ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଲଗାଇଲେ ନିଆଁ: ମାଛପଡ଼ା ଗ୍ରାମରେ ୨୧ ବଖରା ଭସ୍ମ; ୨ ଅଟକ, ପୋଲିସ ଆହତ

ଡେଲାଙ୍ଗ,୧୨ା୧୧(ଡି.ଏନ.ଏ.)- ଡେଲାଙ୍ଗ ଥାନା ଅଧୀନସ୍ଥ ଗୁଆଳିପଡା ପଞ୍ଚାୟତର ମାଛପଡା ଗ୍ରାମରେ ସୋମବାର ବିଳମ୍ବିତ ରାତିରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଏକ ଅଗ୍ନିକାଣ୍ଡ ଘଟିଛି। ଏଥିରେ ୧୦ ପରିବାର ବାସହରା ହେବା ସହ ୨୧ବଖରା ପୋଡି ପାଉଁଶ ହୋଇଯାଇଛି। ଖବରପାଇ ଡେଲାଙ୍ଗ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ପ୍ରାୟ ୫ଘଣ୍ଟା ସମୟ ଲାଗିଯାଇଥିଲା। ଏହି ସମୟରେ ଗ୍ରାମର କେତେଜଣ ଉତ୍ତ୍ୟକ୍ତ ଲୋକେ ନିଆଁ ଲଗାଇଥିବା ଯୁବକଙ୍କ ଘରେ ପଶି ଆକ୍ରମଣ କରୁଥିବାବେଳେ ପୋଲିସ ପହଞ୍ଚତ୍ଥିଲେ ମଧ୍ୟ ଆକ୍ରୋଶର ଶିକାର ହୋଇ ଆହତ ହୋଇଛି। ଏହି ଘଟଣାରେ ପୋଲିସ ୨ଜଣକୁ ଅଟକ ରଖିଛି।

ସୂଚନା ଅନୁଯାୟୀ, ଗତ ଏକମାସ ତଳେ ଗ୍ରାମର ଭାଗୀରଥି ସ୍ବାଇଁଙ୍କ ପୁଅ ଲୁଲା ଓ ଗଗନ ନାୟକଙ୍କ ପୁଅ ସୁକୁଟା ଦୁହେଁ ସାଙ୍ଗ ହୋଇ ଡେଲାଙ୍ଗ ହାଟ ବଜାର ଯାଇଥିଲେ। ସୁକୁଟା ହାଟ ବଜାରରୁ ଲୁଲାକୁ ଛାଡି ଡାକପଡା ଜଣେ ବନ୍ଧୁଙ୍କୁ ଦେଖାକରିବାକୁ ଯାଇଥିଲା। ସାନଆଙ୍କୁଲା ନିକଟରେ ବାଇକ୍‌ ଦୁର୍ଘଟଣାରେ ସୁକୁଟାର ମୃତ୍ୟୁ ହୋଇଥିଲା। ଏହି ଘଟଣାକୁ ନେଇ ମୃତ ସୁକୁଟା ପରିବାର ଲୋକେ ଲୁଲାକୁ ଦୋଷ ଦେଇ ଆସୁଥିଲେ। ଏହାକୁ ନେଇ ଦୁଇ ପରିବାର ମଧ୍ୟରେ ଗାଳିଗୁଲଜ ହେଇଆସୁଥିଲା। ଗତ ସୋମବାର ସନ୍ଧ୍ୟାରେ ମୃତ ସୁକୁଟାର ବଡଭାଇ ଆଲୋକ (୩୦) ଗ୍ରାମ ଛକରେ ମଦ୍ୟପାନ କରି ଅସଭ୍ୟ ଭାଷାରେ ସ୍ବାଇଁ ପରିବାରକୁ ଗାଳିଗୁଲଜ କରିବା ସହ ଘର ପୋଡିଦେବା ପାଇଁ ଧମକ ଦେଇଥିଲା। ଏ ନେଇ ଗ୍ରାମ ବାସୀ ଆଲୋକକୁ ରାତି ୧୨ଟା ପର୍ଯ୍ୟନ୍ତ ଜଗିରହିଥିଲେ। ଅଧିକ ରାତି ହେବାରୁ ଗ୍ରାମବାସୀ ଶୋଇଯିବା ପରେ ବିଳମ୍ବିତ ରାତିରେ ଆଲୋକ ନିଆଁ ଲଗାଇଦେଇଥିବା ନେଇ ଲୁଲୁର ମାଆ ମୀନା ସ୍ବାଇଁ ଥାନାରେ ଅଭିଯୋଗ କରିଛନ୍ତି। ଅଗ୍ନିକାଣ୍ଡରେ କ୍ଷତିଗ୍ରସ୍ତ ହୋଇଥିବା କେତେକ ଯୁବକ ଉତ୍ତ୍ୟକ୍ତ ହୋଇ ଆଲୋକର ଘରେ ପଶି ଦାଦା ତନୟ ଓ ତପନ ନାୟକଙ୍କୁ ମାଡମାରୁଥିବାର ପୋଲିସ ପାଖରେ ଖବର ପହଞ୍ଚତ୍ଥିଲା। ଡେଲାଙ୍ଗ ଥାନା ଏଏସଆଇ ଭ୍ରମରବର ପାଇଟିଆଳ ଟିମ୍‌ ସହ ସଦଳବଳେ ଘଟଣାସ୍ଥଳରେ ପହଞ୍ଚତ୍ ୨ଜଣକୁ ଉଦ୍ଧାର କରିବା ସମୟରେ ଯୁବକମାନେ ପୋଲିସକୁ ମଧ୍ୟ ଆକ୍ରମଣ କରିଥିଲେ। ଏ ନେଇ ପୋଲିସକୁ ଆକ୍ରମଣ କରିଥିବା ଅଭିଯୋଗରେ କେସ ନଂ.୨୧୩/୧୯, ଘରପୋଡି ଦେବା ଅଭିଯୋଗରେ କେସ ନଂ.୨୧୪/୧୯ ପୃଥକ ଭାବେ ୨ଟି ମାମଲା ରୁଜୁ କରାଯାଇଛି। ଅଭିଯୁକ୍ତର ୨ଜଣ ଦାଦାଙ୍କୁ ପୋଲିସ ଅଟକ ରଖିଛି। ଗ୍ରାମରେ ଉତ୍ତେଜନା ଲାଗିରହିଥିବାରୁ ପୋଲିସ ମଧ୍ୟ ସେଠାରେ ସଜାଗ ରହିଛି। ଅଗ୍ନିବିପନ୍ନଙ୍କୁ ସ୍ଥାନୀୟ ତହସିଲଦାର ରାଜେନ୍ଦ୍ର କୁମାର ଆଚାରିଆ ଭେଟି ସମବେଦନା ଜଣାଇବା ସହିତ ପଲିଥିନ ପ୍ରଦାନ କରିଥିଲେ। ଜିଲା ପରିଷଦ ଦେବାଶିଷ ନନ୍ଦ ଓ ସ୍ଥାନୀୟ ସରପଞ୍ଚ କାଳନ୍ଦି ଜେନା ପହଞ୍ଚତ୍ ବିପନ୍ନଙ୍କୁ ନୂତନ ବସ୍ତ୍ର ପ୍ରଦାନ କରିଥିଲେ। ସେହିପରି ମହିଳା ମହାସଂଘ ପକ୍ଷରୁ ସଂଘ ସମ୍ପାଦିକା ବାସନ୍ତି ସାହୁ ବିପନ୍ନଙ୍କୁ ଛତୁଆ ପ୍ରଦାନ କରିଥିଲେ ା ଏହି ଅଗ୍ନିକାଣ୍ଡରେ ଭାଗିରଥି ସ୍ବାଇଁ, ପ୍ରତାପ ସ୍ବାଇଁ, ବିନୋଦିନୀ ସ୍ବାଇଁ, ଶୁଭଲକ୍ଷ୍ମୀ ସ୍ବାଇଁ, ସୁଲୋଚନା ଦେଇ, ପୂର୍ଣ୍ଣଚନ୍ଦ୍ର ଜେନା, ଶିବ ଜେନା ,ନବକିଶୋର ଜେନା, ଦେବେନ୍ଦ୍ର ଜେନା, ବସନ୍ତ ଜେନା, କୃଷ୍ଣଚନ୍ଦ୍ର ଜେନା, ସୁରେନ୍ଦ୍ର ଜେନା, ସରସ୍ବତୀ ଜେନା, ବିଚିତ୍ର ସ୍ବାଇଁ, ଲକ୍ଷ୍ମୀଧର ଜେନାଙ୍କ ୨୧ ବଖରା ସହ ଆସବାବପତ୍ର ପୋଡିଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମାନିଲେନି କଟକଣା: ପୁରୀରେ ମହାରାଷ୍ଟ୍ରର ଡାକ୍ତର ପରିବାର

ପୁରୀ ଅଫିସ,୨୫ା୭: କରୋନା ସଂକ୍ରମଣ ଏବେ ଦ୍ରୁତଗତିରେ ମାଡୁଛି। ପୁରୀ ଜିଲାରେ ବି ପଜିଟିଭଙ୍କ ସଂଖ୍ୟା ହୁ ହୁ ହୋଇ ବଢୁଛି। ତେଣୁ ସଂକ୍ରମଣକୁ ରୋକିବା...

ବିଶୋଧୀକରଣ ହେଲା ଶ୍ରୀମନ୍ଦିର ଚତୁଃପାର୍ଶ୍ୱ

ପୁରୀ ଅଫିସ,୧୧।୪: କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ଜିଲା ପ୍ରଶାସନ ପକ୍ଷରୁ ବିିଭନ୍ନ ପ୍ରକାର ପଦକ୍ଷେପ ନିଆଯାଉଛି। କିପରି ଏହି ମାରାତ୍ମକ ଭୂତାଣୁ ନ...

ମନ୍ତ୍ରୀ ସୁଶାନ୍ତ ସିଂଙ୍କ ହ୍ୟାଟ୍ରିକ:୨୩,୩୩୦ ଖଣ୍ଡ ଭୋଟରେ ବିଜୟୀ ହେଲେ

ସୋହେଲା/ଭଟଲି, ୨୪-୫(ଡି.ଏନ.ଏ):ବରଗଡ ଜିଲା ଭଟଲି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଚଳିତ ନିର୍ବାଚନରେ ଶ୍ରମ ଓ ଶକ୍ତିମନ୍ତ୍ରୀ ସୁଶାନ୍ତ ସିଂ ତୃତୀୟ ଥର ପାଇଁ ବିଜୟ ହାସଲ...

ଲକ୍‌ଡାଉନରେ ବନ୍ୟଜନ୍ତୁ ଶିକାର: ବାଇକ ସହ ବାର୍‌ହା ମାଂସ ଜବତ, ୨ ଗିରଫ

ବୁଗୁଡ଼ା,୭ା୬(ଡି.ଏନ.ଏ.)- ବୁଗୁଡ଼ା ସହର ମଦନମୋହନ ଛକଠାରେ ରବିବାର ବୁଗୁଡ଼ା ବନବିଭାଗ ତରଫରୁ ଚଢ଼ାଉ କରାଯାଇ ଏକ ବାଇକ ସହ ୫ କେଜି ବାର୍‌ହା ମାଂସ ଜବତ...

ଅଙ୍ଗନଓ୍ବାଡି କର୍ମୀଙ୍କ ମାଧ୍ୟମରେ ଗାଁକୁ ସଂକ୍ରମଣମୁକ୍ତ କରାଯାଇପାରିବ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୨୨ା୫ (ବ୍ୟୁରୋ): କେବଳ ଛୋଟପିଲା ଓ ଗର୍ଭବତୀ ମା’ଙ୍କ ପୋଷଣ ତଥା ସ୍ବାସ୍ଥ୍ୟରକ୍ଷା ପାଇଁ ନୁହେଁ, ବରଂ କୋଭିଡ୍‌ ପରିସ୍ଥିତି ମଧ୍ୟରେ ଗତ ଏକ...

୩ ଜିଲାକୁ ରେଡ୍‌ ଓ୍ବାର୍ଣ୍ଣିଂ, ୨୪ ଘଣ୍ଟା ମଧ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର, ୨୯।୭(ବ୍ୟୁରୋ): ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ତେବେ ଏହା ମଧ୍ୟରେ ୩ ଜିଲାକୁ ପାଣିପାଗ ବିଭାଗ ପକ୍ଷରୁ ରେଡ୍‌ ଓ୍ବାର୍ଣ୍ଣିଂ ଜାରି...

ସାଢେ ୩ କୋଟିଙ୍କୁ ସ୍ମାର୍ଟ ହେଲ୍‌ଥ କାର୍ଡ

ଭୁବନେଶ୍ୱର,୧୭।୮(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରବିବାର ୭୫ ତମ ସ୍ବାଧୀନତା ଦିବସ ଅବସରରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ହିତାଧିକାରୀଙ୍କ ପାଇଁ ସ୍ମାର୍ଟ ହେଲ୍‌ଥ କାର୍ଡର...

ଲୁହାପଥର ଗୁଣ୍ଡରେ ହେଉଛି ରାସ୍ତା ମରାମତି : ସରକାର ହରାଉଛନ୍ତି ରାଜସ୍ବ

ଯୋଡ଼ା,୧୮।୭(ଡି.ଏନ.ଏ.)-କେନ୍ଦୁଝର ଜିଲା ଯୋଡ଼ା ଖଣିମଣ୍ଡଳରେ ରାସ୍ତାରେ ଥିବା ଖାଲଢିପକୁ ପୋତିବା ପାଇଁ ଖଣିଜ ପଦାର୍ଥ ବ୍ୟବହାର କରାଯାଉଛି। ଯୋଡ଼ା ଖଣିମଣ୍ଡଳର ଜୁରୁଡ଼ି-ବାମେବାରୀ ରାଜ୍ୟ ରାଜପଥ ନଂ...

Advertisement
Archives

Model This Week