ପୋଖରୀରେ ପଡ଼ି ଶିଶୁପୁତ୍ର ମୃତ

ସୋର,୧୮।୪(ଡି.ଏନ.ଏ.)- ବାଲେଶ୍ୱର ଜିଲା ସୋର ଥାନା ମଧୁସୂଦନପୁର ପଞ୍ଚାୟତର କୁରୁଣିଆ ଗ୍ରାମର ମାମୁଁ ରମାକାନ୍ତ ମହାକୁଡ଼ଙ୍କ ଘରକୁ ବୁଲିବାକୁ ଆସି ୩ବର୍ଷର ଶିଶୁପୁତ୍ର ପୋଖରୀରେ ପଡ଼ି ମୃତ୍ୟୁ ଘଟିଛି। ସୋର ଥାନା ଅନ୍ତର୍ଗତ ସାଉଡ଼ ଗ୍ରାମର ନିରାକାର ନାୟକଙ୍କ ପୁଅ ଜଗନ। ସେ ତାଙ୍କ ମା’ ସହିତ ମାମୁଁ ଘରକୁ ବୁଲିବାକୁ ଆସିଥିଲେ। ବୁଧବାର ସକାଳେ ଘର ନିକଟରେ ଥିବା ପୋଖରୀ ନିକଟରେ ଖେଳୁଥିବା ବେଳେ ସେଠାରେ ପଡ଼ି ଯାଇଥିଲେ। ଶିଶୁଟିକୁ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ ମଧ୍ୟ ପରିବାର ଲୋକେ ପାଇ ପାରି ନଥିଲେ। ତେବେ ଶିଶୁଙ୍କର ମୃତଦେହ ପୋଖରୀରେ ଭାସୁଥିବାର ଦେଖି ସ୍ଥାନୀୟ ଲୋକେ ଉଦ୍ଧାର କରିଥିଲେ। ପରିବାର ଲୋକେ ଶିଶୁଙ୍କୁ ସୋର ଡାକ୍ତରଖାନାକୁ ନେଇଯାଇଥିଲେ। ସେଠାରେ ଡାକ୍ତର ଶିଶଙ୍କୁ ମୃତ ଘୋଷଣା କରିଥିଲେ। ସୋର ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ କରାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଉଦୟପୁର ବେଶିଲ୍‌ ଇଣ୍ଟରନ୍ୟାଶନାଲରେ ଏନଫୋର୍ସମେଣ୍ଟ ଟିମ୍‌

ଭୋଗରାଇ, ୬।୨(ଡି.ଏନ.ଏ.)-ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଅଧୀନ ଉଦୟପୁରସ୍ଥିତ ବେଶିଲ ଇଣ୍ଟରନ୍ୟାଶନାଲ ଭଗ୍ନପ୍ରାପ୍ତ ପଞ୍ଚତାରକା ହୋଟେଲରେ କେନ୍ଦ୍ରୀୟ ଏନଫୋର୍ସମେଣ୍ଟର ଗୌହାଟି ଇଡି ଆସିଷ୍ଟାଣ୍ଟ କମିଶନର ଚନ୍ଦ୍ରମଣି...

ପୋଖରୀ ହୁଡ଼ାରେ ପଡ଼ି ରହିଛି ବୃଦ୍ଧ ଦମ୍ପତିଙ୍କ ମୃତଦେହ: ପହଞ୍ଚିଲା ଭୋଗରାଇ ପୋଲିସ

ବାଲେଶ୍ୱର ଅଫିସ,୨୧।୧: ବାଲେଶ୍ୱର ଜିଲା ଭୋଗରାଇ ଥାନା ଅନ୍ତର୍ଗତ ଫୁଲ୍‌ବଣି ଗ୍ରାମର ପୋଖରୀ ହୁଡ଼ାରୁ ବୃଦ୍ଧ ଦମ୍ପତିଙ୍କ ମୃତଦେହ ଜବତ କରାଯାଇଛି। ମୃତକ ହେଲେ ଶାନ୍ତି...

