ପେପରବିହୀନ ରେଳ କାର୍ଯ୍ୟାଳୟକୁ ଗୁରୁତ୍ୱ: ପ୍ରଥମ ପର୍ଯ୍ୟାୟରେ ୫୮ୟୁନିଟ୍‌ ହେଲା ଇ- ଅଫିସ୍‌

ଭୁବନେଶ୍ୱର, ୩।୧୧(ବ୍ୟୁରୋ): କାର୍ଯ୍ୟକ୍ଷେତ୍ରରେ ସ୍ବଚ୍ଛତା ଆଣିବା ସହ ପେପରବିହୀନ ରେଳ କାର୍ଯ୍ୟାଳୟ (ଇ -ଅଫିସ୍‌) କାର୍ଯ୍ୟକାରୀ ଉପରେ ଭାରତୀୟ ରେଳପଥ ବେଶ୍‌ ତତ୍ପରତାର ସହ କାର୍ଯ୍ୟ କରୁଛି। ନ୍ୟାଶନାଲ ଇ-ଗଭର୍ନାନ୍ସ ଯୋଜନାରେ ରେଲଓ୍ବେ ପ୍ରଥମ ପର୍ଯ୍ୟାୟରେ ୫୮ଟି ୟୁନିଟ୍‌କୁ ସମ୍ପୂର୍ଣ୍ଣ ଇ-ଅଫିସ୍‌ରେ ପରିଣତ କରିଛି। ଏହି ଯୋଜନା ଅନ୍ତର୍ଗତ ଏନ୍‌ଆଇସି ଇ-ସୁଟ୍‌ ପ୍ରକ୍ରିୟାର ପ୍ରଥମ ପର୍ଯ୍ୟାୟ ୩୦ ଅକ୍ଟୋବରରେ ସମ୍ପୂର୍ଣ୍ଣ ହୋଇଛି। ଗତ ମାର୍ଚ୍ଚରେ ରେଲଟେଲ୍‌ ଓ ଭାରତୀୟ ରେଳପଥ ମଧ୍ୟରେ ଏକ ଚୁକ୍ତି ସ୍ବାକ୍ଷରିତ ହୋଇଥିଲା। ରେଲଟେଲ୍‌ ଆସନ୍ତା ବର୍ଷ ମାର୍ଚ୍ଚ ସୁଦ୍ଧା ପ୍ରଥମ ପର୍ଯ୍ୟାୟର ଧାର୍ଯ୍ୟ ଲକ୍ଷ୍ୟକୁ ସମ୍ପୂର୍ଣ୍ଣ କରିବା ପାଇଁ ରାଜିନାମାରେ ଉଲ୍ଲେଖ ରହିଥିଲା। ତେବେ ଯଥେଷ୍ଟ ସମୟର ୪ ମାସ ପୂର୍ବରୁ କାର୍ଯ୍ୟ ଶେଷ ହୋଇଯାଇଛି। ଏହାଦ୍ୱାରା ରେଲଓ୍ବେ ୫୦ ହଜାରରୁ ଅଧିକ ବ୍ୟବହାରକାରୀ ସୃଷ୍ଟି କରିପାରିଛି। ଏଥିସହ ଏହି ସମସ୍ତ ୟୁନିଟ୍‌ର ଅଧିକାରୀମାନଙ୍କୁ ସ୍ବତନ୍ତ୍ର ତାଲିମ୍‌ ଦିଆଯାଇଛି। ଏହି ପ୍ରକ୍ରିୟା ସମ୍ପୂର୍ଣ୍ଣ ସ୍ବଚ୍ଛ ଅଟେ, ଏଥିପାଇଁ ଏକ ମନିଟରିଂ ୟୁନିଟ୍‌ ମଧ୍ୟ ଗଠନ କରାଯାଇଛି। ଯାହା କାର୍ଯ୍ୟଶୈଳୀ ଉପରେ ନଜର ରଖିବା ସହ ପରିଚାଳନାର ପ୍ରମୁଖ ଦାୟିତ୍ୱ ବହନ କରିବ। ଏଥିରେ ପରିଚାଳନାଗତ ଖର୍ଚ୍ଚ କମିବା ସହ ପରୋକ୍ଷରେ ପ୍ରଦୂଷଣ ମଧ୍ୟ କମିବ। ଇ-ଅଫିସ୍‌ ହେଉଛି ନ୍ୟାଶନାଲ ଇ-ଗଭର୍ନାନ୍ସ ଯୋଜନାର ଏକ ମିଶନ ପ୍ରକଳ୍ପ। କାଗଜବିହୀନ, ଦକ୍ଷ, କ୍ରିୟାଶୀଳ ଓ ସ୍ବଚ୍ଛ କାର୍ଯ୍ୟଶୈଳୀ କରିବା ଏହି ଯୋଜନାର ଲକ୍ଷ୍ୟ ବୋଲି ରେଳପଥ ପକ୍ଷରୁ କୁହାଯାଇଛି। ଏନ୍‌ଆଇସି ଇ-ଅଫିସ୍‌ ନ୍ୟାଶନାଲ ଇନଫରମେଟିକ୍ସ ସେଣ୍ଟର ଦ୍ୱାରା ପ୍ରସ୍ତୁତ ଏକ ସଫ୍ଟଓ୍ବେର। ଏହା ରେଲଟେଲ୍‌ ଟାୟାର-୩ ପ୍ରମାଣିତ ଡାଟା ସେଣ୍ଟର ସିକନ୍ଦରାବାଦ ଓ ଗୁରୁଗ୍ରାମ ଦ୍ୱାରା ପରିଚାଳିତ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମୋହନାରେ ନୂତନ ଥାନା ଅଧିକାରୀ

ମୋହନା,୨୦ା୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଥାନାରେ ନୂତନ ଥାନା ଅଧିକାରୀ ଭାବେ ଓମ ନାରାୟଣ ପାତ୍ର ଦାୟିତ୍ୱ ଗ୍ରହଣ କରିଛନ୍ତି। ପୂର୍ବରୁ ରହିଥିବା ଥାନା ଅଧିକାରୀ…

ସୁଦୃଢ଼ ହେବ ସ୍ବାସ୍ଥ୍ୟସେବା, ରାଜ୍ୟରେ ୫ ନୂଆ ମେଡିକାଲ କଲେଜ ନେଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ଭୁବନେଶ୍ୱର,୨୦।୨: ରାଜ୍ୟରେ ସ୍ବାସ୍ଥ୍ୟସେବାକୁ ଅଧିକ ସୁଦୃଢ଼ କରିବା ପାଇଁ ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ ୫ ନୂଆ ମେଡିକାଲ…

କିଡ୍‌ନୀ, ହାର୍ଟ ଦାନକରି ଅମର ହେଲେ ଶୁଭମ୍‌

ବଞ୍ଚୋ/ବଉଳା/ଛେନାପଦି,୨୦ା୨(ପ୍ରଦୋଷ କୁମାର ବିଶ୍ୱାଳ/ଦୁର୍ଗା ପ୍ରସାଦ ଆୟଚ/ ନିରାକାର ପରିଡା): କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ୍‌ ଜମ୍ଭିରା ଗ୍ରାମର ଉପେନ୍ଦ୍ର ଆୟଚଙ୍କ ପୁତ୍ର ଶୁଭମ୍‌ ଆୟଚ(୧୨) ଦୁର୍ଘଟଣାରେ ମୃତ୍ୟୁ…

୨୧୮ ଛାତ୍ରୀଛାତ୍ରଙ୍କ ଚକ୍ଷୁ ପରୀକ୍ଷା

ଦିଗପହଣ୍ଡି/ପାଟପୁର,୨୦ା୨(ଅଶେଷ ନାଥ ମିଶ୍ର/ସିମାଞ୍ଚଳ ସାହୁ): ଗଞ୍ଜାମ ଜିଲା ସମଗ୍ର ଶିକ୍ଷା ଅଭିଯାନ ଓ ଜିଲା ଦୃଷ୍ଟି ବାଧିତ ନିୟନ୍ତ୍ରଣ କାର୍ଯ୍ୟାଳୟ ଆନୁକୂଲ୍ୟରେ ରାଜ୍ୟ ସରକାରଙ୍କ ସୁରେନ୍ଦ୍ର ସାଏ…

ଏଣିକି ନିଜ ଲଢ଼େଇ ନିଜର

ଦିଗପହଣ୍ଡି,୨୦ା୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି କଲେଜରେ ଛାତ୍ରୀ ଆତ୍ମ ସୁରକ୍ଷା ପ୍ରଶିକ୍ଷଣ ଶିବିର ଉଦଘାଟିତ ହୋଇଛି। ଅଧ୍ୟାପିକା ଅଞ୍ଜଳୀ ମଣ୍ଡଳଙ୍କ ସଂଯୋଜନାରେ ଅନୁଷ୍ଠିତ ଉଦଘାଟନୀ…

ମାଟି ଅତଡ଼ା ଖସି ଶ୍ରମିକଙ୍କ ମୃତ୍ୟୁ: ଜଳ ସିଞ୍ଚନ ପ୍ରକଳ୍ପ କାର୍ଯ୍ୟରେ ଅଘଟଣ

ଆନନ୍ଦପୁର,୨୦ା୨(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ବୁଢ଼ୀକୁଦ ଗଁା ନିକଟରେ ଚାଲିଥିବା ଜମିକୁ ଜଳ ସିଞ୍ଚନ ପ୍ରକଳ୍ପ କର୍ଯ୍ୟରେ ଶୁକ୍ରବାର ଅଘଟଣ ଘଟିଛି। ୧୫…

ସୁଭଦ୍ରା ଯୋଜନାକୁ ନେଇ ସରକାରଙ୍କ ବଡ଼ ଘୋଷଣା, ମହିଳାଙ୍କୁ ମିଳିବ…

ଭୁବନେଶ୍ୱର,୨୦।୨: ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ମାଝୀ ଚଳିତ ବର୍ଷ ପାଇଁ ୩ ଲକ୍ଷ ୧୦ ହଜାର କୋଟି ଟଙ୍କାର ବଜେଟ ଆଗତ କରିଛନ୍ତି । ଏହି…

‘ମଧୁବାବୁ ପେନସନ୍‌ ଯୋଜନା’କୁ ନେଇ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ବାଦ୍‌ ପଡ଼ିଥିବା ୬ ଲକ୍ଷ ଯୋଗ୍ୟଙ୍କୁ ମିଳିବ ଭତ୍ତା, ଆଉ କାହାକୁ… 

ଭୁବନେଶ୍ୱର,୨୦।୨: ୨୦୨୬-୨୭ ବର୍ଷ ପାଇଁ ଶୁକ୍ରବାର ଉପସ୍ଥାପନ କରାଯାଉଛି ବଜେଟ। ୨୦୨୬-୨୭ ବର୍ଷ ପାଇଁ ଶୁକ୍ରବାର ଉପସ୍ଥାପନ କରାଯାଉଛି ବଜେଟ। ଏଥିରେ ‘ମଧୁବାବୁ ପେନସନ୍‌ ଯୋଜନା’କୁ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri