ପୂଜା ଭିଡ଼ରେ ମାତିଲେ ଲୁଟେରା: ଶେଷ ଦୁଇଦିନରେ ୨ଶହରୁ ଊର୍ଦ୍ଧ୍ୱ ଚୋରି, ଲୁଟ୍‌

ଭୁବନେଶ୍ୱର,୧୦ା୧୦(ବ୍ୟୁରୋ): ଏଥର ଦୁର୍ଗାପୂଜାରେ ଚୋରି ଓ ଲୁଟ୍‌ ରୋକିବାକୁ କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା। ବିଶେଷକରି ପୂଜା ମଣ୍ଡପ ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସିସିଟିଭି ଲଗାଯିବା ସହ ପର୍ଯ୍ୟାପ୍ତ ପୋଲିସ ଓ ଏସ୍‌ପିଓ ମୁତୟନ ରହିଥିଲେ। ଏହାସତ୍ତ୍ୱେ ପୋଲିସକୁ ଚ୍ୟାଲେଞ୍ଜ କରି ଲୁଟେରାମାନେ ଉତ୍ପାତ କରିଥିଲେ। ସେମାନେ ବାଇକ୍‌ ଚୋରି କରିନେବା ସହ ମୋବାଇଲ୍‌ ଫୋନ୍‌, ସୁନା ଚେନ୍‌ ଓ ପର୍ସ ଲୁଟିନେଇଛନ୍ତି। କେବଳ ନବମୀ ଓ ଦଶମୀ ୨ ଦିନରେ ୨ଶହରୁ ଊର୍ଦ୍ଧ୍ୱ ଚୋରି ଓ ଲୁଟ୍‌ ହୋଇଥିବା ନେଇ ଭୁବନେଶ୍ୱରର ବିଭିନ୍ନ ଥାନାରେ ଅଭିଯୋଗ ହୋଇଛି। ଏହି ଘଟଣାରେ ପୋଲିସ ହାତଗଣତି କେତେଜଣଙ୍କୁ ଧରିଆଣି ପଚରାଉଚରା କରୁଥିବା ଜଣାପଡିଛି।
ଅଭିଯୋଗ ଅନୁସାରେ, ନୟାପଲ୍ଲୀ ଦୁର୍ଗାପୂଜା ଦେଖିବାକୁ ଆସିଥିବା ପାଇକ ନଗର ଅଞ୍ଚଳର ହର୍ଷମଣୀ ସ୍ବାଇଁଙ୍କ ଅଢେଇ ଭରି (୨୫ଗ୍ରାମ)ର ସୁନା ଚେନ ଲୁଟ୍‌ ହୋଇଛି। ଏହିପରି ସୁନା ଚେନ୍‌, ମୋବାଇଲ ଫୋନ୍‌ ଓ ପର୍ସ ଲୁଟ୍‌ ନେଇ ନୟାପଲ୍ଲୀ ଥାନା ପୋଲିସ ୩୦ରୁ ଉର୍ଦ୍ଧ୍ୱ ଅଭିଯୋଗ ପାଇଥିବାବେଳେ ୮ ମାମଲା ରୁଜୁ କରିଛି। ସେହିପରି ରସୁଲଗଡ ଦୁର୍ଗାପୂଜାରେ ଲୁଟ୍‌ ଓ ଚୋରିର ଶିକାର ହୋଇଥିବା ୫୦ରୁ ଊର୍ଦ୍ଧ୍ୱ ବ୍ୟକ୍ତି ଅଭିଯୋଗ କରିଛନ୍ତି। ୮ ବାଇକ ଚୋରି, ୫ ସୁନା ଚେନ ଓ ୬ ମୋବାଇଲ ଫୋନ୍‌ ଚୋରି ନେଇ ମଞ୍ଚେଶ୍ୱର ଥାନା ପୋଲିସ ମାମଲା ରୁଜୁ କରିଛି। ଏଥିସହ ୨ ଜଣ ମହିଳାଙ୍କ ସମେତ ଜଣେ ଯୁବକଙ୍କୁ ଅଟକ ରଖି ତଦନ୍ତ ଚଳାଇଛି। ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ପ୍ରାୟ ୩୦ରୁ ଊର୍ଦ୍ଧ୍ୱ ମୋବାଇଲ, ପର୍ସ ଓ ସୁନା ଚେନ ଲୁଟ ନେଇ ଅଭିଯୋଗ ହୋଇଥିବା ବେଳେ ପୋଲିସ ୩ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରେ ୨୦ରୁ ଊର୍ଦ୍ଧ୍ୱ ଓ ଖଣ୍ଡଗିରି ଥାନା ଅଞ୍ଚଳରେ ୨୦ରୁ ଊର୍ଦ୍ଧ୍ୱ ଅଭିଯୋଗ ହୋଇଛି। ସେହିପରି କ୍ୟାପିଟାଲ, ଖାରବେଳନଗର ଏବଂ ଶହୀଦନଗର ଥାନାରେ ପ୍ରାୟ ୫୦ରୁ ଊର୍ଦ୍ଧ୍ୱ ଅଭିଯୋଗ ହୋଇଥିବାବେଳେ ସହରର ଅନ୍ୟ ଥାନାଞ୍ଚଳରେ ମଧ୍ୟ ଏପରି ଏକାଧିକ ଘଟଣା ଘଟିଥିବା ଜଣାପଡିଛି। ପୋଲିସ ପୂଜା ମଣ୍ଡପରେ ଲାଗିଥିବା ସିସିଟିଭିକୁ ଯାଞ୍ଚ କରି ତଦନ୍ତ ଆରମ୍ଭ କରିଛି। ରାଜ୍ୟ ବାହାରୁ ଆସିଥିବା ଅନେକ ଅଣଓଡିଆ ଏପରି କାଣ୍ଡ ଘଟାଇ ଫେରାର ହୋଇଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। ଧରାପଡ଼ିଥିବା କେତେଜଣ ଅଭିଯୁକ୍ତଙ୍କ ବୟାନ ଆଧାରରେ ଅନ୍ୟମାନଙ୍କୁ ଧରିବାକୁ ଉଦ୍ୟମ କରାଯାଉଥିବା ପୋଲିସ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୁକ୍ତ ୨ମୂଲ୍ୟାୟନ: ଦଶମ ମାର୍କ ପାଖାପାଖି ନ ହେଲେ ତା’ଠୁ ଅଧିକ ମିଳିବ

ଭୁବନେଶ୍ୱର,୨୦।୬(ବ୍ୟୁରୋ): ଯୁକ୍ତ ୨ ପରୀକ୍ଷା ବାତିଲ ପରେ ମୂଲ୍ୟାୟନକୁ ନେଇ ଛାତ୍ରୀଛାତ୍ର ଓ ଅଭିଭାବକଙ୍କ ଚିନ୍ତା ବଢ଼ିଥିଲା। ଏକ ପ୍ରକାର ସମସ୍ତେ ସସ୍ପେନ୍ସରେ ଥିଲେ, କିପରି...

ସହଯୋଗ ଲାଗି କେନ୍ଦ୍ର ପ୍ରସ୍ତୁତ

ଭୁବନେଶ୍ୱର, ୨୫।୫(ବ୍ୟୁରୋ): ‘ୟାସ୍‌’ ବାତ୍ୟା ଦ୍ୱାରା ଓଡ଼ିଶାରେ ପ୍ରଭାବିତ ହେବାକୁ ଥିବା ଜିଲାଗୁଡ଼ିକ ସମ୍ପର୍କରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ଅବଗତ କରିବା ସହିତ...

ଏମିତି କ’ଣ ହେଲା ବରକୁ ବନ୍ଧକ ରଖିଲେ କନ୍ୟାଘର ଗ୍ରାମବାସୀ

ବୌଦ୍ଧ,୨୮ା୨: ବରଯାତ୍ରୀଙ୍କ ମଧ୍ୟରୁ କେତେଜଣ ଯୁବକଙ୍କ ଦୁର୍ବ୍ୟବହାର ପାଇଁ ଶେଷରେ ବନ୍ଧକ ରହିଲେ ବର। ଏଭଳି ଅଭିଯୋଗ ପାଇ ବୌଦ୍ଧ ଆଦର୍ଶ ଥାନା ପୋଲିସ ଘଟଣାସ୍ଥଳରେ...

ବଳାତ୍କାର ପରେ ନାବାଳିକା ୬ ମାସର ଗର୍ଭବତୀ

ଝାରସୁଗୁଡ଼ା ଅଫିସ,୧୫।୪: ନାବାଳିକାଙ୍କୁ ବଳାତ୍କାର କରାଯାଇଥିବା ନେଇ ଝାରସୁଗୁଡ଼ା ଜିଲା ବଡମାଲ ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗକୁ ଭିତ୍ତି କରି ବଡମାଲ ଥାନା ଅଭିଯୁକ୍ତ ଯୁବକଙ୍କୁ...

ଆଜିଠୁ ବର୍ଷା: ବଜ୍ରପାତ ନେଇ ଆଜି ୧୪ ଜିଲାକୁ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୮।୮(ବ୍ୟୁରୋ): ରାଜ୍ୟରେ ଆସନ୍ତା ୮, ୧୦ ଓ ୧୧ ତାରିଖରେ ବିଭିନ୍ନ ସ୍ଥାନରେ ଝଡ଼ବର୍ଷା ସହିତ ବଜ୍ରପାତ ହେବ। ରବିବାର ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ,...

ଚିଲିକାରେ ମାଲେସିଆ ଜାହାଜ ଅଟକିବା ଘଟଣା: ଦ୍ୱନ୍ଦ୍ୱ ସୃଷ୍ଟି କରୁଛି ଜଙ୍ଗଲ ବିଭାଗର ଭିନ୍ନ ମନ୍ତବ୍ୟ

ଭୁବନେଶ୍ୱର, ୧୮।୮(ବ୍ୟୁରୋ): ଯାନ୍ତ୍ରିକ ତ୍ରୁଟି ଯୋଗୁ ମାଲେସିଆର ପଣ୍ୟବାହୀ ଜାହାଜ ‘ଟଗ୍‌ ଜିନ୍‌ ହୱା ୩୨’ ପୁରୀ ଜିଲା କୃଷ୍ଣ ପ୍ରସାଦ ବ୍ଲକ୍‌ ଅନ୍ତର୍ଗତ ଚିଲିକା...

ଆଜି ଟୁଇନ୍‌ ସିଟିରେ ଘନ କୁହୁଡ଼ି, ମୁହଁକୁ ମୁହଁ ଦେଖାଯାଉନି

ଭୁବନେଶ୍ୱର,୧୨।୨(ବ୍ୟୁରୋ): ଶୁକ୍ରବାର ସକାଳେ ଟୁଇନ୍‌ ସିଟି ଅର୍ଥାତ୍‌ କଟକ ଭୁବନେଶ୍ୱରରେ ଘନ କୁହୁଡ଼ି ଦେଖିବାକୁ ମିଳିଥିଲା। ସକାଳୁ ଅତି ନିକଟରୁ ମଧ୍ୟ ମୁହଁକୁ ମୁହଁ ଦେଖାଯାଉନି।...

ଦୋଳପୂର୍ଣ୍ଣିମାରେ ପୁଣି ଏକ ପରମ୍ପରାରେ ବ୍ୟତିକ୍ରମ

ପୁରୁଣା ଭୁବନେଶ୍ୱର, ୧୨ା୩ (ଡି.ଏନ.ଏ.): ଶ୍ରୀଲିଙ୍ଗରାଜ ମନ୍ଦିରରେ ଥରକୁ ଥର ପରମ୍ପରା ଭଙ୍ଗ ହେବା ନେଇ ଜନ ଅସନ୍ତୋଷ ଦେଖାଦେଇଛି। ସୋମବାର ଦୋଳପୂର୍ଣ୍ଣିମାରେ ପୁଣି ଏକ...

Advertisement
Archives

Model This Week