Posted inଖେଳ

ପ୍ରଥମ ଟି୨୦: ବର୍ଷା ପାକିସ୍ତାନକୁ ରକ୍ଷା କଲା

ସିଡ୍‌ନୀ,୩।୧୧(ଏଏଫ୍‌ପି)- ବର୍ଷା ଯୋଗୁ ପାକିସ୍ତାନ ଏକ ନିଶ୍ଚିତ ପରାଜୟରୁ ରକ୍ଷା ପାଇଛି। ସ୍ଥାନୀୟ ସିଡ୍‌ନୀ କ୍ରିକେଟ ଗ୍ରାଉଣ୍ଡରେ ଅଷ୍ଟ୍ରେଲିଆ ଓ ପାକିସ୍ତାନ ମଧ୍ୟରେ ରବିବାର ଖେଳାଯାଇଥିବା ପ୍ରଥମ ଟି୨୦ ମ୍ୟାଚ୍‌ ଲଗାତର ବର୍ଷା କାରଣରୁ ବିନା ଫଳାଫଳରେ ଶେଷ ହୋଇଛି। ୩ ମ୍ୟାଚ୍‌ ବିଶିଷ୍ଟ ସିରିଜର ଏହି ମୁକାବିଲାରେ ଅବଶ୍ୟ ଅଷ୍ଟ୍ରେଲିଆ ସୁବିଧାଜନକ ସ୍ଥିତିରେ ଥିଲା। ବିଜୟ ହାସଲରୁ ବଞ୍ଚିତ ହୋଇଥିବାରୁ ଅଷ୍ଟ୍ରେଲିଆ ନିରାଶ ହୋଇଛି। ମଙ୍ଗଳବାର କାନବେରାରେ ଦ୍ୱିତୀୟ ଓ ଶୁକ୍ରବାର ପର୍ଥରେ ତୃତୀୟ ଟି୨୦ ମ୍ୟାଚ୍‌ ଖେଳାଯିବ।
ବର୍ଷା ଯୋଗୁ ମ୍ୟାଚ୍‌କୁ ୧୫ ଓଭରକୁ କମାଇ ଦିଆଯାଇଥିଲା। ଅଷ୍ଟ୍ରେଲିଆ ଟସ୍‌ଜିତି ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ନିର୍ଦ୍ଧାରିତ ଓଭରରେ ୫ ଉଇକେଟ ହରାଇ ୧୦୭ ରନ ସଂଗ୍ରହ କରିଥିଲା। ତେବେ ଡକ୍‌ଓ୍ବର୍ଥ ଲୁଇସ- ଷ୍ଟେର୍ନ ନିୟମରେ ଅଷ୍ଟ୍ରେଲିଆ ସମ୍ମୁଖରେ ୧୫ ଓଭରରେ ୧୧୯ ରନର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା। ଜବାବରେ ବ୍ୟାଟିଂ ଆରମ୍ଭ କରି ଅଷ୍ଟ୍ରେଲିଆ ୩.୧ ଓଭରରେ ବିନା କ୍ଷତିରେ ୪୧ ରନ ସଂଗ୍ରହ କରିଥିଲା ଓ ଏତିକି ବେଳେ ବର୍ଷା ହୋଇଥିଲା ଓ ଆଉ ଖେଳ ସମ୍ଭବ ହୋଇପାରି ନ ଥିଲା। ଫଳରେ ମ୍ୟାଚ୍‌କୁ ବାତିଲ କରିବାକୁ ପଡିଥିଲା। ଓପନର ଡେଭିଡ ଓ୍ବାର୍ନର ୪ ବଲରୁ ୨ ଓ ଅଧିନାୟକ ଆରୋନ ଫିଞ୍ଚ୍‌ ୫ ଚୌକା ଓ ୨ ଛକା ସହ ୧୬ ବଲରୁ ଦ୍ରୁତ ୩୭ ରନ କରି ଅପରାଜିତ ରହିଥିଲେ। ପ୍ରଥମେ ବ୍ୟାଟିଂ କରିଥିବା ପାକିସ୍ତାନ ତରଫରୁ ଅଧିନାୟକ ତଥା ଓପନର ବାବର ଆଜମ ୩୮ ବଲରୁ ୫ ଚୌକା ଓ ୨ ଛକା ସହ ଅପରାଜିତ ୫୯ ରନ ସଂଗ୍ରହ କରିଥିଲେ। ସେହିପରି ଉଇକେଟକିପର ବ୍ୟାଟ୍ସମ୍ୟାନ ମହମ୍ମଦ ରିଜଓ୍ବାନ ୩୧, ଆସିଫ ଅଲି ୧୧ ରନ କରି ଆଉଟ ହୋଇଥିବାବେଳେ ଅନ୍ୟମାନେ ବିଫଳ ହୋଇଥିଲେ। ବୋଲିଂରେ ଅଷ୍ଟ୍ରେଲିଆ ତରଫରୁ ମିଚେଲ ଷ୍ଟାର୍କ ଓ କେନ୍‌ ରିଚାର୍ଡସନ ୨ଟି ଲେଖାଏ, ଆଷ୍ଟନ ଅଗର ଗୋଟିଏ ଉଇକେଟ ଅକ୍ତିଆର କରିଥିଲେ।
ମ୍ୟାଚ୍‌ ବାତିଲ ହେବା କାରଣରୁ ଫିଞ୍ଚ୍‌ ନୈରାଶ୍ୟ ଜାହିର କରିଛନ୍ତି। ଆମେ ଭଲ ଖେଳିଥିଲେ ମଧ୍ୟ ବର୍ଷା ଯୋଗୁ ବିଜୟ ହାତଛଡ଼ା କରିଛୁ ବୋଲି ସେ କହିଛନ୍ତି। ଆଉ ୧୧ଟି ବଲ ବୋଲିଂ କରାଯାଇଥିଲେ, ଫଳାଫଳ ମିଳିପାରିଥାନ୍ତା। କିନ୍ତୁ ୨୦ ମିନିଟର ଇନିଂସ ବ୍ରେକ୍‌ ଦାଉ ସାଧିଥିଲା। ଉଲ୍ଲେଖଥାଉ କି, ଏହା ପୂର୍ବରୁ ଖେଳାଯାଇଥିବା ଟି୨୦ ସିରିଜରେ ଅଷ୍ଟ୍ରେଲିଆ ୩-୦ରେ ଶ୍ରୀଲଙ୍କାକୁ ହରାଇ କ୍ଲିନ୍‌ ସୁଇପ କରିଥିଲା। ସେହିପରି ଟି୨୦ର ଏକ ନମ୍ବର ଦଳ ପାକିସ୍ତାନ ଘରୋଇ ପରିବେଶରେ ଶ୍ରୀଲଙ୍କାଠାରୁ ୩-୦ରେ ପରାସ୍ତ ହୋଇ ହ୍ବାଇଟ୍‌ଓ୍ବାସ୍‌ର ସମ୍ମୁଖୀନ ହୋଇଥିଲା।
ସଂକ୍ଷପ୍ତ ସ୍କୋର:
ପାକିସ୍ତାନ ୧୫ ଓଭରରେ ୧୦୭/୫
(ବାବର- ୫୯*, ରିଜଓ୍ବାନ- ୩୧, ଷ୍ଟାର୍କ- ୨/୨୨, ରିଚାର୍ଡସନ- ୨/୧୬, ଅଗର- ୧/୨୩ )।
ଅଷ୍ଟ୍ରେଲିଆ ୩.୧ ଓଭରରେ ୪୧/୦
(ଫିଞ୍ଚ୍‌- ୩୭*, ଓ୍ବାର୍ନର- ୨*)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ନୂଆ ନିଯୁକ୍ତି ପାଇଲେ ରେସ୍‌ଲର ବବିତା

ଚଣ୍ଡିଗଡ଼, ୩୦ା୭ (ପି.ଟି.)-ହରିୟାଣା ସରକାର ରେସ୍‌ଲର ବବିତା ଫୋଗତ୍‌ ଓ କବାଡ଼ି ଖେଳାଳି କବିତା ଦେବୀଙ୍କୁ ରାଜ୍ୟ କ୍ରୀଡ଼ା ଓ ଯୁବ ସେବା ବିଭାଗର ଉପ...

ସାଉଥ୍‌ ଏସିଆନ ଗେମ୍ସ: ଭାରତର ପ୍ରାଧାନ୍ୟ ଅବ୍ୟାହତ

କାଠମାଣ୍ଡୁ, ୮ା୧୦ (ପି.ଟି.)-ଚଳିତ ସାଉଥ୍‌ ଏସିଆନ ଗେମ୍ସର ୬ଷ୍ଠ ଦିବସରେ ଭାରତ ସନ୍ତରଣ ଏବଂ କୁସ୍ତି ପ୍ରତିଯୋଗିତାରେ ପ୍ରଭାବୀ ପ୍ରଦର୍ଶନ କରିଥିବାବେଳେ ୪୯ଟି ପଦକ ଲାଭ...

ଦିବା-ରାତ୍ର ଟେଷ୍ଟ: ଅଷ୍ଟ୍ରେଲିଆର ବୃହତ୍‌ ବିଜୟ

ପର୍ଥ, ୧୫।୧୨ (ଏଏଫ୍‌ପି)- ଭ୍ରମଣକାରୀ ନ୍ୟୁଜିଲାଣ୍ଡ ବିପକ୍ଷରେ ଏଠାରେ ଖେଳାଯାଇଥିବା ଦିବା-ରାତ୍ର ଟେଷ୍ଟ ମ୍ୟାଚ୍‌କୁ ଅଷ୍ଟ୍ରେଲିଆ ୨୯୬ ରନର ବୃହତ୍‌ ବ୍ୟବଧାନରେ ଜିତି ନେଇଛି। ଘରୋଇ...

ଲକ୍‌ଡାଉନ୍‌ରେ ଇଞ୍ଜୁରିମୁକ୍ତ ହେବାକୁ ଚାହାନ୍ତି ପୋଗ୍‌ବା

ଲଣ୍ଡନ, ୪ା୫ (ଏଏଫ୍‌ପି): କୋଭିଡ୍‌-୧୯ ପାଇଁ ଲକ୍‌ଡାଉନର ସଦୁପଯୋଗ କରିବେ ମାଞ୍ଚେଷ୍ଟର ୟୁନାଇଟେଡ୍‌ ମିଡ୍‌ଫିଲ୍ଡର ପଲ୍‌ ପୋଗ୍‌ବା। ଇଞ୍ଜୁରିଜନିତ ସମସ୍ୟାରୁ ମୁକ୍ତ ହୋଇ ନିଜକୁ ସମ୍ପୂର୍ଣ୍ଣ...

ସଫଳ କ୍ରୀଡ଼ାବିତ୍‌, ଏବେ ସ୍ନେହମୟୀ ମା’…

କଟକ ଅଫିସ,୧୦ା୫-ଖେଳ ମଇଦାନରେ ରାଜ୍ୟ ତଥା ଦେଶ ପାଇଁ ଯେତିକି ଉତ୍ସର୍ଗୀକୃତ ଜୀବନ ଜିଇଁଛନ୍ତି, ଏବେ ପରିବାର ପାଇଁ ମଧ୍ୟ ସମାନ ଅବଦାନ। ସେ ଜଣେ...

ଭାଙ୍ଗିଲା ୩୦ ବର୍ଷ ପୁରୁଣା କ୍ରିକେଟ ରେକର୍ଡ

ସିଡନୀ,୧।୧୧: ୩୦ ବର୍ଷ ପୁରୁଣା କ୍ରିକେଟ ରେକର୍ଡ ଭାଙ୍ଗିଛି। ଅଷ୍ଟ୍ରେଲିଆରେ ଚାଲିଥିବା ଘରୋଇ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଶେଫିଲ୍ଡ ଶିଲ୍ଡରେ ସାଉଥ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରେ ଭିକ୍ଟୋରିଆର...

ତୃତୀୟ ଟି୨୦: ନ୍ୟୁଜିଲାଣ୍ଡରେ ପ୍ରଥମ ସିରିଜ ବିଜୟ ଲକ୍ଷ୍ୟରେ ଭାରତ

ହାମିଲଟନ, ୨୯।୧(ପି.ଟି.)- ନ୍ୟୁଜିଲାଣ୍ଡ ମାଟିରେ ପ୍ରଥମଥର ପାଇଁ ଭାରତ ଟି୨୦ ସିରିଜ ଜିତିବାର ସମ୍ଭାବନା ସୃଷ୍ଟି କରିଛି। ସ୍ଥାନୀୟ ସେଡନ ପାର୍କ ଗ୍ରାଉଣ୍ଡରେ ଭାରତ ଓ...

ଇଂଲଣ୍ଡ ମୁଖ୍ୟକୋଚ୍‌ ସିଲଭରଉଡ୍‌

ଲଣ୍ଡନ,୭।୧୦(ଏଏଫ୍‌ପି): ଇଂଲଣ୍ଡ ଦଳର ମୁଖ୍ୟ କୋଚ୍‌ ଭାବେ ଖ୍ରିସ ସିଲଭରଉଡ୍‌ ନିଯୁକ୍ତ ହୋଇଛନ୍ତି। ସେ ଏବେ ଟ୍ରେଭର ବାଇଲିସଙ୍କ ସ୍ଥାନ ନେବେ। ଗତ ମାସରେ ଚୁକ୍ତି...

Ten Cric Info
Advertisement


Archives

Model This Week

Why Dharitri