Posted inଫୁରସତ

ପୁସ୍ତକାଳୟର ଗାଁ

ମହାରାଷ୍ଟ୍ରର ଭିଲାରଠାରେ ରହିଛି ଏକ ଛୋଟ ଗାଁ, ଯାହା ଗତ କିଛି ବର୍ଷ ହେବ ଅନେକ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ର ବିନ୍ଦୁ ସାଜିଛି । କାରଣ ଏହି ଗାଁର ପ୍ରତ୍ୟେକ ଘରେ ରହିଛି ପୁସ୍ତକାଳୟ ବା ଲାଇବ୍ରେରୀ । ଏହି ଗାଁ ‘ପୁସ୍ତକାଚେ ଗାଓଁ’ ବା ‘ବୁକ୍‌ ଭିଲେଜ’ ଭାବେ ବେଶ୍‌ ପରିଚୟ ଲାଭ କରିଛି । ଏଠାରେ ବହିଗୁଡିକୁ ବିଭିନ୍ନ ଶ୍ରେଣୀଭୁକ୍ତ କରାଯାଇ ଗାଁର ୩୦ଟି ଘରେ ଅତି ଯତ୍ନର ସହ ସଜାଡି ରଖାଯାଇଛି । ଏଠାକୁ ଆସୁଥିବା ପର୍ଯ୍ୟଟକମାନେ ବିନା ମୂଲ୍ୟରେ ବିଭିନ୍ନ ପୁସ୍ତକ ଯଥା ଧର୍ମ, ସାହିତ୍ୟ, ପରିବେଶ, ଇତିହାସ, ଜୀବନୀ, ଆତ୍ମଜୀବନୀ, ଶିଶୁ ପତ୍ରିକା ଆଦି ବହି ପଢିବାର ସୁଯୋଗ ପାଇଥାନ୍ତି। ଆଜିର ଡିଜିଟାଲ ଯୁଗରେ ଲୋକେ ମୋବାଇଲ ଫୋନ୍‌ ଯୋଗେ ସୋସିଆଲ ମିଡିଆରେ ବ୍ୟସ୍ତ ରହୁଥିବା ବେଳେ ଏହି ପୁସ୍ତକାଳୟ ଗାଁ ପର୍ଯ୍ୟଟକଙ୍କୁ ବିନା ମୂଲ୍ୟରେ ପଢିବାର ସୁଯୋଗ ଦେବା ଏକ ସ୍ବାଗତଯୋଗ୍ୟ ପଦକ୍ଷେପ। ନିକଟରେ ମହାରାଷ୍ଟ୍ର ସରକାର ଏହି ଗାଁକୁ ଭାରତର ପ୍ରଥମ ପୁସ୍ତକାଳୟ ଗାଁର ମାନ୍ୟତା ପ୍ରଦାନ କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଥମ ଦରମା ଟଙ୍କାରେ ମା’ବାପାଙ୍କ ପାଇଁ ଶାଢ଼ି ଓ ଧୋତି କିଣିଥିଲି: ମନୋରଞ୍ଜନ(ସମାଲୋଚକ ଓ କବି)

ଯାଜପୁର ଜିଲା ସୁକିନ୍ଦା ଅନ୍ତର୍ଗତ ହରିପୁର ଗାଁରେ ମୋ ଜନ୍ମ। ସ୍ଥାନୀୟ ମହାଦେବ ଉଚ୍ଚ ବିଦ୍ୟାଳୟରୁ ୧୯୭୫ ମସିହାରେ ଏକାଦଶ ପାସ୍‌ କରିବା ପରେ କଟକ...

ଏକ ମିନିଟ୍‌ରେ ୧୫୦ କାର୍‌ ଲୋଗୋ

ଚେନ୍ନାଇ: କଥାରେ ଅଛି ଆଗ୍ରହର ସହ କରାଯାଇଥିବା ସମସ୍ତ କାମରେ ସଫଳତା ଅବଶ୍ୟ ମିଳିଥାଏ। ଏହାର ଏକ ଉଦାହରଣ ହେଉଛନ୍ତି ଚେନ୍ନାଇର ୭ ବର୍ଷର ବାଳକ...

ଛାତିଏ ପାଣି ଭିତରେ ଡ୍ରମ୍‌ରେ ପଶି ବୃଦ୍ଧ ପାରି ହେଉଛନ୍ତି ରାସ୍ତା

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ସେଥିରୁ କେତେକ ଭିଡିଓ ଆଶ୍ଚର୍ଯ୍ୟ କରୁଥିବା ବେଳେ କେତେକ ଭାବପ୍ରବଣ...

କାର୍‌ ପାର୍କିଂରେ ଶିଶୁକନ୍ୟାକୁ ସ୍ତନ୍ୟପାନ କରାଇଲେ ମହିଳା, କମ୍ପାନୀ ଲଗାଇଲା ଏତିକି ଟଙ୍କା ଜରିମାନା

ଇଂଲଣ୍ଡରେ ଜଣେ ମହିଳା ଅନଧିକୃତ ସ୍ଥାନରେ କାର୍‌ ପାର୍କିଂ କରି ନିଜ ଶିଶୁକନ୍ୟାକୁ ସ୍ତନ୍ୟପାନ କରାଇବା ମହଙ୍ଗା ପଡ଼ିଛି। ମହିଳାଙ୍କ ଉପରେ ଏଥିପାଇଁ ୧୭୦ ପାଉଣ୍ଡ...

ରୋବୋ କରିବ ନାଳ ସଫା

ବିଶାଖାପଟ୍ଟନମ୍‌, ୨୧।୧: ନାଳ ସଫା କାର୍ଯ୍ୟରେ ଏବେ ରୋବୋକୁ ନିୟୋଜିତ କରାଯିବ। ବିଶାଖାପଟ୍ଟନମ୍‌ ମ୍ୟୁନିସ୍‌ପାଲ୍‌ କର୍ପୋରେଶନ ପକ୍ଷରୁ ଏଭଳି ରୋବୋ କିଣିବା ଲାଗି ଯୋଜନା କରାଯାଇଛି।...

ବନ୍ଦ ବୋତଲରୁ ମିଳିଲା ୮୨ ବର୍ଷ ତଳର ଚିଠି

ପ୍ୟାରିସ୍‌, ୨୪।୨: ଫ୍ରାନ୍ସ୍‌ର ଜର୍ସି ନିକଟରେ ଥିବା ଇଂଲିଶ୍‌ ଚ୍ୟାନେଲର ସମୁଦ୍ର କୂଳରୁ ୮୨ ବର୍ଷ ତଳେ ଲେଖାଯାଇଥିବା ଏକ ଚିଠି ବନ୍ଦ ବୋତଲରୁ ମିଳିଛି।...

ପୃଥିବୀ ନିକଟରେ ଥିବା ଏହି ଗ୍ରହରେ ୩୭ ଜ୍ୱାଳାମୁଖୀ, ଏହାକୁ କୁହାଯାଉଛି କରୋନା

ପୃଥିବୀ ନିକଟରେ ଏମିତି ଏକ ଗ୍ରହ ଅଛି, ଯାହା ଉପରେ ୩୭ଟି ଜ୍ୱାଳାମୁଖୀ ବର୍ତ୍ତମାନ ସକ୍ରିୟ ଅଛନ୍ତି। ଏହି ସମୟରେ ଏହା ବିସ୍ଫୋରଣ ହେଉଛି। ଏପରିକି...

ସେନ୍‌ସରରୁ ଜାଣିହେବ ହୃଦ୍‌ରୋଗ

ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍‌ନୋଲୋଜି, ହାଇଦ୍ରାବାଦର ଗବେଷକମାନେ ବିଶ୍ୱର ବିଭିନ୍ନ ପ୍ରତିଷ୍ଠିତ ଗବେଷଣା ସଂସ୍ଥାମାନଙ୍କ ସହଯୋଗରେ ଏବେ ବିକାଶ କରିଛନ୍ତି ଏକ ନୂତନ ସେନ୍‌ସର। ଏହା...

Advertisement


Archives

Model This Week