ଭୁବନେଶ୍ୱର, ୧୦ା୭(ବ୍ୟୁରୋ): ଡେପୁଟି କମିଶନର ଅଫ ପୋଲିସ (ଡିସିପି)ଙ୍କ କୋର୍ଟରେ ହାଜର ହୋଇ ଝାରପଡ଼ା ଜେଲ୍କୁ ଫେରୁଥିବାବେଳେ ପୋଲିସ ଭ୍ୟାନ୍ରୁ ଡେଇଁ ଫେରାର ହୋଇଯାଇଛନ୍ତି ଏକାଧିକ ମାମଲାରେ ଅଭିଯୁକ୍ତ ଥିବା ଚନ୍ଦନ ନାୟକ। ମଙ୍ଗଳବାର ଅପରାହ୍ନ ସାଢ଼େ ୨ଟାରେ ଘଟିଛି ଏହି ଘଟଣା। ତାଙ୍କୁ ଧରିବା ପାଇଁ ଦୁଇଟି ଟିମ୍ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି।
ଚନ୍ଦନ ଗତ ମାସରେ କ୍ୟାପିଟାଲ ଥାନା ପୋଲିସ ଦ୍ୱାରା ଗିରଫ ହୋଇଥିଲେ। ତାଙ୍କ ନାମରେ ବାଇକ ଚୋରି, ଲୁଟ୍, ବୋମା ମାଡ଼ ଓ ବନ୍ଧୁକ କାରବାର ଭଳି ସଙ୍ଗିନ ମାମଲା ରହିଛି। ସେ ଜେଲରୁ ଆସି ବାରମ୍ବାର ଅପରାଧ ଘଟାଉଥିବାରୁ କ୍ୟାପିଟାଲ ଥାନା ପୋଲିସ ତାଙ୍କ ବିରୋଧରେ ୧୧୦ ଲଗାଇ କୋର୍ଟ ଚାଲାଣ କରିଥିଲା। ଅନ୍ୟ କେତେକ ମାମଲାରେ ଚନ୍ଦନଙ୍କୁ ଭୁବନେଶ୍ୱର ଏସ୍ଡିଜେଏମଙ୍କ କୋର୍ଟରୁ ଜାମିନ ମିଳିଥିଲେ ମଧ୍ୟ ୧୧୦ରେ ତାଙ୍କୁ ଝାରପଡ଼ା ଜେଲ୍କୁ ପଠାଇ ଦିଆଯାଇଥିଲା। ମଙ୍ଗଳବାର ତାଙ୍କର ଡିସିପି କୋର୍ଟରେ ହାଜର ହେବାର ଥିଲା। ସକାଳେ ଝାରପଡା ଜେଲରୁ କଡା ସୁରକ୍ଷାରେ ଚନ୍ଦନ ଓ ଅନ୍ୟ ଅଭିଯୁକ୍ତଙ୍କୁ ପୋଲିସ ଭ୍ୟାନ୍ରେ ବାଣୀବିହାରସ୍ଥିତ ଡିସିପିଙ୍କ କୋର୍ଟକୁ ଅଣାଯାଇଥିଲା। ସେଠାରେ ଚନ୍ଦନଙ୍କୁ ହାଜର କରାଯିବା ପରେ ପୁଣି ପୋଲିସ ଭ୍ୟାନ୍ରେ ତାଙ୍କୁ ଅପରାହ୍ନରେ ଝାରପଡା ଜେଲକୁ ନିଆଯାଉଥିଲା। ହେଲେ ମହର୍ଷି କଲେଜ ନିକଟରେ ଟ୍ରାଫିକ ଭିଡ଼ଥିବାରୁ ଗାଡ଼ିର ବେଗ ମନ୍ଥର ହୋଇଯାଇଥିଲା। ଏହି ସୁଯୋଗରେ ହାତକଡ଼ି ସହ ଚନ୍ଦନ ଗାଡ଼ିରୁ ଡେଇଁ ଚମ୍ପଟ ମାରିଥିଲେ। ଏ ସମ୍ପର୍କରେ ଦାୟିତ୍ୱରେ ଥିବା ଏସ୍କର୍ଟ ଅଫିସର ଉପରିସ୍ଥ ଅଧିକାରୀଙ୍କୁ ଜଣାଇଥିଲେ। ଏନେଇ ମଧ୍ୟ ଶହୀଦନଗର ଥାନାରେ ଏକ ଅଭିଯୋଗ ହୋଇଛି। ଦୁର୍ଦ୍ଦାନ୍ତ ଚନ୍ଦନ କିଛି ବଡ଼ ଅପରାଧ ଘଟାଇବା ଆଶଙ୍କା ରହିଥିବାରୁ ତୁରନ୍ତ ତାଙ୍କୁ ଗିରଫ କରିବା ପାଇଁ ଡିସିପି ନିର୍ଦ୍ଦେଶ ଦେଇଛନ୍ତି। ଏନେଇ ପୋଲିସ କମିଶନର ସତ୍ୟଜିତ୍ ମହାନ୍ତି କହିଛନ୍ତି, ପୋଲିସ ଭ୍ୟାନ୍ରୁ କିଭଳି ଅଭିଯୁକ୍ତ ଖସି ଫେରାର ହେଲେ ତାହାର ତଦନ୍ତ କରାଯାଉଛି। ଦାୟିତ୍ୱରେ ଅବହେଳା କରିଥିବା ପୋଲିସ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ଅନ୍ୟପକ୍ଷରେ ବିଗତ ୧ ବର୍ଷ ଭିତରେ ୧୦ଜଣ ଅଭିଯୁକ୍ତ ପୋଲିସ ହେପାଜତରୁ ଖସି ଗଲେଣି। ଭୁବନେଶ୍ୱର କୋର୍ଟ, କ୍ୟାପିଟାଲ ହସ୍ପିଟାଲ ଆଦି ବିଭିନ୍ନ ସ୍ଥାନରୁ ଅଭିଯୁ୍କ୍ତମାନେ ଖସି ଯାଇଥିବାବେଳେ ପୋଲିସର ବୁଦ୍ଧି ପଶୁନି। ଅଭିଯୁକ୍ତଙ୍କୁ କୋର୍ଟ ନେବା ସମୟରେ ଢିଲା ସୁରକ୍ଷା ଯୋଗୁ ଅଭିଯୁକ୍ତମାନେ ଖସିଯାଉଥିବା କୁହାଯାଉଛି।
ସିବିଏସ୍ଇ ମାଟ୍ରିକ ପରୀକ୍ଷାରେ ସ୍ମିତାରାଣୀଙ୍କ କୃତିତ୍ୱ
ବଲାଙ୍ଗୀର,୧୭ା୪(ସୁନିଲ କୁମାର ମହାନ୍ତି): ସିବିଏସ୍ଇ ମାଟ୍ରିକ ପରୀକ୍ଷାରେ ସେମଫୋର୍ଡ ଫ୍ୟୁଚରିଷ୍ଟିକ ବିଦ୍ୟାଳୟର ଛାତ୍ରୀଛାତ୍ର ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ସ୍ମିତାରାଣୀ ସାହୁ ୯୭.୨ ପ୍ରତିଶତ ସହ ସ୍କୁଲ…
ଜୀବିତ ବ୍ୟକ୍ତିଙ୍କୁ ମୃତ ଦର୍ଶାଉଛି ଆଧାରକାର୍ଡ ତଥ୍ୟ, ସଂଶୋଧନ ପାଇଁ ୪ ମାସ ହେଲା ଦୌଡୁଛନ୍ତି ଡାକସେବକ
ଦିଗପହଣ୍ଡି,୧୭ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସାହାସପୁର ଗ୍ରାମର କେ.ରକି ଦୋରା(୨୪) ଯୁକ୍ତ ୩ (ସ୍ନାତକ) ପାସ କରିବା ପରେ ଗତ ୨୦୨୩ରୁ ଦିଗପହଣ୍ଡି…
ଟଙ୍କା ଆଦାୟକୁ ନେଇ ଫାଇନାନ୍ସ କର୍ମଚାରୀଙ୍କୁ ହତ୍ୟା, ଆସିଲା କୋର୍ଟଙ୍କ ବଡ଼ ରାୟ, ଅଭିଯୁକ୍ତଙ୍କୁ…
କେନ୍ଦୁଝର,୧୭ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ନୟାକୋଟ ଥାନା ଅଞ୍ଚଳରେ ୨୦୨୫ରେ ଫାଇନାନ୍ସ ଟଙ୍କା ଆଦାୟକୁ ନେଇ ଘଟିଥିବା ବହୁଚର୍ଚ୍ଚିତ ହତ୍ୟାକାଣ୍ଡ ଘଟଣାର ଶୁକ୍ରବାର ରାୟ ପ୍ରକାଶ…
ଯାତ୍ରା ପୂର୍ବରୁ ସେକ୍ସ ରାକେଟ୍ ଉପରେ ଭଞ୍ଜନଗର ପୋଲିସର ଚଢ଼ାଉ, ଏସବୁ ଆପତ୍ତିଜନକ ଜିନିଷ ମିଳିବା ପରେ…
ଭଞ୍ଜନଗର,୧୭ା୪(ବାବୁଲା ପ୍ରଧାନ): ଆଉ କିଛି ଦିନ ପରେ ଅର୍ଥାତ୍ ଏପ୍ରିଲ ୨୬ରୁ ଗଞ୍ଜାମ ଜିଲା ଭଞ୍ଜନଗରର ପ୍ରସିଦ୍ଧ ଐତିହାସିକ ଠାକୁରାଣୀ ଯାତ୍ରା ଆରମ୍ଭ ହେବ। ଯାତ୍ରାକୁ ଶାନ୍ତିଶୃଙ୍ଖଳାର…
ସିବିଏସ୍ଇ ଦଶମ ପରୀକ୍ଷା ଫଳ : ୧୦ ସଫଳ ଛାତ୍ରୀଛାତ୍ରଙ୍କୁ ସମ୍ବର୍ଦ୍ଧନା କଲା ଜିଲା ପ୍ରଶାସନ
ନୂଆପଡ଼ା,୧୭ା୪ (ମକାରୁ ବେମାଲ): ସିବିଏସ୍ଇ ଦଶମ ଶ୍ରେଣୀ ୨୦୨୬ ପରୀକ୍ଷାରେ ନୂଆପଡ଼ା ଜିଲାର ଛାତ୍ରୀଛାତ୍ର ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ଶୁକ୍ରବାର ଜିଲା ପ୍ରଶାସନ ପକ୍ଷରୁ ଏହି…
୧୫ ବର୍ଷ ପରେ ଜନଗଣନା: ଭଞ୍ଜନଗର ତହସିଲରେ ୬୦୦ କର୍ମଚାରୀ ନିୟୋଜିତ, ଘରକୁ ଘର ବୁଲି…
ଭଞ୍ଜନଗର,୧୭ା୪(ବାବୁଲା ପ୍ରଧାନ): ପ୍ରତି ୧୦ ବର୍ଷକୁ ଥରେ ଦେଶରେ ଜନଗଣନା ହୋଇଥାଏ। ଏହାକୁ ଦୃଷ୍ଟିରେ ରଖି ବିକାଶ ଯୋଜନା ହୋଇଥାଏ। ଶେଷଥର ପାଇଁ ୨୦୧୧ ରେ ଦେଶରେ…
ଶ୍ରାଦ୍ଧବାର୍ଷିକୀରେ ବିଜୁବାବୁଙ୍କୁ ଅବମାନନା: ଅଭାବ ପଡ଼ିଲା ଫୁଲମାଳ ସହ…
ହାଟଡିହୀ/ଆନନ୍ଦପୁର,୧୭ା୪(ଶୁଭକାନ୍ତ ନାୟକ/ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ରର ବିଜେଡି ତରଫରୁ ଆନନ୍ଦପୁର କଲ୍ୟାଣ ମଣ୍ଡପଠାରେ ପ୍ରବାଦପୁରୁଷ ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କ ୨୯ତମ ଶ୍ରାଦ୍ଧ…
ବିଜୁବାବୁଙ୍କୁ ନେଇ ଏମିତି ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, କହିଲେ ଆମେ ତାଙ୍କର…
ଭୁବନେଶ୍ୱର,୧୭ା୪: ଆଜି ଅର୍ଥାତ୍ ଶୁକ୍ରବାର ବିଜୁବାବୁଙ୍କ ଶ୍ରାଦ୍ଧ ବାର୍ଷିକୀ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମହାନ ଜନନାୟକ ବିଜୁବାବୁଙ୍କୁ ମନେ ପକାଇ ଏକ ବଡ଼…
Archives

