ପୋଡାଗଲା ୧୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଗଞ୍ଜେଇ ଚାଷ

ମୁନିଗୁଡ଼ା, ୨୧।୧୧(ଡି.ଏନ୍‌.ଏ.)- ଅପରେଶେନ ଗ୍ରୀନ ଡାଇମଣ୍ଡର ଦିତୀୟ ଦିନରେ ରାୟଗଡ଼ାର ଉପାନ୍ତ ଅଞ୍ଚଳ ଚନ୍ଦ୍ରପୁରରେ ୫୬ ଏକର ଜମିରେ ହୋଇଥିବା ବେଆଇନ ଗଞ୍ଜେଇ ଚାଷକୁ ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ ପୋଡାଯାଇଛି। ବୁଧବାର ମଧ୍ୟ ୨୬ ଏକର ଜମିର ଗଞ୍ଜେଇ ଚାଷ ନଷ୍ଟ କରାଯାଇଥିଲା। ଚନ୍ଦ୍ରପୁର ଥାନା କେଶ୍‌ ନମ୍ବର ୨୫ ଏବଂ ଗୁଡାରୀ ଅବକାରୀ ବିଭାଗ କେଶ୍‌ ନମ୍ବର ୮୨ରେ ଦୁଇଟି ମାମଲା ରୁଜୁ କରାଯାଇଛି। ଏହି ଘଟଣାରେ ଏଯାଏ କାହାରିକୁ ଗିରଫ କରାଯାଇନାହିଁ।
ପ୍ରକାଶଯେ, ଏସ୍‌ପି ଡ. ସର୍ବଣା ବିବେକ ଏମ୍‌ଙ୍କ ନିର୍ଦ୍ଦେଶ ଓ ମୁନିଗୁଡ଼ା ଏସ୍‌ଡିପିଓ ଚନ୍ଦ୍ରଶେଖର ହୋତାଙ୍କ ନେତୃତ୍ୱରେ ରାୟଗଡା ପୋଲିସ ଓ ଅବକାରୀ ବିଭାଗ କର୍ମଚାରୀଙ୍କୁ ନେଇ ଗଠିତ ଏକ ଟିମ୍‌ ଗୁରୁବାର ଚନ୍ଦ୍ରପୁର ଥାନା ଅଞ୍ଚଳରେ ଚଢାଉ କରିଥିଲା। ଜମ୍ବାଖାଲ ଓ ହନୁମନ୍ତପୁର ଅଞ୍ଚଳରେ ପ୍ରାୟ ୫୬ ଏକର ଜମିରେ କରାଯାଇଥିବା ବେଆଇନ ଗଞ୍ଜେଇ ଚାଷକୁ ପୋଡି ନଷ୍ଟ କରାଯାଇଛି। ଉକ୍ତ ଗଞ୍ଜେଇ ଗଛର ଆନୁମାନିକ ମୂଲ୍ୟ ୧୦ କୋଟି ୭୫ ଲକ୍ଷ ବୋଲି ସୂଚନା ମିଳିଛି। ଏହି ଅଭିଯାନରେ ମୁନିଗୁଡା ଏସ୍‌ଡିପିଓ, ବିଷମକଟକ ଓ ଗୁଡାରୀ ଅବକାରୀ ଅଧିକାରୀଙ୍କ ସହ ପ୍ରାୟ ୪୦ଜଣ କର୍ମଚାରୀ ନିୟୋଜିତ ଥିଲେ। ସୂଚନାନୁଯାୟୀ
ବୁଧବାର ମଧ୍ୟ ଚନ୍ଦ୍ରପୁର ଥାନା କୋଟିଙ୍ଗିଗୁଡା ଓ ଡାବେରି ଅଞ୍ଚଳରୁ ୨୬ ଏକର ଜମିରେ ହୋଇଥିବା ୫କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଗଣେଶ ପୂଜା ପରେ ଏହି ୪ ରାଶିଙ୍କର ଚାଲିବ ଗୋଲ୍ଡେନ ଟାଇମ, ଲକ୍ଷ୍ମୀ-ନାରାୟଣ ରାଜଯୋଗରେ ବଢିବ ଧନ! ବିଦେଶ ଯାତ୍ରାର…

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ସେପ୍ଟେମ୍ବର ୨୬ରେ ବୁଧ ଗ୍ରହ କନ୍ୟା ରାଶିରୁ ବାହାରି ତୁଳା ରାଶିରେ ପ୍ରବେଶ କରିବେ। ତୁଳା ରାଶିରେ ବୁଧଙ୍କ ସହ ଶୁକ୍ରଙ୍କ ଯୁତି…

ଦ୍ୱିତୀୟ ସେମିଷ୍ଟାର ପରୀକ୍ଷା ଫଳକୁ ନେଇ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଅସନ୍ତୋଷ: ମୂଲ୍ୟାଙ୍କନ ଉପରେ ପ୍ରଶ୍ନବାଚୀ

ଭଞ୍ଜନଗର,୯।୯(ବାବୁଲା ପ୍ରଧାନ): ବ୍ରହ୍ମପୁର ବିଶବିଦ୍ୟାଳୟ ପକ୍ଷରୁ ମଙ୍ଗଳବାର ସନ୍ଧ୍ୟାରେ ଯୁକ୍ତ ୩ ଦ୍ୱିତୀୟ ସେମିଷ୍ଟର ପରୀକ୍ଷା ଫଳ ପ୍ରକାଶିତ ହୋଇଛି। ଏଥିରେ ଅନେକ ଛାତ୍ରୀଛାତ୍ରଙ୍କ ପେପର ବ୍ୟାକ…

ଭାରତ ରତ୍ନ ସିଏନଆର ରାଓଙ୍କୁ ‘SIR’ ନୋଟିସ: ଭୋଟର ତାଲିକାରେ ନାଁ ଭୁଲ

ବେଙ୍ଗାଲୁରୁ,୯।୯: ଭୋଟର ତାଲିକାରେ ନାଁ ସ୍ପେଲିଂ ବନାନରେ ଅସଙ୍ଗତି ଥିବା ଜଣାପଡ଼ିବା ପରେ ଭାରତ ରତ୍ନ ବିଶିଷ୍ଟ ବୈଜ୍ଞାନିକ ପ୍ରଫେସର ସିଏନଆର ରାଓଙ୍କୁ ନୋଟିସ ଜାରି କରାଯାଇଛି।…

୭୦୦ ରନ୍‌ କରିଲେ ବି ହାରିଯିବ ତିଳକ ବର୍ମାଙ୍କ ଦଳ! ବୈଭବଙ୍କ ଦଳ ହେବ ଚାମ୍ପିଅନ, ଜାଣନ୍ତୁ ରୋଚକ ନିୟମ

ଚେନ୍ନାଇ,୯।୯: ଦୁଲୀପ ଟ୍ରଫି ୨୦୨୬ର ଫାଇନାଲ ମ୍ୟାଚ ଇଷ୍ଟ ଜୋନ ଓ ସାଉଥ ଜୋନ ମଧ୍ୟରେ ଖେଳାଯାଉଛି। ସେପ୍ଟେମ୍ବର ୬ରୁ ଚେନ୍ନାଇର ଏମଏ ଚିଦମ୍ବରମ ଷ୍ଟାଡିୟମରେ ଆରମ୍ଭ…

ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଟେନସନ୍‌ରେ ପଡ଼ିଲେ ଗୌତମ ଗମ୍ଭୀର! ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୯।୯: ଆଫଗାନିସ୍ତାନ ବିପକ୍ଷ ଟି-୨୦ ସିରିଜ ପୂର୍ବରୁ ଭାରତୀୟ ଦଳ ସାମ୍ନାରେ ଏକ ବଡ଼ ପ୍ରଶ୍ନ ଠିଆ ହୋଇଛି। ଅଭିଷେକ ଶର୍ମାଙ୍କ ସହ ଇନିଂସ ଓପନ କରିବେ…

ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ବ୍ୟକ୍ତିଙ୍କ ମୃତ୍ୟୁ

ପାଟଣା, ୯।୯ (ବୀର କିଶୋର ଦାଶ): ପାଟଣା ଥାନା ଅନ୍ତର୍ଗତ ମୂଷାଖୋରୀ ପଞ୍ଚାୟତର ମୂଷାନାଳି ଗ୍ରାମରେ ବିଦ୍ୟୁତ୍ ଆଘାତ ଲାଗି ବୁଧବାର ସକାଳେ ଦୟାନିଧି ମହାନ୍ତ (୪୮)ଙ୍କ…

ଭଦ୍ରକ-ଧାମରା ରେଳପଥ ଅବରୋଧ ଡିପିସିଏଲ୍‌ର ଅନ୍ୟାୟ: ଅନୀତି ବିରୋଧରେ ଜନଆକ୍ରୋଶ

ତିହିଡ଼ି, ୯।୯ (ସଞ୍ଜିତ ବଳ): ଭଦ୍ରକ-ଧାମରା ରେଳପଥର ତିହିଡ଼ି ବ୍ଲକ ଅଧୀନ ପୀରହାଟ ଥାନା ଅନ୍ତର୍ଗତ ଗୁରୁଦାସପୁରଠାରେ ବୁଧବାର ସକାଳଠାରୁ ରେଳପଥ ଅବରୋଧ କରାଯାଇଛି। ଧାମରା ପୋର୍ଟ…

PM ମୋଦିଙ୍କ ସାର୍ବଜନୀନ ଜୀବନର ୨୫ ବର୍ଷ: ନୀତିନ ନବୀନ କହିଲେ- ଅକ୍ଟୋବର ୨ରେ…

ନୂଆଦିଲ୍ଲୀ,୯।୯: ଭାରତୀୟ ଜନତା ପାର୍ଟି (BJP) ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସାର୍ବଜନୀନ ଜୀବନର ୨୫ ବର୍ଷ ପୂର୍ତ୍ତି ଅବସରରେ ଆସନ୍ତା ମାସରେ ‘ସେବା ସଂକଳ୍ପ ଅଭିଯାନ’…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri