ପୋଲିସ ଅବହେଳା ନେଲା ଜୀବନ: ବଳାତ୍କାର ପୀଡ଼ିତା ଅଧ୍ୟାପିକାଙ୍କ ମୃତଦେହ ଉଦ୍ଧାର

ବାରିପଦା ଅଫିସ/ରାଇରଙ୍ଗପୁର,୨ା୧୨(ଡି.ଏନ୍‌.ଏ.)- ବଳାତ୍କାରର ଶିକାର ହୋଇ ଜଣେ ଅଧ୍ୟାପିକା ପୋଲିସ ଠାରୁ ନ୍ୟାୟ ନ ପାଇ ଆତ୍ମହତ୍ୟା କରିବା ଭଳି ଘଟଣା ମୟୂରଭଞ୍ଜ ଜିଲାରେ ଆଲୋଡ଼ନ ସୃଷ୍ଟି କରିଛି। ରାଇରଙ୍ଗପୁରସ୍ଥିତ ଏକ କଲେଜ ହଷ୍ଟେଲର ଏକ କୋଠରିରୁ ତାଙ୍କ ଝୁଲନ୍ତା ମୃତଦେହକୁ ପୋଲିସ ଶନିବାର ରାତିରେ ଉଦ୍ଧାର କରିି ସେଠାରୁ କେତେକ କାଗଜପତ୍ର ଜବତ କରିଛି। ଏଥିରେ ସୁଇସାଇଡ୍‌ ନୋଟ ଥିବା କୁହାଯାଉଥିଲେ ମଧ୍ୟ ପୋଲିସ କିଛି ସ୍ପଷ୍ଟ କରିନାହିଁ। ଗତ ଅକ୍ଟୋବର ୨୬ ତାରିଖରେ ବଳାତ୍କାରର ଶିକାର ହୋଇଥିବା ଏହି ଅଧ୍ୟାପିକା ଝାରପୋଖରିଆ ଥାନାରେ ସେହିମାସ ୩୦ ତାରିଖରେ ଲିଖିତ ଅଭିଯୋଗ କରିଥିଲେ। ପୋଲିସ ଏକ ମାମଲା ରୁଜୁ କରି ହାତବାନ୍ଧି ବସି ରହିଥିଲା। ମାନସିକ ଚାପ ସାଙ୍ଗକୁ ଧମକ ଓ ବ୍ଲାକମେଲିଂର ଶିକାର ହୋଇଥିଲେ ଏହି ଅଧ୍ୟାପିକା। ଶନିବାର ରାତିରେ ସେ ରହୁଥିବା ହଷ୍ଟେଲ କୋଠରିରୁ ତାଙ୍କ ମୃତଦେହ ଉଦ୍ଧାର ପରେ ପୋଲିସ ଅଡୁଆରେ ପଡ଼ି ଦୋଷ ଦୁର୍ବଳତା ଲୁଚାଇବାକୁ ତତ୍ପର ହୋଇ ଉଠିଛି। ଏହା ମଧ୍ୟରେ ତରବରିଆ ଭାବେ ରାତି ଅଧିଆ ଚଢାଉ କରି ଅଧ୍ୟାପିକାଙ୍କୁ ବଳାତ୍କାର କରିଥିବା ଅଭିଯୁକ୍ତଙ୍କୁ ଯାଜପୁର ଜିଲା ଚଣ୍ଡିଖୋଲ ନିକଟବର୍ତ୍ତୀ ଧାନମଣ୍ଡଳ ରେଳ ଷ୍ଟେଶନରୁ ଗିରଫ କରିଛି। ତଦନ୍ତ କାର୍ଯ୍ୟରେ ଅବହେଳା କରିଥିବା ଅଭିଯୋଗରେ ଝାରପୋଖରିଆ ଥାନା ଆଇଆଇସିଙ୍କୁ ଅନ୍ୟତ୍ର ବଦଳି କରାଯିବା ସହ ତଦନ୍ତକାରୀ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଛି। ଅନ୍ୟପକ୍ଷେ ଅଧ୍ୟାପିକାଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ନେଇ ପରିବାରବର୍ଗ ରାଇରଙ୍ଗପୁର ଥାନାରେ ଅଭିଯୋଗ ଆଣିବା ପରେ ପୋଲିସ ଏକ ହତ୍ୟା ମାମଲା(ନ.୧୫୪/୧୯) ରୁଜୁ କରି ତଦନ୍ତ ଚଳାଇଛି। ଏହି ଘଟଣା ସହ ସମ୍ପୃକ୍ତ ଅନ୍ୟ ଦୁଇ ଜଣଙ୍କୁ ମଧ୍ୟ ଗିରଫ କରାଯାଇଥିବା ନେଇ ମୟୂରଭଞ୍ଜ ଏସପି ପରମାର ସ୍ମିଥ ପୁରୁଷୋତ୍ତମଦାସ ସୂଚନା ଦେଇଛନ୍ତି।
