ପ୍ରତି ବ୍ଲକରେ ୧୫ କିମି ରାସ୍ତା ନିର୍ମାଣ

ଅନୁଗୋଳ ଅଫିସ୍‌, ୮।୩ – ଶିକ୍ଷା, ସ୍ବାସ୍ଥ୍ୟ, କୃଷି ଓ ଗମନାଗମନକୁ ଦୃଷ୍ଟିରେ ରଖି ଭାରତ ସରକାରଙ୍କ ଦ୍ୱାରା ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା-୩ର ପ୍ରକଳ୍ପ ୨ ବର୍ଷ ପାଇଁ କାର୍ଯ୍ୟକାରୀ ହେବ। ଓଡ଼ିଶାରେ ଏହି ୨ ବର୍ଷ ମଧ୍ୟରେ ହେବାକୁ ଥିବା ୯ ହଜାର କିଲୋମିଟର ରାସ୍ତା ମଧ୍ୟରୁ ପ୍ରଥମ ବର୍ଷରେ ଅନୁଗୋଳ ଜିଲାରେ ହେବାକୁ ଥିବା ପ୍ରକଳ୍ପର ଅନୁମୋଦନ ପାଇଁ ଶନିବାର ପୂର୍ବାହ୍ନରେ ଜିଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲା ପରିଷଦ ସଭାପତି ବାସନ୍ତୀ କିଷାନଙ୍କ ଅଧ୍ୟକ୍ଷତାରେ ଏକ ସ୍ବତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଛେଣ୍ଡିପଦା ବିଧାୟକ ସୁଶାନ୍ତ କୁମାର ବେହେରା, ଆଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାଏ, ପାଲଲହଡ଼ା ବିଧାୟକ ମୁକେଶ କୁମାର ପାଳ, ଅନୁଗୋଳ ବିଧାୟକଙ୍କ ପ୍ରତିନିଧି ପ୍ରିୟଦର୍ଶୀ ପଟ୍ଟନାୟକ ଓ ସମ୍ବଲପୁର ଏମ୍‌ପିଙ୍କ ପ୍ରତିନିଧି ପରେଶ ଦେଓ ପ୍ରମୁଖ ଯୋଗଦେଇଥିଲେ।
ପ୍ରାରମ୍ଭରେ ଜିଲାପାଳ ମନୋଜ କୁମାର ମହାନ୍ତି ଏହି ପ୍ରକଳ୍ପର ରୂପରେଖ ସମ୍ପର୍କରେ ଆଲୋକପାତ କରିଥିଲେ। ଜିଲାର ୮ଟି ବ୍ଲକରେ ୧୫ କିଲୋମିଟର ଲେଖାଏ ରାସ୍ତା ନିର୍ମାଣ ହେବ। ଗ୍ରାମାଞ୍ଚଳରେ ଥିବା ବିଭିନ୍ନ ଭିତ୍ତିଭୂମିଗୁଡ଼ିକର ଗୁରୁତ୍ୱକୁ ଦୃଷ୍ଟିରେ ରଖି ଏକ ମୂଲ୍ୟଭିତ୍ତିକ ଆକଳନ ବ୍ୟବସ୍ଥା ଅନୁସାରେ ପ୍ରକଳ୍ପ ସ୍ଥିର କରାଯିବ। ଯେଉଁ ଗ୍ରାମରେ ସରକାରଙ୍କ ବିଭିନ୍ନ ଅଗ୍ରାଧିକାର ଯୋଜନା କାର୍ଯ୍ୟକାରୀ ହେଉଛି ସେଠାରେ ଏହି ରାସ୍ତା ନିର୍ମାଣ ହେବ। ଏଥିପାଇଁ ଭୌଗୋଳିକ ତଥ୍ୟ ପଦ୍ଧତି ଦ୍ୱାରା (ଜିଆଇଏସ୍‌) ମ୍ୟାପ୍‌ ପ୍ରସ୍ତୁତ ହୋଇଛି। ଏହ ମ୍ୟାପ୍‌ ଆଧାରରେ ଓ ର଼୍ୟାକିଂ ତଥ୍ୟ କ୍ରମ ଅନୁସାରେ ରାସ୍ତା ବଛାଯାଇଛି। ଯଦି ର଼୍ୟାଙ୍କରେ ଆସୁଥାଏ ତେବେ ପୁରୁଣା ରାସ୍ତା ସହ ନୂତନ ରାସ୍ତା ନିର୍ମାଣ ହୋଇପାରିବ। ଗ୍ରାମାଞ୍ଚଳ ଭିତ୍ତିଭୂମି ସୁଦୃଢ଼ ପାଇଁ କୃଷିଭିତ୍ତିକ ଗ୍ରାମ୍ୟ ବଜାର/ସାପ୍ତାହିକ ହାଟ, ଶିକ୍ଷାନୁଷ୍ଠାନ ଓ ସ୍ବାସ୍ଥ୍ୟକେନ୍ଦ୍ର ଆଦିକୁ ପ୍ରାଧାନ୍ୟ ଦିଆଯିବ। ଭୌଗୋଳିକ ତଥ୍ୟ ପଦ୍ଧତି ଦ୍ୱାରା ଜିଲା ଗ୍ରାମୀଣ ରାସ୍ତା ଯୋଜନାକୁ ପ୍ରସ୍ତୁତ କରି ଉଚ୍ଚତର ସୁବିଧା ଯୋଗାଇ ଦିଆଯିବ। ପୂର୍ତ୍ତ ଓ ଜାତୀୟ ରାଜପଥ ଏହି ଯୋଜନାରେ ଅନ୍ତର୍ଭୁକ୍ତ ହୋଇପାରିବ ନାହିଁ। ଆଗରୁ ନିର୍ମାଣ କରାଯାଇଥିବା ଗ୍ରାମ ମୁଖ୍ୟ ରାସ୍ତା ସମ୍ପ୍ରସାରଣ ଓ ଉନ୍ନତୀକରଣ ହୋଇଥିଲେ ମଧ୍ୟ କେତେକ ଅସଂଯୋଜିତ ସଂସ୍ଥା ବା ଅନୁଷ୍ଠାନ ଯଥା ମୁଖ୍ୟ ବଜାର, ଗୋଦାମ ଘର, ସ୍ବାସ୍ଥ୍ୟକେନ୍ଦ୍ର, ଶିକ୍ଷାନୁଷ୍ଠାନ, ବସ୍‌ଷ୍ଟାଣ୍ଡ, ପେଟ୍ରୋଲ ପମ୍ପ, ବ୍ୟାଙ୍କ, ବ୍ଲକ ଓ ପଞ୍ଚାୟତ କାର୍ଯ୍ୟାଳୟ ଆଦିକୁ ସଂଯୋଗ କରିବା ପାଇଁ ଆବଶ୍ୟକ ପଡ଼ୁଥିବା ରାସ୍ତାକୁ ନୂତନ ଭାବେ ନିର୍ମାଣ କରିବାର ବ୍ୟବସ୍ଥା ରହିଛି। ଏକତ୍ରୀକରଣ ଅଗ୍ରାଧିକାର ତାଲିକା ପ୍ରସ୍ତୁତ ପାଇଁ ସଦସ୍ୟା ଓ ସଦସ୍ୟମାନେ ୭ ଦିନ ମଧ୍ୟରେ ନିଜ ଅଞ୍ଚଳର ରାସ୍ତା ସମ୍ପର୍କରେ ତଥ୍ୟ ପ୍ରଦାନ କରିବାକୁ ଜିଲାପାଳ ପରାମର୍ଶ ଦେଇଥିଲେ। ଏହି ତଥ୍ୟ ହସ୍ତଗତ ହେବା ପରେ ବ୍ଲକ ଗୁଡ଼ିକରେ କେଉଁ ରାସ୍ତା ତିଆରି ହେବ ତାର ତାଲିକା ପ୍ରସ୍ତୁତ ହୋଇ ଅନୁମୋଦନ କରାଯିବ। ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଅତୁଲ୍ୟ କୁମାର ଚମ୍ପତିରାୟ ବୈଠକର କାର୍ଯ୍ୟସୂଚୀ ଉପସ୍ଥାପନ କରିଥିଲେ। ଗ୍ରାମ୍ୟ ଉନ୍ନୟନ ବିଭାଗ ନିର୍ବାହୀ ଯନ୍ତ୍ରୀ ବୈକୁଣ୍ଠନାଥ ଷଡ଼ଙ୍ଗୀ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା-୩ର ନିୟମାବଳୀ ସମ୍ପର୍କରେ ଆଲୋକପାତ କରିଥିଲେ। ବିଭିନ୍ନ ପଞ୍ଚାୟତ ସମିତି ଅଧ୍ୟକ୍ଷା, ଅଧ୍ୟକ୍ଷ, ଜିଲା ପରିଷଦ ସଦସ୍ୟା, ସଦସ୍ୟ ଓ ବିଭିନ୍ନ ବିଭାଗର ଜିଲାସ୍ତରୀୟ ଅଧିକାରୀମାନେ ଯୋଗଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

‘ଇରାନକୁ ସମ୍ପୂର୍ଣ୍ଣ ଭାବରେ ଧ୍ୱଂସ କରିଦେଇଛି’, ଯୁଦ୍ଧ ମଧ୍ୟରେ ଟ୍ରମ୍ପଙ୍କ ବୟାନକୁ ନେଇ ସାରା ବିଶ୍ୱ ଥରହର

ନୂଆଦିଲ୍ଲୀ,୨୨।୩: ଇରାନ ସହିତ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ରୁଥ ସୋସିଆଲରେ ଏକ ପୋଷ୍ଟରେ ଇରାନ ସମ୍ପର୍କରେ ଏକ…

ପ୍ରକୃତ ଖଳନାୟକ

ଚାହେଁ ଇରାନ ବିଜୟୀ ହେଉ। ବିଜୟର ଅର୍ଥକୁ ଇରାନ ଏହିପରି ପରିଭାଷିତ କରେ: ଇରାନ ଉପରେ ଅନେକ ଦଶନ୍ଧି ଧରି ଆମେରିକା ଲାଗୁକରିଥିବା କଟକଣାକୁ ହଟାଇବା ଦରକାର;…

ସକାଳୁଆ ସ୍କୁଲକୁ ନେଇ ଆସିଲା ବଡ଼ ଖବର, ଏହିଦିନ ଠୁ…

ଭୁବନେଶ୍ୱର,୨୨ା୩(ସୁଚିସ୍ମିତା ସାହୁ): ଖୁବ୍‌ଶୀଘ୍ର ସକାଳୁଆ ହେବ ସ୍କୁଲ। ରାଜ୍ୟରେ ତାପମାତ୍ରା ସହ ଖରା ପ୍ରକୋପ ଅଧିକ ରହୁଛି। ମାର୍ଚ୍ଚରେ ବିଭିନ୍ନ ସ୍ଥାନରେ ଅସହ୍ୟ ଗରମ ଅନୁଭବ ହେଉଛି।…

ଇରାନ ବିରୁଦ୍ଧରେ ଏକଜୁଟ୍‌ ହେଲେ ୨୨ଟି ଦେଶ, କହିଲେ ତୁରନ୍ତ ଧମକ ବନ୍ଦ କର, ନଚେତ୍‌…

ନୂଆଦିଲ୍ଲୀ,୨୨।୩: ଇରାନ-ଆମେରିକା ବିବାଦ ମଧ୍ୟରେ, ହର୍ମୁଜ ପ୍ରଣାଳୀର ସଙ୍କଟ ବିଶ୍ୱ ଅର୍ଥନୀତି ପାଇଁ ଏକ ଲାଲ ପତାକା ପାଲଟିଛି। ବ୍ରିଟେନ, ଫ୍ରାନ୍ସ, ଜର୍ମାନୀ, ୟୁଏଇ, ବାହାରିନ, ଜାପାନ,…

ଆଗକୁ ଶିକ୍ଷକଙ୍କୁ ନିୟମିତ ନିଯୁକ୍ତି ଦିଆଯିବ,ସରକାରଙ୍କ ବଡ଼ ଘୋଷଣା

ଭୁବନେଶ୍ୱର,୨୨ା୩(ସୁଚିସ୍ମିତା ସାହୁ): ରାଜ୍ୟରେ ଶିକ୍ଷାକ୍ଷେତ୍ରରେ ପରିବର୍ତ୍ତନ ଆଣିବା ପାଇଁ ରାଜ୍ୟ ସରକାର ପ୍ରୟାସ କରୁଛନ୍ତି। ଶିକ୍ଷକମାନେ ଯେପରି ରାଜରାସ୍ତାରେ ନ ବସିବେ, ପିଲାଙ୍କ ପାଠପଢ଼ାକୁ ଯେପରି ଗୁରୁତ୍ୱ…

ବିି.ଏଡ୍‌. ପ୍ରବେଶିକା ପରୀକ୍ଷା ପାଇଁ ୨୩ରୁ ଆବେଦନ

ଭୁବନେଶ୍ୱର,୨୨ା୩(ସୁଚିସ୍ମିତା ସାହୁ): ୨ବର୍ଷିଆ ବି.ଏଡ୍‌, ବିଏଚ୍‌.ଏଡ୍‌. ଓ ଏମ୍‌.ଏଡ୍‌. ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ପ୍ରବେଶିକା ପରୀକ୍ଷା ଲାଗି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।…

ଇରାନକୁ ଟ୍ରମ୍ପଙ୍କ ସାଂଘାତିକ ଧମକ, ଦେଲେ ୪୮ ଘଣ୍ଟାର ଅଲ୍ଟିମେଟମ୍‌, ସାରା ବିଶ୍ୱରେ ଚହଳ

ଓ୍ବାଶିଂଟନ୍‌,୨୨।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବେ ଇରାନ ବିରୁଦ୍ଧରେ ଆକ୍ରମଣାତ୍ମକ ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ସେ ଇରାନକୁ ୪୮ ଘଣ୍ଟାର ଅଲ୍ଟିମେଟମ୍‌ ଦେଇଛନ୍ତି। ସେ ଚେତାବନୀ…

ମା’ ସମଲେଶ୍ବରୀଙ୍କ କୁଷ୍ମାଣ୍ଡା ବେଶ: ସକାଳୁ ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼

ବରଗଡ଼,୨୨।୩( ପ୍ରେମାନନ୍ଦ ଖମାରୀ) : ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ମା’ ସମଲେଇଙ୍କ ବାସନ୍ତୀକ ନବରାତ୍ର ପୂଜା ଚାଲିଛି । ଚତୁର୍ଥ ଦିବସ ରବିବାରରେ ଦେବୀ କୁଷ୍ମାଣ୍ଡା ବେଶରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri