ପୋଲିସ କ୍ୱାର୍ଟର୍ସରେ ନାବାଳିକାଙ୍କୁ ଗଣବଳାତ୍କାର :ବହିଷ୍କୃତ ପୋଲିସ କନଷ୍ଟେବଳ ଗିରଫ, ୩ ଅଟକ

ପୁରୀ ଅଫିସ, ୩।୧୨: ଶ୍ରୀକ୍ଷେତ୍ରରେ ଘଟିଛି ପୁଣି ଏକ କଳଙ୍କିତ ଘଟଣା। ସୋମବାର ରାତିରେ ଜଣେ ନାବାଳିକା(୧୭)ଙ୍କୁ ପୋଲିସ କ୍ୱାର୍ଟର୍ସରେ ଗଣବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। କୁମ୍ଭାରପଡ଼ା ଥାନାରେ ନିଜେ ପୀଡ଼ିତା ଏହି ଅଭିଯୋଗ କରିଛନ୍ତି। ନିଜକୁ ପୋଲିସ ବୋଲି ପରିଚୟ ଦେଇ ଜଣେ ଯୁବକଙ୍କ ସମେତ ୪ଜଣ ଲିଫ୍ଟ ଦେବା ବାହାନାରେ ତାଙ୍କୁ ଗଣବଳାତ୍କାର କରିଥିବା ପୀଡ଼ିତା କହିଛନ୍ତି। ଘଟଣା ପ୍ରଚାରିତ ହେବା ପରେ ପୋଲିସ ପ୍ରତି ଅଙ୍ଗୁଳି ଉଠିଛି। ପୁରୀ ଏସ୍‌ପି ଉମାଶଙ୍କର ଦାଶ ତୁରନ୍ତ କୁମ୍ଭାରପଡ଼ା ଥାନାରେ ପହଞ୍ଚତ୍ ଘଟଣାର ତଦନ୍ତ ଆରମ୍ଭ କରିଥିଲେ। ଯୁବତୀଙ୍କ ବୟାନକୁ ଭିତ୍ତି କରି ପୋଲିସ ଅଭିଯୁକ୍ତ ତଥା ବହିଷ୍କୃତ କନଷ୍ଟେବଳ ଜିତେନ୍ଦ୍ର କୁମାର ସେଠୀ(ନଂ. ୪୫୦)ଙ୍କୁ ଗିରଫ କରିଛି। ଅନ୍ୟ ୩ଜଣଙ୍କୁ ଥାନାରେ ଅଟକ ରଖାଯାଇ ପଚରାଉଚୁରା କରାଯାଉଛି। ପୋଲିସ ଏକ କାର ଏବଂ କନଷ୍ଟେବଳଙ୍କ ପରିଚୟପତ୍ର ଜବତ କରିଛି। ଏନେଇ ଥାନାରେ ଆଇପିସି ଦଫା ୩୭୬, ପୋକ୍‌ସୋ ଆକ୍ଟ ଅନୁଯାୟୀ କେସ୍‌ ନଂ. ୩୦୮/୧୯ରେ ଏକ ମାମଲା ରୁଜୁ ହୋଇଛି। ଥାନାରେ ଡିଆଇଜି ଆଶିଷ କୁମାର ସିଂ ପହଞ୍ଚତ୍ ଘଟଣା ସମ୍ପର୍କରେ ଏସ୍‌ପିଙ୍କ ସହ ଆଲୋଚନା କରିଛନ୍ତି। ଅନ୍ୟପକ୍ଷରେ ଭୁବନେଶ୍ୱରରେ କଂଗ୍ରେସ ପକ୍ଷରୁ ଘଟଣାର ପ୍ରତିବାଦ କରାଯାଇ ରାତି ପ୍ରାୟ ୧୧ଟାରେ ନବୀନ ନିବାସ ଘେରାଉ ଉଦ୍ୟମ କରାଯାଇଥିଲା। ସେହିପରି ପୁରୀରେ ଭାଜପା ମହିଳା ମୋର୍ଚ୍ଚାର ଶତାଧିକ କର୍ମୀ ପୀଡ଼ିତାଙ୍କୁ ନ୍ୟାୟ ଓ କ୍ଷତିପୂରଣ ଦାବିରେ କୁମ୍ଭାରପଡ଼ା ଥାନା ଘେରାଉ କରିବା ସହ ରାସ୍ତାରୋକୋ କରିଥିଲେ। ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା। ପୋଲିସ ସହ ସ୍ଥାନୀୟ ଲୋକ ଓ ଭାଜପା କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ପରିସ୍ଥିତି ନିୟନ୍ତ୍ରଣ ପାଇଁ ୪ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଥିଲା। ବରିଷ୍ଠ ପୋଲିସ ଅଧିକାରୀମାନେ ମହିଳା ମୋର୍ଚ୍ଚା ନେତା ଓ କର୍ମୀଙ୍କୁ ବୁଝାଶୁଝା କରିବା ପରେ ସେମାନେ ଆନ୍ଦୋଳନରୁ ଉଠିଥିଲେ।
ପୀଡିତାଙ୍କ ବୟାନ ଅନୁଯାୟୀ, ସେ କାକଟପୁର ଯିବା ଲାଗି ନିମାପଡ଼ା ବସ୍‌ଷ୍ଟାଣ୍ଡରେ ସନ୍ଧ୍ୟା ପ୍ରାୟ ୬ଟାରେ ଅପେକ୍ଷା କରିଥିଲେ। ବସଷ୍ଟାଣ୍ଡ ପ୍ରାୟ ଫାଙ୍କା ରହିଥିଲା। ଏହି ସମୟରେ ସେଠାରେ ଏକ କାର୍‌ ଅଟକିଥିଲା। ଜିତେନ୍ଦ୍ର କାରରୁ ବାହାରି ଏଠି କାହିଁକି ଏକା ଠିଆ ହୋଇଛ ବୋଲି ପଚାରିଥିଲେ। ପୀଡିତା ସନ୍ଦେହ କରିବାରୁ ସେ ନିଜକୁ ପୋଲିସ ବୋଲି କହିବା ସହ ପରିଚୟ ପତ୍ର ଦେଖାଇଥିଲେ। ପରେ ତାଙ୍କୁ କାକଟପୁରରେ ଛାଡିଦେବେ ବୋଲି କହିଥିଲେ। ପୀଡ଼ିତା ପୋଲିସ ପରିଚୟ ପାଇବା ପରେ ଭରସା କରି କାରରେ ବସିଥିଲେ। କିନ୍ତୁ କାର ଭିତରେ ଆଉ ୩ଜଣ ଯୁବକ ଥିଲେ। ସେମାନେ ତାଙ୍କୁ କାକଟପୁର ନେବା ପରିବର୍ତ୍ତେ ପୁରୀ ଝାଡେଶ୍ୱରୀ ଛକସ୍ଥିତ ପୋଲିସ ରିଜର୍ଭରେ ଥିବା ଜଣେ କନଷ୍ଟେବଳଙ୍କ କ୍ୱାର୍ଟର୍ସକୁ ନେଇଥିଲେ। ସେଠାରେ ଜିତେନ୍ଦ୍ର ଓ ଅନ୍ୟଜଣେ ତାଙ୍କୁ ଗଣବଳାତ୍କାର କରିଥିବାବେଳେ ଆଉ ଦୁଇଜଣ ବାହାରେ ଅପେକ୍ଷା କରିଥିଲେ। କିନ୍ତୁ କୌଶଳ କ୍ରମେ ସେ ସେଠାରୁ ଖସି ଆସି ଥାନାରେ ପହଞ୍ଚତ୍ଥିଲେ ବୋଲି ପୀଡ଼ିତା ବୟାନ ଦେଇଥିବା ଡିଆଇଜି ସିଂ କହିଛନ୍ତି। ଏସ୍‌ପି ଦାଶ କହିଛନ୍ତି ଯେ, ପୀଡ଼ିତା ଖସି ଆସିବା ସମୟରେ ତାଙ୍କ ମୋବାଇଲ ଫୋନରେ ଅଭିଯୁକ୍ତମାନଙ୍କ ଭିଡିଓ ରେକର୍ଡଂ କରିଥିଲେ। ସେଥିରେ ଅଭିଯୁକ୍ତମାନେ ମଦ୍ୟପାନ କରୁଥିବା ଦୃଶ୍ୟ ରହିଥିବା ଦାଶ କହିଛନ୍ତି। ଅଭିଯୁକ୍ତ ଜିତେନ୍ଦ୍ରଙ୍କ ନାମରେ ପୂର୍ବରୁ ଜଣେ ମହିଳାଙ୍କୁ ପୋଡି ମାରିଦେବା ଉଦ୍ୟମରେ ମାମଲା ରୁଜୁ ହୋଇଛି। ସେହି ଘଟଣାରେ ଜିତେନ୍ଦ୍ରଙ୍କୁ ୧୬।୨।୨୦୧୯ରେ ଚାକିରିରୁ ବହିଷ୍କୃତ କରାଯାଇଥିଲା।
ଅନ୍ୟପକ୍ଷରେ ପୀଡ଼ିତାଙ୍କୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଏବଂ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବିରେ ମାନବାଧିକାର କର୍ମୀ ଜୟନ୍ତ କୁମାର ଦାଶ ଜାତୀୟ ମାନବାଧିକାର କମିଶନ (ଏନ୍‌ଏଚ୍‌ଆରସି)ଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଘଟଣାକୁ ନେଇ ବିଭିନ୍ନ ରାଜନୈତିକ ଦଳ, ମହିଳା ସଂଗଠନ ତୀବ୍ର ବିରୋଧ କରିଛନ୍ତି। ପ୍ରକାଶ ଯେ, ଗତ ରଥଯାତ୍ରା ସମୟରେ ଗୁୁଣ୍ଡିଚା ମନ୍ଦିର ନିକଟ ବସ୍‌ଷ୍ଟାଣ୍ଡରେ ଏକ ଘରୋଇ ବସ୍‌ ଭିତରେ କେନ୍ଦୁଝର ଅଞ୍ଚଳର ଜଣେ ନାବାଳିକାଙ୍କୁ ବଳାତ୍କାର କରାଯିବା ଘଟଣା ଦେଶରେ ହଇଚଇ ସୃଷ୍ଟି କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରୀମନ୍ଦିରରେ ଗହ୍ମାପୂର୍ଣ୍ଣିମା: ପାଟ ରାଖୀ ପିନ୍ଧିଲେ ମହାପ୍ରଭୁ

ପୁରୀ ଅଫିସ,୩ା୮: ପବିତ୍ର ଗହ୍ମାପୂର୍ଣ୍ଣିମା ତିଥିରେ ଶ୍ରୀମନ୍ଦିରରେ ବଳଭଦ୍ର ଜନ୍ମ ଏବଂ ରାଖୀ ଲାଗି ନୀତି ସମ୍ପନ୍ନ ହୋଇଛି । ଦୁଇଭାଇ ମହାପ୍ରଭୁ ଶ୍ରୀଜଗନ୍ନାଥ ଏବଂ...

ଦୀପକ ମହାନ୍ତି ଇସ୍ପାତ ଓ ଖଣି ବିଭାଗ ଓଏସ୍‌ଡି ନିଯୁକ୍ତ

ଭୁବନେଶ୍ୱର,୧୪।୭(ବ୍ୟୁରୋ): ଚାକିରିରୁ ଅବସର ନେଇଥିବା ଦୀପକ ମହାନ୍ତିଙ୍କୁ ରାଜ୍ୟ ସରକାର ଇସ୍ପାତ ଓ ଖଣି ବିଭାଗର ଓଏସ୍‌ଡି ତଥା ଅତିରିକ୍ତ ସଚିବ ଭାବେ ପୁନଃ ନିଯୁକ୍ତି...

ଦେବ ଦୀପାବଳି ଉତ୍ସବ: ଦଶରଥ ଓ କୌଶଲ୍ୟାଙ୍କୁ ଦୀପଦାନ

ପୁରୀ ଅଫିସ,୨୭-୧୧:ମାର୍ଗଶିର ଅମାବାସ୍ୟା ତିଥିରେ ମହାପ୍ରଭୁ ଶ୍ରୀଜଗନ୍ନାଥ ପିତୃପୁରୁଷ ଦଶରଥ ଓ କୌଶଲ୍ୟାଙ୍କୁ ଦୀପଦାନ କରିଛନ୍ତି। ମଙ୍ଗଳବାର ସନ୍ଧ୍ୟାଧୂପ ନୀତି ବଢିବା ପରେ ଦେବ ଦୀପାବଳି...

‘୨୦୩୦ ସୁଦ୍ଧା ବାଲ୍ୟ ବିବାହ ପ୍ରଥା ବନ୍ଦ ପାଇଁ ଖସଡ଼ା’

ଭୁବନେଶ୍ୱର,୧୯ା୧୦(ବ୍ୟୁରୋ): ରାଜ୍ୟରୁ ବାଲ୍ୟ ବିବାହ ପ୍ରଥାକୁ ୨୦୩୦ ସୁଦ୍ଧା ସମ୍ପୂର୍ଣ୍ଣ ମୂଳୋତ୍ପାଟନ କରିବାକୁ ଖସଡା ପ୍ରସ୍ତୁତ କରାଯାଇଛି। ମହିଳା ଓ ଶିଶୁ କଲ୍ୟାଣ ବିଭାଗ ପକ୍ଷରୁ...

ରୋଗୀଙ୍କ ପର୍ସ, ମୋବାଇଲ୍‌, ଫେରାଇ ଆମ୍ବୁଲାନ୍ସ କର୍ମଚାରୀ ପ୍ରଶଂସିତ

ଭୁବନେଶ୍ୱର,୧୬।୩(ବ୍ୟୁରୋ)କେତେଜଣ ଲୋକ ଅଛନ୍ତି, ଯେଉଁମାନେ ମାନବିକତାକୁ ସର୍ବାଗ୍ରେ ରଖିଥାନ୍ତି। ଏକ ୧୦୮ ଆମ୍ବୁଲାନ୍ସର ୩ଜଣ କର୍ମଚାରୀ ମଧ୍ୟ ମାନବିକତା ଦେଖାଇ ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି।...

୬୦ ବସ୍ତା କାଠ ଅଙ୍ଗାର ଜବତ, ୨ ଗିରଫ

କେନ୍ଦୁଝର,୧୧ା୩(ସ୍ବ.ପ୍ର.): କେନ୍ଦୁଝର ଜିଲା ଘଟଗାଁ ରେଞ୍ଜ ବନବିଭାଗ ଗୁରୁବାର ଅଟେଇ ସରକ୍ଷିତ ଜଙ୍ଗଲରୁ ଚୋରା ଚାଲାଣ ହେଉଥିବା ଏକ କାଠ ଅଙ୍ଗାର (କୋଇଲା) ବୋଝେଇ ପିକଅପ୍‌...

ବଇଣ୍ଡାକୁ ଆସିଲା ନୂତନ ୧୦୮ ଆମ୍ବୁଲାନ୍ସ

ବଇଣ୍ଡା,୧୪।୩(ଡି.ଏନ.ଏ.) କିଶୋରନଗର ବ୍ଲକ ବଇଣ୍ଡା ଅଞ୍ଚଳକୁ ଏକ ନୂତନ ୧୦୮ ଆମ୍ବୁଲାନ୍ସ ଗୁରୁବାର ସ୍ବାସ୍ଥ୍ୟବିଭାଗ ପକ୍ଷରୁ ଯୋଗାଇ ଦିଆଯାଇଛି। ଦୀର୍ଘବର୍ଷ ହେବ ଏଠାରେ ଥିବା ୧୦୮...

ହଜୁଛି ମାନବିକତା: ପୋଖରୀ ପାହାଚରୁ ନବଜାତକର ମୃତଦେହ ଜବତ

ପୁରୁଷୋତ୍ତମପୁର,୧୦।୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଗୋଠିଆଳି ଗ୍ରାମରେ ଥିବା ଯମୁନା ପୋଖରୀ ପାହାଚରୁ ଏକ ନବଜାତ ଶିଶୁପୁତ୍ରର ମୃତଦେହ ଜବତ ହୋଇଛି। କେହି...

Advertisement


Archives

Model This Week

Why Dharitri