ଫନୀ ପରେ ତାତି ଭୟ

ଆରଡ଼ି, ୧୧।୫ (ଡି.ଏନ.ଏ.) – ଫନୀ ପରେ ଏବେ ଖରା ତାତି ଭୟ। ଅସହ୍ୟ ତାତି ଓ ଗୁଳୁଗୁଳିରେ ଜନଜୀବନ ଅସ୍ତବ୍ୟସ୍ତ। ଗରମରେ ସିଝୁଛନ୍ତି ଲୋକେ।...

ଧ୍ୱଂସସ୍ତୂପରୁ ଜୀବନ ବଞ୍ଚେଇ ଫେରିଛନ୍ତି ଶାଶ୍ୱତ

ସୋର, ୮ା୩(ଡି.ଏନ.ଏ) ରୁଷିଆ ବୋମାମାଡ଼ରେ ଧ୍ୱଂସବିଧ୍ୱଂସ୍ତ ହୋଇପଡିଥିବା ୟୁକ୍ରେନର ପ୍ରମୁଖ ସହର ଖର୍କିଭରୁ ଜୀବନ ବଞ୍ଚେଇ ୭ ଦିନ ପରେ ଘରେ ପହଞ୍ଚିଛନ୍ତି ବାଲେଶ୍ୱର ଜିଲା...

ଧାନକିଣାକୁ ନେଇ ଅସନ୍ତୋଷ: ତାଲା ପକାଇ ଧାରଣାରେ ବସିଲେ ଚାଷୀ

ସଜନାଗଡ଼, ୨୪।୧୨(ଡି.ଏନ.ଏ.)-ବାଲେଶ୍ୱର ଜିଲା ନୀଳଗିରି ଲ୍ୟାମ୍ପ ଅଧୀନ ଅଯୋଧ୍ୟା ସୋସାଇଟିରେ ଧାନକିଣାକୁ ନେଇ ସୋମବାର ଚାଷୀମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଫଳରେ ଚାଷୀମାନେ ସୋସାଇଟି ଅଫିସରେ...

ଅଭିନବ ଉପାୟରେ ଚେନ୍‌ ଲୁଟିନେଲେ ଦୁର୍ବୃତ୍ତ

ଭଦ୍ରକ ଅଫିସ,୧୬ା୬: ସହର ମଧ୍ୟରୁ ଅଭିନବ ଉପାୟରେ ମହିଳାଙ୍କ ବ୍ୟାଗରୁ ସୁନା ଚେନ୍‌ ଲୁଟି ନେଇଛନ୍ତି ଦୁର୍ବୃତ୍ତ। ରବିବାର ସକାଳେ ଭଦ୍ରକ ସହରର ବନ୍ତ ଛକ...

ମାଛ ଚୋରି କରି ବିକିଦେଲେ ନାବାଳକ: ଗଛରେ ବାନ୍ଧି ଲଣ୍ଡାକଲେ ମାଲିକ

ବାଲେଶ୍ୱର ଅଫିସ, ୫।୧: ବାଲେଶ୍ୱର ଜିଲା ଜଳେଶ୍ବର ଥାନା ଅନ୍ତର୍ଗତ ପଶ୍ଚିମବାଡ଼ ଗ୍ରାମରେ କଙ୍ଗାରୁ କୋର୍ଟ ହୋଇଥିବା ଅଭିଯୋଗ ହୋଇଛି। ନାବାଳକଙ୍କୁ ଦୋକାନରେ ରଖି କାମ...

ମଦ ବିରୋଧୀ ସଚେତନତା ଶୋଭାଯାତ୍ରା

ବନ୍ତ,୧୫।୭(ଡି.ଏନ୍‌.ଏ.)- ଭଦ୍ରକ ଜିଲା ବନ୍ତ ବ୍ଲକରେ ମଦ ବିରୋଧୀ ଆନ୍ଦୋଳନ ଜେତିିବାରେ ଲାଗିଛି। ରବିବାର ଭଦ୍ରକ ଜିଲା ବନ୍ତ ବ୍ଲକ ‘ସମ୍ଭବ ଓଡ଼ିଶା’ ଆନୁକୂଲ୍ୟରେ ମଦ...

Advertisement
Archives

Model This Week