ପୋଲିସ ପରିଚୟଦେଇ ମହିଳାଙ୍କଠାରୁ ସୁନା ଅଳଙ୍କାର ଲୁଟ୍‌

ପୁରୀ ଅଫିସ,୧୪।୧୦: ନିଜକୁ ପୋଲିସ ପରିଚୟ ଦେଇ ୨ ଯୁବକ ମହିଳାଙ୍କଠାରୁ ସୁନାଅଳଙ୍କାର ଲୁଟି ନେଇଛନ୍ତି। ଘଟଣାଟି ଘଟିଛି ପୁରୀ ଜିଲା ସିଟି ଡିଏସ୍‌ପିଙ୍କ ଅଫିସଠାରୁ ମାତ୍ର ଶହେ ମିଟର ଦୂରରେ। ଲୁଟ୍‌ର ଶିକାର ହୋଇଥିବା ମହିଳା ହେଲେ କୁମୁଟି ସାହିର ବିନୋଦିନୀ ନାୟକ।
ମିଳିଥିବା ସୂଚନା ଅନୁଯାୟୀ, ବିନୋଦିନୀ ଶାଶୁ ଉର୍ମିଳାଙ୍କ ସହ କଲେଜ ଛକରୁ
ସଉଦା କିଣି ଘରକୁ ଫେରୁଥିଲେ। ଛକ ନିକଟରେ ଦୁଇ ଯୁବକ ଏକ ବାଇକ ଯୋଗେ ଆସି ନିଜକୁ ପୋଲିସ ପରିଚୟ ଦେଇଥିଲେ। କାହିଁକି ସୁନା ଚେନ ପିନ୍ଧି ଯାଉଛନ୍ତି, ଲୁଟପାଟ୍‌ ଚାଲିଛି । ତେଣୁ ସବୁ ସୁନା କାଢ଼ିଦେବାକୁ କହିଲେ। ବିନୋଦିନୀ ତାଙ୍କ ବେକ ଓ ହାତରେ ପିନ୍ଧିଥିବା ସମସ୍ତ ୩ଟି ସୁନାଚେନ ଓ ୨ହଳ ଚୁଡ଼ି ବାହାରକରି କାନିରେ ବାନ୍ଧିଥିଲେ। କାନିରେ କାହିଁକି ବାନ୍ଧୁଛ କାଗଜରେ ଗୁଡ଼େଇ ଦିଅ ବୋଲି ଜଣେ ଯୁବକ କହିଥିଲେ। ପରେ ତାଙ୍କ ହାତରୁ ନେଇ ଚମ୍ପଟ ମାରିଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ନିକଟରେ ଲାଗିଥିବା ସିସିଟିଭିକୁ ଯାଞ୍ଚ କରି ତଦନ୍ତ ଚଳାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନଦୀ ପ୍ରଦୂଷଣ ମାନବକୃତ: ପ୍ରଫୁଲ୍ଲ ସାମନ୍ତରା

ଝାରସୁଗୁଡ଼ା ଅଫିସ,୨୨।୧୦: ସେପ୍ଟେମ୍ବର ୨୩ରୁ ଲୋକଶକ୍ତି ଓ ଜନ ଆନ୍ଦୋଳନଙ୍କ ରାଷ୍ଟ୍ରୀୟ ସମନ୍ବୟ (ଏନ୍‌ଏପିଏମ୍‌) ଓଡିଶା ତରଫରୁ ନଦୀ ଓ ଜଳ ଉତ୍ସ ସୁରକ୍ଷା ଅଭିଯାନ...

ସିଂହନାଥ ଦେବଙ୍କ ପୀଠ ପରିସର ଶୂନ୍‌ଶାନ

ବଡ଼ମ୍ବା,୧୬।୧(ଡି. ଏନ. ଏ ):କଟକ ଜିଲା ବାଙ୍କୀ ବୈଦେଶ୍ୱରରୁ ବଡ଼ମ୍ବା ଗୋପୀନାଥପୁରକୁ ମହାନଦୀରେ ସଂଯୋଗ କରୁଥିବା ଟି-ବ୍ରିଜରେ ଶନିବାର ଦଳାଚକଟା ପରେ ପ୍ରଶାସନର ଚେତା ପଶିଛି।...

