ପୃଥିବୀକୁ ଧ୍ୱଂସ କରିଥିବା ଗ୍ରହାଣୁ ପିଣ୍ଡଯୋଗୁ ବି ସୃଷ୍ଟି ହୋଇଥିଲା ଜୀବନ

ପେନସିଲ୍‌ଭାନିଆ,୬।୨: ପ୍ରାୟ ୬୬ ନିୟୁତ ବର୍ଷ ତଳେ ପୃଥିବୀ ସହିତ ଚିକ୍ସିଲୁବ୍‌ ଗ୍ରହାଣୁପିଣ୍ଡ ଧକ୍କା ହୋଇଥିଲା। ଏହାର ପ୍ରଭାବରେ ଭୂମିକମ୍ପ ହେବା ସହିତ ଅଗ୍ନି ଉଦ୍‌ଗୀରଣ ହେବାକୁ ଲାଗିଥିଲା। ଆକାଶରେ ଦୀର୍ଘ ବର୍ଷ ପର୍ଯ୍ୟନ୍ତ ବହଳ ଧୂଆଁ ଆସ୍ତରଣ ସୃଷ୍ଟି ହୋଇଥିଲା। ଫଳରେ ସୂର୍ଯ୍ୟ ରଶ୍ମୀ ପୃଥିବୀ ଉପରେ ପଡ଼ିପାରି ନ ଥିଲା। ବୃକ୍ଷଲତାଙ୍କ ଦ୍ୱାରା ଆଲୋକ ସଂଶ୍ଲେଷଣ(ଫଟୋସିନ୍ଥେସିସ୍‌) ପ୍ରକିୟା ଧିମା ହୋଇଯାଇଥିଲା। ସୂର୍ଯ୍ୟ ରଶ୍ମୀର ଅଭାବରେ ସମୁଦ୍ରରେ ଥିବା ଫାଇଟୋପ୍ଲାଙ୍କଟନ୍‌ ଅମ୍ଳଜାନ ଉତ୍ପାଦନ କରିବା ବନ୍ଦ କରିଦେଇଥିଲେ। ଏହା ଦ୍ୱାରା ଜୀବନ ଧାରଣ ଲାଗି ଆବଶ୍ୟକ ଅମ୍ଳଜାନର ଘୋର ଅଭାବ ଦେଖାଦେଇଥିଲା। ଧୀରେଧୀରେ ପୃଥିବୀର ପ୍ରାଣୀ ଜଗତ ନଷ୍ଟ ହେବାରେ ଲାଗିଥିଲା। ପୃଥିବୀର ବିରାଟକାୟ ପ୍ରାଣୀ ବୋଲାଉଥିବା ଡାଏନୋସୋରସ୍‌ଙ୍କର ମଧ୍ୟ ମୃତ୍ୟୁ ଘଟିଥିଲା। ଗ୍ରହାଣୁ ପିଣ୍ଡ ସହିତ ଧକ୍କା ହୋଇ ପୃଥିବୀର ୭୬ ପ୍ରତିଶତ ପ୍ରଜାତି ଧ୍ୱଂସ ହୋଇଯାଇଥିଲେ। ତେବେ ପରବର୍ତ୍ତୀ ସମୟରେ ଯେତେବେଳେ ସ୍ଥିତିରେ ପରିବର୍ତ୍ତନ ଆସିଥିଲା। ଆଗ୍ନେୟଗିରି ଉଦ୍‌ଗୀରଣ ବନ୍ଦ ହୋଇଯାଇଥିଲା। ଏହାର ମୁଖ ବୋଲି କୁହାଯାଉଥିବା ଅଂଶ ଶୀତଳ ହୋଇଥିଲା। ତେବେ ଏଠାରେ ପୁଣି ଉଷ୍ଣତା ପାଇ ପୃଥିବୀରେ ଜୀବନ ସୃଷ୍ଟି ଆରମ୍ଭ ହୋଇଥିଲା। ପ୍ରଥମ କରି କେତେକ ବ୍ୟାକ୍ଟେରିଆ ଆଗ୍ନେୟଗିରି ମୁଖରେ ସୃଷ୍ଟି ହୋଇଥିଲେ। ଏନେଇ ପେନସିଲ୍‌ଭାନିଆ ବିଶ୍ୱବିଦ୍ୟାଳୟର କିଛି ଗବେଷକଙ୍କ ଦ୍ୱାରା ହୋଇଥିବା ଏକ ଅଧ୍ୟୟନରୁ ଜଣାପଡ଼ିଛି। ଗବେଷକ ଦଳର ନେତୃତ୍ୱ ନେଉଥିବା ଜିଓ ସାଇନ୍ସ୍‌ ପ୍ରଫେସର ତିମୋଥି ବ୍ରାଲୋୟର ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ଏସମ୍ପର୍କିତ ତଥ୍ୟ ଜିଓଲୋଜି ପତ୍ରିକାରେ ମଧ୍ୟ ପ୍ରକାଶିତ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ ସହିତ ମ୍ୟାଚକୁ ନେଇ ସେନା ମୁଖ୍ୟ ଅସୀମ ମୁନିରଙ୍କୁ ଟାଣି ଆଣିଲା ପାକିସ୍ତାନ! ‘ମୁଁ ଭୟ କରେ ନାହିଁ…’ ବୋଲି ଏକ ସ୍ପଷ୍ଟ ଧମକ ମଧ୍ୟ …

ଇସଲାମାବାଦ,୧୦।୨: ବର୍ଷ ବର୍ଷ ଧରି ବାରମ୍ବାର ମନା କରିବା ପରେ, ପାକିସ୍ତାନ ଶେଷରେ ଭାରତ ସହିତ ଏକ ଟି-୨୦ ମ୍ୟାଚ ଖେଳିବାକୁ ରାଜି ହୋଇଛି, ମ୍ୟାଚ ହେବ…

ଭୁବନେଶ୍ବରରୁ ଛାତ୍ରୀ ନିଖୋଜ ଘଟଣା, ୫ ଘଣ୍ଟା ପରେ….

ଭୁବନେଶ୍ବର, ୧୦।୨: ଭୁବନେଶ୍ୱରରୁ ଛାତ୍ରୀ ନିଖୋଜ ଘଟଣାରେ ପୋଲିସକୁ ସଫଳତା । ୫ ଘଣ୍ଟା ପରେ କ୍ୟାପିଟାଲ ହସ୍ପିଟାଲରୁ ଉଦ୍ଧାର ହେଲେ ଛାତ୍ରୀ । ସୂଚନା ଅନୁସାରେ,…

ପାକିସ୍ତାନୁ ଝଟକା ଦେଲା ଭାରତର ‘ବନ୍ଧୁ’, ଭାରତକୁ ହେବ ଲାଭ!

ନୂଆଦିଲ୍ଲୀ/କାବୁଲ,୧୦।୨: ପାକିସ୍ତାନ ଆଉ ଏକ ବଡ଼ ଆର୍ଥିକ ଏବଂ କୂଟନୈତିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ପଡ଼ୋଶୀ ଆଫଗାନିସ୍ତାନରେ କ୍ଷମତାସୀନ ତାଲିବାନ ପାକିସ୍ତାନରୁ ଔଷଧ ଆମଦାନୀକୁ ସମ୍ପୂର୍ଣ୍ଣ ନିଷିଦ୍ଧ…

ଦାରିଙ୍ଗବାଡି ଇକୋ ରିଟ୍ରିଟରେ ରାତ୍ରିଯାପନ କଲେ ଉପମୁଖ୍ୟମନ୍ତ୍ରୀ: ପ୍ରଶଂସାରେ ପୋତିଲେ

ଦାରିଙ୍ଗବାଡି,୧୦।୨(ଅରୁଣ ସାହୁ): ଓଡିଶାର କଶ୍ମୀର କୁହାଯାଉଥିବା ପର୍ଯ୍ୟଟନ କ୍ଷେତ୍ର ଦାରିଙ୍ଗବାଡି ଗସ୍ତରେ ରାଜ୍ୟର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। ସେ ସୋମବାର ବିଳମ୍ବିତ ରାତ୍ରିରେ ଦାରିଙ୍ଗବାଡି ଇକୋ ରିଟ୍ରିଟ…

୧୨ ଘାଣ୍ଟିଆ ଉମରକୋଟ ବନ୍ଦ, କଣ ରହିଛି ପ୍ରଭାବ ଜାଣନ୍ତୁ

ଉମରକୋଟ,୧୦।୨(ସନ୍ତୋଷ ଶତପଥୀ): ଦୀର୍ଘ ଦିନର ଦାବି ପୂରଣ ନହେବାରୁ ମଙ୍ଗଳବାର ଆନ୍ଦୋଳନ ପଥକୁ ଓହ୍ଲାଇଛି ‘ଉମରକୋଟ ସଂଗ୍ରାମ ମଞ୍ଚ’ । ଆଜି ଉମରକୋଟ, ରାଇଘର, ଝରିଗାଁ ଏବଂ…

ବାଂଲାଦେଶକୁ ନେଇ ICC ନେଲା ବଡ଼ ନିଷ୍ପତ୍ତି: କ୍ରିକେଟ୍‌ ଜଗତରେ ଖେଳିଗଲା…

ନୂଆଦିଲ୍ଲୀ,୧୦।୨: ଭାରତରେ T20 ବିଶ୍ୱକପ ମ୍ୟାଚ ଖେଳିବାକୁ ମନା କରିବା ପାଇଁ ବାଂଲାଦେଶ କ୍ରିକେଟ ବୋର୍ଡ ଉପରେ କୌଣସି ଦଣ୍ଡ ଲାଗୁ କରାଯିବ ନାହିଁ। ICC ଘୋଷଣା…

କାହାକୁ ଡରୁଥିଲା ପାକିସ୍ତାନ, କେମିତି ନଇଁଲା ଆଉ କିଏ ବୁଝାଇଲା? ଜାଣନ୍ତୁ ଭାରତ-ପାକିସ୍ତାନ ମ୍ୟାଚର ଇନସାଇଡ ଷ୍ଟୋରୀ

ନୂଆଦିଲ୍ଲୀ,୧୦।୨: ପାକିସ୍ତାନ ସରକାର ମ୍ୟାଚ ବର୍ଜନ କରିବାର ନିଷ୍ପତ୍ତି ପ୍ରତ୍ୟାହାର କରିନେଇଛି। ପାକିସ୍ତାନର ଏହି ନିଷ୍ପତ୍ତି ଟୁର୍ଣ୍ଣାମେଣ୍ଟରେ ଚାଲିଥିବା ଅଚଳାବସ୍ଥାର ଅନ୍ତ ଘଟାଇଛି। ୨୦୨୬ ଟି-୨୦ ବିଶ୍ୱକପର…

କୁମ୍ଭ ରାଶିରେ ବୁଧଙ୍କ ଉଦୟ, ଚମକିବ ୩ ରାଶିର ଭାଗ୍ୟ

ଫେବୃଆରୀ ୯ ତାରିଖରେ ବୁଧ କୁମ୍ଭ ରାଶିରେ ଉଦିତ ହୋଇଛନ୍ତି। ବୁଧଙ୍କ ଏହି ଉଦିତ ଫେବୃଆରୀ ମାସରେ କିଛି ରାଶି ପାଇଁ ଅତ୍ୟନ୍ତ ଶୁଭ ଫଳ ଆଣିପାରେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri