ପୁରୀ ହେବ ଐତିହ୍ୟ ସହର: ଐତିହ୍ୟସ୍ଥଳୀରେ ଲାଗିପାରିନି ନାମଫଳକ

ପୁରୀ ଅଫିସ, ୫।୧: ପୁରୀ ହେବ ବିଶ୍ୱ ଐତିହ୍ୟ ସହର। ପର୍ଯ୍ୟଟନ ଭିତ୍ତିଭୂମି ସଜଡ଼ାଯିବ। ଭକ୍ତ ଓ ପର୍ଯ୍ୟଟକଙ୍କ ପାଇଁ ସମସ୍ତ ପ୍ରକାର ସୁବିଧା କରାଯିବ। ରାସ୍ତାଘାଟଠାରୁ ଆରମ୍ଭ କରି ସବୁଥିରେ ଉନ୍ନତି କରାଯିବ। ଏଥିପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି । ହେଲେ ୩ ବର୍ଷରୁ ଊର୍ଦ୍ଧ୍ୱ ହେବ ଐତିହ୍ୟସ୍ଥଳୀରେ କିନ୍ତୁ ଲାଗିପାରି ନାହିଁ ନାମଫଳକ । ଏହାକୁ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି ଐତିହ୍ୟପ୍ରେମୀ।
ପୁରୀ ସହରରେ ବହୁ ପ୍ରାଚୀନ ଐତିହ୍ୟ ରହିଛି। ଏହି ଐତିହ୍ୟସ୍ଥଳୀଗୁଡ଼ିକୁ ନେଇ ଐତିହ୍ୟ ମାର୍ଗ ଏବଂ ଐତିହ୍ୟ ପଥ ପରିକଳ୍ପନା କରାଯାଇଛି। ଶ୍ରୀକ୍ଷେତ୍ରକୁ ଆସୁଥିବା ଭକ୍ତ, ପର୍ଯ୍ୟଟକ ଏବଂ ତୀର୍ଥଯାତ୍ରୀ ଯାନବାହନରେ ଐତିହ୍ୟ ମାର୍ଗ ବୁଲିପାରିବେ। ଏହି ମାର୍ଗରେ ପଡୁଥିବା ଐତିହ୍ୟସ୍ଥଳୀଗୁଡ଼ିକୁ ଦେଖିବା ସହିତ ଏ ବିଷୟରେ ସବିଶେଷ ତଥ୍ୟ ପାଇପାରିବେ। ଶ୍ରୀମନ୍ଦିର ଓ ଏହା ସଂଲଗ୍ନ ଐତିହସ୍ଥଳୀକୁ ନେଇ ଐତିହ୍ୟ ପଥ କରାଯିବ। ଏଥିରେ ଶ୍ରଦ୍ଧାଳୁ, ତୀର୍ଥଯାତ୍ରୀ ପାଦରେ ଚାଲି ଚାଲି ପରିକ୍ରମା କରିବେ। ଏଭଳି ଏକ ଅଭିନବ ହେରିଟେଜ କରିଡର ଯୋଜନା କରିଥିଲା ପୁରୀ ଜିଲା ପ୍ରଶାସନ। ଆରମ୍ଭରୁ ଏହି କାମ କିଛି ବାଟ ଆଗେଇବା ପରେ ଏବେ ପ୍ରଶାସନ ଏହାକୁ ସମ୍ପୂର୍ଣ୍ଣ ଭୁଲିଯାଇଛି। ଚିହ୍ନଟ କରାଯାଇଥିବା ଐତିହ୍ୟସ୍ଥଳୀରେ ଏ ପର୍ଯ୍ୟନ୍ତ ନାମପଳକ ମଧ୍ୟ ଲଗାଗଲା ନାହିଁି।
ଏ ନେଇ ୨୦୧୬ ମାର୍ଚ୍ଚରେ ପ୍ରଶାସନ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଐତିହ୍ୟ ମାର୍ଗ ଏବଂ ଐତିହ୍ୟ ପଥ ରୂପରେଖ ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା। ଏହାପରେ ପୁଣି ଏକ ବୈଠକ ବସି ହେରିଟେଜ କରିଡରରେ ୫୪ଟି ଐତିହ୍ୟସ୍ଥଳୀକୁ ସାମିଲ କରାଯାଇଥିଲା। ସେହିପରି ପ୍ରତି ଐତିହ୍ୟସ୍ଥଳୀରେ ୩ଟି ଭାଷା ଅର୍ଥାତ୍‌ ଓଡ଼ିଆ, ହିନ୍ଦୀ ଓ ଇଂଲିଶରେ ନାମଫଳକ (ସାଇନେଜ) ଲଗାଯିବା ସହିତ ଉକ୍ତ ସ୍ଥଳୀର ଐତିହ୍ୟ ତଥା ବିଶେଷତ୍ୱ ଉଲ୍ଲେଖ କରାଯିବା ଲାଗି ନିଷ୍ପତ୍ତି ନିଆଯାଇଥିଲା। ନିଷ୍ପତ୍ତି ମୁତାବକ ଏକ ସଂସ୍ଥାକୁ ହେରିଟେଜ କରିଡର କମିଟି ସଭ୍ୟ ଲେଖିଥିବା ତଥ୍ୟ ଆଧାରରେ ନାମଫଳକ ଲଗାଇବାକୁ ଦାୟିତ୍ୱ ଦିଆଯାଇଥିଲା। ସେହିପରି ଅନ୍ୟ ଏକ ସଂସ୍ଥାର ସ୍ଥପତିମାନେ ୫୪ଟି ଯାକ ଐତିହ୍ୟସ୍ଥଳୀ ବୁଲି ଏହାର ପୁନରୁଦ୍ଧାର ଯୋଜନାକୁ ଚୂଡ଼ାନ୍ତ ରୂପରେଖ ଦେଇଥିଲେ। ହେଲେ ଇତିମଧ୍ୟରେ ୩ବର୍ଷ ବିତିଥିଲେ ମଧ୍ୟ ସବୁ ଐତିହ୍ୟସ୍ଥଳୀରେ ନାମଫଳକ ଲଗାଯାଇ ପାରିଲା ନାହିଁ। ପ୍ରଥମ ପର୍ଯ୍ୟାୟରେ ୫୪ଟି ଐତିହ୍ୟସ୍ଥଳୀର ବିକାଶ ହେବା ପରେ ପୁଣି ଦ୍ୱିତୀୟ ପର୍ଯ୍ୟାୟରେ ଆଉ ୫୪ଟିର ତାଲିକା କରାଯାଇ ବିକାଶ କରାଯିବ ବୋଲି ନିଷ୍ପତ୍ତି ହୋଇଥିଲା।
ସୂଚନାଯୋଗ୍ୟ, କେନ୍ଦ୍ର ସରକାରଙ୍କ ଆଇକନିକ ସିଟି ଯୋଜନାରେ ପୁରୀ ସ୍ଥାନ ପାଇବା ପରେ ପୁରୀର ବିଭିନ୍ନ ଐତିହ୍ୟସ୍ଥଳୀର ବିକାଶ କରି ଏହାକୁ ଲୋକଲୋଚନକୁ ଆଣିବା ପାଇଁ ଜିଲା ପ୍ରଶାସନ ଉଦ୍ୟମ ଆରମ୍ଭ କରିଥିଲା। ନୂଆଦିଲ୍ଲୀଠାରେ ଆଇକନିକ ଯୋଜନାର ରୂପରେଖ ନେଇ ଅନୁଷ୍ଠିତ ବୈଠକରେ ତତ୍କାଳୀନ ଜିଲାପାଳ ଅରବିନ୍ଦ ଅଗ୍ରୱାଲ ଯୋଗଦେଇଥିଲେ। ସେଠାରେ ସେ ଶ୍ରୀକ୍ଷେତ୍ରର ବିଭିନ୍ନ ଐତିହ୍ୟସ୍ଥଳୀର ତଥ୍ୟ ଓ ଚିତ୍ର ସମ୍ବଳିତ ଏକ ସିଡି ପ୍ରଦର୍ଶିତ କରି ଉଚ୍ଚ ପ୍ରଶଂସିତ ହୋଇଥିଲେ।ଏହାପରେ ତୁରନ୍ତ ଏହି ଐତିହ୍ୟସ୍ଥଳୀଗୁଡ଼ିକର ପୁନରୁଦ୍ଧାର ପାଇଁ ଆଲୋଚନା ହୋଇଥିଲା। ତଦନୁଯାୟୀ ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ହେରିଟେଜ କରିଡର କମିଟି ଗଠନ କରାଯାଇଥିଲା। କମିଟିରେ ବହୁ ବିଶିଷ୍ଟ ବ୍ୟକ୍ତି ରହିଥିଲେ ମଧ୍ୟ ପ୍ରଶାସନିକ ଇଚ୍ଛାଶକ୍ତିର ଅଭାବ ଯୋଗୁ ଏଭଳି ଏକ ମହତ ଚିନ୍ତାଧାରା ବାଟବଣା ହୋଇଥିବା ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଳମ୍ବ ବ୍ୟୟ ବୃଦ୍ଧି

ଅବିଭକ୍ତ ଗଞ୍ଜାମ (ଗଜପତି ସହ) ଜିଲାର ପ୍ରାୟ ୭୦% ଜନସାଧାରଣ କେବଳ କୃଷି କାର୍ଯ୍ୟ ଉପରେ ନିର୍ଭର କରନ୍ତି। ତେବେ ଚାଷ ପାଇଁ ସେଚ ବ୍ୟବସ୍ଥାର...

ସୁନ୍ଦରଗଡ଼ରେ ଏମ୍ସ ପ୍ରତିଷ୍ଠା ଦାବିରେ କଗ୍ରେସ ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ପାଳନ

ସୁନ୍ଦରଗଡ଼,୭।୮(ଡି.ଏନ୍‌.ଏ.): ସୁନ୍ଦରଗଡ଼ରେ ରାଜ୍ୟରେ ଦ୍ୱିତୀୟ ଏମ୍ସ ପ୍ରତିଷ୍ଠା ଦାବିରେ ଜିଲା କଗ୍ରେସ ପକ୍ଷରୁ ଶନିବାର ସକାଳୁ ୧୨ଘଣ୍ଟିଆ ବନ୍ଦ ପାଳନ କରାଯାଇଛି। ସକାଳୁ ସକାଳୁ ଜିଲାରେ...

ରାସ୍ତା କାମ ନ ହେଲେ ଭୋଟ ଦେବୁନି

ବୈଶିଙ୍ଗା,୨୭ା୧(ଡି.ଏନ.ଏ.)- ରାସ୍ତା କାମ କର ନ ହେଲେ ଭୋଟ ଦେବୁନି। ଏଭଳି ସଫା ସଫା କହୁଛନ୍ତି ମୟୂରଭଞ୍ଜ ଜିଲା ବେତନଟୀ ବ୍ଲକ ଅଧୀନ ଗଡ଼ଦେଉଳିଆ ପଞ୍ଚାୟତର...

ଦାବି ପୂରଣ ନ ହେଲେ କାର୍ଯ୍ୟବନ୍ଦ

ବ୍ରହ୍ମପୁର ଅଫିସ,୩୧।୭ା: ବିଭିନ୍ନ ଦାବି ନେଇ ଏମ୍‌କେସିଜି ମେଡିକାଲ କଲେଜ ହସ୍ପିଟାଲ ଆଉଟସୋର୍ସିଂ କର୍ମଚାରୀମାନେ ରବିବାର ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ମେଡିକାଲରେ କାର୍ଯ୍ୟରତ ସମସ୍ତ ସିଫ୍ଟର...

ଝିଣ୍ଟିକାପଲ୍ଲୀରେ ବାର୍‌ହା ଆକ୍ରମଣରେ ୫ ଆହତ

ଖୋର୍ଦ୍ଧା ଅଫିସ,୨୫ା୯: ଖୋର୍ଦ୍ଧା ଜିଲା ବାଣପୁର ଥାନା ଝିଣ୍ଟିକାପଲ୍ଲୀ ଗଁ। ର ଏକ ନଡ଼ିଆ ବଗିଚାରେ ବୁଧବାର ପୂର୍ବାହ୍ନ ପ୍ରାୟ ୧୦ଟାରେ ବାର୍‌ହା ଆକ୍ରମଣରେ ୫...

ବଜ୍ରପାତରେ ଚିଙ୍ଗୁଡି ଚାଷୀଙ୍କ ପ୍ରାଣଗଲା

ରୂପ୍‌ସା, ୧୭ା୮(ଡ଼ି.ଏନ.ଏ.): ବାଲେଶ୍ୱର ସଦର ବ୍ଲକ ପରିଖି ପଞ୍ଚାୟତ ଅନ୍ତର୍ଗତ ଜଗନ୍ନାଥପୁର ଗ୍ରାମରେ ଚିଙ୍ଗୁଡି ଚାଷ କରୁଥିବା ପଞ୍ଚାନନ ରଣା (୬୨) ନାମକ ଚାଷୀଙ୍କ ଶୁକ୍ରବାର...

ଡ୍ୟାମ୍‌ରେ ମରିକି ପଡିଛନ୍ତି କୁଇଣ୍ଟାଲ କୁଇଣ୍ଟାଲ ମାଛ

ଖପ୍ରାଖୋଲ,୧୬।୪: ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ମହୁରୁଣ୍ଡି ଅପର ସୁକତେଲ ଡ୍ୟାମରେ ପ୍ରାୟ ୫ ଦିନ ହେଲା ମାଛ ମଡ଼କ ଦେଖିବାକୁ ମିଳିଛି। ଡ୍ୟାମରେ କୁଇଣ୍ଟାଲ...

ମୋ ସରକାର ମମିତାଙ୍କୁ ନ୍ୟାୟ ଦେବ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୩।୧୨(ବ୍ୟୁରୋ): ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ଘଟଣାର ପାଖାପାଖି ଦୁଇ ମାସ ପରେ ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁହିଁ ଖୋଳିଛନ୍ତି। ମମିତା ହତ୍ୟା ପ୍ରସଙ୍ଗକୁ...

Advertisement
Archives

Model This Week