ମାସେ ବଢ଼ିଲା ପୁରୀ ସ୍ବର୍ଗଦ୍ୱାର କଟକଣା

ପୁରୀ ଅଫିସ,୧ା୯: ମହାମାରୀ କରୋନା ସଂକ୍ରମଣକୁ ନଜରରେ ରଖି ସ୍ବର୍ଗଦ୍ୱାରରେ ପୁରୀ ଜିଲା ବାହାର ମୃତଦେହ ଦାହ ଉପରେ କଟକଣା ଲଗାଯାଇଛି । ଗତ ଜୁଲାଇ...

ରଶି ଲଗାଇ ଜୀବନ ହାରିଲେ ଯୁବକ

କୋକସରା,୧୦।୮(ଦୁଷ୍ମନ୍ତ ପାଟଯୋଶୀ): କଳାହାଣ୍ଡି ଜିଲା କୋକସରା ଥାନା ଅଧୀନ ଛଞ୍ଚାଣବାହାଲି ଗ୍ରାମରେ ଜଣେ ବ୍ୟକ୍ତି ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ସେ ହେଲେ ମସ୍ତକରାମ...

ଭାଜପା ପକ୍ଷରୁ ସମ୍ବିଧାନ ଦିବସ ପାଳିତ

ଜୁନାଗଡ଼, ୨୭।୧୧ (ଡି.ଏନ.ଏ.)  – କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ହାବସପୁର ମଣ୍ଡଳସ୍ଥିତ ଚକୁଳି ଗ୍ରାମଠାରେ ଗୁରୁବାର ସମ୍ବିଧାନ ଦିବସ ପାଳିତ ହୋଇଯାଇଛି। ସମ୍ବିଧାନ ପ୍ରଣେତା...

ନିଆଁ ଲଗାଇବା ପରେ ହାଣି ଦେଲେ

କେନ୍ଦୁଝର,୩ା୧୦(ସ୍ବ.ପ୍ର.): କେନ୍ଦୁଝର ସଦର ଥାନା ଅଧୀନ ହୁଣ୍ଡୁଳା ଗ୍ରାମରେ ଜଣେ ଯୁବକଙ୍କୁ ନିର୍ମମ ହତ୍ୟା କରାଯାଇଛି। ଅଭିଯୁକ୍ତମାନେ ସଂଘବଦ୍ଧ ଭାବେ ଯୁବକଙ୍କ ଘରେ ପେଟ୍ରୋଲ ଢାଳି...

ମାଟିତଳୁ ମିଳିଲା ଯୁବତୀଙ୍କ ମୃତଦେହ: ହତ୍ୟା ସନ୍ଦେହ

ହିଞ୍ଜିଳିକାଟୁ,୩୦ା୭(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ତଥା କୁକୁଡାଖଣ୍ଡି ତହସିଲ ଅଧୀନ ବୋରିଗାଁ ପଞ୍ଚାୟତର ମହୁଲପଲ୍ଲୀରେ ମାଟିତଳୁ ଜଣେ ଯୁବତୀଙ୍କ ଅର୍ଦ୍ଧ ଉଲଗ୍ନ ମୃତଦେହକୁ...

ଭଡ଼ାଘରୁ ମା-ଝିଅଙ୍କ ମୃତଦେହ ଜବତ

ବଣାଇଁ,୨୯।୪(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା କୋଇଡ଼ା ଥାନା ଅନ୍ତର୍ଗତ ନିୟୁ ଗାର୍ଡେନ କଲୋନୀ ମସଜିଦ ସମ୍ମୁଖ ଭଡ଼ାଘରୁ ଗୁରୁବାର ମା- ଝିଅଙ୍କ ମୃତଦେହ ଜବତ କରିଛି ପୋଲିସ।...

Advertisement
Archives

Model This Week