ପୋଖରୀରେ ପଡ଼ି ଶିଶୁପୁତ୍ର ମୃତ

ସୋର,୧୮।୪(ଡି.ଏନ.ଏ.)- ବାଲେଶ୍ୱର ଜିଲା ସୋର ଥାନା ମଧୁସୂଦନପୁର ପଞ୍ଚାୟତର କୁରୁଣିଆ ଗ୍ରାମର ମାମୁଁ ରମାକାନ୍ତ ମହାକୁଡ଼ଙ୍କ ଘରକୁ ବୁଲିବାକୁ ଆସି ୩ବର୍ଷର ଶିଶୁପୁତ୍ର ପୋଖରୀରେ ପଡ଼ି ମୃତ୍ୟୁ ଘଟିଛି। ସୋର ଥାନା ଅନ୍ତର୍ଗତ ସାଉଡ଼ ଗ୍ରାମର ନିରାକାର ନାୟକଙ୍କ ପୁଅ ଜଗନ। ସେ ତାଙ୍କ ମା’ ସହିତ ମାମୁଁ ଘରକୁ ବୁଲିବାକୁ ଆସିଥିଲେ। ବୁଧବାର ସକାଳେ ଘର ନିକଟରେ ଥିବା ପୋଖରୀ ନିକଟରେ ଖେଳୁଥିବା ବେଳେ ସେଠାରେ ପଡ଼ି ଯାଇଥିଲେ। ଶିଶୁଟିକୁ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ ମଧ୍ୟ ପରିବାର ଲୋକେ ପାଇ ପାରି ନଥିଲେ। ତେବେ ଶିଶୁଙ୍କର ମୃତଦେହ ପୋଖରୀରେ ଭାସୁଥିବାର ଦେଖି ସ୍ଥାନୀୟ ଲୋକେ ଉଦ୍ଧାର କରିଥିଲେ। ପରିବାର ଲୋକେ ଶିଶୁଙ୍କୁ ସୋର ଡାକ୍ତରଖାନାକୁ ନେଇଯାଇଥିଲେ। ସେଠାରେ ଡାକ୍ତର ଶିଶଙ୍କୁ ମୃତ ଘୋଷଣା କରିଥିଲେ। ସୋର ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ କରାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସମୁଦ୍ରରେ ନିଖୋଜ ଥିବା ଟ୍ରଲର ଠାବ, ୯ ମତ୍ସ୍ୟଜୀବୀଙ୍କ ମୃତଦେହ ଉଦ୍ଧାର, ମାଲିକ ପହଞ୍ଚି…

ଭୋଗରାଇ,୧୩ା୭(ପ୍ରଦୀପ ଦାସ): ପଶ୍ଚିମବଙ୍ଗ ପୂର୍ବମେଦିନୀପୁର ଜିଲା ଶଙ୍କରପୁର ମତ୍ସ୍ୟ ଅବତରଣ କେନ୍ଦ୍ର(ଜେଟିରୁ )ରୁ ଗତ ୨ ତାରିଖରୁ ସମୁଦ୍ରକୁ ଯାଇ ନିଖୋଜ ଥିବା ମା’ କାଳୀ ନାମକ…

ରାତିଅଧରେ ଏଟିଏମ୍‌ ତାଡ଼ି ଥାର୍‌ ଗାଡ଼ିରେ ବାନ୍ଧି ନେଉଥିଲେ ଦୁର୍ବୃତ୍ତ, ଭୁକିଲା କୁକୁର, ଆଉ ତା’ ପରେ…

ଖଇରା,୧୧ା୭(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ଥାନା ଅନ୍ତର୍ଗତ ତୁଡ଼ିଗଡିଆ ବଜାରରେ ଥିବା ଇଣ୍ଡିଆ -୧ ଏଟିଏମ୍‌ ମେଶିନ ତାଡ଼ି ଦୃବୁର୍ତ୍ତମାନେ ଥାର୍‌ ଗାଡ଼ି ପଛରେ ବାନ୍ଧି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri