନ୍ଦୁଝର ଡି.ଏନ୍‌. ହାଇସ୍କୁଲ୍‌ରୁ ମାଟ୍ରିକ୍‌ ପାସ୍‌ କରିବା ପରେ ଧରଣୀଧର କଲେଜରେ ପ୍ରି-ପ୍ରଫେଶନାଲ ପଢିଥିଲି। ତା’ପରେ କଟକ ଏସ୍‌ସିବି ମେଡିକାଲ କଲେଜରୁ ଏମ୍‌ବିବିଏସ୍‌ ପାସ୍‌ କରି ଜେନେରାଲ ସର୍ଜରୀରେ ପିଜି ଓ ପିଜିଆଇ ଚଣ୍ଡିଗଡରେ ହାର୍ଟସର୍ଜରୀରେ ଏମ୍‌ସିଏଚ୍‌ କରିଥିଲି। ଏହାପରେ ଏସ୍‌ସିବି ମେଡିକାଲ କଲେଜର କାର୍ଡିଓ ଥୋରାସିକ ସର୍ଜରୀ ଡିପାର୍ଟମେଣ୍ଟରେ ଅଧ୍ୟାପକ ଭାବେ ଯୋଗ ଦେଇଥିଲି। ପରେ ଆସିଷ୍ଟାଣ୍ଟ ପ୍ରଫେସର, ହୃଦ୍‌ବକ୍ଷ ଶଲ୍ୟ ବିଭାଗର ପ୍ରଫେସର ତଥା ବିଭାଗୀୟ ମୁଖ୍ୟ ହେବା ସହ ଏସ୍‌ସିବି ମେଡିକାଲ୍‌ କଲେଜର ପ୍ରିନ୍ସିପାଲ ଦାୟିତ୍ୱ ମଧ୍ୟ ତୁଲାଇଥିଲି। ସେତେବେଳେ ଓଡ଼ିଶାରେ ଓପନ୍‌ ହାର୍ଟ ସର୍ଜରୀ ୟୁନିଟ୍‌ ଆରମ୍ଭ କରିବାରେ ମୋର ଭୂମିକା ଥିଲା ଗୁରୁତ୍ୱପୂର୍ଣ୍ଣ ଓ ମୁଁ ତା’ର ପ୍ରାଇମ୍‌ ମୁଭର୍‌ ଥିଲି। ମୁଁ ଯେଉଁ କଟାହାତ ଯୋଡିଥିଲି ତଥା ବାଇପାସ୍‌ ସର୍ଜରୀ ଓ ଭାସ୍କୁଲାର୍‌ ସର୍ଜରୀ କରିଥିଲି ତାହା କେବଳ ଓଡ଼ିଶାରେ ନୁହେଁ ସାରା ଭାରତବର୍ଷରେ ଚହଳ ସୃଷ୍ଟି କରିଥିଲା ଏବଂ ଏହା ଓଡ଼ିଶାର ସ୍ବାସ୍ଥ୍ୟ କାର୍ଯ୍ୟକ୍ରମକୁ ଏକ ନୂତନ ଦିଗ୍‌ଦର୍ଶନ ବି ଦେଇଥିଲା। ତେବେ ଚାକିରି ଜୀବନରେ ମୁଁ ଅନେକ ଦରମା ପାଇଥିଲେ ମଧ୍ୟ ଏମ୍‌ବିବିଏସ୍‌ ପାସ୍‌ କରି ହାଉସ୍‌ ସର୍ଜନ ଥିବାବେଳେ ପ୍ରଥମ ମାସ ମୋତେ ଯେଉଁ ଦୁଇଶହ ଟଙ୍କା ଷ୍ଟାଇପେଣ୍ଡ ମିଳିଥିଲା ତାହା ମୋତେ ସେତେବେଳେ ଦୁଇ ଲକ୍ଷ ଟଙ୍କା ପରି ଲାଗିଥିଲା। ପ୍ରଥମେ ସେହି ଟଙ୍କାରୁ କିଛି ନେଇ ମା’କଟକଚଣ୍ଡୀଙ୍କ ପାଖେ ଭୋଗକରି ସାଙ୍ଗମାନଙ୍କ ମଧ୍ୟରେ ବାଣ୍ଟି ଦେଇଥିଲି। ତା’ପରେ ସିଧାଯାଇ ପହଞ୍ଚତ୍ଥିଲି ସର୍ଜରୀ ୱାର୍ଡରେ। ଭାବିଥିଲି ଆଗ ଡ୍ୟୁଟି ସାରିବି ଆଉ ତା’ପରେ ମାର୍କେଟିଂ କରି ବସ୍‌ ଧରି କେନ୍ଦୁଝର ଯିବି। ହେଲେ ୱାର୍ଡରେ ରାଉଣ୍ଡ ଦେଲାବେଳେ ଦେଖିଲି ଛୋଟ ପିଲାଟିଏ ଜରିରେ ହାତ ପୂରାଇ କିଛି ଖାଦ୍ୟ ଖାଉଛି। ପାଖରେ ତା’ର ମା’ବାପା ବସି ଆଖିରୁ ଲୁହ ଗଡାଉଛନ୍ତି। ପାଖକୁ ଯାଇ ଦେଖିଲି ପିଲାଟି ତା’ କୁନି କୁନି ହାତରେ ଖୁଦଭଜା ଖାଉଛି। ତା’ ବାପାମା’ଙ୍କୁ ପଚାରିବାରୁ ସେମାନେ କୋହଭରା ସ୍ବରରେ କହିଲେ, ‘ସାର୍‌ ବହୁତ ଦିନ ହେଲା ଆସିଲୁଣି, ପୁଅର ଅପରେସନ୍‌ ହେବ, ଆଜି ପାଖରେ ପଇସା ନ ଥିଲା ପାଉଁରୁଟି, ବିସ୍କୁଟ କିଣିବାକୁ, ସେଥିପାଇଁ ସେ ଖୁଦ ଭଜା ଖାଉଛି।’ ଏକଥା ଶୁଣି ମୋ ଦୁଇ ଆଖି ଲୁହରେ ଛଳଛଳ ହୋଇଗଲା। ପକେଟରୁ କୋଡିଏ ଟଙ୍କା କାଢି ତାଙ୍କୁ ଦେଇ କହିଲି, ଯାଅ ପୁଅ ପାଇଁ ବିସ୍କୁଟ, ପାଉଁରୁଟି ଆଣିଦବ। ଡ୍ୟୁଟି ସାରି ଗଲାବେଳକୁ ଦେଖିଲି, ଛୁଆଟି ଖୁବ୍‌ ଖୁସି ହୋଇ ବିସ୍କୁଟ ଖାଉଛି ା ତା’ ଲୁହଭରା ଆଖିରେ ମୁଁ ଖୁସିର ଝଲକ ଦେଖିବାକୁ ପାଇଥିଲି। ତା’ପରେ ମାର୍କେଟ ଯାଇ ବାପାଙ୍କ ପାଇଁ ଧୋତି, ପଞ୍ଜାବି ଓ ବୋଉ ପାଇଁ ଶାଢ଼ି କିଣି ଘରେ ପହଞ୍ଚତ୍ ଥିଲି। ରାସ୍ତାରେ ଘଟଗାଁ ମା’ ତାରିଣୀଙ୍କୁ ନଡିଆ ଭୋଗ ବି ଲଗାଇଥିଲି। ଘରେ ପହଞ୍ଚତ୍ଲା ପରେ ବାପା ବୋଉଙ୍କୁ ପଞ୍ଜାବି ଓ ଶାଢ଼ି ଦେଲି। ସେମାନଙ୍କ ମୁହଁରେ ଯେଉଁ ଆନନ୍ଦର ଝଲକ ଦେଖିଥିଲି ତାହା ଭୁଲିହେବ ନାହିଁ। ବୋଉ ସଙ୍ଗେ ସଙ୍ଗେ ଶାଢିଟିକୁ ପିନ୍ଧିଦେଲା ଆଉ କହିଲା, ‘ମୋ ପୁଅର ପ୍ରଥମ ଦରମାର ଶାଢିଟି ଖୁବ୍‌ ସୁନ୍ଦର ହୋଇଛି।’ ସବୁ ଦାମିକା ଶାଢିକୁ ପଛକରି ଯେତେବେଳେ ସେହି ଶାଢିଟିକୁ ବୋଉ ସ୍ନେହରେ ଆଉଁଶି ଦିଏ, ମତେ ଲାଗେ ସେ ମତେ ହିଁ ଆଦରରେ ଆଉଁଶି ଦେଉଛି। ପ୍ରତିଥର ଶାଢ଼ିଟିକୁ ପିନ୍ଧିଲା ପରେ ବୋଉ କର୍ପୂର ଦେଇ ପୁଣି ଆଲମାରିରେ ତାକୁ ସାଇତି ରଖେ ା ଆଜି ବି ପ୍ରଥମ ଦରମା ପାଇବାର ଆନନ୍ଦ କଥା ମନେପଡିଲେ ନିକିତିର ଗୋଟିଏ ପଟେ ଦିଶିଯାଏ ସେହି ଛୋଟ ପିଲାଟିର ଲୁହ ଭିଜା ଆଖି ଆଉ ଓଠର ବିଲୋଳ ହସ ଏବଂ ଆରପଟେ ବୋଉର ସେ ଶାଢ଼ିକୁ ପିନ୍ଧି ଆନନ୍ଦରେ ଗୋଡ଼ ତଳେ ଲାଗୁ ନ ଥିବାର ବିରଳ ଦୃଶ୍ୟ।


Enter your email to get our daily news in your inbox.

All Right Reserved By Dharitri.Com

ପାରାକୁ ଖାଇବାକୁ ଦେଇ ଫସିଲେ ମହିଳା: ଲାଗିଲା ୨ ଲକ୍ଷ ଟଙ୍କା ଜରିମାନା

ସାଧାରଣତଃ ପଶୁ ଏବଂ ପକ୍ଷୀମାନଙ୍କୁ ଖାଇବାକୁ ଦେବା ଭଲ ବୋଲି ବିବେଚନା କରାଯାଏ। କିନ୍ତୁ ଯଦି ଏଥିପାଇଁ ଜଣଙ୍କ ଉପରେ ଜରିମାନା ଲଗାଯିବ, ତେବେ ଏହା ନିହାତି…

ଆଜି ଚକୋଲେଟ୍‌ ଦେଇ ସମ୍ପର୍କରେ ମଧୁରତା ଭରିବେ ପ୍ରେମୀଯୁଗଳ

ଭୁବନେଶ୍ୱର,୯। ୨ (ସୌମ୍ୟରଞ୍ଜନ ରାଉତ): ରାଜଧାନୀରେ ଏବେ ପ୍ରେମଛିଟା ବୋଳି ହୋଇଯାଇଛି। କଲେଜଠାରୁ ଆରମ୍ଭ କରି ପାର୍କ, ହୋଟେଲ୍‌, ସିନେମା ହଲ୍‌ ଓ ବିଭିନ୍ନ ମଲ୍‌ରେ ଏବେ…

ସମର୍ପିତ କୁକୁର ଶ୍ମଶାନ ଘାଟ! ଯେଉଁଠାରେ ସମ୍ମାନର ସହିତ ପ୍ରାଣୀମାନଙ୍କର କରାଯାଏ ଶେଷକୃତ୍ୟ

ଫରିଦାବାଦ,୮।୨: ଫରିଦାବାଦ ମାନବିକତା ଏବଂ ଦାୟିତ୍ୱର ଏକ ନୂତନ ଉଦାହରଣ ସୃଷ୍ଟି କରିଛି। ଏହା ହରିୟାଣାର ପ୍ରଥମ ସହର ହୋଇଛି ଯେଉଁଠାରେ ବୁଲା କୁକୁରଙ୍କ ପାଇଁ ଏକ…

ପ୍ରଥମ ରୋଜଗାର ଟଙ୍କା ବାପା-ବୋଉ ହାତକୁ ବଢାଇ ଦେବାର ସତ୍‌ ସାହସ ନ ଥିଲା: ପରେ ମୋ ପଇସାରେ ବାପାଙ୍କ ଲୋନ୍‌ କ୍ଲିଅର କରିଥିଲି

ଏତେ ବର୍ଷ ପରେ ନିଜ ପହିଲି ରୋଜଗାରର ପୁଲକ ବିଷୟରେ କିଛି ଲେଖିବାକୁ ଆରମ୍ଭ କଲା ବେଳେ ଟିକେ ଭାବପ୍ରବଣ ହୋଇ ଉଠୁଛି ମନ। ଦୃଶ୍ୟପଟ୍ଟରେ ଭାସି…

ସ୍ବେଚ୍ଛାଚାରୀ ଶାସକ ଭାବେ ପରିଚିତ ହିଟଲର୍‌ଙ୍କୁ ବି ହୋଇଥିଲା ପ୍ରେମ: ଜାଣନ୍ତୁ ତାଙ୍କ ରୋଚକ ପ୍ରେମକାହାଣୀ

ସତରେ ! ପ୍ରେମ କାହାକୁ ବି ହୋଇପାରେ, ସେଇଥିପାଇଁ ବୋଧେ ସମଗ୍ର ବିଶ୍ୱରେ କ୍ରୁର ଓ ସ୍ବେଚ୍ଛାଚାରୀ ଶାସକଭାବେ ପରିଚିତ ହିଟଲର୍‌ ବି ଏଥିରୁ ବାଦ୍‌ ଯାଇ…

ଏମାନେ ଧନୀ ନୁହନ୍ତି, କୋଟି କୋଟି ଟଙ୍କା ଖର୍ଚ୍ଚ ବି କରିନାହାନ୍ତି: ତଥାପି ବିବାହ ଭାଇରାଲ

ପ୍ରେମ ଦୁଇଟି ମନର ମିଳନ। ଏହା ପବିତ୍ର, ଏହା ଶାଶ୍ୱତ। ପ୍ରେମ ମାନେ ନୁହେଁ ଜଣକୁ ପାଇ ଖୁସି ହୋଇଯିବା, ବରଂ ପ୍ରେମ ହେଉଛି ତାହା ଯାହାକୁ…

ମନର ଭାବନାକୁ ପାର୍ଟନରଙ୍କ ଆଗରେ ଖୋଲାଖୋଲି ପ୍ରକାଶ କରିବାର ଦିନଟିଏ…

ପ୍ରତିବର୍ଷ ଫେବୃଆରୀ ୮ରେ ବିଶେଷକରି ଯୁବପିଢ଼ି ପାଳନ କରିଥାନ୍ତି ପ୍ରପୋଜ ଡେ’। ଭାଲେଣ୍ଟାଇନ୍ସ ଉଇକ୍‌ର ଦ୍ୱିତୀୟ ଦିନ ହେଉଛି ପ୍ରପୋଜ ଡେ’। ଏହି ଦିନଟି ନିଜର ଭାବନାକୁ…

ଏହି ଗାଁରେ ଦୁଇ ମହଲା ଘର ତିଆରି କରିବାକୁ ଡରନ୍ତି ଗ୍ରାମବାସୀ, କାରଣ ଜାଣିଲେ…

ଭାରତରେ ଅନେକ ଗାଁ ରହିଛି। ଗାଁରେ ଅନେକ ଆଶ୍ଚର୍ଯ୍ୟଜନକ କାହାଣୀ ବି ଶୁଣିବାକୁ ମିଳେ। ପ୍ରତ୍ୟେକ ଗାଁର ନିଜସ୍ବ ପରମ୍ପରା ଏବଂ ସଂସ୍କୃତି ଅଛି। ଏପରି ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri