ପ୍ରତ୍ୟେକ ମ୍ୟାଚ୍‌ ଲାଗି ରିିଜର୍ଭ ଦିନ ସମ୍ଭବ ନୁହେଁ: ଆଇସିସି

ନଟ୍ଟିଂହାମ,୧୨।୬ (ପିଟି): ଚଳିତ ବିଶ୍ୱକପ୍‌ରେ ବର୍ଷା ଯୋଗୁ ୩ ମ୍ୟାଚ୍‌ ବାତିଲ ହୋଇସାରିଛି। ଆଉ କିଛି ମ୍ୟାଚ୍‌ ମଧ୍ୟ ବର୍ଷା ଦ୍ୱାରା ପ୍ରଭାବିତ ହେବାର ସମ୍ଭାବନା ରହିଛି। କିନ୍ତୁ ଏଥିରେ କିଛି କରାଯାଇ ପାରିବ ନାହିଁ ବୋଲି ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ପକ୍ଷରୁ ବୁଧବାର କୁହାଯାଇଛି। କାରଣ ଇଂଲଣ୍ଡରେ ଏବେ ବର୍ଷାଋତୁ ଚାଲି ନାହିଁ। ହଠାତ ଦେଶକୁ କଳା ବାଦଲ ମାଡ଼ି ଆସିଛି। ପାକିସ୍ତାନ ଓ ବାଂଲାଦେଶ ବିପକ୍ଷରେ ଶ୍ରୀଲଙ୍କାର ଦୁଇଟି ମ୍ୟାଚ୍‌କୁ ବର୍ଷା ସମ୍ପୂର୍ଣ୍ଣ ଧୋଇ ଦେଇଥିବାବେଳେ ଦକ୍ଷିଣ ଆଫ୍ରିକା ଓ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ସାଉଥାମ୍ପଟନଠାରେ ଅନୁଷ୍ଠିତ ମ୍ୟାଚ୍‌ କେବଳ ୭.୩ ଓଭର ପର୍ଯ୍ୟନ୍ତ ଖେଳାଯାଇ ପାରିଥିଲା। ଗୁରୁବାର ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା ମ୍ୟାଚ୍‌ରେ ମଧ୍ୟ ବାଧା ସୃଷ୍ଟି କରିପାରେ। କାରଣ ନଟ୍ଟିଂହାମଠାରେ ବର୍ଷା ଜାରି ରହିଛି। ପ୍ରତ୍ୟେକ ଲିଗ୍‌ ମ୍ୟାଚ୍‌ ପାଇଁ ଏକ ଅତିରିକ୍ତ ଦିନ ହାତରେ ରଖିବା ସମ୍ଭବପର ନୁହେଁ। କାରଣ ଏହା ଦ୍ୱାରା ଇଭେଣ୍ଟ ଖୁବ ଲମ୍ବା ହୋଇଯାଇଥାନ୍ତା। ୟୁନାଇଟେଡ୍‌ କିଙ୍ଗ୍‌ଡମର ପାଣିପାଗ ରିପୋର୍ଟ ଅନୁଯାୟୀ ଜୁନ ମାସରେ କେବଳ ଦୁଇ ଥର ଆଭରେଜ ବୃଷ୍ଟିପାତ ହୋଇଛି। ୨୦୧୮ ଜୁନରେ ମାତ୍ର ୨ ମିଲି ମିଟର (ଏମ୍‌ଏମ୍‌) ବର୍ଷା ହୋଇଥିବାବେଳେ ଗତ ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ-ପୂର୍ବ ଇଂଲଣ୍ଡରେ ୧୦୦ ଏମ୍‌ଏମ୍‌ ବର୍ଷା ହୋଇଛି ବୋଲି ଆଇସିସିର କାର୍ଯ୍ୟକାରୀ ଅଧ୍ୟକ୍ଷ ଡେଭ୍‌ ରିଚାର୍ଡସନ କହିଛନ୍ତି। ଏଥିସହ ସହ ସେ ପ୍ରତ୍ୟେକ ମ୍ୟାଚ୍‌ ପାଇଁ ରିଜର୍ଭ ଦିନ ଧାର୍ଯ୍ୟ କରିବା ଦ୍ୱାରା କେଉଁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାନ୍ତା ସେ ସମ୍ପର୍କରେ ମଧ୍ୟ କହିଛନ୍ତି। ଏହା ଦ୍ୱାରା ପିଚ୍‌ ପ୍ରସ୍ତୁତି, ଖେଳାଳିଙ୍କ ଟ୍ରାଭେଲ ଓ ରହିବା ସୁବିଧା, ଭେନ୍ୟୁର ଉପଲବ୍ଧ, ଟୁର୍ନାମେଣ୍ଟ ଷ୍ଟାଫିଂ, ମ୍ୟାଚ୍‌ ଅଫିସିଆଲ ଓ ପ୍ରସାରଣ ପ୍ରକ୍ରିୟାରେ ଅସୁବିଧା ହୋଇଥାନ୍ତା। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦର୍ଶକଙ୍କୁ ମଧ୍ୟ ଟ୍ରାଭେଲ ଓ ରହିବା ଲାଗି ସମାନ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାନ୍ତା। ଏହାବାଦ୍‌ ରିଜର୍ଭ ଦିନରେ ବର୍ଷା ନ ହେବ ବୋଲି ତା’ର ଗ୍ୟାରେଣ୍ଟି କିଏ ଦେବ ବୋଲି ସେ ପ୍ରଶ୍ନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତର ବିଜୟ ଧାରାରେ ଲାଗିଲା ବ୍ରେକ

ଅହମଦାବାଦ,୨୨ା୨: ଉଭୟ ବ୍ୟାଟିଂ ଏବଂ ବୋଲିଂରେ ପ୍ରଭାବୀ ପ୍ରଦର୍ଶନ କରି ଚଳିତ ଟି୨୦ ବିଶ୍ୱକପ୍‌ର  ସୁପର-୮ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ୭୬ ରନରେ ଭାରତକୁ ପରାସ୍ତ କରିଛି।…

ଆସାମ କଂଗ୍ରେସକୁ ବଡ଼ ଝଟ୍‌କା: ଭାଜପାରେ ଯୋଗ ଦେଲେ ଭୁପେନ

ଗୁଆହାଟୀ,୨୨ା୨: ଆସାମ କଂଗ୍ରେସର ପୂର୍ବତନ ସଭାପତି ଭୁପେନ କୁମାର ବୋରା ରବିବାର ଆନୁଷ୍ଠାନିକ ଭାବେ ଭାଜପାରେ ସାମିଲ ହୋଇଛନ୍ତି। ବିଧାନସଭା ନିର୍ବାଚନ ପୂର୍ବରୁ ରାଜ୍ୟରେ ଏକ ବଡ଼…

ସୁପର-୮ ମ୍ୟାଚ୍‌ରେ ଇଂଲଣ୍ଡର ବଡ଼ ବିଜୟ

ପାଲିକେଲ,୨୨ା୨- ଓ୍ବିଲ ଜ୍ୟାକ୍ସଙ୍କ ଅଲରାଉଣ୍ଡ ପ୍ରଦର୍ଶନ ଯୋଗୁ ଚଳିତ ଟି୨୦ ବିଶ୍ୱକପ୍‌ର ସୁପର-୮ ପର୍ଯ୍ୟାୟ ମ୍ୟାଚ୍‌ରେ ଇଂଲଣ୍ଡ ୫୧ ରନରେ ଶ୍ରୀଲଙ୍କାକୁ ପରାସ୍ତ କରିଛି। ଇଂଲଣ୍ଡ ଦ୍ୱାରା…

ଭାରତ ଆଗରେ ୧୮୮ ରନ୍‌ର ଟାର୍ଗେଟ୍‌ ରଖିଲା ଦକ୍ଷିଣ ଆଫ୍ରିକା

ଅହମ୍ମଦାବାଦ,୨୨ା୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଚାଲିଥିବା ଟି-୨୦ ବିଶ୍ୱକପ୍‌ ୨୦୨୬ର ସୁପର-୮ ମ୍ୟାଚ୍‌ରେ  ଭାରତ ଆଗରେ ୧୮୮ ରନ୍‌ର ବିଜୟ…

ସ୍କୁଟିରେ ନେଉଥିଲେ ବ୍ରାଉନସୁଗାର, ପାଟ୍ରୋଲିଂବେଳେ ଯାଞ୍ଚ କରିବାରୁ…

ଭଞ୍ଜନଗର,୨୨ା୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ରବିବାର ଚୋରା ବ୍ରାଉନସୁଗାର କାରବାର ଅଭିଯୋଗରେ ୨ ଜଣକୁ ଗିରଫ କରିଛି। ସେମାନଙ୍କ ଠାରୁ ୫୧ ଗ୍ରାମ ବ୍ରାଉନସୁଗାର,…

କାର୍‌-ବାଇକ୍‌ ମୁହାଁମୁହିଁ, ଚାଲିଗଲା ୨ ଯୁବକଙ୍କ ଜୀବନ

କେନ୍ଦୁଝର,୨୨ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ତେଲକୋଇ ଥାନା ଅନ୍ତର୍ଗତ ଗୋଳବନ୍ଧ ଗ୍ରାମ ଛକ ନିକଟରେ ରବିବାର ମଧ୍ୟାହ୍ନରେ ଏକ କାର ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା…

ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଜଣେ ମୃତ: କୋର୍ଟ ଚାଲାଣ ହେଲେ ୩

ପଟାଙ୍ଗି,୨୨ା୨(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ଦେଓପଟ୍ଟାଙ୍ଗି ପଞ୍ଚାୟତ ସଦର ମହକୁମାରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଜଣେ ମୃତ ଘଟଣାରେ ପୋଲିସ ତଦନ୍ତ…

୪ ରନ୍‌ କରି ଏଡେନ ମାରକ୍ରମ ଆଉଟ୍‌

ଅହମ୍ମଦାବାଦ,୨୨ା୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ପରସ୍ପର ବିପକ୍ଷରେ ଖେଳୁଛନ୍ତି। ଏହା ସୁପର-୮ ରେ ସେମାନଙ୍କର ପ୍ରଥମ ମ୍ୟାଚ୍‌। ଦକ୍ଷିଣ ଆଫ୍ରିକା ଟସ୍‌ ଜିତି ପ୍ରଥମେ ବ୍ୟାଟିଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri