ପୂର୍ଣ୍ଣାଙ୍ଗ ହୋଇପାରିଲାନି ଜରାବ୍ୟାଧି ଚିକିତ୍ସା କେନ୍ଦ୍ର: ଅଧିକ ଅନୁଦାନକୁ ମନା କଲେ ସରକାର

ନୟାଗଡ଼ ଅଫିସ, ୩ା୨(ଲୋକନାଥ ମିଶ୍ର): ପରିବର୍ତ୍ତିତ ପ୍ଲାନକୁ ଅନୁମୋଦନ ନ କରି ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟରେ ଜରାବ୍ୟାଧି ଚିକିତ୍ସା କେନ୍ଦ୍ର ନିର୍ମାଣ କରାଯାଇଥିବା ଅଭିଯୋଗ ହୋଇଛି। ୪୦ଲକ୍ଷ ଟଙ୍କାର ଏହି ଘୋଟାଲା ଉପରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଅଭିଯୋଗ ହୋଇଛି। ଏପରିସ୍ଥଳେ ପ୍ଲାନ ଆପ୍ରୁଭ ନ ହୋଇ ନିର୍ମାଣ ହୋଇଥିବାରୁ ଅଧିକ ଅନୁଦାନ ଯୋଗାଇବାକୁ ସରକାର ମନା କରିଛନ୍ତି। ଫଳରେ ଜରାବ୍ୟାଧି ଚିକିତ୍ସାକେନ୍ଦ୍ର ଅପୂର୍ଣ୍ଣାଙ୍ଗ ହୋଇ ପଡିରହିଛି।
ସାରା ରାଜ୍ୟରେ ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଏକା ପ୍ରକାରର ଜରାବ୍ୟାଧି ଚିକିତ୍ସା କେନ୍ଦ୍ର ନିର୍ମାଣ କରାଯିବା ପାଇଁ ସରକାର ନିର୍ଦ୍ଦେଶ ଦେଇଥିଲେ। ଏଥିପାଇଁ ସରକାର ୨୦୧୭-୧୮ ଆର୍ଥିକବର୍ଷରେ ନୟାଗଡ଼ ଜିଲା ପାଇଁ ୪୦ ଲକ୍ଷ ଟଙ୍କା ଅନୁଦାନ ଯୋଗାଇ ଦେଇଥିଲେ। ତେବେ ନିର୍ମାଣ ସମୟରେ ହଠାତ୍‌ ପ୍ଲାନ ବଦଳାଗଲା। ଏଥିପାଇଁ ଉଚ୍ଚ କର୍ତ୍ତୃପକ୍ଷଙ୍କ ଅନୁମତି ନିଆଯାଇ ନ ଥିବା ଜଣାପଡିଛି।

ଦୋଷ ଲୁଚାଇବାକୁ ୩୪ କୋଟିର ଢାଲ
ଜରାବ୍ୟାଧି ଚିକିତ୍ସାକେନ୍ଦ୍ରର ଅନିୟମିତତାକୁ ଲୁଚାଇବାକୁ ୩୪ କୋଟି ଟଙ୍କାର ଅନୁଦାନକୁ ବିନିଯୋଗ କରିବାକୁ ଆରମ୍ଭ ହୋଇଛି ପ୍ରଚେଷ୍ଟା। ଯେଉଁ ସ୍ଥାନରେ ଜରାବ୍ୟାଧି ଚିକିତ୍ସାକେନ୍ଦ୍ର ନିର୍ମାଣ କରାଯାଇଛି ଫ୍ଲାଏ ଓଭର କରି ତା’ ଉପରେ ୧୦୦ ଶଯ୍ୟା ବିଶିଷ୍ଟ ବହୁତଳ କୋଠା ନିର୍ମାଣ କରିବାକୁ ପ୍ଲାନ ପ୍ରସ୍ତୁତ ହୋଇଥିବା ସ୍ବାସ୍ଥ୍ୟ ବିଭାଗର ଜଣେ କର୍ମଚାରୀ ନାମ ଗୋପନ ରଖି ପ୍ରକାଶ କରିଛନ୍ତି। ସରକାର ମୋ ସରକାର ଯୋଜନାରେ ୧୦୦ ଶଯ୍ୟା ବିଶିଷ୍ଟ ବହୁତଳ କୋଠା ନିର୍ମାଣ କରିବାକୁ ଅନୁଦାନ ଯୋଗାଇ ଦେଇଛନ୍ତି। ଯଦି ଏହା ନିର୍ମାଣ ହୁଏ ତେବେ ଏଠାକୁ ଯିବାକୁ ରାସ୍ତା ରହିବ ନାହିଁ । ରୋଗୀ ହଟହଟା ହେବେ। ପୁଣି କୋଟି କୋଟି ଟଙ୍କା ପାଣିରେ ପଡିବ। ଉକ୍ତ ସ୍ଥାନରେ ମାତୃ ଓ ଶିଶୁ ହସ୍ପିଟାଲ ନିର୍ମାଣ ପାଇଁ ଉଦ୍ୟମ ହେଉଥିବାବେଳେ ପ୍ରତିବାଦ ହୋଇଥିଲା । ଅନ୍ୟପକ୍ଷେ ପୁରୁଣା ସର୍ଜରି କାର୍ଯ୍ୟାଳୟକୁ ଭାଙ୍ଗି ସେଠାରେ ୧୦୦ ଶଯ୍ୟା ବିଶିଷ୍ଟ ବହୁତଳ କୋଠା ନିର୍ମାଣ କରିବାକୁ ଦାବି ହେଉଛି। ସ୍ବାସ୍ଥ୍ୟସେବା ଉନ୍ନତି ପାଇଁ ସରକାର କୋଟି କୋଟି ଟଙ୍କା ଅନୁଦାନ ଯୋଗାଉଥିଲେ ମଧ୍ୟ ଏହାର ସଦ୍‌ବିନିଯୋଗ ହେଉ ନ ଥିବାରୁ ଏବେ ପ୍ରତିବାଦ ଆରମ୍ଭ ହୋଇଛି।

କାନ୍ଥ ଓ ରାସ୍ତାରେ ମଇଳା ଖଣ୍ଡ
ସରକାର ସ୍ବାସ୍ଥ୍ୟସେବାକୁ ଲୋକାଭିମୁଖୀ କରିବାକୁ ଗୁରୁତ୍ୱ ଦେଉଛନ୍ତି। ହେଲେ ପରିଚାଳନାଗତ ତ୍ରୁଟି କାରଣରୁ ଏଠାରେ ରୋଗୀ ରୋଗ କିଣୁଛନ୍ତି। ମେଡିସିନ ୱାର୍ଡ କାନ୍ଥ ଓ ଡ୍ରେନରେ ପାଇଖାନାରୁ ମଇଳା ଆସି ଜମା ହୋଇ ଦୁର୍ଗନ୍ଧ ବାହାରୁଛି। ଏହି ସମସ୍ୟା ପ୍ରାୟ ୧ବର୍ଷରୁ ଊର୍ଦ୍ଧ୍ୱ ହୋଇଥିଲେ ହେଁ ଏହାର ସମାଧାନ କରାଯାଉ ନ ଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି । ଉକ୍ତ ମଇଳା ସେଫ୍ଟିଟ୍ୟାଙ୍କରେ ଯିବାକୁ ବ୍ୟବସ୍ଥା କରାଯିବା ଦରକାର । କିନ୍ତୁ ଏହାକରା ନ ଯିବାରୁ ୭ରୁ ୮ ଫୁଟ ଦୂରରେ ଥିବା ଭୂତଳ ଜଳଭଣ୍ଡାରର ଜଳ ଉପରେ ଏହାର ପ୍ରଭାବ ପଡୁଛି । ଏହି ଜଳକୁ ଜିଲା ମୁଖ୍ୟ ଚିକିତ୍ସାଳୟର ରୋଗୀଙ୍କୁ ଯୋଗାଣ ହେଉଛି।
ମେଡିସିନ୍‌ ୱାର୍ଡର କାନ୍ଥ ଓ ଡ୍ରେନରେ ମଇଳା ଖଣ୍ଡ ପଡିବା ସମ୍ପର୍କରେ ସିଡିଏମଓ ଶ୍ୱେତ ମହାପାତ୍ର କୁହନ୍ତି, ସଫେଇ କର୍ମଚାରୀଙ୍କୁ କହି ଏହା ତୁରନ୍ତ ସଫା କରାଯିବ। ତେବେ ଏହାର ସ୍ଥାୟୀ ସମାଧାନ ପାଇଁ ଜିଲାପାଳଙ୍କ ସହ ଆଲୋଚନା ହୋଇଛି। ଅନ୍ୟପକ୍ଷେ ପରିବର୍ତ୍ତିତ ପ୍ଲାନକୁ ଅନୁମୋଦନ ନ କରି ଜରାବ୍ୟାଧି ଚିକିତ୍ସା କେନ୍ଦ୍ର ନିର୍ମାଣ କରାଯାଇଥିବାରୁ ସରକାରୀ ଅନୁଦାନ ମିଳିଲା ନାହିଁ। ତେବେ ଏହା ମୋ ସମୟରେ ହୋଇ ନାହିଁ। ଏପରିସ୍ଥଳେ ଜରାବ୍ୟାଧି ଚିକିତ୍ସା କେନ୍ଦ୍ର ଉପରେ ଫ୍ଲାଏ ଓଭର କରି ତା ଉପରେ ୧୦୦ ଶଯ୍ୟା ବିଶିଷ୍ଟ ବହୁତଳ କୋଠା ନିର୍ମାଣ କରିବାକୁ ପ୍ଲାନ ଆପ୍ରୁଭ ହୋଇ ସାରିଛି। ତୁରନ୍ତ ଏହି କାର୍ଯ୍ୟ ଆରମ୍ଭ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ବଜ୍ରକୋଟ ଗ୍ରାମ ନିକଟରେ କଲରାପତରିଆ ବାଘଛୁଆର ମୃତଦେହ: ଘଟଣାସ୍ଥଳରେ ଡିଏଫ୍ଓ…

ଭଞ୍ଜନଗର,୧୮।୨(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ମୁଜାଗଡ ରେଞ୍ଜ ବଜ୍ରକୋଟ ଗ୍ରାମ ନିକଟରେ ବୁଧବାର ସନ୍ଧ୍ୟାରେ ଏକ କଲରାପତରିଆ ବାଘ ଛୁଆ ମରି…

ଗଞ୍ଜାମ ପୋଲିସ ଜିଲା ହାବିଲଦାର-କନଷ୍ଟେବଳ ସଂଘ ନିର୍ବାଚନ: ପୁଣି ସଭାପତି ହେଲେ ଗୋରାଚାନ୍ଦ, ସମ୍ପାଦକ ହେଲେ ସୁବାଷ

ଛତ୍ରପୁର,୧୮।୨(ଦିଲୀପ ସାମଲ): ଗଞ୍ଜାମ ପୋଲିସ ଜିଲା ହାବିଲଦାର ଓ କନଷ୍ଟେବଳ ସଂଘର କର୍ମକର୍ତ୍ତା ନିର୍ବାଚନର ବୁଧବାର ଗଣତି ସହିତ ଫଳାଫଳ ଘୋଷଣା ହୋଇଯାଇଛି। ପୁଣି ନିର୍ବାଚନରେ ଗୋରାଚାନ୍ଦ…

ଭୁତପ୍ରେତ ଭୟରେ ମାରୀଗୁଡା ଗ୍ରାମବାସୀ: ରାତିରେ ଶୁଭୁଛି ବିକଟାଳ ଶବ୍ଦ, ଲୋକଙ୍କ ଘରେ ଚୁଲି ଜଳୁନି

ରାୟଗଡା, ୧୮।୨(ଆଶିଷ ରଞ୍ଜନ ପଣ୍ଡା)- ଦକ୍ଷିଣ ଓଡିଶାର ଉପାନ୍ତ ରାୟଗଡା ଜିଲ୍ଲାର ଗ୍ରାମାଞ୍ଚଳରେ ଏବେ ବି ଭରି ରହିଛି ଅନ୍ଧବିଶ୍ବାସ । ଭୂତପ୍ରେତକୁ ନେଇ ଆଜି ମଧ୍ୟ…

ମାର୍ଚ୍ଚ ୧୦ରୁ ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ: ପ୍ରାକ୍‌ ପ୍ରସ୍ତୁତିକୁ ତ୍ୱରାନ୍ବିତ କରିବାକୁ…

ଛତ୍ରପୁର, ୧୮ା୨(ଦିଲୀପ ସାମଲ)- ଚଳିତବର୍ଷ ମାର୍ଚ୍ଚ ମାସ ୧୦ ତାରିଖରୁ ଗଞ୍ଜାମର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ ଆରମ୍ଭ ହେବ। ଗଞ୍ଜାମ ଜିଲାପାଳ ଭି.କୀର୍ତ୍ତି…

ମହତ୍ କାମ: ବାଲୁଙ୍କୀ ଦାଶ ସ୍ମୃତି ପାଠାଗାର ଜମିକୁ ଜିଲା ପ୍ରଶାସନକୁ ହସ୍ତାନ୍ତରଣ କଲେ…

ବରଗଡ଼,୧୮।୨(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଅଗ୍ରଗାମୀ ଯୁବକ ସଂଘ ଅଧିନରେ ରହିଥିବା ସ୍ଥାନୀୟ ସରକାରୀ ଡ଼ାକ୍ତରଖାନା ସମ୍ମୁଖସ୍ଥ ବାଲୁଙ୍କୀ ଦାଶ ସ୍କୃତି ପାଠାଗାର ଜମିକୁ ବୁଧବାର ଜିଲା…

ଏପ୍ରିଲ ୨୬ରୁ ଭଞ୍ଜନଗର ଠାକୁରାଣୀ ଯାତ୍ରା: ମାର୍ଚ୍ଚ ୧୧ରେ ଶୁଭଖୁଣ୍ଟି ସ୍ଥାପନ,ମେ’ ୨୦ରେ…

ଭଞ୍ଜନଗର,୧୮।୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଐତିହାସିକ ଠାକୁରାଣୀ ଯାତ୍ରାର ପ୍ରସ୍ତୁତି ବୈଠକ ବୁଧବାର ସନ୍ଧ୍ୟାରେ ସ୍ଥାନୀୟ ରଘୁନାଥ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ସଭାପତି ରାଜେନ୍ଦ୍ର ବିଷୋୟୀ…

ଗ୍ଲୋକାଲ ବାଇପାସ ନିକଟରେ ଦୁର୍ଘଟଣା, ଘଟଣାସ୍ଥଳରେ ଚାଲିଗଲା ଜଣଙ୍କର ଜୀବନ

ଜୟପୁର,୧୮।୨(ପବନ ପାଣିଗ୍ରାହୀ): ଜୟପୁର ଗ୍ଲୋକାଲ ହସପିଟାଲ ବାଇପାସ ରୋଡ ନିକଟରେ ଏକ ବାଇକ ଧକ୍କାରେ ଘଟଣାସ୍ଥଳରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ଅନ୍ୟଜଣେ ଗୁରୁତର ଅବସ୍ଥାରେ…

ବଲାଙ୍ଗୀର: ଭଡ଼ା ଘରେ ଚାଲିଥିଲା ସେକ୍ସ ରାକେଟ, ଚଢ଼ାଉ କରି ୨ ଦେହଜୀବିଙ୍କ ସହ ୪ ଗ୍ରାହକଙ୍କୁ…

ବଲାଙ୍ଗୀର,୧୮।୨(ସୁନୀଲ କୁମାର ମହାନ୍ତି)- ବଲାଙ୍ଗୀର ସହର ସୁଦପଡା ଗ୍ୟାସ ଗୋଦାମ ନିକଟ ଏକ ଭଡ଼ା ଘରେ ସେକ୍ସ ରାକେଟ ଠାବ ହୋଇଛି। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri