ପୋତି ହୋଇ ଚିଲିକା ସଙ୍କୁଚିତ

ବାଲୁଗାଁ,୧୦।୬(ଡି.ଏନ୍‌.ଏ.) : ଚିଲିକା ହ୍ରଦ ବିଶ୍ୱ ପର୍ଯ୍ୟଟନ ମାନଚିତ୍ରରେ ଏକ ସ୍ବତନ୍ତ୍ର ସ୍ଥାନ ହାସଲ କରିଛି। ତେବେ ଏହାର ରକ୍ଷଣାବେକ୍ଷଣ ଦାୟିତ୍ୱରେ ଥିବା ସିଡିଏର ବୈମାତୃକ ମନୋଭାବ ଯୋଗୁଁ ବର୍ତ୍ତମାନ ଏହି ହ୍ରଦଟି କ୍ରମେ ପୋତି ହେବାରେ ଲାଗିଛି। ବିଶେଷକରି ଶୀତଋତୁରେ ବିଦେଶରୁ ଲକ୍ଷ ଲକ୍ଷ ପକ୍ଷୀଙ୍କ ଆଗମନରେ ଚିଲିକାର ସୌନ୍ଦର୍ଯ୍ୟ ଦ୍ୱିଗୁଣିତ ହୋଇଥାଏ। ଏହାକୁ ଉପଭୋଗ କରିବା ପାଇଁ ଦୈନିକ ହଜାର ହଜାର ସଂଖ୍ୟାରେ ପର୍ଯ୍ୟଟକଙ୍କ ସୁଅ ଛୁଟିଥାଏ। ତେବେ କ୍ରମଶଃ ବିଭିନ୍ନ କାରଣ ନେଇ ଏହାର ଆୟତନ ହ୍ରାସ ପାଇବା ହେତୁ ଚିଲିକାଟି ଶ୍ରୀହୀନ ହେବାରେ ଲାଗିଛି।
ପୁରୀ, ଗଞ୍ଜାମ ଓ ଖୋର୍ଦ୍ଧା ଜିଲାର ପ୍ରାୟ ୧୪୫ ଗ୍ରାମର ୩ ଲକ୍ଷରୁ ଊର୍ଦ୍ଧ୍ୱ ମତ୍ସ୍ୟଜୀବୀ ଚିଲିକା ଉପରେ ଆମତ୍ନିର୍ଭରଶୀଳ। ଦୈନିକ ମତ୍ସ୍ୟଜୀବୀ ଚିଲିକାରେ ମାଛ ମାରି ନିଜର ଭରଣପୋଷଣ କରିଥାନ୍ତି। ହେଲେ ଚିଲିକା ଦାୟିତ୍ୱରେ ଥିବା ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ (ସିଡିଏ) ଓ ପ୍ରଶାସନର ଉଦାସୀନତା ଏବଂ ଚିଲିକା ନଳଘାସ ସହ ଅନ୍ୟାନ୍ୟ କାରଣ ଯୋଗୁଁ ପୋତି ହୋଇ ଯାଉଥିବା ଦେଖାଦେଇଛି। ବିଗତ ବର୍ଷରେ ଚିଲିକାର ଆୟତନ ପ୍ରାୟ ୨୦୦୦ ବର୍ଗ କି.ମି ଥିବା ସ୍ଥଳେ ଏବେ କିନ୍ତୁ ନଳଘାସ, ନଦୀ ପାଣିର ପଟୁମାଟି ଓ ବିଭିନ୍ନ ଅଳିଆ ଆବର୍ଜନା ଯୋଗୁଁ ଏହା କାଳକ୍ରମେ ପୋତିହୋଇ ୧୧୬୫ ବର୍ଗ କି.ମି.ରେ ପହଞ୍ଚିଛି। ବର୍ଷା ଦିନେ ଚିଲିକା ମଧ୍ୟକୁ ଶାଳିଆ, ମଲାଗୁଣି, କଂସାରି, ଦୟା, ଭାର୍ଗବୀ, ଖଇଗଁା ବନ୍ଧ ପ୍ରଭୃତି ପ୍ରାୟ ୩୦ରୁ ଊର୍ଦ୍ଧ୍ୱ ନଦୀ ଚିଲିକା ସହ ସଂଯୋଗ ଥିବାରୁ ବଢ଼ିପାଣି ସହ ପଟୁମାଟି ଏବଂ ଅଳିଆ ଆବର୍ଜନା ପ୍ରବେଶ କରିବାରୁ ଚିଲିକା ତଟରେ ଜମା ହୋଇ ପୋତି ହେବାରେ ଲାଗିଛି। ଆଉ ମଧ୍ୟ ରାଜଦଳ, ବାଉଁଶ ଘାସ, ନଳଘାସ ଦିନକୁଦିନ ବୃଦ୍ଧି ପାଇବାରେ ଚିଲିକାର ସୌନ୍ଦର୍ଯ୍ୟ ନଷ୍ଟ ହେବା ସହ ମତ୍ସ୍ୟଜୀବୀଙ୍କ ମାଛ ମାରିବାରେ ବାଧା ଉପୁଜିଛି। ମତ୍ସ୍ୟଜୀବୀମାନେ ଚିଲିକାରେ ମାଛ ନ ପାଇ ଦାଦନ ଖଟିବାକୁ ବାଧ୍ୟ ହେଉଛନ୍ତି। ବିଶେଷକରି ଚିଲିକାରେ ପ୍ରାୟ ୨୨୫ ପ୍ରଜାତିର ମାଛ, ଚିଙ୍ଗୁଡି, କଙ୍କଡା ଆଦି ଦେଖାଯାଉଥିବା ସ୍ଥଳେ ଏବେ କିନ୍ତୁ ପୋତି ହୋଇ ଯାଉଥିବା ହେତୁ ମାଛ ସଂଖ୍ୟା ହ୍ରାସ ହେଉଥିବା ମତ୍ସ୍ୟଜୀବୀମାନେ ପ୍ରକାଶ କରିଛନ୍ତି। ଏହା ବ୍ୟତୀତ ଚିଲିକା ଚତୁଃପାର୍ଶ୍ୱ ତଟାଞ୍ଚଳରେ ଆବର୍ଜନା ଜମି ରହି ପୂତିଗନ୍ଧମୟ ପରିବେଶ ସୃଷ୍ଟି ହେବା ଫଳରେ ପର୍ଯ୍ୟଟକ ନାକରେ ହାତ ଦେଇ ଚିଲିକା ଭ୍ରମଣରେ ଯିବା ପାଇଁ ବାଧ୍ୟ ହେଉଛନ୍ତି।
ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ପକ୍ଷରୁ ଚିଲିକା ଉନ୍ନୟନ ନିମନ୍ତେ କୋଟିି କୋଟି ଟଙ୍କା ଅନୁଦାନ ଆସୁଥିବା ବେଳେ ପ୍ରକୃତପକ୍ଷେ ଏହାର ଉପଯୁକ୍ତ ବିନିଯୋଗ ହେଉ ନ ଥିବା ଅଭିଯୋଗ ହୋଇଛି। ସରକାର ଏଥିପ୍ରତି ଗୁରୁତ୍ୱ ଦେଇ ପଦକ୍ଷେପ ଗ୍ରହଣ ନ କଲେ ଭବିଷ୍ୟତରେ ଚିଲିକା କ୍ରମେ ପର୍ଯ୍ୟଟନ ମାନଚିତ୍ରରୁ ଲୋପ ପାଇବା ଆଶଙ୍କାକୁ ଏଡ଼ାଇ ହେବ ନାହିଁ। ତୁରନ୍ତ ଆଗାମୀ ବର୍ଷାଋତୁ ଆସିବା ପୂର୍ବରୁ ଚିଲିକାର ସୁରକ୍ଷା ଦିଗରେ ପଦକ୍ଷେପ ନେବା ନିମନ୍ତେ ମତ୍ସ୍ୟଜୀବୀ, ପରିବେଶବିତ୍‌, ବୁଦ୍ଧିଜୀବୀ ଓ ପର୍ଯ୍ୟଟକ ମହଲରେ ଦାବି ହେଉଛି। ଏ ସମ୍ପର୍କରେ ସିଡିଏ ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ସମ୍ରାଟ ଗୌଡଙ୍କୁ ପଚାରିବାରୁ ସେ କହିଥିଲେ, ଚିଲିକାର ପରିବେଶ ପ୍ରଦୂଷିତ ଓ ଅବକ୍ଷୟ ନେଇ ବିଭାଗ ପକ୍ଷରୁ ବିଭିନ୍ନ ପଦକ୍ଷେପ ହାତକୁ ନିଆଯାଇଛି। ଚିଲିକାକୁ ସଂଯୋଗ କରୁଥିବା ବିଭିନ୍ନ ନଦୀ, ନାଳ ଆଦି ସ୍ଥାନରୁ ମାଟି ଓ ପଙ୍କ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ପର୍ଯ୍ୟାୟକ୍ରମେ ସମଗ୍ର ଚିଲିକା ଚତୁଃପାର୍ଶ୍ୱ ଅଞ୍ଚଳରେ ଏହି ପୁନରୁଦ୍ଧାର କାର୍ଯ୍ୟ ଜାରି ରହିବ।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ LPG ଗ୍ୟାସ, କେତେ ଟଙ୍କା?

ଭୁବନେଶ୍ବର,୮।୪: ୫ କେଜିଆ ଗ୍ୟାସ ସିଲିଣ୍ଡର ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବଡ଼ ଘୋଷଣା କରିଛନ୍ତି । ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ ଏଲ୍‌ପିଜି…

ବନ୍ତରେ କାଳବୈଶାଖୀର ତାଣ୍ଡବ; ଉଜୁଡ଼ିଲା ଫସଲ, ମୁଣ୍ଡରେ ହାତଦେଲେ ଚାଷୀ

ବନ୍ତ,୮।୪(କିଶୋର କୁମାର ସେଠୀ ): ଗତ ମଙ୍ଗଳବାର ଦିନ କାଳବୈଶାଖୀ ପ୍ରଭାବରେରେ ଭଦ୍ରକ ଜିଲା ବନ୍ତ ବ୍ଲକର ବିଭିନ୍ନ ପଞ୍ଚାୟତରେ ବ୍ୟାପକ ପନି ପରିବା ଏବଂ ଡାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri