ପୋଲିସ ଏନ୍‌କାଉଣ୍ଟର ପ୍ରସଙ୍ଗ: ଟିକି, ବିଶ୍ୱରଞ୍ଜନଙ୍କ ପରେ କାହା ପାଳି

ପୁରୀ ଅଫିସ, ୨୯।୯: ଗତ ୯ତାରିଖରେ ପୋଲିସର ପୃଥକ ଏନ୍‌କାଉଣ୍ଟରରେ ଆହତ ହୋଇ ଦୁଇ ଦୁର୍ଦ୍ଦାନ୍ତ ଅଭିଯୁକ୍ତ ଟିକି ଓରଫ ସୟାମତ ଖାଁ ଓ ବିଶ୍ୱରଞ୍ଜନ ସାହୁ ଏବେ ପୁରୀ ଜେଲରେ ଅଛନ୍ତି। ଏବେ ପୁଣି ପୋଲିସ ଆଉ କେତେଜଣ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଏନ୍‌କାଉଣ୍ଟର କରିବାକୁ ଯୋଜନା ଚଳାଇଥିବା ଶୁଣିବାକୁ ମିଳୁଛି। ତେଣୁ ଏହି ଦୁଇ ଅପରାଧୀଙ୍କ ପରେ କାହା ପାଳି ପଡ଼ିବ ତାହା ସାଧାରଣରେ ପ୍ରଶ୍ନ ହୋଇଛି।

ସୂଚନା ଅନୁଯାୟୀ, ୨୦୦୪ରେ ଅପରାଧ ଦୁନିଆରେ ପାଦ ଥାପିଥିଲେ ଟିକି। ସେ ନିଜର ଗ୍ୟାଙ୍ଗ ଗଢି ଆପରାଧିକ କାର୍ଯ୍ୟକଳାପ ଜାରି ରଖିତ୍ଥିଲେ। ତାଙ୍କ ନାମରେ ପୁରୀ ସମେତ ଭୁବନେଶ୍ୱର, କଟକ ଓ ଗଞ୍ଜାମ ଜିଲାର ବିଭିନ୍ନ ଥାନାରେ ୨୩ଟି ମାମଲା ରହିଥିବାବେଳେ ସେ ବାଲି ଓ ବନ୍ଧୁକ ଚୋରା ଚାଲାଣରେ ଲିପ୍ତ ଥିଲେ ବୋଲି ଜଣାପଡ଼ିିଛି। ସିପସରୁବାଲି, ବଳିଆପଣ୍ଡା ଅଞ୍ଚଳରୁ ଦୈନିକ ଟନ୍‌ ଟନ୍‌ ବାଲି ଚାଲାଣ କରି ଟିକି ଲକ୍ଷାଧିକ ଟଙ୍କା ଆଦାୟ କରୁଥିଲେ। ପୋଲିସକୁ ମୋଟା ଅଙ୍କର ବଟି ଦେଇ ସେ ନିଜ ଅପରାଧ ସାମ୍ରାଜ୍ୟର କାୟା ବିସ୍ତାର କରିଥିଲେ। ପୋଲିସ ଛତ୍ରଛାୟା ତଳେ ସୁରକ୍ଷିତ ରହି ନିଜ ଅପରାଧ ସାମ୍ରାଜ୍ୟ ଗଢିଥିବା ଟିକିଙ୍କ ଏନକାଉଣ୍ଟରକୁ ନେଇ ନାନା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଅନ୍ୟପଟେ ପୋଲିସର ମୋଷ୍ଟ ୱାଣ୍ଟେଡ ତାଲିକାରେ ରହିଥିବା ଟିକିଙ୍କୁ ଧରିବା ଲାଗି ଦୀର୍ଘଦିନ ଧରି ଜାଲ ବିଛାଯାଇଥିଲା ବୋଲି ଏସ୍‌ପି ଉମାଶଙ୍କର ଦାଶ କହିଛନ୍ତି। ସେହିପରି ୨୦୧୯ରେ ଅପରାଧ ଦୁନିଆରେ ପାଦ ଦେଇଥିଲେ ବିଶ୍ୱରଞ୍ଜନ। ତାଙ୍କ ନାମରେ ସଦର, ଟାଉନ, ତାଳବଣିଆ ଓ ବାସେଳିସାହି ଥାନାରେ ୫ଟି ମାମଲା ରହିଛି। ସେ ଏକ ଗ୍ୟାଙ୍ଗ ଗଢି ନିଜ କାୟା ବିସ୍ତାର ଲାଗି ଯୋଜନା କରୁଥିବାବେଳେ ପୋଲିସ ଗୁଳିରେ ଆହତ ହୋଇ ଧରାପଡ଼ିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଭୂ ପ୍ରସାଦ ଷଡ଼ଙ୍ଗୀଙ୍କୁ ବାଧ୍ୟତାମୂଳକ ଅବସର

ଭୁବନେଶ୍ୱର,୧୩।୮(ବ୍ୟୁରୋ): ଆୟୁଷ ନିର୍ଦ୍ଦେଶକ ବିଭୂ ପ୍ରସାଦ ଷଡ଼ଙ୍ଗୀଙ୍କୁ ରାଜ୍ୟ ସରକାର ବାଧ୍ୟତାମୂଳକ ଅବସର ଦେଇଛନ୍ତି। ଓଏଏସ୍‌ ବିଭୂ ଷଡ଼ଙ୍ଗୀ ସ୍ବତନ୍ତ୍ର ସଚିବ ପାହ୍ୟା ଅଫିସର ଥିଲେ।...

୨୨ରେ ଭାରତ ପ୍ରତିଭା ସମ୍ମାନ ଉତ୍ସବ

କଟକ ଅଫିସ,୨୦ା୮: ଜୟ ଭାରତ ଫାଉଣ୍ଡେଶନ ପକ୍ଷରୁ ସବୁବର୍ଷ ଭଳି ପୂଜ୍ୟପୂଜା ପରମ୍ପରାକୁ ଅବ୍ୟାହତ ରଖି ଚଳିତ ବର୍ଷ ୨୧ତମ ଭାରତ ପ୍ରତିଭା ସମ୍ମାନ ଓ...

ଖାଦ୍ୟ ସୁରକ୍ଷା ଯୋଜନା ହିତାଧିକାରୀଙ୍କୁ ଟଙ୍କା ବଣ୍ଟନ

ଭବାନୀପାଟଣା/କୋକସରା-୪ । ୪, (ଡି.ଏନ.ଏ.) : ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ ଥିବା ରାଜ୍ୟର ହିତାଧିକାରୀମାନଙ୍କୁ ଓଡ଼ିଶା ସରକାର ଆଗୁଆ ୩ ମାସର ରାସନ ସାମଗ୍ରୀ...

୨୦ରୁ ୨୪ ପର୍ଯ୍ୟନ୍ତ ବନ୍ଦ ରହିବ କୋର୍ଟ

କେନ୍ଦୁଝର,୧୯।୪(ସ୍ବ.ପ୍ର.): କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ କୋର୍ଟ କାର୍ଯ୍ୟରୁ ଓକିଲମାନେ ବିରତ ରହିବେ ବୋଲି ଜିଲା ଓକିଲ ସଂଘ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଚଳିତମାସ ୨୦...

ମାନବିକତା ଦେଖାଇଲେ ବିଏସ୍‌ଏସ୍‌ଓ

ଜୁନାଗଡ଼,୨୯।୪(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକରେ କାର୍ଯ୍ୟରତ ବିଏସ୍‌ଏସ୍‌ଓ(ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ) ତୁଷାର ରଞ୍ଜନ ସାହୁ ମାନବିକତା ଦେଖାଇଛନ୍ତି। ରାସ୍ତା କଡ଼ ଗଛ ତଳେ...

ଛାତ୍ରାବାସରୁ ଖସି ଆସିଥିବା ୪ ଛାତ୍ରଙ୍କୁ ଉଦ୍ଧାର ପରେ ଚାଇଲ୍ଡଲାଇନ୍‌କୁ ହସ୍ତାନ୍ତର

ଜମନକିରା,୧୫।୧୨(ଡି.ଏନ୍‌.ଏ.): ସମ୍ବଲପୁର ଜିଲା ଜମନକିରା ଥାନା ପୋଲିସ ରବିବାର ୪ ଛାତ୍ରଙ୍କୁ ଉଦ୍ଧାର କରିଛି। ଉଦ୍ଧାର ପରେ କୁଚିଣ୍ଡା ଚାଇଲ୍ଡଲାଇନ୍‌କୁ ହସ୍ତାନ୍ତର କରିଛି। ଛାତ୍ରମାନେ ହେଲେ...

ଅସହାୟ ଲୋକଙ୍କୁ ଶୁଖିଲା ଖାଦ୍ୟ, ମାସ୍କ ବଣ୍ଟନ

ବନ୍ତ,୧୫ା୪(ଡି.ଏନ୍‌.ଏ.) : କରୋନା ଭୂତାଣୁ ପ୍ରତିହତ ଲାଗି ସମଗ୍ର ରାଜ୍ୟରେ ଲକ୍‌ଡାଉନ୍‌ ଜାରି କରାଯାଇଛି। ଫଳରେ ଅସହାୟ ଲୋକମାନେ ଖାଇବା ପାଇଁ ବହୁତ ହଇରାଣ ହରକତ...

ଦୁର୍ଗାପୂଜା ପାଇଁ ରାବଣ ବରଣ

ଜାମଟିକ୍ରା, ୨୮।୬ (ଡି.ଏନ.ଏ): ଅତାବିରା ଦୁର୍ଗାପୂଜା ପାଇଁ ଶୁକ୍ରବାର ସ୍ଥାନୀୟ ଦୁର୍ଗା ମନ୍ଦିର ପରିସରରେ ରାବଣ ବରଣ କରାଯାଇଛି । ସର୍ଲା ଗ୍ରାମର ଭୁବନେଶ୍ୱର ପ୍ରଧାନଙ୍କୁ...

Advertisement


Archives

Model This Week