ପୂର୍ଣ୍ଣାଙ୍ଗ ହୋଇପାରିଲାନି ଜରାବ୍ୟାଧି ଚିକିତ୍ସା କେନ୍ଦ୍ର: ଅଧିକ ଅନୁଦାନକୁ ମନା କଲେ ସରକାର

ନୟାଗଡ଼ ଅଫିସ, ୩ା୨(ଲୋକନାଥ ମିଶ୍ର): ପରିବର୍ତ୍ତିତ ପ୍ଲାନକୁ ଅନୁମୋଦନ ନ କରି ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟରେ ଜରାବ୍ୟାଧି ଚିକିତ୍ସା କେନ୍ଦ୍ର ନିର୍ମାଣ କରାଯାଇଥିବା ଅଭିଯୋଗ ହୋଇଛି। ୪୦ଲକ୍ଷ ଟଙ୍କାର ଏହି ଘୋଟାଲା ଉପରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଅଭିଯୋଗ ହୋଇଛି। ଏପରିସ୍ଥଳେ ପ୍ଲାନ ଆପ୍ରୁଭ ନ ହୋଇ ନିର୍ମାଣ ହୋଇଥିବାରୁ ଅଧିକ ଅନୁଦାନ ଯୋଗାଇବାକୁ ସରକାର ମନା କରିଛନ୍ତି। ଫଳରେ ଜରାବ୍ୟାଧି ଚିକିତ୍ସାକେନ୍ଦ୍ର ଅପୂର୍ଣ୍ଣାଙ୍ଗ ହୋଇ ପଡିରହିଛି।
ସାରା ରାଜ୍ୟରେ ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଏକା ପ୍ରକାରର ଜରାବ୍ୟାଧି ଚିକିତ୍ସା କେନ୍ଦ୍ର ନିର୍ମାଣ କରାଯିବା ପାଇଁ ସରକାର ନିର୍ଦ୍ଦେଶ ଦେଇଥିଲେ। ଏଥିପାଇଁ ସରକାର ୨୦୧୭-୧୮ ଆର୍ଥିକବର୍ଷରେ ନୟାଗଡ଼ ଜିଲା ପାଇଁ ୪୦ ଲକ୍ଷ ଟଙ୍କା ଅନୁଦାନ ଯୋଗାଇ ଦେଇଥିଲେ। ତେବେ ନିର୍ମାଣ ସମୟରେ ହଠାତ୍‌ ପ୍ଲାନ ବଦଳାଗଲା। ଏଥିପାଇଁ ଉଚ୍ଚ କର୍ତ୍ତୃପକ୍ଷଙ୍କ ଅନୁମତି ନିଆଯାଇ ନ ଥିବା ଜଣାପଡିଛି।

ଦୋଷ ଲୁଚାଇବାକୁ ୩୪ କୋଟିର ଢାଲ
ଜରାବ୍ୟାଧି ଚିକିତ୍ସାକେନ୍ଦ୍ରର ଅନିୟମିତତାକୁ ଲୁଚାଇବାକୁ ୩୪ କୋଟି ଟଙ୍କାର ଅନୁଦାନକୁ ବିନିଯୋଗ କରିବାକୁ ଆରମ୍ଭ ହୋଇଛି ପ୍ରଚେଷ୍ଟା। ଯେଉଁ ସ୍ଥାନରେ ଜରାବ୍ୟାଧି ଚିକିତ୍ସାକେନ୍ଦ୍ର ନିର୍ମାଣ କରାଯାଇଛି ଫ୍ଲାଏ ଓଭର କରି ତା’ ଉପରେ ୧୦୦ ଶଯ୍ୟା ବିଶିଷ୍ଟ ବହୁତଳ କୋଠା ନିର୍ମାଣ କରିବାକୁ ପ୍ଲାନ ପ୍ରସ୍ତୁତ ହୋଇଥିବା ସ୍ବାସ୍ଥ୍ୟ ବିଭାଗର ଜଣେ କର୍ମଚାରୀ ନାମ ଗୋପନ ରଖି ପ୍ରକାଶ କରିଛନ୍ତି। ସରକାର ମୋ ସରକାର ଯୋଜନାରେ ୧୦୦ ଶଯ୍ୟା ବିଶିଷ୍ଟ ବହୁତଳ କୋଠା ନିର୍ମାଣ କରିବାକୁ ଅନୁଦାନ ଯୋଗାଇ ଦେଇଛନ୍ତି। ଯଦି ଏହା ନିର୍ମାଣ ହୁଏ ତେବେ ଏଠାକୁ ଯିବାକୁ ରାସ୍ତା ରହିବ ନାହିଁ । ରୋଗୀ ହଟହଟା ହେବେ। ପୁଣି କୋଟି କୋଟି ଟଙ୍କା ପାଣିରେ ପଡିବ। ଉକ୍ତ ସ୍ଥାନରେ ମାତୃ ଓ ଶିଶୁ ହସ୍ପିଟାଲ ନିର୍ମାଣ ପାଇଁ ଉଦ୍ୟମ ହେଉଥିବାବେଳେ ପ୍ରତିବାଦ ହୋଇଥିଲା । ଅନ୍ୟପକ୍ଷେ ପୁରୁଣା ସର୍ଜରି କାର୍ଯ୍ୟାଳୟକୁ ଭାଙ୍ଗି ସେଠାରେ ୧୦୦ ଶଯ୍ୟା ବିଶିଷ୍ଟ ବହୁତଳ କୋଠା ନିର୍ମାଣ କରିବାକୁ ଦାବି ହେଉଛି। ସ୍ବାସ୍ଥ୍ୟସେବା ଉନ୍ନତି ପାଇଁ ସରକାର କୋଟି କୋଟି ଟଙ୍କା ଅନୁଦାନ ଯୋଗାଉଥିଲେ ମଧ୍ୟ ଏହାର ସଦ୍‌ବିନିଯୋଗ ହେଉ ନ ଥିବାରୁ ଏବେ ପ୍ରତିବାଦ ଆରମ୍ଭ ହୋଇଛି।

କାନ୍ଥ ଓ ରାସ୍ତାରେ ମଇଳା ଖଣ୍ଡ
ସରକାର ସ୍ବାସ୍ଥ୍ୟସେବାକୁ ଲୋକାଭିମୁଖୀ କରିବାକୁ ଗୁରୁତ୍ୱ ଦେଉଛନ୍ତି। ହେଲେ ପରିଚାଳନାଗତ ତ୍ରୁଟି କାରଣରୁ ଏଠାରେ ରୋଗୀ ରୋଗ କିଣୁଛନ୍ତି। ମେଡିସିନ ୱାର୍ଡ କାନ୍ଥ ଓ ଡ୍ରେନରେ ପାଇଖାନାରୁ ମଇଳା ଆସି ଜମା ହୋଇ ଦୁର୍ଗନ୍ଧ ବାହାରୁଛି। ଏହି ସମସ୍ୟା ପ୍ରାୟ ୧ବର୍ଷରୁ ଊର୍ଦ୍ଧ୍ୱ ହୋଇଥିଲେ ହେଁ ଏହାର ସମାଧାନ କରାଯାଉ ନ ଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି । ଉକ୍ତ ମଇଳା ସେଫ୍ଟିଟ୍ୟାଙ୍କରେ ଯିବାକୁ ବ୍ୟବସ୍ଥା କରାଯିବା ଦରକାର । କିନ୍ତୁ ଏହାକରା ନ ଯିବାରୁ ୭ରୁ ୮ ଫୁଟ ଦୂରରେ ଥିବା ଭୂତଳ ଜଳଭଣ୍ଡାରର ଜଳ ଉପରେ ଏହାର ପ୍ରଭାବ ପଡୁଛି । ଏହି ଜଳକୁ ଜିଲା ମୁଖ୍ୟ ଚିକିତ୍ସାଳୟର ରୋଗୀଙ୍କୁ ଯୋଗାଣ ହେଉଛି।
ମେଡିସିନ୍‌ ୱାର୍ଡର କାନ୍ଥ ଓ ଡ୍ରେନରେ ମଇଳା ଖଣ୍ଡ ପଡିବା ସମ୍ପର୍କରେ ସିଡିଏମଓ ଶ୍ୱେତ ମହାପାତ୍ର କୁହନ୍ତି, ସଫେଇ କର୍ମଚାରୀଙ୍କୁ କହି ଏହା ତୁରନ୍ତ ସଫା କରାଯିବ। ତେବେ ଏହାର ସ୍ଥାୟୀ ସମାଧାନ ପାଇଁ ଜିଲାପାଳଙ୍କ ସହ ଆଲୋଚନା ହୋଇଛି। ଅନ୍ୟପକ୍ଷେ ପରିବର୍ତ୍ତିତ ପ୍ଲାନକୁ ଅନୁମୋଦନ ନ କରି ଜରାବ୍ୟାଧି ଚିକିତ୍ସା କେନ୍ଦ୍ର ନିର୍ମାଣ କରାଯାଇଥିବାରୁ ସରକାରୀ ଅନୁଦାନ ମିଳିଲା ନାହିଁ। ତେବେ ଏହା ମୋ ସମୟରେ ହୋଇ ନାହିଁ। ଏପରିସ୍ଥଳେ ଜରାବ୍ୟାଧି ଚିକିତ୍ସା କେନ୍ଦ୍ର ଉପରେ ଫ୍ଲାଏ ଓଭର କରି ତା ଉପରେ ୧୦୦ ଶଯ୍ୟା ବିଶିଷ୍ଟ ବହୁତଳ କୋଠା ନିର୍ମାଣ କରିବାକୁ ପ୍ଲାନ ଆପ୍ରୁଭ ହୋଇ ସାରିଛି। ତୁରନ୍ତ ଏହି କାର୍ଯ୍ୟ ଆରମ୍ଭ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଜାତୀୟ ଯୋଗାସନ ପ୍ରତିଯୋଗୀତା ପାଇଁ ୭ ମନୋନୀତ

ଦିଗପହଣ୍ଡି,୧୨।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମକୋଇ ଗ୍ରାମସ୍ଥିତ ଚିଦାନନ୍ଦ ସରସତୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଠାରେ ୨ ଦିନିଆ ରାଜ୍ୟସ୍ତରୀୟ ବାଳିକା ଯୋଗାସନ...

କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି: ବଦଳିଲା MGNREGA ନାଁ

ଭୁବନେଶ୍ୱର,୧୨।୧୨: କେନ୍ଦ୍ର ସରକାର ଶୁକ୍ରବାର ପୁଣି ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। କେନ୍ଦ୍ର ସରକାର MGNREGA ନାଁ ବଦଳାଇ ପୂଜ୍ୟ ବାପୁ ଗ୍ରାମୀଣ ରୋଜଗାର ଯୋଜନା(Pujya...

ରାହୁଲଙ୍କ ବୈଠକରେ ଥରୁର ଅନୁପସ୍ଥିତ: ଉଠିଲା ପ୍ରଶ୍ନ

ନୂଆଦିଲ୍ଲୀ,୧୨।୧୨: କଂଗ୍ରେସ ଏମ୍‌ପି ଶଶି ଥରୁର ଶୁକ୍ରବାର ରାହୁଲ ଗାନ୍ଧୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଦଳର ଲୋକ ସଭା ଏମ୍‌ପି ବୈଠକରେ ଯୋଗ ଦେଇ ନ ଥିଲେ।...

ଚାଲାଣ ହେଉଥିଲା କଫ୍‌ ସିରପ୍‌, ମାଡ଼ି ବସିଲା ପୋଲିସ

ବରଗଡ଼,୧୨ା୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନା ପୋଲିସ ଶୁକ୍ରବାର ସହର ଉପକଣ୍ଠ କଟାପାଲି କେନାଲ ରାସ୍ତାରେ ବିପୁଳ ପରିମାଣରେ କଫ୍‌ ସିରପ୍‌ ଜବତ କରିଛି। ଏହା...

‘ଧମକ ସେହିମାନେ ଦିଅନ୍ତି, ଯେଉଁମାନେ…’, SIR ବିରୋଧରେ ମମତାଙ୍କ ବୟାନକୁ ନେଇ ଭାଜପା ଖପ୍ପା!

ନୂଆଦିଲ୍ଲୀ/କୋଲକାତା,୧୨।୧୨: ପଶ୍ଚିମବଙ୍ଗରେ SIR ଉପରେ ଚାଲିଥିବା ବିବାଦ ମଧ୍ୟରେ, ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ବିବୃତ୍ତି ଦେଇ ରାଜନୈତିକ ବିବାଦକୁ ଆହୁରି ବଢ଼ାଇ ଦେଇଛନ୍ତି। ଗୁରୁବାର...

ଆସନ୍ତା ୭ ଦିନ ହେବ ବର୍ଷା! ୫୫ କିଲୋମିଟର ବେଗରେ ବହିବ ପବନ

ଚେନ୍ନାଇ,୧୨।୧୨: ତାମିଲନାଡୁରେ ଉତ୍ତର-ପୂର୍ବ ମୌସୁମୀ ବାୟୁ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଅକ୍ଟୋବର ୧୬ରେ ଆରମ୍ଭ ହୋଇଥିବା ଉତ୍ତର-ପୂର୍ବ ମୌସୁମୀ ବାୟୁ ନଭେମ୍ବରରେ ନିରାଶାଜନକ ଥିଲା। ତଥାପି,...

ଅଶ୍ୱିନୀ ବୈଷ୍ଣବ ବଡ଼ ଘୋଷଣା: କୃଷକ ହେବେ….

ନୂଆଦିଲ୍ଲୀ,୧୨।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ଶୁକ୍ରବାର ତିନୋଟି ପ୍ରମୁଖ ନିଷ୍ପତ୍ତି ନେଇଛି। କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ୨୦୨୭...

ମାଲକାନଗିରି ହିଂସା ରିପୋର୍ଟ ପ୍ରକାଶ: ଏଥିରେ ହୋଇଛି ଏତିକି କୋଟି ଟଙ୍କା କ୍ଷତି, ଜାଣିଲେ…

ମାଲକାନଗିରି,୧୨ା୧୨: ମାଲକାନଗିରି ହିଂସାରେ ହୋଇଥିବା କ୍ଷୟକ୍ଷତି ରିପୋର୍ଟ ପ୍ରକାଶ ପାଇଛି। ଏହି ହିଂସାରେ ୩ କୋଟି ୪୦ ଲକ୍ଷ ଟଙ୍କାର କ୍ଷୟକ୍ଷତି ଆକଳନ କରାଯାଇଛି। ଏନେଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri