ପୋଲିସ ସମ୍ମୁଖରେ ପଞ୍ଜାବୀ ଯୁବକଙ୍କୁ ଆକ୍ରମଣ ଘଟଣା: ୩୦୭ ଦଫା ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହେବେ ପରବିନ୍ଦର

ଭୁବନେଶ୍ୱର,୧୯।୧(ବ୍ୟୁରୋ)- ପଞ୍ଜାବୀ ଯୁବକ ପରବିନ୍ଦର ସିଂ ପାଲ୍‌ଙ୍କୁ ପୋଲିସ ସମ୍ମୁଖରେ ସଂଘବଦ୍ଧ ଆକ୍ରମଣ ଘଟଣାକୁ ନେଇ ସମାଲୋଚନାର ଶିକାର ହୋଇଛି କମିଶନରେଟ ପୋଲିସ। କୋହଳ ଦଫା ଲଗାଯିବାରୁ ଗିରଫ ୩ ଅଭିଯୁକ୍ତ ଦୀପକ ଜେନା, ଶଙ୍କର ରାଉତ ଓ ଦୀପକ ମହାନ୍ତି କେଇଘଣ୍ଟାରେ ଜାମିନରେ ମୁକୁଳିଗଲେ। ପୋଲିସ ଚାପରେ ଏପରି କାର୍ଯ୍ୟ କରିଥିବା ଚର୍ଚ୍ଚା ଓ ଅଭିଯୋଗ ହେଉଥିବାବେଳେ ରାତି ଅଧରେ ବିଧାୟକ, ଜଣେ ବରିଷ୍ଠ ପୋଲିସ ଅଧିକାରୀ ଓ ଅନ୍ୟ ଦୁଇଜଣ ପରବିନ୍ଦରଙ୍କ ଘର କବାଟ ବାଡ଼େଇବା ଏଭଳି ଚର୍ଚ୍ଚାକୁ ଖୋରାକ ଯୋଗାଇଛି। ଘଟଣା ସହ ରାଜନୈତିକ ଓ ପୋଲିସର ଲିଙ୍କ୍‌ ପଦାକୁ ଆସିବା ପରେ କମିଶନରେଟ ପୋଲିସ ବିବାଦକୁ ଟାଣିହୋଇଯାଇଛି। ଏପରିସ୍ଥଳେ ଭୁବନେଶ୍ୱରରେ ରହୁଥିବା ଶିଖ୍‌ ସମ୍ପ୍ରଦାୟ ମଧ୍ୟରେ ଅସନ୍ତୋଷର ନିଆଁ ଜଳୁଛି। ଅଭିଯୁକ୍ତଙ୍କ ନାଁରେ ୩୦୭ ଦଫା ଲଗାଇବାକୁ ଦାବି କରି ଶୁକ୍ରବାର ଗୁରୁଦ୍ୱାରଠାରେ ମହମବତି ଶୋଭାଯାତ୍ରା କରାଯାଇଥିଲା। ଶନିବାର ପରବିନ୍ଦରଙ୍କ ଓକିଲ ସୁଖ୍‌ବିନ୍ଦର କୌର କହିଛନ୍ତି, ପୋଲିସ ଏଭଳି ଜାଣିଶୁଣି କୋହଳ ଦଫା ଲଗାଇଛି। ପୋଲିସ ନିଜ ଦୋଷ ଘୋଡାଇବାକୁ ଏବେ ମିଛ କହୁଛି। ମାମଲାରେ ୩୦୭ ଦଫା ଯୋଡ଼ିବାକୁ କୋର୍ଟରେ ଆବେଦନ କରାଯିବ। ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ କୋର୍ଟଙ୍କ ନିକଟରେ ଦାବି ରଖାଯିବ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ଘଟଣାର ୬ଦିନ ପରେ ବି ପରବିନ୍ଦର ଓ ତାଙ୍କ ପରିବାର ସଦସ୍ୟଙ୍କ ମାନସିକ ସ୍ଥିତି ସ୍ବାଭାବିକ ହୋଇପାରିନି। ପୋଲିସ ଯାହା କରୁଛି ସେଥିରେ ବିଶ୍ୱାସ କିପରି ହେବ? ପୂରା ଘଟଣାକ୍ରମ ମୋ ମନକୁ ଆନ୍ଦୋଳିତ କରୁଛି। ପୋଲିସ ଉପରେ ଭରସା ପାଉନି ବୋଲି ପରବିନ୍ଦର ଦୁଃଖର ସହ କହିଛନ୍ତି।

ସୂଚନାଯୋଗ୍ୟ, ଗତ ମଙ୍ଗଳବାର ଅପରାହ୍ନରେ ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ ଭଗବାନ ଟାଓ୍ବାର ଆପାର୍ଟମେଣ୍ଟ ସମ୍ମୁଖରେ ପରବିନ୍ଦରଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଥିଲା। ଏହି ଘଟଣାରେ ପିସିଆର୍‌ ଇନ୍‌ଚାର୍ଜ ସୁବାସ ଚନ୍ଦ୍ର ରାଉତଙ୍କୁ ନିଲମ୍ବିତ କରାଯିବା ସହ ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା।

ଚାପରେ ନୁହେଁ, ନିରପେକ୍ଷ ତଦନ୍ତ ହେଉ : ପୂର୍ବତନ ଡିଜିପି
ଘଟଣାକୁ ନେଇ ପୂର୍ବତନ ପୋଲିସ ଡିଜି ପ୍ରକାଶ ମିଶ୍ର ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ନିଜ ଟୁଇଟର ଆକାଉଣ୍ଟରେ ପ୍ରକାଶ ଲେଖିଛନ୍ତି ଯେ, ପରବିନ୍ଦର ପାଲ ସିଂଙ୍କ ଆକ୍ରମଣ ଘଟଣାକୁ ଦେଖିଲେ ପୂରା ରହସ୍ୟମୟ ଲାଗୁଛି। ଘଟଣା ଧୀରେ ଧୀରେ ଆହୁରି ରହସ୍ୟ ଭିତରକୁ ଚାଲିଯାଉଛି। ପୋଲିସ ଚାପରେ ନ ଆସି ଘଟଣାର ନିରପେକ୍ଷ ତଦନ୍ତ କରି ସାଧାରଣ ଲୋକଙ୍କ ମନରେ ସୃଷ୍ଟି ହୋଇଥିବା ଆଶଙ୍କାକୁ ଶୀଘ୍ର ଦୂର କରନ୍ତୁ ବୋଲି ସେ ଉଲ୍ଲେଖ କରିଛନ୍ତି।

ଅନ୍ୟମାନଙ୍କୁ ଧରିବାକୁ ହାତ ଯାଉନି
ଘଟଣାକୁ ନେଇ କମିଶନରେଟ ପୋଲିସର କାର୍ଯ୍ୟଧାରାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଆକ୍ରମଣ ଘଟଣାରେ ୭ରୁ ୮ଜଣ ସମ୍ପୃକ୍ତ ଥିଲେ ମଧ୍ୟ ପୋଲିସ କେବଳ ୩ଜଣଙ୍କୁ ଗିରଫ କରି ବସି ପଡିଛି। ଅନ୍ୟମାନଙ୍କୁ ଗିରଫ କରିବାକୁ ପୋଲିସର ହାତ ଯାଉ ନ ଥିବାରୁ ପୂର୍ବରୁ ଗିରଫ ହୋଇଥିବା ଯୁବକମାନେ ପ୍ରକୃତ ଅଭିଯୁକ୍ତ କି ନୁହେଁ, ତାହାକୁ ନେଇ ମଧ୍ୟ ସନ୍ଦେହ ପ୍ରକାଶ ପାଇଛି। ଯେଉଁମାନଙ୍କୁ ଗିରଫ କରାଗଲା ବୋଲି ଦର୍ଶାଯାଇଛି, ସେମାନଙ୍କ ବଦଳରେ ଅନ୍ୟ କେତେଜଣଙ୍କୁ ମୁହଁଘୋଡ଼ାଇ କୋର୍ଟରେ ହାଜର କରାଯାଇଥିବା ମଧ୍ୟ ଅଭିଯୋଗ ଉଠୁଛି। ଶୁକ୍ରବାର ମଧ୍ୟ ପୋଲିସର କାର୍ଯ୍ୟଧାରାକୁ ନେଇ ବରିଷ୍ଠ ଆଇନିଜୀବୀ ଚିତ୍ତରଞ୍ଜନ ଦାସ ପ୍ରଶ୍ନ କରିଥିଲେ।

ଦଫାକୁ ଠିକ୍‌ ନ ବୁଝି ଉଦ୍‌ଭ୍ରାନ୍ତ କରାଯାଉଛି: ପୋଲିସ କମିଶନର
ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ଏକ କାର୍ଯ୍ୟକ୍ରମରେ କହିଛନ୍ତି, ପୋଲିସ ଯାହା ପ୍ରମାଣ ପାଇଥିଲା, ସେହି ଅନୁସାରେ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ଡାକ୍ତରୀ ରିପୋର୍ଟ ଆଧାରରେ ଚାର୍ଜଶିଟ୍‌ ଦାଖଲ କରାଯାଇଛି। କୋର୍ଟ ଉଭୟ ପକ୍ଷଙ୍କ କଥା ଶୁଣିବେ। କୋର୍ଟ ହୃଦବୋଧ କଲେ ଅଧିକ ଦଫା ଲଗାଇ ପାରନ୍ତି। ଡାକ୍ତରୀ ରିପୋର୍ଟ ନ ଦେଖି ଅଯଥା ମତ ଦେବା ଠିକ୍‌ ନୁହେଁ। ୩୦୭ ଦଫାକୁ ଠିକ୍‌ ନ ବୁଝି ଲୋକଙ୍କୁ ଉଦ୍‌ଭ୍ରାନ୍ତ କରାଯାଉଛି। କୋର୍ଟ ଯଦି ବେଲ୍‌ ଦେଲେ ପୋଲିସକୁ ଦୋଷ ଦେବା ଠିକ୍‌ କି ବୋଲି କମିଶନର ଷଡ଼ଙ୍ଗୀ କହିଛନ୍ତ।


Enter your email to get our daily news in your inbox.

All Right Reserved By Dharitri.Com

ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମଙ୍କ ମୃତ୍ୟୁ ଘଟଣା: ଆଗୁଆ ଜାମିନ ପାଇଁ ହାଇକୋର୍ଟରେ ପୁରୁଷବନ୍ଧୁ

କଟକ,୧୦।୬(କାର୍ତ୍ତିକ ସାହୁ): ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମଙ୍କ ମୃତ୍ୟୁ ଘଟଣାରେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଥିବା ବେଳେ ପୋଲିସ ଗିରଫଦାରିରୁ ରକ୍ଷା ପାଇବା ପାଇଁ ତାଙ୍କ…

ମାରପିଟ୍ ସହିନପାରି ଘର ଛାଡ଼ିଥିଲେ ସ୍ତ୍ରୀ, ରାଗରେ ପେଟ୍ରୋଲ ଢାଳି ଶାଶୁ-ଶ୍ୱଶୁରଙ୍କୁ ଜାଳିଦେବାକୁ ଜ୍ୱାଇଁଙ୍କ ଉଦ୍ୟମ

ବାରିପଦା/ମୋରଡା,୧୦/୬(ନୀଳାଦ୍ରି ବିହାରୀ ଦଣ୍ଡପାଟ/ସ୍ମାରକ ମାଜୀ)- ମୟୂରଭଞ୍ଜ ଜିଲା ଶୁଳିଆପଦା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ଜ୍ୱାଇଁ ନିଜ ଶାଶୁ ଓ ଶ୍ୱଶୁରଙ୍କୁ…

ଜଙ୍ଗଲରେ ବଣଭୋଜି ବେଳେ କାଳବୈଶାଖୀର କୋପ: ଗଛ ଡାଳ ପଡ଼ି ଆଖି ବୁଜିଲେ ମହିଳା, ସ୍ତବ୍ଧ ପରିବାର

କୋରାପୁଟ,୧୦।୬ (ଅମିତାଭ ବେହେରା): କୋରାପୁଟରେ ବଣଭୋଜି ବେଳେ ଏକ ଦୁଃଖଦ ଅଘଟଣ ଘଟିଛି। କାଳବୈଶାଖୀ ପ୍ରଭାବରେ ପ୍ରବଳ ପବନ ବହିବା ସମୟରେ ଗଛର ଏକ ବଡ଼ ଡାଳ…

ନନ୍ଦପୁରରେ କାଳବୈଶାଖୀର ତାଣ୍ଡବଲୀଳା: ୩ ଘର ଭାଙ୍ଗିଲା, ୭ ସ୍ଥାନରେ ଗଛ ଉପୁଡ଼ି ଯାତାୟାତ ଠପ୍

ନନ୍ଦପୁର, ୧୦।୬(ତୁଷାର କାନ୍ତ ମହାନ୍ତି): ନନ୍ଦପୁରରେ କାଳବୈଶାଖୀର ତାଣ୍ଡବଲୀଳା ଦେଖିବାକୁ ମିଳିଛି। ବୁଧବାର ଅପରାହ୍ନରେ ପ୍ରାୟ ଘଣ୍ଟାଏ ଧରି ଚାଲିଥିବା ପ୍ରବଳ ବର୍ଷା ଓ ପବନ ଯୋଗୁ…

ତଦନ୍ତ କମିଶନ ଫାଇଲ ଗାଏବ, କ୍ୟାପିଟାଲ ଥାନାରେ FIR ଦେଲେ…

ଭୁବନେଶ୍ବର,୧୦।୬:  ତଦନ୍ତ କମିଶନ ଫାଇଲ ଗାଏବକୁ ନେଇ ବର୍ତ୍ତମାନ ଚର୍ଚ୍ଚା ବଢ଼ିବାରେ ଲାଗିଛି । ଏନେଇ କ୍ୟାପିଟାଲ ଥାନାରେ ମାମଲା ରୁଜୁ ହୋଇଛି । ଗୃହ ବିଭାଗ…

ଛାତ୍ରୀଛାତ୍ରଙ୍କ ପାଇଁ ବଡ଼ ଖବର: ବଢ଼ିଲା ସ୍ନାତକ ନାମଲେଖା ଅବଧି, ୨୨ରେ ପ୍ରକାଶ ପାଇବ ପ୍ରଥମ ମେଧା ତାଲିକା

ଭୁବନେଶ୍ବର,୧୦।୬: ସ୍ନାତକ ପାଠ୍ୟକ୍ରମରେ ନାମଲେଖା ପାଇଁ ଆବେଦନ ସମୟସୀମା ବୃଦ୍ଧି ପାଇଛି । ଜୁନ୍‌ ୧୬ ତାରିଖ ଯାଏଁ ସାମ୍ସ ପୋର୍ଟାଲରେ ଆବେଦନ କରିପାରିବେ ଛାତ୍ରୀଛାତ୍ର ।…

ଜୁନ୍ ୩୦ରୁ ବନ୍ଦ ହେବକି କାଗଜ ନୋଟ୍? ଆସିଲା କେନ୍ଦ୍ର ସରକାରଙ୍କ ବଡ଼ ବୟାନ

ନୂଆଦିଲ୍ଲୀ,୧୦।୬: ଗତ କିଛି ଦିନ ଧରି ସୋସିଆଲ ମିଡିଆରେ RBI ସମ୍ପର୍କରେ ବିଭିନ୍ନ ରିପୋର୍ଟ ଭାଇରାଲ ହେଉଛି । ଏପରି ଏକ ରିପୋର୍ଟରେ ଦାବି କରାଯାଇଛି ଯେ RBI…

ସଂଘାପଶି ଗ୍ରାମରେ ହାତୀ ଆତଙ୍କ: ଯୁବକଙ୍କୁ ମାରିବା ପରେ ମୃତଦେହ ଜଗି ରହିଛନ୍ତି ୧୮ ହାତୀ !

ରିଆମାଳ, ୧୦ା୬ (ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ବନାଞ୍ଚଳ ଅନ୍ତର୍ଗତ କୁଣ୍ଢେଇଗୋଳା ସେକ୍ସନ ସଂଘାପଶି ଗ୍ରାମରେ ବୁଧବାର ସନ୍ଧ୍ୟାରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ହାତୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri