ପ୍ରତିଶ୍ରୁତିରେ ଦିନ ଗଡାଉଛନ୍ତି ଖଣି କର୍ତ୍ତୃପକ୍ଷ, ପ୍ରଶାସନ:ଖଣିବନ୍ଦ ଆନ୍ଦୋଳନରେ ଜରଡାବାସୀ

କଣିହାଁ, ୨୯ା୬ (ଡି.ଏନ.ଏ.)ବାରମ୍ବାର ଦାବି ଆନ୍ଦୋଳନ ସତ୍ତ୍ୱେ ପ୍ରଶାସନ ଏବଂ ଖଣି କର୍ତ୍ତୃପକ୍ଷ ସେମାନଙ୍କ ଅଧିକାରକୁ ଅଣଦେଖା କରୁଥିବା ଅଭିଯୋଗ କରିଛନ୍ତି କଣିହାଁ ବ୍ଲକ ଜରଡା ଗ୍ରାମବାସୀ। ପ୍ରତିବାଦରେ ସେମାନେ ଶୁକ୍ରବାର ଏମ୍‌ସିଏଲର କଣିହାଁ କୋଇଲା ଖଣି ବନ୍ଦ ଆନ୍ଦୋଳନ କରିଛନ୍ତି। ଏଥିଯୋଗୁ କଣିହାଁ ଖୋଲା ମୁହଁ ଖଣିରୁ ଖନନ, ଉତ୍ତୋଳନ, ପରିବହନ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି।
ଆନ୍ଦୋଳନକାରୀଙ୍କ ଅଭିଯୋଗ ମୁତାବକ, ୧୯୯୫ରୁ କୋଇଲା ଖଣି ପାଇଁ ଲୋକଙ୍କ ଜମି ଅଧିଗ୍ରହଣ କରାଯାଇଛି। ପରେ ଜମି ଓ ବାସହରାଙ୍କୁ ପଥରମୁଣ୍ଡା କିମ୍ବା ଟାକୁଆରେ ଥଇଥାନ ପାଇଁ ବାରମ୍ବାର ପ୍ରତିଶ୍ରୁତି ଦିଆଯାଉଥିଲେ ହେଁ ଏହା ପୂରଣ ହେଉନାହିଁ। ଫଳରେ ଖଣିଠାରୁ ମାତ୍ର ୩ ଶହ ମିଟର ଦୂରରେ ଜରପଡା ଗ୍ରାମବାସୀ ରହୁଥିବାରୁ ବହୁ ସମସ୍ୟା ଭୋଗୁଛନ୍ତି। ଖଣିରେ ବ୍ଲାଷ୍ଟିଂ ହେଉଥିବା ଯୋଗୁ ଅଞ୍ଚଳରେ ପ୍ରଦୂଷଣ ସମସ୍ୟା ବଢିବା ସହ ପାନୀୟ ଜଳ ଅଭାବ ଯୋଗୁ ଲୋକେ ହଇରାଣ ହେଉଛନ୍ତି। ଏଥିସହ ନିଯୁକ୍ତି କିମ୍ବା ପ୍ରତିଶ୍ରୁତି ଅନୁଯାୟୀ କ୍ଷତିପୂରଣ ରାଶି ମଧ୍ୟ ପ୍ରଦାନ କରାଯାଉନାହିଁ। ଏ ନେଇ ସରକାର ଓ ଖଣି କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଜଣାଯାଇଥିଲେ ମଧ୍ୟ କୌଣସି ସୁଫଳ ନ ମିଳିବାରୁ ଆନ୍ଦୋଳନ କରାଯାଇଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି। ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଚେତାବନୀ ଦିଆଯାଇଛି। କଣିହାଁ ତହସିଲଦାର ଅଂଶୁମାନ ଶତପଥୀ, ଆଇଆଇସି ପ୍ରଭାତ କୁମାର ତ୍ରିପାଠୀ ପ୍ରମୁଖ ଆନ୍ଦୋଳନକାରୀଙ୍କୁ ବୁଝାଶୁଝା କରିଥିଲେ ହେଁ କୌଣସି ସମାଧାନ ହୋଇପାରିନାହିଁ। ଖବର ଲେଖା ହେବା ସୁଦ୍ଧା ଆନ୍ଦୋଳନ ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏନ୍‌ଟିପିସି ମୁଖ୍ୟ ମହାପ୍ରବନ୍ଧକଙ୍କ ପଦୋନ୍ନତି

ତାଳଚେର, ୨୧ା୭(ନି.ପ୍ର.) – କଣିହାଁ ସ୍ଥିତ ଏନ୍‌ଟିପିସିର ମୁଖ୍ୟ ମହାପ୍ରବନ୍ଧକ ରମେଶବାବୁ ଭିଙ୍କ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ (ଇଡି) ଭାବେ ପଦୋନ୍ନତି ହୋଇଛି। ଗତ ୧୭ରେ ସେ...

ପିକ୍‌ଅପ ଧକ୍କାରେ ସାଇକେଲ ଆରୋହୀଙ୍କ ଜୀବନଗଲା

ଛେଣ୍ଡିପଦା,୨୩।୧୧(ସ୍ବ.ପ୍ର.): ଅନୁଗୋଳ ଜିଲା ଛେଣ୍ଡିପଦା ଥାନା ବାଲିପଟାର ପଳାସ ବଣିଆ ଛକ ନିକଟରେ ଶନିବାର ପୂର୍ବାହ୍ନରେ ପିକ୍‌ଅପ୍‌ ଧକ୍କାରେ ଜଣେ ସାଇକେଲ୍‌ ଆରୋହୀଙ୍କ ମୃତ୍ୟୁ ଘଟିଛି।...

ମାଲ୍‌ବାହୀ ଟ୍ରେନ୍‌ ଲାଇନ୍‌ଚ୍ୟୁତ

ଅନୁଗୋଳ ଅଫିସ,୧୧।୧୨: ଅନୁଗୋଳ ବଅଁରପାଳ ହାଟ ନିକଟରେ ଏକ ମାଲ୍‌ବାହୀ ଟ୍ରେନ୍‌ ଲାଇନଚ୍ୟୁତ ହୋଇଛି । ଟେନ୍‌ଟି ଦାମନଯୋଡ଼ିରୁ ନାଲ୍‌କୋକୁ ଆଲୁମିନା ଆଣୁଥିବା ବେଳେ ଲାଇନ୍‌ଚ୍ୟୁତ...

ନିଯୁକ୍ତିରେ ଅନିୟମିତତା ଅଭିଯୋଗ

ଅନୁଗୋଳ ଅଫିସ, ୨୦ା୧୦ ଅନୁଗୋଳ ପୌରପାଳିକାରେ ସ୍ବଚ୍ଛ ସାଥୀ ଓ ସୁପରଭାଇଜର ନିଯୁକ୍ତିରେ ଅନିୟମିତତା ହୋଇଥିବା ଅଭିଯୋଗ ଏବେ ଚର୍ଚ୍ଚାର ବିଷୟ ହୋଇଛି। ଯୋଗ୍ୟତା ନ...

ଲମ୍ବା ଧାଡ଼ି ଯୋଗୁ ଚିକିତ୍ସା ପାଇପାରିଲେନି; ଡାକ୍ତର ଦେଖିବା ପୂର୍ବରୁ ଶିଶୁ ମୃତ

ଅନୁଗୋଳ ଅଫିସ, ୧୬।୯: ଗୁରୁତର ଅବସ୍ଥାରେ ରବିବାର ମେଡିକାଲ ଆସିଥିବା ଜଣେ ଦେଢ ବର୍ଷର ଶିଶୁପୁତ୍ର ଚିକିତ୍ସା ପାଇ ନ ପାରିବାରୁ ତାହାର ମୃତ୍ୟୁ ଘଟିଥିବା ଅଭିଯୋଗ...

ତେଲ ଗୋଦାମରେ ଚଢ଼ାଉ : ପରୀକ୍ଷା ପାଇଁ ପଠାଗଲା ନମୁନା

ଅନୁଗୋଳ ଅଫିସ, ୮।୬ – ଅନୁଗୋଳ ସହର ଉପକଣ୍ଠରେ ଥିବା ଏକ ତେଲ ଗୋଦାମରେ ଅପମିଶ୍ରିତ କାରବାର ହେଉଥିବା ସନ୍ଦେହ କରି ଜିଲା ପ୍ରଶାସନ ପକ୍ଷରୁ...

ଅନୁଗୋଳ ଜିଲାରେ ୧୬୬.୬ ମିମି ବର୍ଷା

ଅନୁଗୋଳ ଅଫିସ, ୨୬।୨ – ଅନୁଗୋଳ ଜିଲାର ବିଭିନ୍ନ ସ୍ଥାନରେ ଅଦିନିଆ ବର୍ଷା ଯୋଗୁ ଜନଜୀବନ ଅସୁବିଧାର ସମ୍ମୁଖୀନ ହୋଇଛି। ରବିବାର ରାତିରେ ଝିପିଝିପି ହୋଇଥିବା...

ହେଭି ଭେହିକିଲ୍‌ରେ ସ୍ଥାନାନ୍ତର ହେବ ନରହନ୍ତା ଦନ୍ତା

ତାଳଚେର,୨୨ା୧(ନି.ପ୍ର.) – ଅନୁଗୋଳ ଜିଲା ତାଳଚେର ରେଞ୍ଜ ଅଞ୍ଚଳରେ ଦୀର୍ଘଦିନ ଧରି ଉପଦ୍ରବ ଚଳାଇଥିବା ନରହନ୍ତା ଦନ୍ତା ହାତୀକୁ ସୋମବାର ବନ ବିଭାଗ ଟ୍ରାଙ୍କୁଲାଇଜ କରିବାରେ...

Advertisement
Archives

Model This Week