Posted inଜାତୀୟ

ପୋଲିସର ଗୁଣ୍ଡାରାଜ: ମହିଳାଙ୍କୁ ବେଲ୍‌ଟରେ ନିସ୍ତୁକ ପିଟିଲେ

ଫରିଦାବାଦ,୨୮।୫: ହରିୟାଣା ଫରିଦାବାଦରୁ ଅମାନବିକତା ଓ ନିଷ୍ଠୁରତା ଶେଷ ସୀମାର ଏକ ଚିତ୍ର ସାମ୍‌ନାକୁ ଆସିଛି। ଜଣେ ପୋଲିସ କନେଷ୍ଟବଳ ମହିଳାଙ୍କୁ ବେଲ୍‌ଟରେ ମାଡ଼ମାରୁଥିବା ଦେଖିବାକୁ ମିଳିଛି। ଏହି ଘଟଣା ଦେଖିବାକୁ ମିଳିଛି ବଲମଗଢ଼ ଆଦର୍ଶ ନଗର ଥାନାରେ। ଥାନାର ପରିସରରେ ୫ ପୋଲିସ କର୍ମୀ ଥିବା ବେଳେ ମଝିରେ ଅସହାୟ ମହିଳା ଥିବା ଭିଡିଓରେ ଦେଖିବାକୁ ମିଳିଛି। କିଏ ଚେୟାରରେ ବସିଛି ତ କିଏ ଭିଡିଓ କରୁଛି ଆଉ ୨ଜଣ ମଝିରେ ଠିଆ ହୋଇ ଅସହାୟ ମହିଳାଙ୍କୁ ଜେରା କରିବା ସହ ବେଲଟ୍‌ରେ ନିସ୍ତୁକ ମାଡ଼ ମାରୁଛନ୍ତି। ଏହି ଭିଡିଓଟି ୨୦୧୮ର ହୋଇଥିବା ବେଳେ ରବିବାର ରାତିରେ ଏହା ଭାଇରାଲ ହୋଇଛି। ଭାଇରାଲ ହେବା ପରେ ମାମଲାର ଯାଞ୍ଚ କରାଯାଇ ୫ ପୋଲିସକର୍ମୀଙ୍କ ନଁାରେ ମାମଲା ରୁଜୁ କରାଯାଇଛି। ଏଥିସହ ୨ଜଣ ହେଡ କନେଷ୍ଟବଳଙ୍କୁ ନିଲମ୍ବିତ ଓ ୩ ଏସ୍‌ପିଓଙ୍କୁ ବହିଷ୍କାର ପାଇଁ ନିର୍ଦ୍ଦେଶ ଦେଇଛନ୍ତି ପୋଲିସ କମିଶନର।


Enter your email to get our daily news in your inbox.

All Right Reserved By Dharitri.Com

ଅପରେଶନ୍‌ ଅଲ୍‌ଆଉଟ୍‌: ହିଟ୍‌ ଲିଷ୍ଟ୍‌ରେ ୧୦ ଆତଙ୍କବାଦୀ

ଶ୍ରୀନଗର,୪।୬: ଜମ୍ମୁ-କଶ୍ମୀରକୁ ଆତଙ୍କବାଦ ମୁକ୍ତ କରାଇବା ପାଇଁ ନୂଆ ସରକାର ଆରମ୍ଭ କରିଛନ୍ତି ଯୋଜନା। ଏହି ମର୍ମରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ଏକ...

କଥା ଦେଇ କଥା ରଖିଲେ ମୋଦି

ନୂଆଦିଲ୍ଲୀ,୧୬।୮: ଟୋକିଓ ଅଲିମ୍ପିକ୍ସ ୨୦୨୦ରେ ଅଂଶଗ୍ରହଣ କ୍‌ରିଥିବା ଭାରତୀୟ ଖେଳାଳିଙ୍କ ପାଇଁ ସୋମବାର ଏକ ଜଳଖିଆ ପାର୍ଟିର ଆୟୋଜନ ହୋଇଛି। ଏହି ପାର୍ଟିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର...

ସାନିଟାଇଜର୍‌ର ବହୁଳ ବ୍ୟବହାର କ୍ଷତିକାରକ

ନୂଆଦିଲ୍ଲୀ, ୧୭।୩: ସାରା ବିଶ୍ୱରେ କରୋନା ଭାଇରସ ବ୍ୟାପିବାରେ ଲାଗିଛି। ଏ ନେଇ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଥିବା ବେଳେ ଡାକ୍ତର ଏବଂ ବିଶେଷଜ୍ଞମାନେ...

ବିଧାୟକଙ୍କୁ ନିଜ ଦଳର ନେତ୍ରୀ କରୁଥିଲେ ବ୍ଲାକମେଲ୍‌

ହରିଦ୍ୱାର,୨୭।୫: ହରିଦ୍ୱାରର ଜ୍ୱାଲାପୁରର ଭାଜପା ବିଧାୟକ ସୁରେଶ ରାଠୋରଙ୍କୁ ବଳାତ୍କାର ମାମଲାରେ ଫସାଇଥିବା ୫ ଅଭିଯୁକ୍ତଙ୍କୁ ଶେଷରେ ଗିରଫ କରାଯାଇଛି। ଗିରଫ ହୋଇଥିବା ୫ଜଣଙ୍କ ମଧ୍ୟରେ...

ପୂର୍ବତନ କେନ୍ଦ୍ର ଗୃହ ସଚିବଙ୍କ ପରଲୋକ

ନୂଆଦିଲ୍ଲୀ,୨୫।୪: ପୂର୍ବତନ କେନ୍ଦ୍ର ଗୃହ ସଚିବ ମାଧବ ଗଡବୋଲେଙ୍କର ହୃଦ୍‌ଘାତରେ ସୋମବାର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୫ ବର୍ଷ ହୋଇଥିଲା। ୧୯୯୩ରେ ଆଇଏଏସ...

ଉପ ରାଷ୍ଟ୍ରପତିଙ୍କ ଆକାଉଣ୍ଟ୍‌ରୁ ବ୍ଲୁ ଟିକ୍‌ ହଟାଇଲା ଟୁଇଟର୍‌…

ନୂଆଦିଲ୍ଲୀ,୫।୬: ଟୁଇଟର୍‌ ଏବେ ବିବାଦରେ ଘେରରେ ପଡ଼ିଛି। ପୂର୍ବରୁ ଭାରତ ସରକାରଙ୍କ ଦ୍ୱାରା ପ୍ରଣୟନ କରାଯାଇଥିବା ନିୟମ ପାଳନ କରିବା ନେଇ ଟୁଇଟୁର ବିବାଦରେ ରହିଥିବାବେଳେ...

ଅମେଠି-ରାୟବରେଲିର ୫ ରେଳ ଷ୍ଟେଶନରେ ମିଳିବ ଓ୍ବାଇ ଫାଇ ସୁବିଧା

ଅମେଠି,୧୨।୯:କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନି ଅମେଠି-ରାୟବରେଲିର ୫ଟି ରେଳ ଷ୍ଟେଶନରେ ଓ୍ବାଇ ଫାଇ ସୁବିଧାର ଶୁଭାରମ୍ଭ କରିଛନ୍ତି। ବୁଧବାର ଇରାନି ସେଠାକୁ ତାଙ୍କର ଦୁଇ ଦିବସୀୟ ଗସ୍ତରେ...

ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କଲେ ମୋଦି

ବାରାଣସୀ,୧୬।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ତାଙ୍କ ନିର୍ବାଚନ ମଣ୍ଡଳୀ ବାରାଣସୀ ଗସ୍ତ କରିଛନ୍ତି। ସେଠାରେ ସେ ଭାରତୀୟ ଜନ ସଂଘର ମୁଖ୍ୟ ପଣ୍ଡିତ ଦିନଦୟାଲ...

Advertisement
Archives

Model This Week