ପୂର୍ବ ଶତ୍ରୁତାରୁ ଆକ୍ରମଣ, ୩ ଗୁରୁତର

ବାଲେଶ୍ୱର ଅଫିସ, ୨୭।୬-ବାଲେଶ୍ୱର ସଦର ଥାନା ମୁଣ୍ଡାପାଳ ହାଟ ନିକଟରେ ବୁଧବାର ରାତି ପ୍ରାୟ ସାଢେ ୧୦ଟା ବେଳେ ପୂର୍ବ ଶତ୍ରୁତାକୁ ନେଇ ଦୁଇଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଏଥିରେ ୨ଜଣ ଆହତ ହୋଇ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବା ବେଳେ ଜଣେ ଗୁରୁତରଙ୍କୁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି।
ବୁଆଁଳ ଗ୍ରାମର ରବିପ୍ରିୟ ବେହେରା (୨୪) ବାଲେଶ୍ୱର ସହରରୁ ୨ଜଣ ସାଙ୍ଗଙ୍କ ସହ ଘରକୁ ଫେରୁଥିଲେ। ମୁଣ୍ଡାପାଳ ହାଟ ନିକଟରେ ଅନ୍ୟଗୋଷ୍ଠୀର କେତେକ ଯୁବକ ତାଙ୍କୁ କଥାବାର୍ତ୍ତା କରିବା ବାହାନାରେ ଅଟକାଇଥିଲେ। ପୂର୍ବ ଘଟଣାକୁ କେନ୍ଦ୍ର କରି ସେମାନଙ୍କ ମଧ୍ୟରେ ଯୁକ୍ତିତର୍କ ଆରମ୍ଭ ହୋଇଥିଲା। କିଛି ସମୟ ପରେ ଅନ୍ୟ ଗୋଷ୍ଠୀର ୪ରୁ ୫ ଜଣ ଯୁବକ ମାରଣାସ୍ତ୍ର ସହ ସେଠାରେ ପହଞ୍ଚତ୍ ଆକ୍ରମଣ କରିଥିଲେ। ଖବରପାଇ ରବିପ୍ରିୟଙ୍କ କେତେକ ସହଯୋଗୀ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ। ଉଭୟ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଉଗ୍ରରୂପ ଧାରଣ କରିଥିଲା। ଏଥିରେ ରବିପ୍ରିୟ ଓ କୁଡ଼ିଆ ଗ୍ରାମର ବିଶ୍ୱଜିତ୍‌ ସାହୁଙ୍କ ମୁଣ୍ଡରେ ଭୁଜାଲିମାଡ଼ ହୋଇଥିବାବେଳେ ମୁନା ଜେନାଙ୍କ ହାତ ଓ ଶରୀରରେ ବିଭିନ୍ନ ସ୍ଥାନରେ କ୍ଷତ ହୋଇଛି। ୩ ଜଣ ଆହତଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ମାତ୍ର ମୁନାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି।
ଗତ ବାସନ୍ତୀ ପୂଜାରେ ଦୁଇଗ୍ରାମ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଏ ବାବଦରେ ଦୁଇ ପକ୍ଷରୁ ସଦର ଥାନାରେ ୩ ମାମଲା ରୁଜୁ ହୋଇଥିଲା। ପୋଲିସର ନୀରବତା ଓ ପୂର୍ବ ମାମଲାରେ କାହାରିକୁ ଗିରଫ କରା ନ ଯିବାରୁ ଗଣ୍ଡଗୋଳ ବଢ଼ି ବଢ଼ି ଚାଲିଛି। ଏପରିକି ଗତ ୩ ମାସରେ ପାରିକୁଳ, କୁଡ଼ିଆ, ଛତ୍ରପୁର, ବେଲବାରିଆ ଓ ବୁଆଁଳ ଗ୍ରାମ ମଧ୍ୟରେ ଛକାପଞ୍ଝା ଲାଗି ୫ଥର ଗଣ୍ଡଗୋଳ ଓ ଆକ୍ରମଣ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ସାହିରେ କାଳବୈଶାଖୀ: ବଜ୍ରପାତରେ ୨ମୃତ

ବଡ଼ସାହି, ୨୬ା୫(ସ୍ବ.ପ୍ର.)-ମୟୂରଭଞ୍ଜ ଜିଲା ବଡସାହି ଅଞ୍ଚଳରେ ଶନିବାର ଅପରାହ୍ନରେ କାଳବୈଶାଖୀ ତାଣ୍ଡବ ଖେଳାଇଛି। ଝଡବର୍ଷା ସାଙ୍ଗକୁ ବଜ୍ରପାତ ହେବାରୁ ୨ଜଣଙ୍କର ମୃତ୍ୟୁ ଘଟିଛି । ମୃତକମାନେ...

ବୋଲେରୋକୁ ଧକ୍କା ଦେଇ ୧୦ ଫୁଟ ତଳକୁ ଖସିଲା କଣ୍ଟେନର, ଜଣଙ୍କ ଜୀବନ ଗଲା, ତଳେ ଫସି ରହିଛନ୍ତି ୨

ବାଲେଶ୍ୱର ଅଫିସ,୧୮।୨: ବାଲେଶ୍ବର ଜିଲା ବସ୍ତା ଥାନା ଅନ୍ତର୍ଗତ ୬୦ ନମ୍ବର ଜାତୀୟ ରାଜପଥର ଗାନ୍ଧିଛକ ନିକଟରେ ବୋଲେରୋକୁ ଧକ୍କା ଦେଇ ୧୦ ଫୁଟ ତଳକୁ...

ବନ୍ଦ ହେଲା କୁଲଡ଼ିହା ଅଭୟାରଣ୍ୟ

ସଜନାଗଡ଼, ୪।୫(ଡି.ଏନ.ଏ.)-ବାଲେଶ୍ୱର ଜିଲା ନୀଳଗିରି ଉପଖଣ୍ଡରେ ଅବସ୍ଥିତ ପ୍ରକୃତିର ଗନ୍ତାଘର କୁଲଡ଼ିହା ଅଭୟାରଣ୍ୟ ପର୍ଯ୍ୟଟକଙ୍କ ପାଇଁ ବନ୍ଦ କରାଯାଇଛି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପ୍ରଶାସନ...

କଳା ପଲସର୍‌ ଆତଙ୍କ : ମହିଳାଙ୍କ ବେକରୁ ଝାମ୍ପିନେଲେ ସୁନା ହାର

ରୂପ୍‌ସା,୧୭।୪(ଡି.ଏନ.ଏ.): ବାଲେଶ୍ୱର ଜିଲା ରୂପ୍‌ସା ଥାନା ଅଞ୍ଚଳରେ କଳା ପଲସର୍‌ ଆତଙ୍କ ଦେଖିବାକୁ ମିଳିଛି। ଥାନା ପାଖ ବସ୍‌ଷ୍ଟାଣ୍ଡ ନିକଟରୁ ଜଣେ ମହିଳାଙ୍କ ବେକରୁ ଏକ...

ନିମ୍ନମାନର ରାସ୍ତାକୁ ନେଇ ଉତ୍ତେଜନା: କାମ ବନ୍ଦ କଲେ ଗ୍ରାମବାସୀ

ଖଇରା, ୨୧।୨(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ ନିର୍ମାଣାଧୀନ ଆଳଦା-କଇଥଗଡିଆ ପ୍ରଧାନମନ୍ତ୍ରୀ ସଡକ ଅତ୍ୟନ୍ତ ବେପରୁଆ ଭାବେ ଚାଲିଛି ା ବ୍ୟବହୃତ କଞ୍ଚମାଲ ଅତ୍ୟନ୍ତ ନିମ୍ନମାନର...

ଟୋକନକୁ ଚାହିଁ ବସିଛି ଚାଷୀ

ଖଇରା, ୪।୩ – ବାଲେଶ୍ୱର ଜିଲା ଅଧୀନ ଖଇରା ବ୍ଲକର ୧୪ଟି ସେବା ସମବାୟ ସମିତିରେ ଏବେ ଧାନ କିଣା ବନ୍ଦ ରହିଛି। ଫଳରେ ଧାନ...

ସିଂଲା ଥାନା ଅଞ୍ଚଳରେ ପୋଲିସର ଚଢ଼ାଉ: ୫୧ ଗ୍ରାମ ବ୍ରାଉନସୁଗାର ଜବତ, ଜଣେ ଗିରଫ

ବସ୍ତା, ୧୫ା୧(ଡି.ଏନ୍‌.ଏ.)- ବାଲେଶ୍ୱର ଜିଲା ସିଂଲା ଥାନା ପୋଲିସ ବୁଧବାର କାଦରାୟାଁ ଅଞ୍ଚଳରେ ଚଢାଉ କରି ୫୧ଗ୍ରାମ ବ୍ରାଉନ ସୁଗାର ଜବତ କରିଛି। ଘଟଣାରେ ଜଣେ...

ଶିଳାନ୍ୟାଶର ୭ ମାସ ବିତିଲା:ଆରମ୍ଭ ହୋଇପାରୁନି ରାସ୍ତା

ଖଇରା, ୯।୭(ଡି.ଏନ.ଏ)-ବାଲେଶ୍ୱର ଜିଲା ଖଇରା ବ୍ଲକ ମାଖନପୁର ପଞ୍ଚାୟତ ଅଧୀନ ସାଉଣ୍ଡିଆ ହରିଜନ ସାହି ରାସ୍ତା ନିର୍ମାଣ ପାଇଁ ଅର୍ଥ ମଞ୍ଜୁର ହେବାର ପାଖାପାଖି ୭ମାସ...

Advertisement
Archives

Model This Week