ପୋଲିସକୁ ଅଟକ ରଖିଲେ ଗ୍ରାମବାସୀ

ବାହାନଗା, ୩୧ା୫(ଡି.ଏନ.ଏ.)-ଗୁରୁବାର ରାତି ସାଢେ ୮ଟାରେ ବାଲେଶ୍ୱର ଜିଲା ବାହାନଗା ବ୍ଲକ ତାଳକୁରୁଣିଆଁ ଗ୍ରାମର ବାସିନ୍ଦା ଗୋପାଳପୁର ଫାଣ୍ଡିର ଜଣେ କନଷ୍ଟେବଳଙ୍କୁ ଅଟକ ରଖିଛନ୍ତି। ସମସ୍ୟାର ସମାଧାନ ନ ହେବା ପର୍ଯ୍ୟନ୍ତ ସମ୍ପୃକ୍ତ କନଷ୍ଟେବଳଙ୍କୁ ଛାଡିବେ ନାହିଁ ବୋଲି ଗ୍ରାମବାସୀ ଅଡି ବସିଛନ୍ତି ା
ବାଙ୍ଗାଲୋର ଜଣେ ନାବାଳିକାଙ୍କୁ ତାଳକୁରୁରିଆଁ ଅଞ୍ଚଳର ଜଣେ ଯୁବକ ଅପହରଣ କରିଆଣିଥିବା ସେଠାକାର ଥାନାରେ ଅଭିଯୋଗ ହୋଇଥିଲା। ଅଭିଯୋଗ ପରେ ବାଙ୍ଗାଲୋର ଥାନା ପୋଲିସ ଯୁବକଙ୍କ ମୋବାଇଲ ଟ୍ରାକିଂ କରି ବାଲେଶ୍ୱର ଜିଲା ଖନ୍ତାପଡା ଥାନା ତାଳକୁରୁଣିଆଁ ଗ୍ରାମର ପ୍ରଭାକର ଯେନାଙ୍କ ଘରେ ଉକ୍ତ ମୋବାଇଲ ଥିବା ଜାଣିବାକୁ ପାଇଥିଲା। ସେଠାରେ ଅପହରଣ ହୋଇଥିବା ନାବାଳିକା ସେଠାରେ ଥିବା ପୋଲିସ ସନ୍ଦେହ କରିଥିଲା। ବାଙ୍ଗାଲୋର ପୋଲିସ ସହିତ ଗୋପାଳପୁର ଫାଣ୍ଡି ପୋଲିସ ପ୍ରଭାକର ଯେନାଙ୍କ ଘରକୁ ସନ୍ଧ୍ୟାରେ ଆସି ତାଙ୍କ ପୁଅ ସରୋଜ କୁମାର ଯେନାଙ୍କୁ ଜବରଦସ୍ତ ଟାଣି ଫାଣ୍ଡିକୁ ନେଇଯାଇଥିଲେ। ସେଠାକାର ପୋଲିସ ଆଣିଥିବା ଫଟୋ ସହିତ ଅଳ୍ପବହୁତ ସରୋଜ ସହିତ ମିଶୁଥିବା ବେଳେ ପରେ ପୋଲିସ ଜାଣିବାକୁ ପାଇଲେ ଯେଉଁ ଯୁବକଙ୍କୁ ଆଣିଛନ୍ତି ସେ ଯୁବକ ନୁହନ୍ତି। ତେଣୁ କରି ତାକୁ ଛାଡି ଦେବା ପରେ ଗୋପାଳପୁର ପୋଲିସ ସହିତ ସ୍ଥାନୀୟ ହୋମଗାର୍ଡ ଜଗନ୍ନାଥ ବାରିକ ଓ କନଷ୍ଟେବଳ କିଶ୍ୱର ପାତ୍ର ପୁନର୍ବାର ତାଳକୁରୁଣିଆଁ ଗ୍ରାମକୁ ଆସିଥିଲେ। ମାତ୍ର ବିନା କାରଣରେ ଯୁବକଙ୍କୁ ନେଇ ଥାନାରେ ମାଡ ମାରିଥିବାରୁ ଗ୍ରାମବାସୀ ଦୁଇଜଣଙ୍କୁ ଅଟକ ରଖିଥିଲେ। ମାତ୍ର ମାଡ ମାରିଥିବା ହୋମ୍‌ଗାର୍ଡ ଜଗନ୍ନାଥ ସେଠାରୁ ଖସି ପଳାଇଯିବା କାରଣରୁ ଗ୍ରାମବାସୀ ଅଧିକ ଉତ୍ତ୍ୟକ୍ତ ହୋଇପଡିଥିଲେ। ଯେପର୍ଯ୍ୟନ୍ତ ଜଗନ୍ନାଥଙ୍କୁ ଏଠାକୁ ଅଣା ନ ଯିବ ଗ୍ରାମବାସୀ ଅଟକ କନଷ୍ଟେବଳଙ୍କୁ ଛାଡିବେ ନାହିଁ ଜିଦ୍‌ରେ ଖବର ଲେଖାହେବା ପର୍ଯ୍ୟନ୍ତ ଅଟକ ରଖିଛନ୍ତି। ମାତ୍ର ଫାଣ୍ଡି ଅଧିକାରୀ ପର୍ଶୁରାମ ଜେନା କହିଛନ୍ତି, ବାଙ୍ଗାଲୋର ପୋଲିସ କରିଥିବା ମୋବାଇଲି ଟ୍ରାକିଂ ସେହି ଘର ଦେଖାଇବାରୂୁ ସେଠାକୁ ପୋଲିସ ଯାଇଥିଲେ। ତେବେ ଧରିଆଣିଥିବା ଯୁବକ ସରୋଜ ନୁହେଁ ବୋଲି ଜଣାପଡିବା ପରେ ଛାଡିଦେଇଥିଲେ। ମାତ୍ର ଏହି ଘଟଣାକୁ ନେଇ ସେମାନେ ଜଣେ ପୋଲିସ୍‌କୁ ଅଟକ ରଖିଛନ୍ତି। ଏହି ଘଟଣା ପରେ ଖନ୍ତାପଡା ଥାନା ଅଧିକାରୀ ଶ୍ରୀବଲ୍ଲଭ ସାହୁ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାଶୁଝା କରୁଛନ୍ତି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ହୋଟେଲ ମାଲିକଙ୍କୁ ହତ୍ୟା: ଦୋକାନ ଆଗରେ…

ସିମୁଳିଆ, ୧୬।୨(ସନ୍ତୋଷ ନାୟକ): ବାଲେଶ୍ବର ଜିଲା ସିମୁଳିଆ ଥାନା ଠାରୁ ୩କି.ମି. ଦୂର ୧୬ନଂ ଜାତୀୟ ରାଜପଥ ପାଶର୍‌ବରେ ଥିବା ଜୟ ମା ’ଦୁର୍ଗା ନାମକ ହୋଟେଲର…

ବ୍ରିଜ୍‌ ଭାଙ୍ଗି ନଦୀକୁ ଖସିଲା ଅଦା ବୋଝେଇ ଟ୍ରକ୍‌, ଭିତରେ ଥିଲେ ଡ୍ରାଇଭର-ହେଲ୍‌ପର

ବସ୍ତା,୧୬ା୨(ହରିଶଙ୍କର ପାଢ଼ୀ): ବାଲେଶ୍ୱର ଜିଲା ବସ୍ତା ଥାନା ଅନ୍ତର୍ଗତ ମଥାନୀ ବାଇପାସ ପେଗରପଡ଼ା ଜଳକା ନଦୀର ବ୍ରିଜରୁ ଘନ କୁହୁଡି ଯୋଗୁ ସୋମବାର ଭୋର୍‌ ସମୟରେ ଏକ…

ଶଙ୍ଖେଶ୍ୱରଙ୍କ ପୀଠରେ ଅଲୌକିକ ଘଟଣା: ଦର୍ଶନ ଦେଲେ ନାଗରାଜ, ପିଇଲେ କ୍ଷୀର, ଦେଖନ୍ତୁ ଭିଡିଓ…

ନୀଳଗିରି,୧୬ା୨(ପ୍ରଶାନ୍ତ କୁମାର ବିଶ୍ୱାଳ): ଭଗବାନ ଶିବ ଶମ୍ଭୁଙ୍କର ରହିଛି ଅନେକ ରହସ୍ୟ, ଯେପରି ବ୍ରହ୍ମାଣ୍ଡର ନା ଆଦି ଅଛି ନା ଅନ୍ତ ଅଛି। ଠିକ ସେହିଭଳି ଶିବ…