ବଳାତ୍କାରର ଶିକାର ହୋଇ ଜୀବନ ହାରିଥିବା ଅଧ୍ୟାପିକାଙ୍କ ଘର ମୟୂରଭଞ୍ଜ ଜିଲା ଝାରପୋଖରିଆ ଥାନା ଅଞ୍ଚଳରେ। ସେ ରାଇରଙ୍ଗପୁରର ଏକ କଲେଜରେ ଅଧ୍ୟାପନା କରୁଥିଲେ। ଗତ ଅକ୍ଟୋବର ୨୬ ତାରିଖରେ ସେ କେନ୍ଦୁଝରସ୍ଥିତ ତାଙ୍କର ଜଣେ ସମ୍ପର୍କୀୟା ଭାଉଜଙ୍କ ଘରକୁ ଯାଇଥିଲେ। ସେହି ରାତିରେ ତାଙ୍କ ସମ୍ପର୍କୀୟା ଭାଉଜଙ୍କ ଭାଇ ତାଙ୍କୁ ବଳାତ୍କାର କରିଥିଲେ। ଅଧ୍ୟାପିକା ଜଣକ ଘରକୁ ଫେରି ସବୁ କଥା ଜଣାଇବା ସହିତ ଏନେଇ ଝାରପୋଖରିଆ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୋଲିସ ସେତେବେଳେ ଏକ ମାମଲା (ନଂ.୧୨୫/୧୯) ରୁଜୁ କରିଥିଲେ ମଧ୍ୟ ଅଭିଯୁକ୍ତଙ୍କୁ ଗିରଫ କରି ନ ଥିଲା। ଫଳରେ ମାମଲା ପ୍ରତ୍ୟାହାର କରି ନେବାକୁ ଅଭିଯୁକ୍ତ ବିଭିନ୍ନ ସମୟରେ ଅଧ୍ୟାପିକାଙ୍କୁ ଧମକ ଚମକ ଦେଇ ଆସୁଥିଲେ ବୋଲି ପରିବାରବର୍ଗ ଦର୍ଶାଇଛନ୍ତି।
ରବିବାର ସନ୍ଧ୍ୟାରେ ଜିଲା ପୋଲିସ ମୁଖ୍ୟାଳୟ ସମ୍ମିଳନୀ କକ୍ଷରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ଏସପି ପୁରୁଷୋତ୍ତମଦାସ ଏହି ଅଧ୍ୟାପିକାଙ୍କ ଆତ୍ମହତ୍ୟା ଘଟଣା ସମ୍ପର୍କରେ ବିସ୍ତୃତ ସୂଚନା ଦେଇଛନ୍ତି। ତାଙ୍କ ସୂଚନା ଅନୁଯାୟୀ, ଅଧ୍ୟାପିକାଙ୍କ ପ୍ରତି ବଳାତ୍କାର ମାମଲାରେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ସୌମ୍ୟରଞ୍ଜନ ସାହୁଙ୍କୁ ପୋଲିସ ଧାନମଣ୍ଡଳ ରେଳ ଷ୍ଟେଶନ ନିକଟରୁ ଶନିବାର ବିଳମ୍ବିତ ରାତିରେ ଗିରଫ କରିଛି। ସୌମ୍ୟରଞ୍ଜନ ରେଳ ବିଭାଗରେ କାର୍ଯ୍ୟ କରନ୍ତି। ତେବେ ଅଧ୍ୟାପିକାଙ୍କ ପରିବାର ପକ୍ଷରୁ ରବିବାର ହତ୍ୟା ଅଭିଯୋଗ ଅଣାଯିବାରୁ ରାଇରଙ୍ଗପୁର ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ କରୁଛି। ଅଭିଯୁକ୍ତ ସୌମ୍ୟରଞ୍ଜନ ସାହୁ ଓ ତାଙ୍କ ୫ ସମ୍ପର୍କୀୟଙ୍କ ନାମରେ ପୋଲିସ ହତ୍ୟା ମାମଲା ରୁଜୁ କରିଛି। ଏମାନଙ୍କ ମଧ୍ୟରୁ ୨ ଜଣ ଦେବବ୍ରତ ମଣ୍ଡଳ ଓ ସୁଜିତ ମଣ୍ଡଳଙ୍କୁ ପୋଲିସ ଗିରଫ କରିଛି। ଅନ୍ୟ ୩ ଜଣଙ୍କୁ ଗିରଫ କରିବା ପାଇଁ ଜିଲା ପୋଲିସର ଏକ ଟିମ୍‌ କେନ୍ଦୁଝର ଜିଲା ଯାଇଥିବା କହିଛନ୍ତି। ସେହିପରି ଅଧ୍ୟାପିକାଙ୍କ ମୃତଦେହ ନିକଟରୁ ସୁଇସାଇଡ ନୋଟ୍‌ ପୋଲିସ ଅଧିତ୍କାରୀମାନେ ଗାଏବ କରିଥିବା ଭଳି ସମ୍ବେଦନଶୀଳ ଅଭିଯୋଗ ହୋଇଛି। ଏସମ୍ପର୍କରେ ଏସପିଙ୍କୁ ପଚାରିବାରୁ, ସେଠାରୁ ଲେଖା ହୋଇଥିବା ବହୁ କାଗଜପତ୍ର ସମେତ ସାଦା କାଗଜ ଓ ବହି ଜବତ କରାଯାଇଛି। ଅଧ୍ୟାପିକାଙ୍କ ମୋବାଇଲ ମଧ୍ୟ ମିଳିିଛି। ସାଇଣ୍ଟିଫିକ ଟିମ୍‌ ସେଠାକୁ ଯାଇ ତଦନ୍ତ କରୁଛନ୍ତି। ତେବେ ସୁଇସାଇଡ ନୋଟ୍‌ ଥିବା ନେଇ ତାଙ୍କ ନିକଟରେ କିଛି ଖବର ନାହିଁ। ଜବତ କାଗଜପତ୍ରକୁ ଯାଞ୍ଚ କଲେ ସବୁ ଜଣାପଡିବ ବୋଲି ସେ କହିଛନ୍ତି। ଝାରପୋଖରିଆ ଥାନା ପୋଲିସ ପୂର୍ବରୁ ବଳାତ୍କାର ମାମଲା ରୁଜୁ କରି ତଦନ୍ତରେ ଶିଥିଳତା ପ୍ରଦର୍ଶନ କରିଥିବାରୁ ତଦନ୍ତକାରୀ ଅଧିକାରୀ ଏସଆଇ ପ୍ରଶାନ୍ତ କୁମାର ସ୍ବାଇଁଙ୍କୁ ନିଲମ୍ବିତ କରାଯାଇଛି। ଥାନା ଅଧିକାରୀ ଶରତ କୁମାର ମହାଳିକଙ୍କୁ ଜିଲା ମୁଖ୍ୟାଳୟକୁ ବଦଳି କରାଯାଇ ଉଭୟଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିବା ଏସପି କହିଛନ୍ତି। ରାଜ୍ୟ ସରକାର ପ୍ରଶାସନିକ କାର୍ଯ୍ୟରେ ସ୍ବଚ୍ଛତା ଆଣିବା ପାଇଁ ୫ -ଟି କାର୍ଯ୍ୟକାରୀ କରୁଥିବାବେଳେ ଏହା ପୋଲିସ ବିଭାଗରେ ଫେଲ୍‌ ମାରିଛି କି ପଚାରିବାରୁ ସେ କିଛି ମନ୍ତବ୍ୟ ନ ଦେଇ ଏଡାଇ ଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

କେସିଙ୍ଗା ପଞ୍ଚାୟତ ସମିତି ବୈଠକରେ ଉଠିଲା ଝାଡ଼ାବାନ୍ତି ପ୍ରସଙ୍ଗ, ସରପଞ୍ଚଙ୍କ ଅଭିଯୋଗ ପରେ…

କେସିଙ୍ଗା,୩୧ା୧୨(ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ପଞ୍ଚାୟତ ସମିତିର ୧୦ମ ବୈଠକ ବ୍ଲକ ଅଧ୍ୟକ୍ଷ ଚନ୍ଦନ ସେନାପତିଙ୍କ ସଭାପତିତ୍ୱରେ ବୁଧବାର ସମିତି ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି।...

ବିକାଶ ଅପେକ୍ଷାରେ ‘ହେଲୋ ପଏଣ୍ଟ’: ଉଦ୍‌ଯାପିତ ହେଲା ‘ରାଜାରାଣୀ ଝାମୁ ଯାତ୍ରା’; ହଜାର ହଜାର ଭକ୍ତଙ୍କ ସମାଗମ; କାଳିସିଙ୍କ…

ଥୁଆମୂଳ ରାମପୁର, ୩୧।୧୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାର ପ୍ରାକୃତିକ ସୌନ୍ଦର୍ଯ୍ୟଭରା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ କୋଷାବରା ସ୍ଥିତ ‘ହେଲୋ ପଏଣ୍ଟ’ଠାରେ ରାଜାରାଣୀ (ମାଳିଚଗା)...

ଯୁଗଳଙ୍କ ଉପରେ ଆସ୍ଥା ପ୍ରକଟ କଲେ ନବୀନ: କଳାହାଣ୍ଡି ଜିଲା ସମ୍ପାଦକ ପାଇଁ ମନୋନୀତ…

ରିଷିଡା,୩୧।୧୨ (ସୁଶାନ୍ତ ମଲ୍ଲିକ ): କଳାହାଣ୍ଡି ଜିଲା ବିଜୁ ଜନତା ଦଳର ସମ୍ପାଦକ ଭାବେ କର୍ଲାମୁଣ୍ଡା ବ୍ଲକର ଯୁବନେତା ତଥା ନାଟ୍ୟ ନିର୍ଦ୍ଦେଶକ ଯୁଗଳ କିଶୋର...

ବାହୁନି ବାହୁନି କାନ୍ଦୁଛନ୍ତି ପତ୍ନୀ, ଅନ୍ଧକାରରେ ୩ ପିଲାଙ୍କ ଭବିଷ୍ୟତ; ଗୋଆରେ ଚାଲିଗଲା ଓଡ଼ିଆ ଶ୍ରମିକଙ୍କ ଜୀବନ, ଏବେ… 

ଦିଗପହଣ୍ଡି,୩୧।୧୨(ଅଶେଷ ନାଥ ମିଶ୍ର): ପେଟ ପାଟଣା ପାଇଁ ରାଜ୍ୟ ବାହାରକୁ ଯାଇଥିଲେ। ହେଲେ କାରଖାନାରେ ଅଘଟଣ ଘଟିବା ଯୋଗୁ ଚାଲିଗଲା ଜୀବନ। ଏବେ ରୋଜଗାରିଆ ପୁଅଙ୍କୁ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri