ପୁରୀ ବେଳାଭୂମିରେ ବୃହତ୍‌ ଥ୍ରୀଡି ବାଲୁକା ସାନ୍ତା କ୍ଲଜ: ଗୋ ଗ୍ରୀନ୍‌ର ବାର୍ତ୍ତା ଦେଇଛନ୍ତି ସୁଦର୍ଶନ

ପୁରୀ ଅଫିସ, ୨୪ା୧୨: ପବିତ୍ର ବଡ଼ଦିନ ଅବ୍ୟବହିତ ପୂର୍ବରୁ ମଙ୍ଗଳବାର ପୁରୀର ସ୍ବର୍ଣ୍ଣାଭ ବେଳାଭୂମିରେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ପ୍ରସ୍ତୁତ କରିଛନ୍ତି ବୃହତ୍‌ ଥ୍ରୀଡି ବାଲୁକା ସାନ୍ତାକ୍ଲଜ। ଖ୍ରୀଷ୍ଟମାସ ଅବସରରେ ପରିବେଶକୁ ସୁସ୍ଥ ରଖିବା ସହ ବିଶ୍ୱବାସୀଙ୍କୁ ସେ ଗୋ ଗ୍ରୀନର ବାର୍ତ୍ତା ଦେଇଛନ୍ତିି। ଏଥିସହ ବଡ଼ଦିନର ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତିି। ତେବେ ଏଥର ନିଆରା ହେଉଛି ବେଳାଭୂମିର ସମତଳ ବାଲିରେ ଏହାକୁ ପ୍ରସ୍ତୁତ କରିଛନ୍ତି ସୁଦର୍ଶନ।

ଚଳିତ ବର୍ଷ ମେ ଫେୟାର ପଛ ପାର୍ଶ୍ୱ ବେଳାଭୂମିରେ ପ୍ରାୟ ୨୫୦୦ ବର୍ଗ ଫୁଟ ଜାଗାରେ ସେ ଏହି ଥ୍ରୀଡି ବାଲୁକା ସାନ୍ତା ତିଆରି କରିଛନ୍ତିି। ଏଥିରେ ସୁଦର୍ଶନଙ୍କୁ ତାଙ୍କ ସ୍ୟାଣ୍ଡ ଆର୍ଟ ସ୍କୁଲର ୪୦ ଜଣ ଛାତ୍ରୀଛାତ୍ର ସହଯୋଗ କରିଛନ୍ତିି। ଏହାକୁ ପ୍ରସ୍ତୁତ କରିବା ଲାଗି ପ୍ରାୟ ୧୦ ଘଣ୍ଟା ସମୟ ଲାଗିଥିବା ବେଳେ ଏହାକୁ ଆକର୍ଷଣୀୟ କରିବା ଲାଗି ରଙ୍ଗିନ ବାଲି ବ୍ୟବହାର କରାଯାଇଛିି। ପାହାଡ଼ ଉପରେ ଏକ ବିଶାଳ ସାନ୍ତା ଛିଡା ହୋଇଥିବାବେଳେ ହାତରେ ଖ୍ରୀଷ୍ଟମାସ ଟ୍ରି ଧରିଛନ୍ତିି। ଏହା ଏପରି ପ୍ରସ୍ତୁତ କରାଯାଇଛି ଯେ ପ୍ରତ୍ୟେକଙ୍କୁ ସାନ୍ତା ଖ୍ରୀଷ୍ଟମାସ ଟ୍ରି ପ୍ରଦାନ କରି ପରିବେଶକୁ ସୁସ୍ଥ ଓ ସବୁଜ ରଖିବାର ବାର୍ତ୍ତା ଦେଉଛନ୍ତିି। ସାନ୍ତାର ତଳେ ଖ୍ରୀଷ୍ଟମାସ ଟ୍ରି କରାଯାଇଥିବାବେଳେ ଗୋ ଗ୍ରୀନ୍‌ ଏବଂ ଖ୍ରୀଷ୍ଟମାସ ଶୁଭେଚ୍ଛା ବାର୍ତ୍ତା ମଧ୍ୟ ରହିଛିି। ବହୁ ସଂଖ୍ୟାରେ ପର୍ଯ୍ୟଟକ ଏହାକୁ ଦେଖୁଛନ୍ତିି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri