ପୂଜାସ୍ଥଳୀ ଥିଲେ ବି ହେଉନି ବିକାଶ

କେନ୍ଦୁଝର, ୨୧ା୮- ଅବହେଳିତ ପୂଜା ସ୍ଥଳୀଗୁଡିକର ପୁନରୁଦ୍ଧାର କରିବା ସହ ପୁରାତନ ସଂସ୍କୃତିର ସୁରକ୍ଷା ପାଇଁ ସରକାର ବହୁ ଅର୍ଥ ଖର୍ଚ୍ଚ କରୁଛନ୍ତି। ହେଲେ ବିକାଶ ହୋଇପାରୁନାହିଁ। ପ୍ରତ୍ୟେକ ଜିଲାରେ ସ୍ବତନ୍ତ୍ର ଉନ୍ନୟନ କାଉନସିଲ ଗଠନ କରାଯାଇ ଏହି ସବୁ ପୂଜାସ୍ଥଳୀ ଗୁଡିକର ସୁରକ୍ଷା କରିବା ସହ ବିକାଶ କରିବା ପାଇଁ ପଦକ୍ଷେପ ନିଆଯାଇଛି। କେନ୍ଦୁଝର ଜିଲାରେ ସମୁଦାୟ ୪୨୭ ପୂଜାସ୍ଥଳୀ ଚିହ୍ନଟ କରାଯାଇ ସେସବୁର ବିକାଶ କରାଯାଉଛି। ତେବେ ଏବେ ମଧ୍ୟ ବହୁ ପୂଜାସ୍ଥଳୀ ଏପରି ଅଛି ଯାହାର ଚିହ୍ନଟ ହୋଇ ପାରିନାହିଁ କିମ୍ବା ବିକାଶ ହୋଇ ପାରୁ ନାହିଁ। ଏମିତି କେତେକ ମନ୍ଦିର ଅଛି ଯାହାକୁ ନେଇ ଲୋକଙ୍କ ପ୍ରଗାଢ଼ ବିଶ୍ୱାସ ମଧ୍ୟ ରହିଛି। କୌଣସି ସୁବିଧା ନ ଥିବାରୁ ଲୋକେ ସେଠାକୁ ଯାଇ ହଇରାଣ ହରକତ ହେଉଛନ୍ତି। ଏନେଇ ସାଧାରଣରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ହରିଚନ୍ଦନପୁର ବ୍ଲକର ତଅଁଳାହୋତା ଓ ଖୁଦପଶି ଗ୍ରାମରେ ଥିବା ମା ରଙ୍ଗାପାଟ ଶାଳ ସମେତ ଜିଲାର ଅନେକ ପୂଜାସ୍ଥଳୀର ବିକାଶ ହୋଇପାରିନାହିଁ। ଲୋକ ଦେଖାଣିଆ ଭାବେ କେତେକ ପୂଜା ସ୍ଥଳୀର ବିକାଶ କରାଯାଇ ଏଭଳି ଅନେକ ପୂଜାସ୍ଥଳୀକୁ ଅଣଦେଖା କରାଯାଇଥିବା ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି।
ହୁଣ୍ଡା ପଞ୍ଚାୟତ ଅଧୀନ ତଅଁଳାହୋତାଠାରେ ଥିବା ପୂଜାସ୍ଥଳୀରେ ବହୁ କାଳରୁ ସ୍ଥାନୀୟ ଲୋକ ମାନଙ୍କ ଆସ୍ଥାବିଶ୍ୱାସର ଦେବୀ ରଙ୍ଗାପାଟ ପୂଜାପାଇ ଆସୁଛନ୍ତି। ଅଶ୍ୱତଥ ବୃକ୍ଷ ମୂଳରେ ଦେବୀ ପୂଜାପାଇ ଆସୁଥିବା ବେଳେ ଆମ୍ବ, କୁସୁମ,ସାହାଡା,ବେଲ ଆଦି ଗଛ ଘେରି ରହିଛି ା ଏହି ଦେବୀଙ୍କ ଉପରେ ଲୋକଙ୍କ ଅଗାଢ ବିଶ୍ୱାସ ରହିଛି ା ଏଠାରେ ମାନସିକ କଲେ ମନସ୍କାମନା ପୂର୍ଣ୍ଣ ହୋଇଥାଏ ବୋଲି ଲୋକମତ ରହିଛି। ଏହି ପୂଜାସ୍ଥଳୀରେ ଲୋକେ ୭ ଦିନ ବା ୨୧ ଦିନ ମାନସିକ କରି ଅଧିଆ ପଡିରହିଥାନ୍ତି ବୋଲି ସ୍ଥାନୀୟ ନିବାସୀ ପ୍ରକାଶ ନାୟକ କହିଛନ୍ତି। କିନ୍ତୁ ଏହି ପୂଜାସ୍ଥଳୀରେ ପାଚେରୀ ନାହିଁ କିମ୍ବା ପାଣି ବ୍ୟବସ୍ଥା ନାହିଁ ା ପାଖରେ ଘର ନ ଥିବାରୁ ଭକ୍ତ ମାନେ ବହୁ ଅସୁବିଧା ଭୋଗନ୍ତି। ତେନ୍ତଳାପଶି ପଞ୍ଚାୟତର ଖୁଦପଶି ଗ୍ରାମରେ ରହିଥିବା ମା’ ରଙ୍ଗପାଟ ଠାକୁରାଣୀ ସ୍ଥାନରେ ମଧ୍ୟ ପାଚେରି ଓ ଅନ୍ୟାନ୍ୟ ବ୍ୟବସ୍ଥା ନ ଥିବାରୁ ଅବହେଳିତ ହୋଇ ରହିଛି ା
ସବୁଆଡେ ଜଙ୍ଗଲ ପଦା ହେବାକୁ ବସିଥିବା ବେଳେ ଏହି ପୂଜାସ୍ଥଳୀ ଗୁଡିକରେ ଥିବା ବିଭିନ୍ନ ପ୍ରକାରର ବୃକ୍ଷଲତା ଜଙ୍ଗଲ ପରିବେଶର ସୁରକ୍ଷା କରୁଛି ା ଏସବୁ କେବଳ ଧାର୍ମିକ ଦୃଷ୍ଟି କୋଣରୁ ସମୃଦ୍ଧ ନୁହେଁ। ଏହା ଗ୍ରାମରେ ଲୋକଙ୍କ ମଧ୍ୟରେ ଏକତା ରକ୍ଷା କରିବା ସହ ଏକ ସୁସ୍ଥ ପରିବେଶ ସୃଷ୍ଟି କରିଥାଏ। ଏଣୁ ଏସବୁର ବିକାଶ ଓ ସୁରକ୍ଷା ହେବା ଜରୁରୀ ବୋଲି ପରିବେଶବିତ ଡ. ବିମ୍ବାଧର ବେହେରା କହିଛନ୍ତି। ପୂର୍ବତନ ଅଧ୍ୟକ୍ଷ ସ୍ବତନ୍ତ୍ର ଉନ୍ନୟନ କାଉନସିଲ ରାମରାୟ ମୁଣ୍ଡିଆ କହିଛନ୍ତି ଯେ ଯେଉଁ ସବୁ ପୂଜାସ୍ଥଳୀ ଚିହ୍ନଟ କରାଯାଇଥିଲା ଓ ଅର୍ଥ ଅନୁମୋଦିତ ହୋଇଥିଲା ସେସବୁର ଉନ୍ନତି କରଣ ଓ ବିକାଶ କରାଯାଇଛି ା ଯେଉଁ ସବୁ ରହିଯାଇଛି ସେସବୁ ପରବର୍ତ୍ତୀ ସମୟରେ ନୂତନ କାଉନସିଲ ନିଷ୍ପତ୍ତି କ୍ରମେ କରାଯିବ ବୋଲି ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି।

(ନରେଶ ଚନ୍ଦ୍ର ପଟ୍ଟନାୟକ)


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ନୂଆବର୍ଷରେ IAS ସ୍ତରରେ ବଡ଼ଧରଣ ଅଦଳବଦଳ, ବଦଳାଇଲେ ଏହି ଜିଲାପାଳ

ଭୁବନେଶ୍ୱର,୧।୧: ନୂଆବର୍ଷର ପ୍ରଥମ ଦିନରେ ରାଜ୍ୟ ପ୍ରଶାସନିକ ସ୍ତରରେ ଏକ ବଡ଼ଧରଣର ଅଦଳବଦଳ କରାଯାଇଛି। ବରିଷ୍ଠ IAS ଅଧିକାରୀମାନଙ୍କୁ ନୂତନ ଦାୟିତ୍ୱ ପ୍ରଦାନ କରିଛନ୍ତି ରାଜ୍ୟ...

ଆରଡିସିଙ୍କ ଘୋଷଣା: ୫ତାରିଖ ବରଗଡ଼ ଉପଖଣ୍ଡରେ…

ମଥୁରାନଗରୀ,୧।୧(ପ୍ରେମାନନ୍ଦ ଖମାରୀ)- ବରଗଡ଼ରେ ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଚାଲିଛି। ଏହି ମହୋତ୍ସବ ଆସନ୍ତା ୩ତାରିଖ ଶନିବାର କଂସବଧ ସହିତ ସରିବ। ତିଥି...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

ନାତୁଣୀଙ୍କୁ ଦୁର୍ବ୍ୟବହାର, ପ୍ରତିବାଦ କରିବାରୁ ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା; ମୃତଦେହ…

ଦିଗପହଣ୍ଡି,୧।୧(ଅଶେଷ ନାଥ ମିଶ୍ର): ନୂଆବର୍ଷରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମରେ ଜଣେ ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ ଗୁରୁବାର ସକାଳ...

ଓଡ଼ିଶା ପୋଲିସ ପ୍ରଗତି ଡ୍ୟାସବୋର୍ଡ ରାଙ୍କିଙ୍ଗ୍‌: ପୁରୁଷୋତ୍ତମପୁର ଏସ୍‌ଡିପିଓ, ଗଞ୍ଜାମ ଥାନା ପ୍ରଥମ

ଗଞ୍ଜାମ/ଛତ୍ରପୁର, ୧ା୧ (ଅନାଥ ତରାଇ/ଦିଲୀପ ସାମଲ)- ଓଡ଼ିଶା ପୋଲିସର କ୍ରାଇମ ଆଣ୍ଡ କ୍ରିମିନାଲ ଟ୍ରାକିଙ୍ଗ୍‌ ନେଟ୍‌ୱର୍କ ଆଣ୍ଡ ସିଷ୍ଟମ (ସିସିଟିଏନ୍‌ଏସ୍‌) ଅଧୀନରେ ପ୍ରଗତି ଡ୍ୟାସବୋର୍ଡର ର଼୍ୟାକିଙ୍ଗ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri