ପୃଥ୍ବୀ-୨ର ଦୁଇଥର ସଫଳ ପରୀକ୍ଷଣ

ବାଲେଶ୍ୱର ଅଫିସ,୨୧।୧୧- ବାଲେଶ୍ୱର ଚାନ୍ଦିପୁର ସମନ୍ବିତ ପରୀକ୍ଷଣ କେନ୍ଦ୍ରର ୩ ନମ୍ବର ଲଞ୍ଚପ୍ୟାଡ୍‌ରୁ ଆଣବିକ ଯୁଦ୍ଧାସ୍ତ୍ର ପରିବହନ କ୍ଷମତା ରଖୁଥିବା ପୃଥ୍ବୀ-୨ କ୍ଷେପଣାସ୍ତ୍ରର ବୁଧବାର ରାତ୍ରିକାଳୀନ ପରୀକ୍ଷଣ କରାଯାଇଛି। ସନ୍ଧ୍ୟା ୭ଟାରୁ ୭ଟା୧୫ ମିନିଟ୍‌ ମଧ୍ୟରେ ଏହି କ୍ଷେପଣାସ୍ତ୍ରକୁ ଦୁଇଥର ପରୀକ୍ଷା କରାଯାଇଥିଲା। ଷ୍ଟ୍ରାଟେଜିକ୍‌ ଫୋର୍ସର କମାଣ୍ଡୋଙ୍କ ଦ୍ୱାରା ଏହାର ବ୍ୟାବହାରିକ ପରୀକ୍ଷଣ କରାଯିବା ବେଳେ ଉପକୂଳରେ ଥିବା ଅତ୍ୟାଧୁନିକ ରାଡାର ସହାୟତାରେ ଏହାର ଗତିପଥ ଅନୁଧ୍ୟାନ କରାଯାଇଥିଲା। ନିର୍ଦ୍ଧାରିତ ସମୟରେ ଏହା ଠିକ୍‌ ଭାବେ ଲକ୍ଷ୍ୟଭେଦ କରିଥିବା ପ୍ରତିରକ୍ଷା ବିଭାଗ ସୂତ୍ରରୁ ସୂଚନା ଦିଆଯାଇଛି। ସମ୍ପୂର୍ଣ୍ଣ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ, ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ କରାଯାଇ ପାରୁଥିବା ପୃଥ୍ବୀ-୨ କ୍ଷେପଣାସ୍ତ୍ରର ଲମ୍ବ ୯ ମିଟର ଥିବା ବେଳେ ମୋଟେଇ ୧୧୦ ସେଣ୍ଟିିମିଟର। ୫୦୦ରୁ ୧୦୦୦ କିଲୋଗ୍ରାମ ପର୍ଯ୍ୟନ୍ତ ଉଭୟ ଆଣବିକ ଓ ପାରମ୍ପରିକ ଯୁଦ୍ଧାସ୍ତ୍ର ବହନ କରି ଏହା ୩୫୦ କି.ମି. ଦୂରତା ମଧ୍ୟରେ ଲକ୍ଷ୍ୟଭେଦ କରିବା କ୍ଷମତା ରଖିଛି। ୨୦୦୩ରେ ଏହି କ୍ଷେପଣାସ୍ତ୍ର ଭାରତୀୟ ସେନାରେ ସାମିଲ ହୋଇସାରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଜମୁଛି ଆଖଡା ଖେଳ

ରେମୁଣା, ୭ା୧୦(ଡି.ଏନ.ଏ.)-ଚଳିତବର୍ଷ ଦୁର୍ଗାଷ୍ଟମୀ ମହାସମାରୋହରେ ପାଳିତ ହୋଇଛି। ପ୍ରତିବର୍ଷ ପରି ଐତିହାସିକ ପାଇକ ଆଖଡା ଖେଳ ଅନୁଷ୍ଠିତ ହୋଇଥିଲା। ମନ୍ଦାରପୁରର ୨ଟି ଖେଳ ସହିତ ମହାବୀର...

ସଚେତନତାର ବାର୍ତ୍ତା ବାଣ୍ଟୁଥିବା ୨ ଯୁବ ରୋଟାରିଆନଙ୍କୁ ସମ୍ବର୍ଦ୍ଧନା

ବାଲେଶ୍ୱର ଅଫିସ, ୩୧।୮-ପୃଥିବୀରେ ସେଭ୍‌ ୱାଟର, ସେଭ୍‌ ଫୁଏଲ୍‌, ସେଭ୍‌ ଆର୍ଥ ଆଣ୍ଡ ଫିଟ୍‌ ଫର୍‌ ଇଣ୍ଡିଆ ସଚେତନତା ବାର୍ତ୍ତା ନେଇ କେରଳର କାଲିକଟରୁ ବାହାରିଥିବା...

ଓଜେଇଇ ଇଣ୍ଟିଗ୍ରେଟେଡ ଏମ୍‌ବିଏ ଟପ୍ପର ବଡବିଲ ଝିଅ ସ୍ବୀକୃତି

ବଡବିଲ, ୧୯।୬(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡବିଲର ଝିଅ ସ୍ବୀକୃତି ମହାପାତ୍ର ଓଜେଇଇ ଇଣ୍ଟିଗ୍ରେଟେଡ ଏମବିଏରେ ର଼୍ୟାଙ୍କ ୱାନରେ ରହି ଟପ୍ପର ହେବାର ସୌଭାଗ୍ୟ ହାସଲ କରିଛନ୍ତି।...

ଆଧାରକେନ୍ଦ୍ରରେ ତୁମୁଳକାଣ୍ଡ: କର୍ମଚାରୀଙ୍କୁ ମାଡ଼ ମାରି ଯୁବକ ଫେରାର

ବାଲେଶ୍ୱର ଅଫିସ, ୨୫।୧୨-ନୂତନ ଆଧାର କାର୍ଡ କରିବାର ବିଳମ୍ବ ହେବାରୁ ବାଲେଶ୍ୱର ଜିଲାପାଳ ଅଫିସ୍‌ ପରିସର ସରକାରୀ ଗୃହରେ ଓକାକ୍‌ ଦ୍ୱାରା ଅନୁମୋଦିତ ଆଧାରକେନ୍ଦ୍ରରେ ତୁମୁଳକାଣ୍ଡ...

ନାବାଳିକାଙ୍କୁ ଅପହରଣ ପରେ ବଳାତ୍କାର ମାମଲା: ଅଭିଯୁକ୍ତଙ୍କୁ ୨୦ବର୍ଷ ଜେଲ୍‌

ବାଲେଶ୍ୱର ଅଫିସ,୧୭।୨-ଏକ ନାବାଳିକା ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ବାଲେଶ୍ୱର ଜିଲା ଅତିରିକ୍ତ ଦୌରାଜଜ୍‌ କମ୍‌ ପୋକ୍ସୋ ଅଦାଲତର ବିଚାରପତି ଗିରିଜା ପ୍ରସାଦ...

ଧରାପଡ଼ିଲେ ଡକାୟତ, ବନ୍ଧୁକ ଓ ଭୁଜାଲି ଜବତ

ତିହିଡ଼ି,୨୫ା୫(ଡି.ଏନ୍‌.ଏ.): ଭଦ୍ରକ ଜିଲା ତିହିଡ଼ି ଥାନା ଅଧୀନ ତାଳପଦା ଗ୍ରାମରୁ ତିହିଡ଼ି ପୋଲିସ ଶୁକ୍ରବାର ରାତିରେ ଜଣେ ଡକାୟତଙ୍କୁ ଧରିଛି। ସେହି ଡକାୟତଙ୍କ ନାଁ ଦୀପକ...

ଅଜଣା ଗାଡ଼ି ଧକ୍କାରେ ଚାଲିଗଲା ଦୁଇ ଛୁଆ ସହ ମା’ ଭାଲୁର ଜୀବନ

ନୀଳଗିରି,୫।୨(ସ୍ବ ପ୍ର): ବାଲେଶ୍ୱର ଜିଲା ନୀଳଗିରି ବନ ବିଭାଗ ଅଧୀନ ଅଯୋଧ୍ୟା ମିତ୍ରପୁର ରାସ୍ତା ପାଟଣାଠାରେ ରବିବାର ଅଜଣା ଗାଡି ଧକ୍କାରେ ୨ ଛୁଆ ସହ...

କୃଷକ ମୋର୍ଚ୍ଚା ପକ୍ଷରୁ ୪ ଘଣ୍ଟା ରେଳରୋକୋ

ବାଲେଶ୍ୱର ଅଫିସ, ୧୮।୨- କୃଷକ ମୋର୍ଚ୍ଚା ପକ୍ଷରୁ ଗୁରୁବାର ସର୍ବଭାରତୀୟସ୍ତରରେ ୪ ଘଣ୍ଟା ରେଳରୋକ କରାଯାଇଛି। କେନ୍ଦ୍ରରେ ମୋଦି ସରକାରଙ୍କ କଳା କୃଷକ ଆଇନ ,...

Advertisement
Archives

Model This Week