ଜାଗରରେ ଅଘଟଣ: ଦୀପରୁ ମହିଳାଙ୍କ ଦେହରେ ଲାଗିଲା ନିଆଁ, ଆଉ ତା’ ପରେ…

ଖଇରା,୧୫ା୨(ଉତ୍କଳ ବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ଥାନା ଅଧୀନ ଗଣ୍ଡିବେଡ଼ସ୍ଥିତ ଲଙ୍କେଶ୍ୱର ଶିବ ମନ୍ଦିର ପ୍ରାଙ୍ଗଣରେ ଦୀପରୁ ନିଆଁ ଲାଗିବା ଯୋଗୁ ଗଣ୍ଡିବେଡ଼ ଗ୍ରାମର ଭଗବାନ…

ମହାଶିବରାତ୍ରିକୁ ନେଇ ଚଳଚଞ୍ଚଳ ଭୋଗରାଇ: ଭକ୍ତଙ୍କ ପ୍ରବଳ ଗହଳି, ଭୋର ୪.୩୦ରେ ଉଠିବ ମହାଦୀପ

ଭୋଗରାଇ, ୧୫।୨(ପ୍ରଦୀପ ଦାସ): ଆଜି ହେଉଛି ପବିତ୍ର ମହାଶିବରାତ୍ରି। ସମସ୍ତ ଶୈବପୀଠ ହୋଇଛି ଭକ୍ତମୟ। ସବୁଠି ଓଁ ନମଃ ଶିବାୟରେ ପ୍ରକମ୍ପିତ ହେଉଛି ମନ୍ଦିର l ଏଭଳି…

ମା’ ହେଲେ ନାବାଳିକା; ୮ ମାସ ହେଲା ମିଳୁଥିଲା ସରକାରୀ ସୁବିଧା, ଟିକା

ନୀଳଗିରି,୧୫ା୨(ପ୍ରଶାନ୍ତ କୁମାର ବିଶ୍ୱାଳ): ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ବରହମପୁର ଥାନା ଅଞ୍ଚଳର ଜଣେ ୧୬ ବର୍ଷୀୟା ନାବାଳିକା ଏକ କନ୍ୟା ସନ୍ତାନକୁ ଜନ୍ମଦେଇଛନ୍ତି। ଆଶାକର୍ମୀ ଦୀର୍ଘଦିନ…

ଦାଦା ବଟି ପାଇଁ ଗୋଷ୍ଠୀ ସଂଘର୍ଷ : ମାରଣାସ୍ତ୍ରରେ ଯୁବକଙ୍କୁ ହାଣିଦେଲେ…

ବାଲେଶ୍ୱର,୧୪।୨( ବାଞ୍ଛାନିଧି ଦେ ) : ଦାଦା ବଟି ପାଇଁ ବାଲେଶ୍ୱର ସଦର ଥାନା ଅନ୍ତର୍ଗତ ଗୁଜୁରୀ ବଜାର ଛକଠାରେ ଶନିବାର ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ…

ମୁହାଁମୁହିଁ ଧକ୍କା ହୋଇ ବିଳମ୍ବିତ ରାତିରେ ଜଳିଲା ୨ଟି ଟ୍ରକ୍‌, ଦୁଇ ଗୁରୁତର ହସ୍ପିଟାଲରେ ଭର୍ତ୍ତି

ବସ୍ତା, ୧୪।୨(ହରି ଶଙ୍କର ପାଢ଼ୀ) : ବିଳମ୍ବିତ ରାତିରେ ୧୬ ନଂ ଜାତୀୟ ରାଜପଥରେ ଧକ୍କା ଲାଗି ଜଳିଗଲା ଦୁଇଟି ଟ୍ରକ୍‌। ଗୁରୁତର ଆହତ ଅବସ୍ଥାରେ ଦୁଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri