ପ୍ରତି ଜିଲାରେ ଖୋଲିବ ମଡେଲ ଧାନମଣ୍ଡି

ଭୁବନେଶ୍ୱର,୨୦ା୨(ବ୍ୟୁରୋ):  ରାଜ୍ୟର ପ୍ରତି ଜିଲାରେ ମଡେଲ ଧାନମଣ୍ଡି ନିର୍ମାଣ ହେବ। ଏ ନେଇ ବିଧାୟକମାନଙ୍କଠାରୁ ମତାମତ ନିଆଯିବ। ମଡେଲ ମଣ୍ଡିର ରୂପରେଖ କିଭଳି ହେବ ସେ ନେଇ ବିଭାଗ ପକ୍ଷରୁ ଏକ ବୈଷୟିକ ଟିମ୍‌ ଅନ୍ୟ ରାଜ୍ୟକୁ ଗସ୍ତ କରିବ। ବିଧାୟକଙ୍କ ମତାମତ ଓ ଟିମ୍‌ର ରିପୋର୍ଟ ଆଧାରରେ ମଡେଲ ମଣ୍ଡି ସ୍ଥାପନ କରାଯିବ। ବୁଧବାର ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ସମୟରେ ଏହି ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ। ମନ୍ତ୍ରୀ କହିଛନ୍ତି ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୪୫.୨୨ ଲକ୍ଷ ମେଟ୍ରିକ୍‌ ଟନ୍‌ ଧାନ ସଂଗ୍ରହ ହୋଇଛି। ଆହୁରି ଏକମାସ ଦଶଦିନ ସମୟ ରହିଛି। ସମସ୍ତ ଧାନ ସଂଗ୍ରହ କରାଯିବ ବୋଲି ସେ କହିଛନ୍ତି।
ମୂଳ ପ୍ରଶ୍ନରେ ଭାଜପା ସଭ୍ୟ ମୁକେଶ ମହାଲିଙ୍ଗ ୨୦୧୯-୨୦ ଖରିଫ ଧାନକ୍ରୟ ପାଇଁ କେଉଁ ଜିଲାକୁ କେତେ ଲକ୍ଷ୍ୟଧାର୍ଯ୍ୟ କରାଯାଇଛି, ବର୍ତ୍ତମାନ ସୁଦ୍ଧା କେତେ ପରିମାଣର ଏଫ୍‌ଏକ୍ୟୁ ଓ ନନ୍‌ଏଫ୍‌ଏକ୍ୟୁ ମାନର ଧାନ କିଣାଯାଇଛି, କେଉଁ ମଣ୍ଡିରେ ଚାଷୀମାନେ ପାଇଥିବା ଟୋକନ ଯାନ୍ତ୍ରିକ ତ୍ରୁଟି ଯୋଗୁ ଉଭାନ ହୋଇଯାଇଛି ବୋଲି ପଚାରିଥିଲେ। ବିଜେଡି ସଭ୍ୟ ନୃସିଂହ ଚରଣ ସାହୁ ଓ କଂଗ୍ରେସ ସଭ୍ୟ ସନ୍ତୋଷ ସିଂ ସାଲୁଜା ମଧ୍ୟ ସମାନ ପ୍ରଶ୍ନ ପଚାରିଥିବାରୁ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଉତ୍ତର ଦେବାକୁ ମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ନୃସିଂହ କହିଥିଲେ, ମଣ୍ଡିଗୁଡ଼ିକ ଦୂର ଜାଗାରେ ହୋଇଥିବାରୁ ଚାଷୀମାନଙ୍କୁ ଧାନନେବାକୁ କଷ୍ଟ ହେଉଛି। ପ୍ରତ୍ୟେକ ପଞ୍ଚାୟତରେ ମଣ୍ଡି ଖୋଲିବା ପାଇଁ ସେ ପ୍ରସ୍ତାବ ଦେଇଥିଲେ। କଂଗ୍ରେସ ସଭ୍ୟ ସନ୍ତୋଷ ସିଂ ସାଲୁଜା ଚାଷୀଙ୍କଠାରୁ ନିଆଯାଉଥିବା ଧାନରୁ କାଟ କରାଯିବା ନେଇ ସେ ମନ୍ତ୍ରୀଙ୍କୁ ଘେରିଥିଲେ। ସେ ଅଭିଯୋଗ କରିଥିଲେ ଯେ, ମିଲ ମାଲିକ ବିଭାଗୀୟ ବଡ଼ ଅଫିସରଙ୍କୁ ମାସିକ ୨ ଲକ୍ଷ ଟଙ୍କା ଦେଉଛନ୍ତି। ସେଥିପାଇଁ ଚାଷୀଙ୍କଠାରୁ କୁଇଣ୍ଟାଲ ପିଛା ୭ରୁ ୧୦ କିଲୋ ପର୍ଯ୍ୟନ୍ତ ଧାନକୁ ନିମ୍ନମାନର ଦର୍ଶାଇ କାଟିଦିଆଯାଉଛି। ଦରକାର ପଡ଼ିଲେ ମୁଁ ଏହାର ପ୍ରମାଣ ଦେଇପାରିବି। ସରକାର ୫-ଟି ମାଧ୍ୟମରେ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ। ସବୁ ଚାଷୀଙ୍କ ପାଖରୁ ଧାନ କିଣିବା ପାଇଁ ସରକାର ବ୍ୟବସ୍ଥା କରନ୍ତୁ। ବିଜେଡି ସଭ୍ୟ ରୋହିତ ପୂଜାରୀ, ଭୂପିନ୍ଦର ସିଂ, କଂଗ୍ରେସ ସଭ୍ୟ ନରସିଂହ ମିଶ୍ର ପ୍ରମୁଖ ଧାନ କିଣାକୁ ନେଇ ଉଦ୍‌ବେଗ ପ୍ରକାଶ କରିଥିଲେ। ସେମାନେ ଅଭିଯୋଗ କରିଥିଲେ ଯେ, ଯେଉଁ ଚାଷୀ ଟୋକନ ପାଉନାହାନ୍ତି ସେମାନେ ଧାନ ବିକ୍ରି କରିପାରୁନାହାନ୍ତି। ଧାନ ଦୀର୍ଘଦିନ ଧରି ମଣ୍ଡି ନିକଟରେ ପଡ଼ିରହୁଛି।
ମନ୍ତ୍ରୀ କହିଥିଲେ ଯେ, ଗତବର୍ଷ ୧୨ଲକ୍ଷ ଚାଷୀ ପଞ୍ଜୀକୃତ ହୋଇଥିବା ବେଳେ ଚଳିତବର୍ଷ ୧୨ ଲକ୍ଷ ୩୫ହଜାର ୧୦୩ଜଣ ଚାଷୀଙ୍କୁ ପଞ୍ଜୀକୃତ କରାଯାଇଛି। ଆହୁରି ଏକମାସ ଦଶଦିନ ସମୟ ବାକି ଅଛି। ସମସ୍ତଙ୍କଠାରୁ ଧାନ କିଣାଯିବ। ଜିଲାସ୍ତରରେ ଧାନକିଣା କମିଟି ରହିଛି। ବିଧାୟକମାନେ ଏହାର ସଦସ୍ୟ ଅଛନ୍ତି। ଯେଉଁଠି ଅସୁବିଧା ହେଉଛି, ସେମାନେ ଆଲୋଚନା କରିପାରିବେ। ଆଜି ଯାଏ ବିନା ଟୋକନରେ ଧାନ କିଣା ହେଉଥିଲା। ଟୋକନ ବ୍ୟବସ୍ଥା ଲାଗୁହେବା ପରେ ଧାନକିଣା ଆହୁରି ବ୍ୟବସ୍ଥିତ ହୋଇପାରିଛି। ୮ ଲକ୍ଷ ୧୩ ହଜାର ୭୩୬ ଚାଷୀଙ୍କୁ ଟୋକନ ଦିଆଯାଇଛି। ସେମାନଙ୍କ ମଧ୍ୟରୁ ୮ ଲକ୍ଷ ୧୩ ହଜାର ୭୩ ଜଣ ଚାଷୀ ଧାନ ବିକ୍ରି କରି ସାରିଛନ୍ତି। ୧୨ ଲକ୍ଷ ୩୫ ହଜାର ୧୦୩ ଜଣ ଚାଷୀ ପଞ୍ଜୀକୃତ ହୋଇଛନ୍ତି। ୫୦ ହଜାର ୯୯୬ ଜଣ ଚାଷୀଙ୍କର ଆଧାର ମେଳ ଖାଉ ନାହିଁ। ଅଖା ଫେରସ୍ତ ହେଉ ନ ଥିଲେ ମିଲରମାନେ ଚାଷୀଙ୍କୁ ଝୋଟ ଅଖା ବାବଦରେ ୧୦ ଟଙ୍କା, ଜରି ଅଖା ବାବଦରେ ୫ ଟଙ୍କା ଦେବାକୁ କୁହାଯାଇଛି। ଅଖା ପଇସା ପାଇବା ନେଇ ପ୍ରାଥମିକ ସମବାୟ ସମିତି ଉତ୍ତରଦାୟୀ ରହିବେ। ଯାନ୍ତ୍ରିକ ତ୍ରୁଟି ଯୋଗୁ କୌଣସି ଟୋକନ ଉଭାନ ହୋଇନାହିଁ। ଚାଷୀଙ୍କୁ ସାଧାରଣ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) ୧୮୧୫ ଟଙ୍କା ଏବଂ ଗ୍ରେଡ-ଏ ଧାନର ମୂଲ୍ୟ କୁଇଣ୍ଟାଲ ପିଛା ୧୮୩୫ ଟଙ୍କା ଦିଆଯାଉଛି ବୋଲି ମନ୍ତ୍ରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ନୂଆବର୍ଷରେ IAS ସ୍ତରରେ ବଡ଼ଧରଣ ଅଦଳବଦଳ, ବଦଳାଇଲେ ଏହି ଜିଲାପାଳ

ଭୁବନେଶ୍ୱର,୧।୧: ନୂଆବର୍ଷର ପ୍ରଥମ ଦିନରେ ରାଜ୍ୟ ପ୍ରଶାସନିକ ସ୍ତରରେ ଏକ ବଡ଼ଧରଣର ଅଦଳବଦଳ କରାଯାଇଛି। ବରିଷ୍ଠ IAS ଅଧିକାରୀମାନଙ୍କୁ ନୂତନ ଦାୟିତ୍ୱ ପ୍ରଦାନ କରିଛନ୍ତି ରାଜ୍ୟ...

ଆରଡିସିଙ୍କ ଘୋଷଣା: ୫ତାରିଖ ବରଗଡ଼ ଉପଖଣ୍ଡରେ…

ମଥୁରାନଗରୀ,୧।୧(ପ୍ରେମାନନ୍ଦ ଖମାରୀ)- ବରଗଡ଼ରେ ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଚାଲିଛି। ଏହି ମହୋତ୍ସବ ଆସନ୍ତା ୩ତାରିଖ ଶନିବାର କଂସବଧ ସହିତ ସରିବ। ତିଥି...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri