ପୂର୍ବରୁ ଦୁଇଥର ଗଡ଼ିନି ସର୍ବୋଚ୍ଚ ରଥ

କେନ୍ଦୁଝରର ଆରାଧ୍ୟ ଦେବତା ଶ୍ରୀଶ୍ରୀ ବଳଦେବଜୀଉ। ସେ ବଡଠାକୁର ଭାବେ ବିଦିତ ହୋଇଥିଲେବି ଏଠାରେ ତାଙ୍କ ରଥର ନାମ ନନ୍ଦିଘୋଷ। ଚଳିତ ବର୍ଷ କରୋନା ମହାମାରୀକୁ ନେଇ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଏଠାରେ ରଥଯାତ୍ରା ହେବନାହିଁ। ଅର୍ଥାତ କେନ୍ଦୁଝରର ବଡଦାଣ୍ଡରେ ଏବର୍ଷ ଗଡିବନି ସର୍ବୋଚ୍ଚ ରଥ । ପୂର୍ବରୁ ବିଭିନ୍ନ କାରଣରୁ ଏଭଳି ଦୁଇ ଥର ରଥ ଟଣା ହୋଇ ନ ଥିବା କୁହାଯାଏ ।
ଏଠାକାର ଶ୍ରୀଶ୍ରୀବଳଦେବଜୀଉ ମନ୍ଦିର ଓ ରଥଯାତ୍ରା ସଂସ୍କୃତି ପ୍ରାୟ ୪୦୦ ବର୍ଷର ପୁରୁଣା । ‘ଏକଦା ରଥଯାତ୍ରା ସମୟରେ ଶ୍ରୀଜୀଉଙ୍କୁ ରଙ୍ଗ ଦିଆଯାଇନଥିଲା ।
ସେ ସମୟରେ ଚିତ୍ରକାର ମାନେ ସଦର ବ୍ଲକର ମହାଦେଇଯୋଡାରେ ରହୁଥିଲେ ।  ଝଡତୋଫାନ ହେବାରୁ ଆସି ପାରିଲେନି ।  ଏଭଳି ଅବହେଳା ପାଇଁ ରାଜା ସେମାନଙ୍କୁ ବେତ ମାଡ କରି ଦଣ୍ଡିତ କଲେ  କାହିଁକି ବେତ ମାଡ କଲେ ବୋଲି ପ୍ରଶ୍ନ କରି ଚିତ୍ରକାରମାନେ କ୍ଷୁବ୍ଧ ହୋଇ ରଙ୍ଗ ଲଗାଇବାକୁ ଅରାଜି ହେଲେ ।  ଫଳରେ ରଥଯାତ୍ରାରେ ସମସ୍ୟା ଦେଖାଦେଇଥିଲା । ଶ୍ରୀଜୀଉମାନଙ୍କୁ ରଥ ଉପରକୁ ନିଆଯାଇଥିଲା କିନ୍ତୁ ରଥ ଟଣା ହୋଇ ପାରିନଥିଲା । ଏହା ପରେ ଏଭଳି ସମସ୍ୟା ଆଗକୁ ଯେପରି ନ ହୁଏ ସେଥିପାଇଁ ରାଜା ଛଅ ଚିତ୍ରକାର ପରିବାରକୁ ପୁରୁଣା ବଜାରକୁ ଆଣି ମନ୍ଦିର ନିକଟରେ ଥଇଥାନ କଲେ ବୋଲି ବୋଲି କୁହନ୍ତି ସଂଗ୍ରାହକ ସୁଜିତ ପଟ୍ଟନାୟକ । ଅପରପକ୍ଷରେ ଏଠାକାର ରଥଯାତ୍ରା ଭୂୟାଁ ଜନଜାତି ସଂସ୍କୃତି ସହିତ ଜଡିତ। ତେବେ ଏଠାରେ ଧରଣୀଧର ଭୂୟାଁଙ୍କ ମେଳି ହୋଇଥିବା ସମୟରେ ଗୋଟିଏ ବର୍ଷ ରଥ ଟଣା ବନ୍ଦ ରହିଥିଲା ବୋଲି କେନ୍ଦୁଝର ରାଜା ଧନଞ୍ଜୟ ନାରାୟଣ ଭଞ୍ଜଦେଓ ମତ ଦିଅନ୍ତି।
-ନରେଶ ଚନ୍ଦ୍ର ପଟ୍ଟନାୟକ


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ନୂଆବର୍ଷରେ IAS ସ୍ତରରେ ବଡ଼ଧରଣ ଅଦଳବଦଳ, ବଦଳାଇଲେ ଏହି ଜିଲାପାଳ

ଭୁବନେଶ୍ୱର,୧।୧: ନୂଆବର୍ଷର ପ୍ରଥମ ଦିନରେ ରାଜ୍ୟ ପ୍ରଶାସନିକ ସ୍ତରରେ ଏକ ବଡ଼ଧରଣର ଅଦଳବଦଳ କରାଯାଇଛି। ବରିଷ୍ଠ IAS ଅଧିକାରୀମାନଙ୍କୁ ନୂତନ ଦାୟିତ୍ୱ ପ୍ରଦାନ କରିଛନ୍ତି ରାଜ୍ୟ...

ଆରଡିସିଙ୍କ ଘୋଷଣା: ୫ତାରିଖ ବରଗଡ଼ ଉପଖଣ୍ଡରେ…

ମଥୁରାନଗରୀ,୧।୧(ପ୍ରେମାନନ୍ଦ ଖମାରୀ)- ବରଗଡ଼ରେ ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଚାଲିଛି। ଏହି ମହୋତ୍ସବ ଆସନ୍ତା ୩ତାରିଖ ଶନିବାର କଂସବଧ ସହିତ ସରିବ। ତିଥି...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri