Posted inଫୁରସତ

ପୋଷା କୁକୁରଙ୍କ ପାଇଁ ‘ଡଗ୍‌ବ୍ରେଲା’

ବର୍ଷାର ସାଥୀ ଛତା। ଏହା କାହିଁ କେଉଁ କାଳରୁ ମଣିଷକୁ ଓଦା ହେବାରୁ ବଞ୍ଚାଇ ଆସୁଛି। ହେଲେ ପ୍ରାଣୀମାନଙ୍କୁ ସେମିତି ଭିଜିବାକୁ ହୁଏ ବର୍ଷାରେ ଅବା କେଉଁଠି ନିରାପଦ ସ୍ଥାନଟିଏ ପାଇଲେ ମୁଣ୍ଡ ଗୁଞ୍ଜନ୍ତି। ଘରର ପୋଷା ଜୀବଜନ୍ତୁଙ୍କୁ ବି ବର୍ଷାରେ ବାହାରକୁ ନେଇ ହୁଏନା। ଏହି ସମସ୍ୟାକୁ ନଜରରେ ରଖି ଏବେ ତିଆରି ହୋଇଛି ପ୍ରାଣୀଙ୍କ ପାଇଁ ଛତା। ଖାସ୍‌କରି ଘରର ପୋଷା କୁକୁରଙ୍କ ପାଇଁ ଏହା ତିଆରି ହୋଇଛି। ତେଣୁ ଏହାର ନାମ ରଖାଯାଇଛି ‘ଡଗ୍‌ବ୍ରେଲା’। ବର୍ଷାରେ କୁକୁରକୁ ବୁଲାଇବା ଏହି ଛତାଦ୍ୱାରା ହୋଇଯିବ ବେଶ୍‌ ସହଜ। ଛତାଟି ଦେଖିବାକୁ ଅଜବ ଲାଗିପାରେ। କାରଣ ଏହା ଏକ ଓଲଟା ଛତା। ଏହାର ହ୍ୟାଣ୍ଡେଲକୁ ତଳ ଆଡକୁ ତଥା ଭୂମି ଆଡକୁ ମୁହଁ କରି ଧରିବାକୁ ହୋଇଥାଏ। ଆଉ ବର୍ଷାରୁ ରକ୍ଷା କରୁଥିବା ଏହାର ଅର୍ଦ୍ଧଗୋଲାକାର ଅଂଶ ବି ଓଲଟା। ଏହାକୁ ଏମିତି କରାଯାଇଛି ଯେମିତି କି ତାହା ଚାଲୁଥିବା କୁକୁରକୁ ବର୍ଷାରେ ଓଦା ହେବାରୁ ରକ୍ଷା କରିପାରିବ। ଏହି ଛତାଟି ଏବେ କୁକୁରକୁ ଭଲ ପାଉଥିବା ମଣିଷଙ୍କର ବେଶ୍‌ ପ୍ରିୟ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ତିରୁମାଲା ଗର୍ଭଗୃହରେ କାହିଁକି ନାହିଁ ଘଣ୍ଟି, ଜାଣନ୍ତୁ ଏହାର ରହସ୍ୟ…

ତିରୁମାଲାର ବିଶ୍ୱ ପ୍ରସିଦ୍ଧ ଭଗବାନ ଶ୍ରୀ ଭେଙ୍କଟେଶ୍ୱର ସ୍ବାମୀ (ବାଲାଜୀ) ମନ୍ଦିର ଏହାର ମହିମା, ଚମତ୍କାର ଏବଂ ଅନନ୍ୟ ପରମ୍ପରା ପାଇଁ ସାରା ବିଶ୍ୱରେ ଜଣାଶୁଣା। ପ୍ରାୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri