Posted inଖେଳ

ପୂର୍ଣ୍ଣିମାଙ୍କ ଅଭିଯାନ ଆରମ୍ଭ

ଭୁବନେଶ୍ୱର, ୨୩।୪(କ୍ରୀଡ଼ା ପ୍ରତିନିଧି)- କାତାରର ଦୋହାଠାରେ ଚାଲିଥିବା ଏସିଆନ ଆଥଲେଟିକ୍ସ ଚାମ୍ପିୟନଶିପ୍‌ରେ ଓଡ଼ିଶାର ପୂର୍ଣ୍ଣିମା ହେମ୍ବ୍ରମଙ୍କ ହେପ୍‌ଟାଥଲନ ଇଭେଣ୍ଟ ଆରମ୍ଭ ହୋଇଛି। ସୋମବାର ଦ୍ୱିତୀୟ ଦିବସରେ ପ୍ରଥମେ ଅନୁଷ୍ଠିତ ୧୦୦ ମିଟର ହର୍ଡଲ୍ସରେ ପୂର୍ଣ୍ଣିମା ୧୩.୭୯ ସେକେଣ୍ଡ ସମୟ ନେଇ ନିଜ ୧ ନମ୍ବର ହିଟ୍‌ରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି। ଏଥିରୁ ତାଙ୍କୁ ୧୦୦୮ ପଏଣ୍ଟ ମିଳିଛି। ଏଥିରେ ଭାଗ ନେଇଥିବା ଭାରତର ସ୍ବପ୍ନା ବର୍ମନ ୧୪.୦୦ ସେକେଣ୍ଡ ସମୟ ନେଇ ହିଟ୍‌-୨ରେ ତୃତୀୟ ସ୍ଥାନରେ ରହିଛନ୍ତି। ଫଳରେ ସେ ୯୭୮ ପଏଣ୍ଟ ହାସଲ କରିଛନ୍ତି। ହେପ୍‌ଟାଥଲନର ଦ୍ୱିତୀୟ ଇଭେଣ୍ଟ ହାଇଜମ୍ପରେ ପୂର୍ଣ୍ଣିମା ୧.୬୮ ମିଟର କ୍ଲିୟର କରି ୬ଷ୍ଠ ସ୍ଥାନ ପାଇଛନ୍ତି। ଏଥିରୁ ସେ ୮୩୦ ପଏଣ୍ଟ ପାଇଥିବାରୁ ତାଙ୍କର ମୋଟ ପଏଣ୍ଟ ସଂଖ୍ୟା ୧୮୩୮ରେ ପହଞ୍ଚତ୍ଛି। ଏହି ଇଭେଣ୍ଟରେ କିନ୍ତୁ ସ୍ବପ୍ନା ବାଜିମାରି ୧.୮୩ ମିଟର କ୍ଲିୟନ କରିବା ସହ ପ୍ରଥମସ୍ଥାନ ଅଧିକାର କରିଛନ୍ତି। ଫଳରେ ତାଙ୍କୁ ଏଥିରୁ ୧୦୧୬ ପଏଣ୍ଟ ମିଳିଛି ଏବଂ ତାଙ୍କ ପଏଣ୍ଟ ସଂଖ୍ୟା ୧୯୯୪ ହୋଇ ଯାଇଛି। ଶଟ୍‌ପୁଟ ଇଭେଣ୍ଟରେ ପୂର୍ଣ୍ଣିମା ୧୧.୫୮ ମିଟର ସହ ୬୩୩ ପଏଣ୍ଟ ପାଇଥିବାବେଳେ ସ୍ବପ୍ନା ୧୨.୭୬ ମିଟର ସହିତ ୭୧୧ ପଏଣ୍ଟ ପାଇଛନ୍ତି। ସେହିପରି ୨୦୦ ମିଟରରେ ପୂର୍ଣ୍ଣିମା ୨୫.୫୫ ସେକେଣ୍ଡ ସମୟ ନେଇ ୮୩୭ ଓ ସ୍ବପ୍ନା ୨୫.୭୯ ସେକେଣ୍ଡ ସହ ୮୧୬ ପଏଣ୍ଟ ପାଇଛନ୍ତି। ୪ ଇଭେଣ୍ଟ ପରେ ଓଭରଅଲ୍‌ ସ୍ବପ୍ନା ୩୫୨୧ ପଏଣ୍ଟ ସହିତ ୩ୟ ଓ ପୂର୍ଣ୍ଣିମା ୩୩୦୮ ପଏଣ୍ଟ ସହ ୫ମ ସ୍ଥାନରେ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କୋହଲିଙ୍କ ସହ ଏହି ଖେଳାଳିଙ୍କୁ ରଖିପାରେ ଆରସିବି

ବାଙ୍ଗାଲୋର,୨୫।୧୧: ଆଇପିଏଲର ମେଗା ଅକଶନ ପୂର୍ବରୁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ତା’ର ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କୁ ରିଟେନ କରିବା ନିଶ୍ଚିତ। କିନ୍ତୁ କୋହଲିଙ୍କ...

ଇଣ୍ଡିଆନ ସୁପର୍‌ ଲିଗ୍‌: ଘରୋଇ ଗ୍ରାଉଣ୍ଡରେ ୨ୟ ବିଜୟ ଲକ୍ଷ୍ୟରେ ଓଡ଼ିଶା

ଭୁବନେଶ୍ୱର, ୬।୧ (ସ୍ପୋଟର୍‌ସ ବ୍ୟୁରୋ)- ଇଣ୍ଡିଆନ ସୁପର୍‌ ଲିଗ୍‌ (ଆଇଏସ୍‌ଏଲ୍‌)ର ୬ଷ୍ଠ ସଂସ୍କରଣର ଏକ ମୁକାବିଲାରେ ସୋମବାର ଘରୋଇ ଓଡ଼ିଶା ଏଫ୍‌ସି ୨ଥରର ଚାମ୍ପିୟନ ଚେନ୍ନାଇନ...

କାର ଦୁର୍ଘଟଣାରେ ଟାଇଗର ଉଡ୍ସ ଗୁରୁତର

ଲସ୍‌ ଏଞ୍ଜେଲ୍ସ, ୨୫।୨ (ପି.ଟି.): ଆମେରିକୀୟ ଗଲ୍ଫ ସୁପରଷ୍ଟାର ଟାଇଗର ଉଡର୍‌ସ କାର ଦୁର୍ଘଟଣାରେ ଗୁରୁତର ଭାବେ ଆହତ ହୋଇଛନ୍ତି। ତାଙ୍କ ଦୁଇ ଗୋଡ଼ରେ ଗଭୀର...

ପଞ୍ଜାବକୁ ହରାଇ ହାଇଦ୍ରାବାଦ ତୃତୀୟ

ଦୁବାଇ, ୯।୧୦: ଅଧିନାୟକ ଡେଭିଡ ଓ୍ବାର୍ନର ଓ ଜନି ବେୟାରଷ୍ଟୋଙ୍କ ଶତକୀୟ ଭାଗୀଦାରି ପରେ ବୋଲରଙ୍କ ପ୍ରଭାବୀ ପ୍ରଦର୍ଶନ ଯୋଗୁ ସନ୍‌ରାଇଜର୍ସ ହାଇଦ୍ରାବାଦ ଇଣ୍ଡିଆନ ପ୍ରିମିୟର...

କଷ୍ଟରେ ୨୦୦ ପାର କଲା ଭାରତ

ଜୋହାନ୍ସବର୍ଗ,୩।୧: ଅଧିନାୟକ ଲୋକେଶ ରାହୁଲଙ୍କ ଅର୍ଦ୍ଧଶତକ ସତ୍ତ୍ୱେ ଟିମ୍‌ ଇଣ୍ଡିଆ ପ୍ରଥମ ଇନିଂସରେ ୨୦୨ ରନ୍‌ରେ ସୀମିତ ରହିଛି। ପୂର୍ବ ମ୍ୟାଚ୍‌ ଭଳି ଏଥର ବି...

ବିସିସିଆଇ ଅଧ୍ୟକ୍ଷ ହେବା ପରେ ଶ୍ୱଶୁର ରୋଜର ବିନ୍ନିଙ୍କୁ ସ୍ବତନ୍ତ୍ର ଭାବେ ଶୁଭେଚ୍ଛା ଜଣାଇଲେ ବୋହୂ

ନୂଆଦିଲ୍ଲୀ,୧୯।୧୦: ଭାରତର ୧୯୮୩ ବିଶ୍ୱକପ୍‌ ବିଜେତା ଟିମ୍‌ର ସଦସ୍ୟ ଥିବା ରୋଜର ବିନ୍ନିଙ୍କୁ ମଙ୍ଗଳବାର ବିସିସିଆଇର ୩୬ତମ ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି। ଦୁନିଆର ସବୁଠାରୁ...

ମାଞ୍ଚେଷ୍ଟର ସିଟିଠାରୁ ୪-୦ରେ ହାରିଲା ଲିଭରପୁଲ

ମାଞ୍ଚେଷ୍ଟର,୩।୭(ଏପି): ୩୦ ବର୍ଷପରେ ଇଂଲିଶ୍‌ ପ୍ରିମିୟର ଲିଗ୍‌ ହାସଲ କରିଥିବା ଲିଭରପୁଲ ଏକ ବୃହତ୍‌ ପରାଜୟ ବରଣ କରିଛି। ଗୁରୁବାର ଖେଳାଯାଇଥିବା ଇଂଲିଶ୍‌ ପ୍ରିମିୟର ଲିଗ୍‌ର...

ଟସ୍‌ ଜିତି ପଞ୍ଜାବର ବୋଲିଂ ନିଷ୍ପତ୍ତି

ମୁମ୍ବାଇ,୧୬।୫: ମୁମ୍ବାଇର ଡି ଓ୍ବାଇ ପାଟିଲ ସ୍ପୋଟର୍‌ସ ଏକାଡେମୀରେ ସୋମବାର ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ୬୪ତମ ମ୍ୟାଚ ପଞ୍ଜାବ କିଙ୍ଗ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ...

Advertisement
Archives

Model This Week