Posted inରାଜ୍ୟ

ପୋଲିସ ତଦନ୍ତରେ ଶିଥିଳତା ବିରୋଧରେ ରାସ୍ତାରୋକୋ

କେନ୍ଦ୍ରାପଡା ଅଫିସ,୪ା୭: କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ନୟନବିହାରସ୍ଥିତ ଘରୋଇ ଆବାସିକ ମହାବିଦ୍ୟାଳୟ ଛାତ୍ରୀଙ୍କ ମୃତ୍ୟୁ ଘଟଣା ବୁଧବାର ଆନ୍ଦୋଳନର ରୂପ ନେଇଛି । ଏହାର ତଦନ୍ତରେ ଶିଥିଳତା ଅଭିଯୋଗ କରି ମୃତାକଙ୍କ ପରିବାର ପକ୍ଷରୁ ବୁଧବାର କଟକ- ଚାନ୍ଦବାଲି ରାଜ୍ୟ ରାଜପଥ ଓ ୫ ନଂ (କ) ଜାତୀୟ ରାଜପଥକୁ ପୂର୍ବାହ୍ନ ୧୧ଟାରୁ ଦୀର୍ଘ ୬ ଘଣ୍ଟା ଧରି ଅବରୋଧ କରାଯାଇଥିଲା। ଖବର ପାଇ ଏସପି ନୀତିଶେଖର ଓ ଉପଜିଲାପାଳ ସଞ୍ଜୟ କୁମାର ମିଶ୍ର ଘଟଣାସ୍ଥଳରେ ପହଞ୍ଚତ୍ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିଥିଲେ। ଆସନ୍ତା ୭ ଦିନ ମଧ୍ୟରେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରତିଶ୍ରୁତି ଦେବାପରେ ରାସ୍ତାରୋକୋ ହଟିଥିଲା। ଛାତ୍ରୀଙ୍କ ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ସୂଚନାଯୋଗ୍ୟ, ପାରାଦୀପ ଲକ୍‌ ଥାନା ଅଞ୍ଚଳର ଜଣେ ଝିଅ ନୟନବିହାରସ୍ଥିତ ଏହି ଘରୋଇ ଆବାସିକ ମହାବିଦ୍ୟାଳୟରେ ଯୁକ୍ତ ୨ରେ ନାମ ଲେଖାଇ ରହୁଥିଲେ। ମଙ୍ଗଳବାର ସନ୍ଧ୍ୟାରେ ଆବାସିକ ମହାବିଦ୍ୟାଳୟର ୨ ଜଣ ଛାତ୍ରୀ ତାଙ୍କୁନେଇ କେନ୍ଦ୍ରାପଡ଼ା ମୁଖ୍ୟ ଚିକିତ୍ସାଳୟକୁ ଯାଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହା ଜାଣିବାପରେ ମୃତକାଙ୍କୁ ଛାଡ଼ି ଉଭୟ ଛାତ୍ରୀ ସେଠାରୁ ଫେରାର ହୋଇଯାଇଥିଲେ। ଖବର ପାଇ ମୃତକାଙ୍କ ବାପା କେନ୍ଦ୍ରାପଡା ସଦର ଥାନା ଆସି ଅଭିଯୋଗ କରିଛନ୍ତି ।
ପାରିପାର୍ଶ୍ୱିକ ସ୍ଥିତି ଯୋଗୁ ଏହା ଏକ ହତ୍ୟାକାଣ୍ଡ ବୋଲି ସେ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ଝିଅ ରହୁଥିବା ରୁମ୍‌ ମଧ୍ୟରେ ଖଟ ଓ ଫ୍ୟାନ୍‌ର ଦୂରତା ମାତ୍ର ୫ ଫୁଟ । ମାତ୍ର ତାଙ୍କ ଝିଅ ସାଢ଼େ ପାଞ୍ଚ ଫୁଟ ଲମ୍ବ ହେବ। ଏତେ ଲମ୍ବା ଝିଅ ଏକ ଲୁଗା ଶୁଖା ସରୁ ଦଉଡିରେ ଆତ୍ମହତ୍ୟା କରିଥିବା ଆଦୌ ସମ୍ଭବ ନୁହେଁ । ସେହିପରି ଏହି ରୁମ୍‌ର ବିଭିନ୍ନ ସ୍ଥାନରେ ରକ୍ତ ଲାଗିଥିବାରୁ ହତ୍ୟା ସନ୍ଦେହ କରାଯାଉଛି । ମାତ୍ର ତଦନ୍ତକାରୀ ପୋଲିସ ଏହି ଘଟଣାକୁ ହାଲ୍‌କା ଭାବେ ନେଇ ଆତ୍ମହତ୍ୟା କରିଥିବା ପ୍ରକାଶ କରିଛନ୍ତି । ଏନେଇ ପୋଲିସ ପକ୍ଷରୁ ଥାନାରେ (ନଂ-୨୦/୧୯) ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ଏଥିସହ ଫରେନସିକ ବିଭାଗ ସହାୟତାରେ ତଦନ୍ତ ଆରମ୍ଭ ହୋଇଛି ବୋଲି ପୋଲିସ ପକ୍ଷରୁ କୁହାଯାଇଛି ା ତଦନ୍ତ ସମୟରେ ମୃତାକଙ୍କ ଏକ ହାତଲେଖା ଡାଏରି ମିଳିଛି। ଅପରପକ୍ଷେ ଛାତ୍ରୀ ନିବାସରେ ଅନୈତିକ କାର୍ଯ୍ୟ ହେଉଥିବା ନେଇ ଆଲୋଚନା ହେଉଛି। ମୃତା ଛାତ୍ରୀ ଏ ସମ୍ପର୍କରେ ଜାଣିଯିବାରୁ ତାଙ୍କୁୁ ମାରିଦିଆଯାଇଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ଏହାପରଠାରୁ ଆବାସିକ ମହାବିଦ୍ୟାଳୟର କର୍ତ୍ତୃପକ୍ଷ ସମସ୍ତ ଛାତ୍ରୀଛାତ୍ରଙ୍କୁ ଘରକୁ ପଠାଇ ଦେଇଛନ୍ତି ।
ପୋଲିସର ଏପରି ମନୋଭାବକୁ ବିରୋଧ କରି ମୃତାକଙ୍କ ପରିବାର ସଦସ୍ୟ ଓ ଗ୍ରାମବାସୀଙ୍କ ପକ୍ଷରୁ ୨ଟି ରାଜପଥକୁ ବନ୍ଦ କରି ଆନ୍ଦୋଳନ କରାଯାଇଥିଲା। ମହାବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ବିରୋଧରେ ଏନେଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସେମାନେ ଦାବି କରିଛନ୍ତି। ଏ ସମ୍ପର୍କରେ ଆନ୍ଦୋଳନକାରୀ ସୁଦର୍ଶନ ସ୍ବାଇଁ କହିଛନ୍ତିଯେ, ପୂର୍ବରୁ ଏହି ମହାବିଦ୍ୟାଳୟରେ ରାଜନଗର ଅଞ୍ଚଳର ଜଣେ ଛାତ୍ରଙ୍କ ମୃତ୍ୟୁ ଘଟିଥିଲା । ମାତ୍ର ଏଠାକାର କର୍ତ୍ତୃପକ୍ଷଙ୍କ ବଡଭାଇ ଜଣେ ରାଜ୍ୟସ୍ତରୀୟ ନେତା ହୋଇଥିବାରୁ ପୋଲିସ ତଦନ୍ତରେ ଶିଥିଳତା ପ୍ରକାଶ କରୁଛି ।
ଏ ସମ୍ପର୍କରେ ଏସ୍‌ଡିପିଓ ରାଜୀବ ଲୋଚନ ପଣ୍ଡା କୁହନ୍ତି ଯେ, ଘଟଣା ସମ୍ପର୍କରେ ତଦନ୍ତ ଆରମ୍ଭ ହୋଇଛି । ମହାବିଦ୍ୟାଳୟରେ କୌଣସି ଛାତ୍ରୀଛାତ୍ର ଓ କର୍ମଚାରୀ ନ ଥିବାରୁ ତଦନ୍ତରେ ବିଳମ୍ବ ହେଉଛି । ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ମିଳିବା ପରେ ଆଗାମୀ କାର୍ଯ୍ୟାନୁଷ୍ଠାନ ନିଆଯିବ। ଅପରପକ୍ଷରେ ସମ୍ପୃକ୍ତ ଅନୁଷ୍ଠାନ କର୍ତ୍ତୃପକ୍ଷଙ୍କ ଫୋନ୍‌ ସୁଇଚ୍‌ ଅଫ୍‌ ଥିବାରୁ ତାଙ୍କ ସହ ଯୋଗାଯୋଗ ହୋଇପାରିନାହିଁ ।


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ନୂଆବର୍ଷରେ IAS ସ୍ତରରେ ବଡ଼ଧରଣ ଅଦଳବଦଳ, ବଦଳାଇଲେ ଏହି ଜିଲାପାଳ

ଭୁବନେଶ୍ୱର,୧।୧: ନୂଆବର୍ଷର ପ୍ରଥମ ଦିନରେ ରାଜ୍ୟ ପ୍ରଶାସନିକ ସ୍ତରରେ ଏକ ବଡ଼ଧରଣର ଅଦଳବଦଳ କରାଯାଇଛି। ବରିଷ୍ଠ IAS ଅଧିକାରୀମାନଙ୍କୁ ନୂତନ ଦାୟିତ୍ୱ ପ୍ରଦାନ କରିଛନ୍ତି ରାଜ୍ୟ...

ଆରଡିସିଙ୍କ ଘୋଷଣା: ୫ତାରିଖ ବରଗଡ଼ ଉପଖଣ୍ଡରେ…

ମଥୁରାନଗରୀ,୧।୧(ପ୍ରେମାନନ୍ଦ ଖମାରୀ)- ବରଗଡ଼ରେ ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଚାଲିଛି। ଏହି ମହୋତ୍ସବ ଆସନ୍ତା ୩ତାରିଖ ଶନିବାର କଂସବଧ ସହିତ ସରିବ। ତିଥି...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri