ପୌର ନିର୍ବାଚନକୁ ଓହ୍ଲାଇବ ଏଏପି

ଭୁବନେଶ୍ୱର,୯।୩(ବ୍ୟୁରୋ): ରାଜ୍ୟରେ ଚଳିତବର୍ଷ ଶେଷ ଆଡକୁ ପୌର ନିର୍ବାଚନ ହେବାର ସମ୍ଭାବନା ରହିଛି। ଏହି ନିର୍ବାଚନରେ ଆମ୍‌ ଆଦ୍‌ମୀ ପାର୍ଟି(ଏଏପି) ଅଂଶଗ୍ରହଣ କରିବ। ଓଡ଼ିଶା ଗସ୍ତରେ ଥିବା ଦଳୀୟ ପ୍ରଭାରୀ ତଥା ରାଜ୍ୟ ସଭା ସଦସ୍ୟ ସଞ୍ଜୟ ସିଂ ରବିବାର ଏହା କହିଛନ୍ତି। ଏ ନେଇ ରାଜ୍ୟ କମିଟି ପକ୍ଷରୁ ପୂର୍ବରୁ ପ୍ରସ୍ତାବ ରହିଥିଲା। ଏହି ପ୍ରସ୍ତାବକୁ କାର୍ଯ୍ୟକାରୀ କରିବା ନେଇ ଏଏପି ରାଜ୍ୟ କମିଟି ନିଷ୍ପତ୍ତି ନେଇଛି। ଦିଲ୍ଲୀ ମଡେଲ ବିକାଶର ବାର୍ତ୍ତା ନେଇ ପୌର ନିର୍ବାଚନରେ ଦଳ ଲମ୍ଫ ମାରିବ। ଏବେଠାରୁ କିଏ କେଉଁ ୱାର୍ଡରେ ପ୍ରାର୍ଥୀ ହେବ, ସେ ନେଇ ବିଚାରବିମର୍ଶ ଆରମ୍ଭ ହୋଇଯାଇଛି। ଅନୁରୂପ ଭାବେ ଦଳ ପକ୍ଷରୁ ରାଜ୍ୟରେ ସଦସ୍ୟତା ଅଭିଯାନ ଜାରି ରହିଛି। ଚଳିତ ମାସ ୨୩ ଯାଏ ହେବାକୁ ଥିବା ଏହି ଅଭିଯାନରେ ଏଏପି ପକ୍ଷରୁ ପ୍ରାୟ ୨ ଲକ୍ଷ ସଭ୍ୟ ସଂଗ୍ରହ ଲକ୍ଷ୍ୟ ରଖାଯାଇଛି। ସଞ୍ଜୟ କହିଛନ୍ତି ଯେ, ଦିଲ୍ଲୀ ଫଳାଫଳ ପରେ ସଦସ୍ୟ ସଂଖ୍ୟା ରାଜ୍ୟରେ ବଢ଼ିଛି। ପୌର ନିର୍ବାଚନରେ ଲଢ଼ିବା ପରେ ଦଳର ସ୍ଥିତି ଜଣାପଡ଼ିବ। ଏହାକୁ ଆଧାର କରି ଆଗାମୀ ଦିନରେ ସଙ୍ଗଠନ ସୁଦୃଢ କରାଯିବ। ସାରା ଦେଶର ଯେକୌଣସି ରାଜ୍ୟ ଅଥବା କେନ୍ଦ୍ରଶାସିତ ଅଞ୍ଚଳରେ ଏଏପିର କର୍ମୀ ମିଳିଯିବେ। ତେଣୁ ଏଏପିର ଜାତୀୟ ରାଜନୀତିରେ ପ୍ରମୁଖ ଭୂମିକା ରହିବ। ସ୍ଥାନୀୟ ଅଞ୍ଚଳର ସମସ୍ୟାକୁ ଆୟୁଧ କରି ଆନ୍ଦୋଳନାତ୍ମକ କାର୍ଯ୍ୟକ୍ରମ ଦଳକୁ ସଫଳତା ଦେବ ବୋଲି ସଞ୍ଜୟ ଆଶାବାଦୀ।


Enter your email to get our daily news in your inbox.

All Right Reserved By Dharitri.Com

ନିଜ ନିଜ ଭିତରେ ଲଢିଲେଣି ପାକିସ୍ତାନ ଖେଳାଳି, ଏବେ ଶାହିଦ ଆଫ୍ରିଦି ଶାଦାବଙ୍କୁ ଗାଳି ଦେଇ କହିଲେ, ‘ପୁଅ, ତୁମେ…’

ନୂଆଦିଲ୍ଲୀ,୨୦।୨: ୨୦୨୬ ଟି୨୦ ବିଶ୍ୱକପର ସୁପର ୮ ପାଇଁ ଯୋଗ୍ୟତା ଅର୍ଜନ କରିବା ପରେ, ପାକିସ୍ତାନୀ କ୍ରିକେଟର ଶାଦାବ ଖାନ ବ୍ୟଙ୍ଗାତ୍ମକ ମନ୍ତବ୍ୟ ଦେଇଥିଲେ ଏବଂ ନିଜ…

୩୯ ଶିକାରିଙ୍କୁ ବାନ୍ଧିଲା ବନବିଭାଗ: ୯ ଦେଶୀ ବନ୍ଧୁକ, ୨୦ ଧନୁତୀର ଜବତ

ବାରିପଦା,୨୦।୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଦକ୍ଷିଣ ଡିଭିଜନ ଅଞ୍ଚଳରେ ଶିକାର କରିବାକୁ ପ୍ରବେଶ କରିଥିବା ଶିକାରିଙ୍କୁ ବନବିଭାଗ ଗିରଫ କରଛି…

୩ ଥର ଶୂନ୍ୟରେ ଆଉଟ ହେବାରୁ ଅଭିଷେକଙ୍କୁ ଏମିତି କହିଲେ ପାକିସ୍ତାନର ପୂର୍ବତନ କ୍ରିକେଟର

ନୂଆଦିଲ୍ଲୀ,୨୦।୨: ପୂର୍ବତନ ପାକିସ୍ତାନ ଖେଳାଳି ମହମ୍ମଦ ଆମିର ଅଭିଷେକ ଶର୍ମାଙ୍କ ବିଷୟରେ କହିଥିଲେ ଯେ ସେ କେବଳ ଜଣେ ଚଳ ଚଞ୍ଚଳ ଖେଳାଳି। ଏହି ବକ୍ତବ୍ୟକୁ ବହୁଳ…

ଦ୍ୱାଦଶ ଟପ୍ପରଙ୍କୁ ମିଳିଲାନି ଚାକିରି: ରାଗରେ ମା’-ବାପା-ଭାଇଙ୍କ ସହ କଲେ ହୃଦୟବିଦାରକ କାଣ୍ଡ

ଭୋପାଳ,୨୦।୨: ମଧ୍ୟପ୍ରଦେଶର ବେତୁଲ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଏବଂ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ୩୦ ବର୍ଷୀୟ ଗ୍ରାମର ଦୀପକ ଧୂର୍ଭେ ତାଙ୍କ ମାତାପିତା ଏବଂ ସାନ…

କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଛାତ୍ର ଅଶାନ୍ତି

କୋରାପୁଟ,୨୦ା୨(ଅମିତାଭ ବେହେରା): କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ସୁନାବେଡ଼ାଠାରେ ଶୁକ୍ରବାର ସକାଳେ ଛାତ୍ର ଅଶାନ୍ତି ଦେଖିବାକୁ ମିଳିଛି। କୋରାପୁଟ ଜିଲାର ସୁନାବେଡ଼ାଠାରେ ଥିବା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ମୁଖ୍ୟ କ୍ୟାମ୍ପସ୍‌ରେ ତାଲା…

ସେମିଫାଇନାଲରୁ ବାଦ୍‌ ପଡ଼ିବ ଟିମ୍‌ ଇଣ୍ଡିଆ: ଏହି କ୍ରିକେଟର୍‌ କଲେ ବଡ଼ ଭବିଷ୍ୟବାଣୀ

ନୂଆଦିଲ୍ଲୀ,୨୦।୨: ICC ଟି୨୦ ବିଶ୍ୱକପ ୨୦୨୬ର ସୁପର ୮ ରାଉଣ୍ଡ ଫେବୃଆରୀ ୨୧ରେ ଆରମ୍ଭ ହେବାକୁ ଯାଉଛି। ଏଥିରେ ୮ଟି ଦଳ ସେମିଫାଇନାଲରେ ସ୍ଥାନ ପାଇବା ପାଇଁ…

AI Summitରେ ଏମିତି କହିଲେ ବ୍ରିଟେନର ପୂର୍ବତନ ପ୍ରଧାନମନ୍ତ୍ରୀ ସମସ୍ତେ ଆଶ୍ଚର୍ଯ୍ୟ!

ନୂଆଦିଲ୍ଲୀ,୨୦।୨: ଦିଲ୍ଲୀର ଟ୍ରାଫିକ ସାରା ବିଶ୍ୱରେ ପ୍ରସିଦ୍ଧ। ଦିଲ୍ଲୀର ପ୍ରତ୍ୟେକ ନାଗରିକ ଟ୍ରାଫିକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଆଶ୍ଚର୍ଯ୍ୟର କଥା ହେଉଛି, ଗତକାଲି ଜଣେ ପ୍ରମୁଖ ନେତା…

ଲିଭ୍ ଇନ୍‌ରେ ରହୁଥିଲେ: ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ପ୍ରେମିକା ଫେରାର୍

ଭୁବନେଶ୍ୱର,୨୦ା୨: ରାଜଧାନୀ ଭୁବନେଶ୍ୱରର ଏୟାରଫିଲ୍ଡ ଥାନା ଅନ୍ତର୍ଗତ ପୋଖରୀପୁଟ ଅଞ୍ଚଳରୁ ଏକ ଚାଞ୍ଚଲ୍ୟକର ଖବର ସାମ୍ନାକୁ ଆସିଛି। ଏକ ହୋଟେଲ୍ ମଧ୍ୟରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri