Posted inଖେଳ

ପୂର୍ବତନ ଚାମ୍ପିୟନ ବକ୍ସରଙ୍କ ମୃତ୍ୟୁ

ଲସ ଏଞ୍ଜେଲ୍ସ,୧୮।୩- ଦୁଇ ଥର ବିଶ୍ୱ ଚାମ୍ପିୟନ ବକ୍ସର ରୋଜର ମେହ୍ବେଦରଙ୍କ ବୁଧବାର ପରଲୋକ ଘଟିଛି। ୫୮ ବର୍ଷୀୟ ବକ୍ସର ରିଙ୍ଗରୁ ଅବସର ନେବା ପରେ ଟ୍ରେନର ଭାବେ କାର୍ଯ୍ୟ କରିଥିଲେ। ସେ କିମ୍ବଦନ୍ତୀ ବକ୍ସର ଫ୍ଲଏଡ ମେହ୍ବେଦରଙ୍କ ଅଙ୍କଲ ଥିଲେ। ରିଙ୍ଗ ବାହରେ ହେଉ କି ଭିତରେ ମୋ ଜୀବନରେ ଅଙ୍କଲଙ୍କ ସ୍ଥାନ ଗୁରୁତ୍ୱପୂର୍ଣ୍ଣ ଥିଲା। ସେ ଜଣେ ଚାମ୍ପିୟନ ଓ ଶ୍ରେଷ୍ଠ ଟେନର ଥିଲେ। ଦୁର୍ଭାଗ୍ୟବଶତଃ, କିଛି ବର୍ଷ ହେଲା ତାଙ୍କ ସ୍ବାସ୍ଥ୍ୟବସ୍ଥା ଭଲ ନ ଥିଲା ବୋଲି ଫ୍ଲଏଡ କହିଛନ୍ତି। ଫ୍ଲଏଡଙ୍କ ଟ୍ରେନର ଥିଲେ ରୋଜର। ତାଙ୍କ ନେତୃତ୍ୱରେ ଫ୍ଲଏଡ ନିଜ ଜାଜ୍ୱଲ୍ୟମୟ କ୍ୟାରିୟରରେ ବହୁ ସଫଳତା ପାଇଛନ୍ତି। ରୋଜରଙ୍କ ଡାଇବେଟିସ ସମସ୍ୟା ଥିଲା। ସେ ସୁପର ଓ୍ବେଟ ଓ ସୁପର ଲାଇଟଓ୍ବେଟ ଟାଇଟଲ ହାସଲ କରିଥିଲେ। ୨୦ ବର୍ଷର କ୍ୟାରିୟରରେ ସେ ୫୯ ମ୍ୟାଚ୍‌ ଜିତିଥିଲେ। ଜୁଲିଓ ସିଜର ଚାଭେଜ ଓ ପରନେଲ ହ୍ବିଟେକରଙ୍କୁ ହରାଇବା ତାଙ୍କ କ୍ୟାରିୟର ଉଲ୍ଲେଖନୀୟ ଘଟଣା ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଘର ଭିତରୁ ମିଳିଲା ମହିଳାଙ୍କ ଗଳିତ ମୃତଦେହ, ବଢ଼ିଲା ହତ୍ୟା ସନ୍ଦେହ

ବ୍ରଜରାଜନଗର,୨୦।୨(ବିଜୟ ବରାଡ଼): ଝାରସୁଗୁଡ଼ା ଜିଲା ଓରିଏଣ୍ଟ ଥାନା ଅନ୍ତର୍ଗତ ସାନଯୋବ ହନୁମାନ ମନ୍ଦିରପଡ଼ାରେ ରହୁଥିବା ଜଣେ ମହିଳାଙ୍କ ଗଳିତ ମୃତଦେହ ପୋଲିସ ଜବତ କରିଛି। ମୃତକ ହେଲେ…

ଆଗାମୀ ଦୁଇଦିନ ବଜ୍ରପାତ ସହ ପ୍ରବଳ ବର୍ଷା! ଏସବୁ ଜିଲାକୁ ହାଇ ଆଲର୍ଟ…

ନୂଆଦିଲ୍ଲୀ,୨୦।୨: ୨୪ ଘଣ୍ଟା ଭିତରେ ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଅନୁଭୁତ ହୋଇଛି । ଭାରତୀୟ ପାଣିପାଗ ବିଭାଗ (IMD) ଅନୁଯାୟୀ ଆଗାମୀ ୨…

ଆଲୋକମାଳାରେ ଝଲସୁଛି ବ୍ରାହ୍ମଣୀଗାଁ: ନାମଯଜ୍ଞରେ କମ୍ପୁଛି ମୁକ୍ତେଶ୍ୱରଙ୍କ ପୀଠ

ଦାରିଙ୍ଗବାଡ଼ି/ବ୍ରାହ୍ମଣୀଗାଁ,୨୦ା୨ଅରୁଣ ସାହୁ/ମନୋରଞ୍ଜନ ରଣା): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁଠାରେ ଶ୍ରୀ ଶ୍ରୀ ମୁକ୍ତେଶ୍ୱର ମହାରୁଦ୍ରଙ୍କ ଜୀର୍ଣ୍ଣୋଦ୍ଧାର ଭବ୍ୟ ମନ୍ଦିର ଓ ହନୁମାନଙ୍କ ବିଗ୍ରହ ପ୍ରତିଷ୍ଠା ମହାସମାରୋହ…

ବକ୍ସାଇଟ୍‌ ଖଣି ଖନନ ପାଇଁ ଗ୍ରାମସଭା, ଏଥିରେ ରହିଛି ମୃତକଙ୍କ ଦସ୍ତଖତ, ପ୍ରତିବାଦରେ ଉତ୍ତେଜନା

ନନ୍ଦପୁର,୨୦ା୨(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ବାଲଡ଼ା ନାଗେଶ୍ୱରୀ ପାହାଡ଼ ବକ୍ସାଇଟ ଖଣି ଖନନ ପାଇଁ ଗତ ଅକ୍ଟୋବର ୯ ତାରିଖରେ ବାଲଡ଼ା ଓ ବନୁରରେ…

Holi 2026: ମାର୍ଚ୍ଚ ୩ ନା ୪, ଏ ବର୍ଷ କେବେ ଖେଳିବେ ହୋଲି? ଜ୍ୟୋତିଷ କହିଦେଲେ…

ପ୍ରତିବର୍ଷ ଫାଲଗୁନ ମାସର ପୂର୍ଣ୍ଣିମା ଦିନ ରାତିରେ ହୋଲିକା ଦହନ କରାଯାଏ। ହୋଲିକା ଦହନ ପର୍ୱକୁ ମିଥ୍ୟା ଉପରେ ସତ୍ୟର ବିଜୟର ପ୍ରତୀକ ଭାବରେ ବିବେଚନା କରାଯାଏ।…

ଖୁବଶୀଘ୍ର ଭାରତ ଆସିବେ ଟ୍ରମ୍ପ! ଏହା ପୂର୍ବରୁ ହେଲା ବଡ଼ ଡିଲ୍‌

ନୂଆଦିଲ୍ଲୀ/ଓ୍ବାଶିଂଟନ,୨୦।୨: ଭାରତ ଆମେରିକା ନେତୃତ୍ୱାଧୀନ ପାକ୍ସ ସିଲିକା ପଦକ୍ଷେପରେ ସାମିଲ ହୋଇଛି। ନୂଆଦିଲ୍ଲୀରେ ପାକ୍ସ ସିଲିକା ଘୋଷଣାପତ୍ର ସ୍ବାକ୍ଷର ସମାରୋହରେ ଭାରତରେ ଥିବା ଆମେରିକୀୟ ରାଷ୍ଟ୍ରଦୂତ ସର୍ଗିଓ…

ରୁଟି କେଉଁଠୁ ଆସିଥିଲା? ଭାରତ ସହ କ’ଣ ରହିଛି ଲିଙ୍କ୍‌…

ରୁଟି ହେଉଛି ମଣିଷଜାତିର ସବୁଠାରୁ ପୁରୁଣା ଖାଦ୍ୟ ମଧ୍ୟରୁ ଗୋଟିଏ। ଏହା ସଭ୍ୟତାର ଉତ୍ଥାନ ସହିତ ଗଭୀର ଭାବରେ ଜଡିତ। ଆଜି ରୁଟିକୁ ଭାରତୀୟ ଖାଦ୍ୟର ଏକ…

କଣାସରେ ପଶିଲା ଗୋଠଛଡ଼ା ହାତୀ

କଣାସ,୨୦ା୨(ବିଭୂତି ଭୂଷଣ ତ୍ରିପାଠୀ): ପ୍ରତ୍ୟେକ ବର୍ଷ ଧାନ ଫସଲ ଖାଇବା ପାଇଁ ବରୁଣେଇ ଜଙ୍ଗଲରୁ ହାତୀମାନେ କଣାସ ବ୍ଲକର ବିଭିନ୍ନ ପଞ୍ଚାୟତକୁ ଆସି ବ୍ୟାପକ ଫସଲ କ୍ଷତିଗ୍ରସ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri